EDITIONS
Odia

ସୁରାଟର ଏହି ବ୍ୟବସାୟୀ ଦୀପାବଳୀ ବୋନସ ଭାବେ ତାଙ୍କ କର୍ମଚାରୀଙ୍କୁ ଦେଇଛନ୍ତି ୪୦୦ ଫ୍ଲାଟ ଓ ୧,୨୬୦ କାର

31st Oct 2016
Add to
Shares
13
Comments
Share This
Add to
Shares
13
Comments
Share

ସୁରାଟର ଜଣେ ପ୍ରତିଷ୍ଠିତ କୋଟିପତି ବ୍ୟବସାୟୀ ସାବଜୀ ଢୋଲାକିଆ ତାଙ୍କର କର୍ମଚାରୀ ମାନଙ୍କୁ ହୃଦୟଖୋଲା ଦୀପାବଳୀ ବୋନସ ଦେବାର ଅଭ୍ଯାସ ନେଇ ବେଶ୍ ଜଣାଶୁଣା। ହରେକୃଷ୍ଣ ଏକସ୍ପୋର୍ଟ୍ସ ନାମକ ଏକ କମ୍ପାନୀର ମାଲିକ ହେଲେ ଢୋଲାକିଆ। ତାଙ୍କ ବ୍ୟବସାୟ ହୀରା ଓ ଲୁଗାପଟା ଟ୍ରେଡିଙ୍ଗ କରିଥାଏ। ଚଳିତ ବର୍ଷ କିନ୍ତୁ ସବୁ ହିସାବକୁ ପଛରେ ପକାଇଦେଇ ସାବଜୀ ତାଙ୍କର କର୍ମଚାରୀଙ୍କୁ ୪୦୦ଟି ଫ୍ଲାଟ ଓ ୧,୨୬୦ଟି କାର ଦୀପାବଳୀ ଉପହାର ହିସାବରେ ଦେଇଛନ୍ତି।

Image : (L) – <a href=

Image : (L) –

DNA; (R) – Rediffa12bc34de56fgmedium"/>

“ଆମେ ଆମ କର୍ମଚାରୀ ମାନଙ୍କ ମଧ୍ୟରୁ ତାଙ୍କର କାର୍ଯ୍ୟଦକ୍ଷତାରେ ନିପୁଣତାକୁ ନେଇ ୧,୭୧୬ ଜଣଙ୍କୁ ଏହି ବିଶେଷ ବୋନସ ପାଇବା ପାଇଁ ମନୋନୀତ କରିଥିଲୁ। ଏମାନଙ୍କ ମଧ୍ୟରେ ଯେଉଁମାନଙ୍କ ପାଖରେ ଆଗରୁ କାର ଅଛି ତାଙ୍କ ପାଇଁ ଆମେ ଫ୍ଲାଟର ବ୍ୟବସ୍ଥା କରିଛୁ ଏବଂ ଯେଉଁମାନଙ୍କ ପାଖରେ ଚାରିଚକିଆ ନାହିଁ ତାଙ୍କ ପାଇଁ କାରର ବ୍ୟବସ୍ଥା କରିଛୁ,“ 

 - ସାବଜୀ IANSକୁ ଦେଇଥିବା ସାକ୍ଷାତକାରରେ କହନ୍ତି। (NDTVର ରିପୋର୍ଟ ଅନୁସାରେ)। ତାଙ୍କ କମ୍ପାନୀ ଚଳିତ ବର୍ଷ ତାଙ୍କର ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରୁଛି।

ସାବଜୀଙ୍କ କମ୍ପାନୀ ଏ ବର୍ଷ ଦୀପାବଳୀ ବୋନସରେ ୫୧ କୋଟି ଟଙ୍କା ଖର୍ଚ୍ଚ କରୁଛି। ବୋନସ ହିସାବ ରେ କମ୍ପାନୀ ଆସନ୍ତା ପାଞ୍ଚ ବର୍ଷ ଯାଏଁ ଫ୍ଲାଟ ଋଣର ମାସିକ ଦେୟରୁ ପ୍ରତି ମାସ ୫୦୦୦ ଟଙ୍କା ଲେଖାଏଁ ଦେବ ଓ କାର ଲୋନର ମଧ୍ୟ ସମାନ ଭାବେ ମାସିକ ଦେୟରୁ ୫୦୦୦ ଟଙ୍କା ପଇଠ କରିବ। ସାବଜୀ, ଯାହାଙ୍କୁ ତାଙ୍କର କର୍ମଚାରୀ ମାନେ ଆଦରରେ ‘କାକା’ ବୋଲି ସମ୍ବୋଧନ କରନ୍ତି, କୁହନ୍ତି, “ ଆମେ ଆମ କର୍ମଚାରୀଙ୍କ ପାଇଁ ଫ୍ଲାଟ ନିହାତି ଶସ୍ତା ମୂଲ୍ୟରେ (୧୫ ଲକ୍ଷ) ବ୍ୟବସ୍ଥା କରିଦେଇଛୁ। ପାଞ୍ଚବର୍ଷ ପରେ ସେମାନେ ନିଜେ ସଂପୂର୍ଣ୍ଣ ମାସିକ ଦେୟ ଦେବା ଆରମ୍ଭ କରିବେ ଯାହା ହେବ ମାତ୍ର ୧୧,୦୦୦ ଟଙ୍କା।“

ହରେକୃଷ୍ଣ ଏକସ୍ପୋର୍ଟ୍ସ ର ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ହେଉଛି ୫,୫୦୦ ଏବଂ ଏହାର ବାର୍ଷିକ ଆୟ ହେଲା ୬,୦୦୦ କୋଟି ଟଙ୍କା। ଗତ ବର୍ଷ କମ୍ପାନୀ ତା’ର କର୍ମଚାରୀଙ୍କୁ ୪୯୧ଟି କାର ଓ ୨୦୦ଟି ଫ୍ଲାଟ ବୋନସ ହିସାବରେ ଦେଇଥିଲା। Indian Express ସହ ଗତବର୍ଷ ଏକ ସାକ୍ଷାତକାରରେ ସାବଜୀ କହିଥିଲେ, “ ଆମେ ହୀରା କାରିଗର ମାନଙ୍କୁ କର୍ମଚାରୀ ଭାବେ ନୁହେଁ ବରଂ ଆମ ପରିବାରର ସଦସ୍ୟ ବୋଲି ମାନିଥାଉ। ଆମେ ସଭିଏଁ ଗୋଟିଏ ଅଞ୍ଚଳରୁ ଆସିଛୁ ଓ ଆମ କମ୍ପାନୀ ନାମରେ ଏକ ବଡ଼ ପରିବାର ତିଆରି କରିଛୁ। ଆମେ ସେମାନଙ୍କର କାର୍ଯ୍ୟଦକ୍ଷତା ଓ କର୍ମକ୍ଷେତ୍ରରେ ପ୍ରଦର୍ଶନ ହିସାବରେ ତାଙ୍କୁ ଉପହାର ଦେଇଛୁ।“

Add to
Shares
13
Comments
Share This
Add to
Shares
13
Comments
Share
Report an issue
Authors

Related Tags