EDITIONS
Odia

ଉଦ୍ଯୋଗର ମନ୍ତ୍ରରେ ଆଣିଲେ ବିକାଶ, ଗାଁ ମହିଳାଙ୍କୁ କଲେ ଉଦ୍ଯୋଗୀ : ଭେଟନ୍ତୁ ଶାନ୍ତାଙ୍କୁ

1st Oct 2016
Add to
Shares
0
Comments
Share This
Add to
Shares
0
Comments
Share

Indian Expressର ଏକ ରିପୋର୍ଟ ଅନୁସାରେ ଆମ ଦେଶରେ କର୍ମଜୀବୀ ମହିଳାଙ୍କ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଛି। ଏହି ପତନ ବିଶେଷ କରି ଗ୍ରାମୀଣ ଭାରତରେ ଗୁରୁତର। ୨୦୦୫ରେ ଗ୍ରାମୀଣ ଭାରତର କର୍ମଜୀବୀ ମହିଳାଙ୍କ ହାର ଥିଲା ୪୯% ଯାହା ବର୍ତ୍ତମାନ ଆସି ପହଞ୍ଚିଛି ୩୬%। କିନ୍ତୁ ଶାନ୍ତା (୫୩) ପ୍ରଚଣ୍ଡ ଉତ୍ସାହର ସହ ଏହି ପତନକୁ ଲଢୁଛନ୍ତି।

Image : <a href=

Image :

BBCa12bc34de56fgmedium"/>

ଶାନ୍ତା ଦାରିଦ୍ର୍ୟର ଅନ୍ଧକାର ମଧ୍ୟରେ ଜନ୍ମ ନେଇଥିଲେ। କିଶୋରୀ ଅବସ୍ଥାରେ ବାହା ହୋଇ ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ଥିବା ଏକ ଛୋଟ ଗାଁ କୋଡ଼ପଟ୍ଟିନାମକୁ ଆସିଥିଲେ। ଯଦିଓ ଶାନ୍ତା କେବେ ସ୍କୁଲ ମାଟି ମାଡ଼ି ନଥିଲେ, ଆନୁଷ୍ଠାନିକ ଭାବେ କୌଣସି ବିଦ୍ୟାଲାଭ କରିନଥିଲେ କିନ୍ତୁ ନିଜ ପରିବାରକୁ ଆର୍ଥିକ ଭାବେ ମଜବୁତ କରିବା ଲାଗି ସେ କମର ଭିଡ଼ି ଘର ବାହାରେ ପାଦ ରଖିଲେ କାମ କରିବା ପାଇଁ।

ସେ ନିକଟସ୍ଥ ସରକାରୀ ଅଫିସରେ ସ୍ଵେଚ୍ଛାସେବୀ ଭାବରେ କାମ କରିବା ଆରମ୍ଭ କଲେ। ଏହି କାମରୁ ତାଙ୍କର ଯିବା ଆସିବା ବସ ଭଡ଼ା ଛଡା ସେ କିଛି ପଇସା ପାଉନଥିଲେ। କିନ୍ତୁ ସେ ବିଚାର କଲେ ଧୀରେ ଧୀରେ ନିଜର ଦକ୍ଷତା ବୃଦ୍ଧି ସହ ସେ ଆଗକୁ ଭଲ କାମ ପାଇଯିବେ। ସେହି ଆଶାରେ ସେ ସେଠାରେ କାମ କରିବା ଚାଲୁ ରଖିଲେ।

ଏହି ସମୟରେ ସେ ସ୍ଵୟଂସହାୟକ ଗୋଷ୍ଠୀ ସମ୍ପର୍କରେ ଜାଣିବାକୁ ପାଇଲେ। ମାଇକ୍ରୋ ଫାଇନାନ୍ସର ମଡେଲ ଉପରେ ଆଧାର କରି ଏହି ଗୋଷ୍ଠୀ ମାନଙ୍କର ଦାରିଦ୍ର୍ଯ ହଟେଇବାର ସାମର୍ଥ୍ୟ ଥିଲା। ପ୍ରତ୍ଯେକ ସଦସ୍ୟ ସମାନ ପରିମାଣର ଟଙ୍କା ଜମା କରନ୍ତି ଓ ବ୍ଯାଙ୍କ ସମୁଦାୟ ଅର୍ଥର ପରିମାଣ ସହ ସମାନ କରି କମ ସୁଧରେ ରୃଣ ଦେଇଥାଏ। ଏହି ଦଳକୁ ବ୍ଯାଙ୍କ ସମ୍ମୁଖରେ ଏକ ବ୍ୟବସାୟର ମଡେଲ ପ୍ରସ୍ତୁତ କରିବାକୁ ପଡ଼େ। ବ୍ଯାଙ୍କ ମଞ୍ଜୁର କଲେ ସେମାନେ ବ୍ଯାଙ୍କ ଠାରୁ ଆର୍ଥିକ ସହାୟତା ନେଇ ଏହି ବ୍ୟବସାୟ ଉପରେ କାମ କରିବା ଆରମ୍ଭ କରନ୍ତି।

ଶାନ୍ତା ନିଜ ଗାଁରେ ସମସ୍ତ ମହିଳା ମାନଙ୍କୁ ଯାଇ ଏହା ସମ୍ବନ୍ଧରେ କହିଲେ ଓ ଯୋଗ ଦେବାକୁ ଅନୁରୋଧ କଲେ। କିନ୍ତୁ ଯେହେତୁ ତାଙ୍କ ଗାଁଟି ଏକ ନିହାତି ଗରିବ ଗାଁ ଥିଲା ତାଙ୍କୁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଲା ୨୦ ଜଣ ମହିଳାଙ୍କୁ ଏକଜୁଟ କରିବା ଲାଗି ଯେଉଁମାନେ ୧୦ ଟଙ୍କା ଲେଖାଏ ଜମା କରିପାରିଲେ। 

“କେବଳ ମୁଁ ହିଁ ବହୁତ ଖୁସି ଥିଲି। ଯଦିଓ ଅନ୍ୟମାନେ ସେତେ ଆଗ୍ରହୀ ନଥିଲେ କିନ୍ତୁ ମୁଁ ଜାଣିଥିଲି ମୋତେ ମୋର ନିଜ ଗାଁ ରୁ ହିଁ ଆରମ୍ଭ କରିବାର ଅଛି,” ଶାନ୍ତା BBCକୁ କୁହନ୍ତି।

ଏହି ଦଳର ମହିଳା ମାନେ ଗାଈ କିଣି କ୍ଷୀର ବିକିବା ଆରମ୍ଭ କଲେ। ଧୀରେ ଧୀରେ ବ୍ଯାଙ୍କର ଶାନ୍ତା ଓ ତାଙ୍କ ଦଳ ପ୍ରତି ଭରସା ବଢିବାକୁ ଲାଗିଲା। 

“ବର୍ତ୍ତମାନ ବ୍ଯାଙ୍କ ଗାଁର ପୁରୁଷଙ୍କ ଅପେକ୍ଷା ଆମ ଉପରେ ବେଶି ଭରସା କରନ୍ତି” 

ତାଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିଲା ୨୦୦୯ରେ ଯେବେ ଚେନ୍ନାଇର ଏକ କମ୍ପାନୀ ନିଜର ପ୍ୟାକେଜିଙ୍ଗ କାମ ପାଇଁ ଏପରି ଛୋଟ ଉଦ୍ଯୋଗ ସନ୍ଧାନ କରୁଥିଲା। ଯଦିଓ ଶାନ୍ତାଙ୍କୁ ସେପରି ଜାଗା ଓ ଅନ୍ୟ ମହିଳା ମାନଙ୍କୁ ଏ କାମ ପାଇଁ ରାଜି କରିବାକୁ ଅନେକ କଷ୍ଟ ଓ ପରିଶ୍ରମ କରିବାକୁ ପଡ଼ିଥିଲା, କିନ୍ତୁ ସେ ହାର ମାନି ନ ଥିଲେ।

ଆଜି ତାଙ୍କ ପ୍ୟାକେଜିଙ୍ଗ ୟୁନିଟରେ 26 ଜଣ ମହିଳା କାମ କରନ୍ତି ଓ ପ୍ରତି ସପ୍ତାହରେ ମୁଣ୍ଡ ପିଛା ୫୦୦୦ ବ୍ୟାଗ ତିଆରି କରନ୍ତି। ଆର୍ଥିକ ସ୍ଵାଧୀନତା ଓ ଦକ୍ଷତା ସହ ବର୍ତ୍ତମାନ ଵହି ମହିଳା ମାନେ ଦାରିଦ୍ର୍ଯ ସହ ଅନେକ ସାମାଜିକ କୁସଂସ୍କାରକୁ ମୂଳରୁ ହଟେଇବା ପାଇଁ କାମ କରୁଛନ୍ତି। ଶାନ୍ତା ଆଜି ବି ପାଖାପାଖି ଗାଁର ମହିଳା ମାନଙ୍କୁ ତାଙ୍କର ନିଜର ଏସଏଚଜି ଗଢିବା ପାଇଁ ପ୍ରେରିତ କରିବା ଛଡ଼ା ତାଙ୍କ ଦକ୍ଷତା ବୃଦ୍ଧି ପାଇଁ ସାହାଯ୍ୟ କରୁଛନ୍ତି ଓ ଭଲ ଭଲ ବ୍ୟବସାୟର ପରିକଳ୍ପନାରେ ମଧ୍ୟ ସାହାଯ୍ୟ କରୁଛନ୍ତି। 

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags