ନିଶୀତା ମନ୍ତ୍ରୀ :ଜଣେ ପ୍ରଗତିଶୀଳ ମହିଳା ଓ ପ୍ରେରଣା

‘ମୁଁ ମୋ ଜୀବନ ତମାମ ସବୁ ବେଳେ ଦୁଇ ପାଦ ଆଗକୁ ବଢି କରିବାର ଚେଷ୍ଟା କରିଛି । ସଦା ସର୍ବଦା ନିଜକୁ ନିଜେ ଉତ୍ସାହିତ କରିଆସିଛି। ଏହା କହିଛନ୍ତି My Life Transcriptର ସିଇଓ ବା ମୁଖ୍ୟ ପରିଚାଳନା ଅଧିକାରୀ ନିଶିତା ମନ୍ତ୍ରୀ ।

ନିଶୀତା ମନ୍ତ୍ରୀ :ଜଣେ ପ୍ରଗତିଶୀଳ ମହିଳା ଓ ପ୍ରେରଣା

Sunday November 15, 2015,

4 min Read

‘ମୁଁ ମୋ ଜୀବନ ତମାମ ସବୁ ବେଳେ ଦୁଇ ପାଦ ଆଗକୁ ବଢି କରିବାର ଚେଷ୍ଟା କରିଛି । ସଦା ସର୍ବଦା ନିଜକୁ ନିଜେ ଉତ୍ସାହିତ କରିଆସିଛି। ଏହା କହିଛନ୍ତି My Life Transcriptର ସିଇଓ ବା ମୁଖ୍ୟ ପରିଚାଳନା ଅଧିକାରୀ ନିଶିତା ମନ୍ତ୍ରୀ ।

ନିଜ ମଧ୍ୟରେ ଥିବା ସବୁ ନକାରାତ୍ମକ ଗୁଣାବଳୀକୁ ସକାରାତ୍ମକ ଚିନ୍ତାରେ ପରିବର୍ତ୍ତନ କରିପାରିଛନ୍ତି ସେ । ନିଜର ପୃଥୁଳ ଶରୀର ପାଇଁ ଅନେକ ସମୟରେ ପରିହାସର ପାତ୍ର ହୋଇଥିବା ନିଶିତା ନିଜ ସଫଳତାର ସମସ୍ତ ଶ୍ରେୟ ଦିଅନ୍ତି ନିଜ ମାଁଙ୍କୁ ଯିଏ ତାଙ୍କୁ ଉଭୟ ମା ଆଉ ବାପା ସାଜି ବଢେଇ ଆସିଛନ୍ତି । ତାଙ୍କ ମାଁ ତାଙ୍କ ମଧ୍ୟରେ ଆତ୍ମବିଶ୍ଵାସ ସଞ୍ଚାର କରିଥିଲେ । ଜୀବନର ସମସ୍ୟା ଗୁଡିକୁ କେମିତି ସମ୍ମୁଖୀନ ହେବ, ସେ ସବୁ ବିଷୟରେ ଜ୍ଞାନ ଦେଇଛନ୍ତି ତାଙ୍କ ମାଁ ।

କଥା ଅପେକ୍ଷା କାମରେ ବିଶ୍ଵାସ ରଖୁଥିବା ନିଶିତା କୁହନ୍ତି ଜୀବନରେ କାହା ଆଗରୁ ନିଜକୁ ପ୍ରମାଣିତ କରିବାର ଆବଶ୍ୟକ ନାହିଁ । କେବଳ ଗତକାଲି ଅପେକ୍ଷା ନିଜ ଆସନ୍ତା କାଲିକୁ ଅଧିକ ଶାଣିତ କରିହେବ । ନିଜ ଜୀବନରେ ସେ ବଢୁଥିବା ସମୟରେ ପିତୃତୁଲ୍ୟ ବ୍ୟକ୍ତିର ଅଭାବ ଅନୁଭବ କରିଥିଲେ । ଜୀବନରେ ସେ ପ୍ରେମରୁ ବଞ୍ଚିତ ହେବା ସହ ସବୁବେଳେ ଏକ ଦ୍ଵିତୀୟ ପସନ୍ଦ ହୋଇ ରହି ଯାଇଥିଲେ ଅନ୍ୟମାନଙ୍କ ପାଇଁ । ତେବେ ଏସବୁ ସତ୍ତ୍ୱେ ସେ ଭାଙ୍ଗିଯାଇନଥିଲେ କି ନିଜକୁ ଦୁର୍ବଳ ହେବାକୁ ଦେଇ ନଥିଲେ । ନିଜକୁ ଉତ୍ସାହିତ କରିବା ପାଇଁ ସେ ଅନେକ ପ୍ରେରଣା ଦାୟକ ବହି ପଢିବାରେ ମନୋନିବେଶ କରିଥିଲେ। ଅନେକ କର୍ମଶାଳା ତଥା ଆଲୋଚନାରେ ସେ ଭାଗ ନେଇ ନିଜକୁ ଭଲପାଇବା ତଥା ନିଜକୁ ଅଧିକ ଜାଣିବାରେ ସିଦ୍ଧହସ୍ତ ହୋଇଗଲେ ।

image


ନିଜ ଜୀବନରେ ନିଜକୁ ଭଲ ପାଇବା ପରେ, ନିଜ ପରି ସଂଘର୍ଷରତ ଅନେକ ବ୍ୟକ୍ତି ଙ୍କ ପାଇଁ ସେ କିଛି କରିବାର ସ୍ଵପ୍ନ ଦେଖିଥିଲେ । ଏବଂ ଏହା ସହ ଆରମ୍ଭ ହୁଏ My Life Transcript ର କାହାଣୀର ଆରମ୍ଭ । ଏହା ଏକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ ଯାହା ଛୋଟ ବେଳୁ ଏପରିକି ୩ ବର୍ଷ ବୟସରୁ ପିଲା ମାନଙ୍କୁ ନିଷ୍ପତ୍ତି ନେବାର ବିଭିନ୍ନ କୌଶଳ ତଥା ନୈତିକ ଶିକ୍ଷା ପ୍ରଦାନ କରାଯାଏ । ସେ କୁହନ୍ତି ଛୋଟବେଳୁ ଆମକୁ ଯଦି ସଠିକ ଶିକ୍ଷା ଦିଆଯାଏ ତାହାଲେ ପରବର୍ତୀ ସମୟରେ ଆମେ ଭଲ ମଣିଷ ଭାବରେ ଆଗାମୀ ପିଢିକୁ ପ୍ରସ୍ତୁତ କରିପାରିବେ ।

ଏହା ତାଙ୍କର ପ୍ରଥମ ବ୍ୟବସାୟ ନୁହେଁ କିମ୍ବା ସେ ଉଦ୍ୟୋଗୀ ଭାବରେ ସେ ନୂଆ ନୁହନ୍ତି । ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣମାଧ୍ୟମ ଯୋଗାଯୋଗରେ ସ୍ନାତକ ହାସଲ କରିଥିବା ନିଶିତା ପରେ Advertising and Marketing ରେ ଲୀଡ୍ସ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲେ । ତେବେ ଭାରତକୁ ଫେରିବା ପରେ ସେ ନିଜର ଉଦ୍ୟୋଗ ଆରମ୍ଭ କରିଥିଲେ । ବିନା କୌଣସି ଅଭିଜ୍ଞତାରେ ବ୍ୟବସାୟ ଆରମ୍ଭ କରିବାକୁ ତାଙ୍କ ବନ୍ଧୁ ମାନେ ସହଜରେ ଗ୍ରହଣ କରିପାରିନଥିଲେ । ତେବେ ସେ ନିଜ ଇଚ୍ଛାରେ ନିଜସ୍ଵ ଉଦ୍ୟମ ରେ କାମ ଆରମ୍ଭ କରିବାକୁ ଚାହୁଁଥିଲେ ।

୨୦୦୯ ରେ ସେ Bamboo Shoot Communication ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲେ । ଏହା ସହ ସେ ମୁମ୍ବାଇର ବିଭିନ୍ନ କଲେଜରେ advertising, branding ଓ marketing ଭଳି ବିଷୟ ଉପରେ ଶିକ୍ଷା ଦାନ କରିବା ଆରମ୍ଭ କରିଥିଲେ ଏବଂ ଏବେ ମଧ୍ୟ ସେ ତାହା ଜାରି ରଖିଛନ୍ତି । ତାଙ୍କ ଦ୍ଵାରା ରଚିତ ପୁସ୍ତକ ‘Brand Management’ ସମ୍ବାଦିକତା ଛାତ୍ର ମାନଙ୍କ ମଧ୍ୟରେ ବହୁତ ଆଦୃତ ।

“ମୁଁ ଯେବେ ୬ ବର୍ଷ ତଳେ ଉଦ୍ୟୋଗୀ ଭାବରେ କାମ ଆରମ୍ଭ କଲି ସେବେ ମୋ ପାଖରେ କୌଣସି ପ୍ରକାରର ଅଭିଜ୍ଞତା ନଥିଲା । ମୁଁ ନିଜ ହୃଦୟ ଆଉ ମସ୍ତିଷ୍କ ସୁସ୍ଥ ରଖିବା ସହିତ ସବୁବେଳେ ଶିଖିବା ମନୋଭାବ ସହ କାମ ଆରମ୍ଭ କଲି ଏବଂ ନିଜ ସ୍ଵପ୍ନକୁ ସାକାର କରିବାରେ ଏହା ସହାୟକ ହେଲା । ମୋର ମାଁ ମୋ ପାଇଁ ଆଦର୍ଶ ଏବଂ ସେମାନେ ମୋ ଉପରେ ସବୁବେଳେ ଭରସା ରଖିଆସିଛନ୍ତି । ମୁଁ ସଫଳ କି ବିଫଳ ହୁଏ ମୋ ପରିବାର ମୋ ସହ ସଦା ସର୍ବଦା ରହିବେ ବୋଲି ଜୋର ଦେଇ କୁହନ୍ତି ନିଶିତା ।"

ନିଜ ଉଦ୍ୟୋଗୀ ଜୀବନ ମଧ୍ୟରେ ସେ ସମ୍ମୁଖୀନ ହୋଇଥିବା ସମସ୍ୟା ପ୍ରତି ଅନ୍ୟ ମହିଳା ଉଦ୍ୟୋଗୀ ମାନେ କିପରି ସଚେତନ ହେବେ ସେ ବିଷୟରେ ନିଜେ WIN: Womentrepreneurs Independent Network ର ଗଠନ କରିଛନ୍ତି । ଘରେ ରହି କାମ କରୁଥିବା ମହିଳା ମାନଙ୍କ ପାଇ ଏହା ଏକ ଉପଯୁକ୍ତ ସଂଗଠନ। ଅନେକ ମହିଳା ଏପରି ଅଛନ୍ତି ଯେଉଁମାନେ marketing, branding, promotion ତଥା ଅନ୍ୟାନ୍ୟ ବିଭିନ୍ନ କୌଶଳ ବିଷୟରେ ସୁଅବଗତ ନୁହନ୍ତି, ସେମାନଙ୍କୁ ଏଦିଗରେ ସହଯୋଗ କରୁଛି ଏହି WIN ଅନୁଷ୍ଠାନ ।

image


ନିଜ ଆତ୍ମବିଶ୍ଵାସ ଓ ସ୍ଵାଭିମାନକୁ ଦୃଢ ଭାବେ ପୋଷଣ କରିବାର ମନ୍ତ୍ର ରେ ସେ ଅନ୍ୟମାନଙ୍କୁ ଉତ୍ସାହିତ କରିଆସୁଛନ୍ତି । ନିଜ ସହକର୍ମୀ, ବନ୍ଧୁ ତଥା ଶୁଭେଚ୍ଛୁ ମାନଙ୍କ ଠାରୁ ସେ ଅନେକ ଶିକ୍ଷା ଲାଭ କରିଛନ୍ତି ସେ । ନିଜକୁ ଜଣେ ପ୍ରଗତିଶୀଳ ମହିଳା ଭାବରେ ବିବେଚନା କରୁଥିବା ନିଶିତା ଅନ୍ୟ ମହିଳା ଉଦ୍ୟୋଗୀ ମାନଙ୍କ ପାଇଁ ସେ ଅନେକ ଗୁରୁତ୍ତ୍ଵପୂର୍ଣ ପରାମର୍ଶ ଦିଅନ୍ତି ।

ସେ କୁହନ୍ତି ମହିଳାମାନେ ନିଜକୁ ପୁରୁଷ ସହିତ ତୁଳନା କରିବାରେ ଅନେକ ପରିଶ୍ରମ କରନ୍ତି । ତେବେ ସକାଳ ୬ ଟାରୁ ରାତ୍ରୀ ମଧ୍ୟରେ ସେମାନେ ଅନେକ କଥା କୁହନ୍ତି ପୁରୁଷ ମାନଙ୍କ ବିଷୟରେ ହେଲେ ନିଜ ସମସ୍ୟା ବିଷୟରେ ମୁହଁ ଖୋଲି କହିବାକୁ କୁଣ୍ଠାବୋଧ କରନ୍ତି ।

"ମହିଳା ଉଦ୍ୟୋଗୀ ମାନେ ସବୁବେଳେ ନିଜ କରମକ୍ଷେତ୍ର ଆଉ ପାରିବାରିକ ଦାୟିତ୍ଵ ମଧ୍ୟରେ ସଠିକ ବ୍ୟବଧାନ ରକ୍ଷା କରିପାରନ୍ତି ନହିଁ । ସେମାନଙ୍କ ପାଇ କାମ ଛଡା ପରିବାର, ପିଲା ଛୁଆ, ବନ୍ଧୁ ବାନ୍ଧବ ତଥା ଅନେକ କାରଣ ରହିଥାଏ । ତେଣୁ ସେମାନଙ୍କୁ ଏହି ସବୁ ମଧ୍ୟରେ ସଠିକ ନିଷ୍ପତ୍ତି ଆଉ ସଠିକ ବ୍ୟବଧାନ ଓ ସମନ୍ଵୟ ପୂର୍ବକ କାମ କରିବାକୁ ପଡିବ । ମହିଳା ମାନଙ୍କୁ ଜନମାନସରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବାକୁ ପଡିବ ଏବଂ ମହିଳା ମାନେ ଯେ କେବଳ ଚୂଲିମୁଣ୍ଡ ପାଇ ଜନ୍ମ, ସେ ଧାରଣାକୁ ଦୂରେଇ ଦେବାର ଆବଶ୍ୟକତା ରହିଛି," ବୋଲି ସେ ଜୋର ଦେଇ କୁହନ୍ତି ।