EDITIONS
Odia

ହ୍ୱାର୍ଟନରୁ ହର୍ଭା : ଅଜୟ ଚତୁର୍ବେଦୀ

3rd Nov 2015
Add to
Shares
0
Comments
Share This
Add to
Shares
0
Comments
Share

କେବେ ଭାବିଛନ୍ତି ସ୍ଵସ୍ତିକ ଚିହ୍ନ ବିଷୟରେ। ଏ ଦୁନିଆରେ ଯଦି କିଛି ଜୀବନ୍ତ ପାରାଡକ୍ସ ଥାଏ ତା'ହେଲେ ସେ ହେଲା ଏହି ଚିହ୍ନ। ବିଶ୍ଵର ଅଧିକାଂଶ ସ୍ଥାନରେ ଏହାକୁ ଏକ ଅଭିଶାପ ଠାରୁ କମ ଭାବନ୍ତି ନାହିଁ । କିନ୍ତୁ ଅସଲରେ ଏ ଚିହ୍ନର ମାନେ ହେଲା ସୌଭାଗ୍ୟ ବା ସମୃଦ୍ଧି। ଯେତେବେଳେ ଅଧିକାଂଶ ଲୋକେ ଏଇ ଶବ୍ଦଟି ବ୍ୟବହାର କରିବାରୁ ପଛଘୁଞ୍ଚା ଦେବେ, ଅଜୟ ଚତୁର୍ବେଦୀ କିନ୍ତୁ ସେମାନଙ୍କ ସହ ଯୋଗ ଦେଇନାହାନ୍ତି। ଅଜୟଙ୍କ ଦ୍ଵାରା ଲିଖିତ ନୂତନ ପୁସ୍ତକ 'Lost Wisdomof The Swastika'ରେ ସେ ଏହି ଶବ୍ଦ ଉପରେ ଥିବା ଅଭିଶାପକୁ ହଟେଇ ତାର ପ୍ରକୃତ ଅର୍ଥ ସମସ୍ତଙ୍କ ସମ୍ମୁଖକୁ ଆଣିବାକୁ ଚେଷ୍ଟା କରିଛନ୍ତି। ଅଜୟ କୁହନ୍ତି ଆମେ ସ୍ଵସ୍ତିକର ପ୍ରକୃତ ଅର୍ଥଟି ପୂରାପୂରି ଭାବେ ଭୁଲିଯାଇଛୁ। ଏହାର ମାନେ ଯେ ଏତେ ସୁନ୍ଦର। ସ୍ଵସ୍ତିକ ଚିହ୍ନ ପ୍ରକୃତରେ ଏକ ଚତୁର୍ଭୁଜ ଯାହାକି ଚେତନାର ଚତୁର୍ଥ ସ୍ତରକୁ ବୁଝାଏ। ଅଜୟ ଖାଲି ମାତ୍ର ଏକ ଲେଖକ ନୁହନ୍ତି। ତାଙ୍କ ପଛରେ ରହିଛି ଏକ ଖୁବ ପ୍ରେରଣାଦାୟୀ କାହାଣୀ। ଆସନ୍ତୁ ଜାଣିବା।

image


ହ୍ୱାର୍ଟନ୍ ଓ ପେନ୍ ଇଂଜିନିୟରିଂରୁ ସ୍ନାତକ ଶିକ୍ଷା ସମାପ୍ତ କରି ଅଜୟ ଚତୁର୍ବେଦୀ ସିଟିବ୍ୟାଙ୍କରେ ମୋଟା ଅଙ୍କର ଦରମାରେ ଯୋଗଦେଇଥିଲେ । ସେହି ସମୟରେ ତାଙ୍କ କର୍ମକ୍ଷେତ୍ରରେ ୨ ସପ୍ତାହ ବାଧ୍ୟତାମୂଳକ ଛୁଟି ରହିଥିଲା। ଏହି ଛୁଟି ନେଇ ସେ ଏକଦା ହିମାଳୟ ଯାତ୍ରା କରିଥିଲେ । ଏହା ପରେ ତାଙ୍କ ଜୀବନର ଗତିପଥ ସଂପୂର୍ଣ୍ଣ ବଦଳିଯାଇଥିଲା । ସେଠାରୁ ସେ ଆଉ କର୍ମକ୍ଷେତ୍ରକୁ ଫେରିନଥିଲେ, ହିମାଳୟର କୋଳରେ ସେ ଦୀର୍ଘ ଛଅମାସ ବିତାଇଲେ ।

ସେ ବାସ୍ତବରେ ନିଜର ଚାକିରି ଜୀବନରେ ଖୁସିନଥିଲେ, କିନ୍ତୁ ତାଙ୍କର ଅନ୍ତର୍ଦୃଷ୍ଟି ତାଙ୍କୁ ସ୍ପଷ୍ଟ ଚିତ୍ର ଦେଖିବାରେ ସହାୟକ ହୋଇଥିଲା । ଅଜୟ ଏହାର ସ୍ମୃତିଚାରଣ କରି କହନ୍ତି, “ ମୁଁ ବିଆଇଟିଏସ୍ ପିଲାନିରୁ ପାସ୍ ହେବାପରେ ପ୍ରଥମ ଚାକିରିରେ ୬ ମାସରୁ ଅଧିକ ସମୟ କାମ କରିପାରିନଥିଲି । ସେତେବେଳେ (୯୦ଦଶକରେ) ବଜାରରେ ସ୍ୱଚ୍ଛଳ ଅବସ୍ଥା ଥିଲା ଓ ମୁଁ ବ୍ୟବସାୟରେ ପୁଂଜିବାଦର ଦିଗକୁ ଅନୁଭବ କରିଥିଲି । ତେବେ ବଜାରରେ ମାନ୍ଦାବସ୍ଥା ଆରମ୍ଭ ହେବା ପରେ ମୁଁ ହ୍ୱାର୍ଟନ ଓ ପେନ୍ ଇଂଜିନିୟରିଂକୁ ପଢ଼ିବାକୁ ଗଲି ସେଠାରୁ ମୋର ପ୍ରକୃତ ଯାତ୍ରା ଆରମ୍ଭ ହୋଇଥିଲା । ବର୍ତ୍ତମାନ ମୋ ମନରେ ଥିବା କେତେକ ପ୍ରଶ୍ନର ଉତ୍ତର ପାଇଛି ।”

ତାଙ୍କର ହିମାଳୟ(କେଦାରନାଥ) ଯାତ୍ରା ପରେ ପରିବର୍ତ୍ତିତ ଜୀବନର ଯାତ୍ରା ଆରମ୍ଭ ହୋଇଥିଲା । ଶେଷରେ ଅଜୟ ୨୦୧୦ରେ ନିଜର ଅଭିଜ୍ଞତାକୁ ଲିପିବଦ୍ଧ କରିବା ଆରମ୍ଭ କଲେ ଓ ଗ୍ରାମୀଣ ଭାରତକୁ ସଶକ୍ତୀକରଣ କରିବାର ଯୋଜନା ପ୍ରସ୍ତୁତ କଲେ । ଏହି ଯୋଜନାରେ ତାଙ୍କ ଅନ୍ତରର ଅନୁଭୂତି, ଜୀବନର ମୂଲ୍ୟବୋଧକୁ ସାକାର କରିବାକୁ ଚେଷ୍ଟା କଲେ । ଏହି ସମୟରେ ହର୍ଭାର ଭିତ୍ତିସ୍ତର ପଡ଼ିଲା ।

ଅଜୟ ଗଭୀର ଭାବେ ଅନୁଧ୍ୟାନ କରିଥିଲେ ଯେ ସରକାର ଦକ୍ଷତା ବୃଦ୍ଧି କରୁଛନ୍ତି ସତ କିନ୍ତୁ ଆବଶ୍ୟକ ସୁଯୋଗର ସୃଷ୍ଟି କରୁନାହାନ୍ତି । ଜାତୀୟ ଦକ୍ଷତା ବିକାଶ ନିଗମ(ନ୍ୟାସନାଲ୍ ସ୍କିଲ୍ ଡେଭ୍ଲାପ୍ମେଂଟ କର୍ପୋରେସନ୍) ପ୍ରାର୍ଥୀମାନଙ୍କୁ ପ୍ରଶିକ୍ଷିତ କରୁଛି ସତ କିନ୍ତୁ ସୁଯୋଗର ଅଭାବରୁ ସେମାନେ ଇଂରାଜି ଅକ୍ଷର ଏବିସିଡି ଅର୍ଥାତ୍ ଆୟା(ଧାଈ), ବାଇ(ଚାକରାଣୀ), ଚୌକିଦାର(ଜଗୁଆଳି) ଏବଂ ଡ୍ରାଇଭର(ଗାଡ଼ିଚାଳକ) ହେଉଛନ୍ତି । ସେ ଆହୁରି ମଧ୍ୟ କହନ୍ତି, “ ଯଦି ତୁମେ ଅଂଶଗ୍ରହଣ କରୁନାହଁ, ତୁମର ସମାଲୋଚନା କରିବାର କୌଣସି ଅଧିକାର ନାହିଁ । ଗ୍ରାମୀଣ ଭାରତର ସମସ୍ୟା ସମ୍ପର୍କରେ କେତେକ ବୁଦ୍ଧିଜୀବୀ ତୃଣମୂଳ ସ୍ତରକୁ ଯିବାର ଆବଶ୍ୟକତା ରହିଛି । ଆମେ ମୂଲ୍ୟବୋଧର ସୃଷ୍ଟି ପ୍ରସଙ୍ଗରେ କିଛି କରିବାର ଅଛି ଯାହା ଅଧିକ ସ୍ଥାୟିତ୍ତ୍ଵ ପ୍ରଦାନ କରିବ ।”

ହର୍ଭାର ଅର୍ଥ ହେଉଛି ଇଂରାଜିରେ ‘ହାରନାସିଂ ଭେଲ୍ୟୁ’ ଅର୍ଥାତ୍ ମୂଲ୍ୟବୋଧର ବିକାଶ । ଗ୍ରାମୀଣ ଭାରତର ମୂଲ୍ୟବୋଧର ବିକାଶ ପାଇଁ କାର୍ଯ୍ୟ କରିବା, ଯେପରି ବିପିଓ, ଗୋଷ୍ଠୀ ଭିତ୍ତିକ କୃଷି, ଗ୍ରାମାଂଚଳରେ ଅଣୁ ବୀମା ଆଦି । ଗତ ତିନି ବର୍ଷରେ, ହର୍ଭା ଲକ୍ଷ୍ୟ ଓ ପ୍ରଭାବ ଦୃଷ୍ଟିକୋଣରୁ ଆଖିଦୃଷିଆ ପ୍ରଗତି କରିଛି । ସେମାନେ ଏକ ଅଣଲାଭଦାୟକ ସଂସ୍ଥାକୁ ଯୋଡ଼ିଛନ୍ତି ଯାହା ଦକ୍ଷତା ବୃଦ୍ଧି ପ୍ରସଙ୍ଗରେ କାର୍ଯ୍ୟ କରୁଛି । ଯେହେତୁ ତୃଣମୂଳସ୍ତରରେ ପ୍ରାରମ୍ଭିକ ପର୍ଯ୍ୟାୟଟି ସର୍ବଦା କଷ୍ଟକର, ତେବେ ବର୍ତ୍ତମାନ ଲୋକମାନେ ଏହାକୁ ସାଦରେ ଗ୍ରହଣ କରିଛନ୍ତି ଏବଂ ହର୍ଭା ଦ୍ୱାରା ପ୍ରାୟୋଜିତ ଉନ୍ନୟନ ଅଭିଯାନରେ ସହଯୋଗ କରୁଛନ୍ତି ।

ଯୋଜନାରେ ମାଇକ୍ରୋଫାଇନାନ୍ସ ସର୍ବଦା ଏକ ଅଂଶ ବିଶେଷ ଥିଲା କିନ୍ତୁ ଚଳିତ କାର୍ଯ୍ୟକ୍ରମର ସ୍ଥିତିକୁ ଦୃଷ୍ଟିରେ ରଖି ଅଜୟ ଏବଂ ତାଙ୍କ ସାଥିମାନେ ହର୍ଭା ଏମ୍ପ୍ଲୋଇ ଲୋନ୍ ପ୍ରୋଗ୍ରାମ୍ ପ୍ରକଳ୍ପକୁ ବନ୍ଦ କରିଦେଇଛନ୍ତି । ପ୍ରତିବଦଳରେ ହର୍ଭା ସୁରକ୍ଷା ନାମକ ଏକ ନୂତନ ଯୋଜନାକୁ ସାମିଲ କରିଛନ୍ତି । ଏହା ଏକ ଅର୍ଦ୍ଧ ସଂଚୟ ଯୋଜନା, ଯାହା ବଜାଜ୍ ଆଲିଏଞ୍ଜ ସହଭାଗିତାରେ ଚାଲୁରହିଛି । ଏହାଦ୍ୱାରା ଗ୍ରାମାଂଚଳ ଲୋକଙ୍କୁ ଅଣୁ ବୀମାର ସୁବିଧା ପ୍ରଦାନ କରାଯାଉଛି । ବର୍ତମାନ ସଂସ୍ଥାର ସ୍ଥିତି ସଂପର୍କରେ ସୂଚନା ଦେଇ ଅଜୟ କହିଛନ୍ତି, “ସଂପ୍ରତି, ହର୍ଭା ୨୦ଟି ହର୍ଭା ଡିଜିଟାଲ୍ ହଟ୍ କିମ୍ବା ଏକ୍ସପିଓ (ବିପିଓ, କେପିଓ, ଏଲ୍ପିଓ) ଚଳାଉଛି । ଏହାମଧ୍ୟରୁ ୫ଟି ହର୍ଭାର ନିଜସ୍ୱ ଏବଂ ଅନ୍ୟଗୁଡ଼ିକ ସହଭାଗିତାରେ ପରିଚାଳିତ । ଏହି ହଟ୍ ଗୁଡ଼ିକ ଦେଶର ୧୪ଟି ରାଜ୍ୟରେ କ୍ରିୟାଶୀଳ । ଏଥିରେ କାମକରୁଥିବା ଲୋକଙ୍କ ମଧ୍ୟରୁ ୭୦% ମହିଳା ଅଟନ୍ତି । ପ୍ରତ୍ୟେକ ଏକ୍ସପିଓ, ନିକଟରେ ଥିବା ୩-୪ଟି ଗ୍ରାମକୁ ନେଇ ଗଠିତ ହୋଇଛି । ଆମେ ଏକ ହଜାର ପରିବାରକୁ ସହାୟତା ପ୍ରଦାନ କରୁଛୁ ଏବଂ କୃଷି, ଛାତ୍ର ସହାୟତା ଡେସ୍କ୍ ଓ ବୀମା ବିକ୍ରି ବାବଦକୁ ପ୍ରତ୍ୟେକ ବ୍ୟକ୍ତି କରୁଥିବା ସ୍ୱ ପରିଶ୍ରମ ଅନୁପାତରେ ୧୫୦୦ଟଙ୍କାରୁ ୧୪ହଜାର ଟଙ୍କା ଯାଏଁ ଆୟ କରୁଛନ୍ତି ।”

ବିକାଶକୁ ତ୍ୱରାନ୍ୱିତ କରିବା ପ୍ରଚେଷ୍ଟାରେ ହର୍ଭା ସହଭାଗିତା ଯୋଜନା ପ୍ରସଙ୍ଗରେ ଗବେଷଣା କରୁଛି । ଏଠାରେ ଏକ ଭିନ୍ନତା ପରିଲକ୍ଷିତ ହୁଏ. ଏଠାରେ ସହଭାଗ ଦେଉଥିବା ସଂସ୍ଥା(ଫ୍ରାନ୍ଚାଇଜର୍) ସହଭାଗୀ ସଂସ୍ଥା(ଫ୍ରାନ୍ଚାଇଜି)ଙ୍କୁ କୌଣସି ଅର୍ଥ ପ୍ରଦାନ କରିନଥାଏ । ଏହି ପରିବର୍ତନ ଲାଗୁ କରାଯାଇଛି କାରଣ ହର୍ ଭା ପ୍ରକଳ୍ପର ସମସ୍ତ ଦାୟିତ୍ୱ ବହନ କରେ । ଅଜୟ ନିଜର ସ୍ୱଳ୍ପକାଳୀନ ଲକ୍ଷ୍ୟ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହା ଦ୍ୱାରା ମଧ୍ୟମସ୍ତରର ପରିଚାଳନା କ୍ଷେତ୍ରକୁ ସଶକ୍ତୀକରଣ କରାଯିବ ଫଳରେ ସଂସ୍ଥାକୁ ଆଂଚଳିକ ସ୍ତରକୁ ନିଆଯାଇପାରିବ । ସେହିଭଳି ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସେ ଜାତୀୟସ୍ତରର ବିକାଶ ସହ ନିଜର ପ୍ରକଳ୍ପର ରୂପରେଖକୁ ଅନ୍ୟଦେଶରେ କାର୍ଯ୍ୟକାରୀ କରିବେବୋଲି କହିଛନ୍ତି ।

ହର୍ଭା ଏକ୍ସପିଓ ଏବଂ ଅନ୍ୟ କେନ୍ଦ୍ର ଗୁଡ଼ିକର ସ୍ଥାପନ କରିବା ରାସ୍ତାରେ ଅଜୟଙ୍କ ପାଇଁ ଗ୍ରାମାଂଚଳର ଦୁର୍ବଳ ଭିତ୍ତିଭୂମି ଓ ଗମନାଗମନର ଅସୁବିଧା ଦୁଇଟି ପ୍ରମୁଖ ପ୍ରତିବନ୍ଧକ ଅଟେ । ଅନ୍ୟ ପ୍ରମୁଖ ସମସ୍ୟା ହେଲା ଗାଁ ଲୋକଙ୍କ ମାନସିକତାର ପରିବର୍ତନ ଏବଂ ସେମାନଙ୍କୁ ହର୍ଭାର ସମିଷ୍ଟିଗତ ବିକାଶରେ ସହଯୋଗ ପାଇଁ ପ୍ରୋ୍ତ୍ସାହିତ କରିବା । ତେବେ ହର୍ଭାର ଏକ୍ସପିଓ ଏବଂ ଗ୍ରାମାଂଚଳର ଅନ୍ୟ ବିପିଓଙ୍କ ମଧ୍ୟରେ ଏକ ବିଶେଷ ଭିନ୍ନତା ହେଲା ଗ୍ରାମାଂଚଳ ବିପିଓରେ ସର୍ବନିମ୍ନ ପାରିଶ୍ରମିକ ପ୍ରଦାନ କରାଯାଇଥାଏ । ଏଭଳି ପରିବର୍ତ୍ତନ ସଂପର୍କରେ ଅଜୟ କହନ୍ତି, “ ପ୍ରକୃଷ୍ଟ ସୁଯୋଗ(ମାନ୍ୟତାପ୍ରାପ୍ତ ଚାକିରି ସହ)ରୁ ଆନୁଗତ୍ୟ ଭାବ ସୃଷ୍ଟି ହୋଇଥାଏ, ଯାହା ହର୍ଭା ଏହାର ଗୋଷ୍ଠୀ ଓ ଲୋକଙ୍କୁ ପ୍ରଦାନ କରିଥାଏ । ଆମେ ଅଣୁ ବୀମା ଯୋଜନାରେ ୭% ପ୍ରିମିୟମ୍ ପ୍ରଦାନ କରିଥାଉ । ଆମର ଲକ୍ଷ୍ୟ ହେଲା ପରିପାର୍ଶ୍ଵରେ ମୂଲ୍ୟବୋଧର ସୃଷ୍ଟି ।”

ଅଜୟଙ୍କ କାର୍ଯ୍ୟ ବିଶ୍ୱସ୍ତରରେ ଗ୍ରହଣୀୟ ଏବଂ ପ୍ରଶଂସାଭାଜନ ହୋଇପାରିଛି । ଏଥିପାଇଁ ତାଙ୍କୁ ୨୦୧୩ ମସିହାରେ ବିଶ୍ୱ ଅର୍ଥନୈତିକ ଫୋରମ ପକ୍ଷରୁ ବିଶ୍ୱ ଯୁବ ନେତାର ସମ୍ମାନରେ ସମ୍ମାନିତ କରାଯାଇଛି । ନିକଟରେ ଆମଷ୍ଟର୍ଡମ୍ ସ୍କୁଲ୍ ଅଫ୍ କ୍ରିଏଟିଭ୍ ଲିଡରସିପ୍ ଦ୍ୱାରା ପ୍ରସ୍ତୁତ ସମଗ୍ର ବିଶ୍ୱର ୫୦ଜଣ ସୃଜନାତ୍ମକ ନେତାଙ୍କ ତାଲିକାରେ ଅଜୟଙ୍କୁ ସ୍ଥାନ ଦିଆଯାଇଛି । ନିଜର ଉଦ୍ୟମ ଏବଂ ପ୍ରଭାବର ଅଭିଯାନରେ ତାଙ୍କୁ ପ୍ରଭାବିତ କରିଥିବା ପ୍ରସଙ୍ଗ ସଂପର୍କରେ ସୂଚନା ଦେଇ ଅଜୟ କହନ୍ତି, “ ଏହା ହେଉଛି ହତାଶା । ଏହା ବୃଦ୍ଧି ପାଇ ଏକ ନିର୍ଦ୍ଧିଷ୍ଟ ସୀମା ପରେ ଦୃଢ଼ବିଶ୍ୱାସକୁ ପଛରେ ପକାଇ ଦିଏ ଏବଂ ସର୍ବଦା ଦୌଡ଼ିବାକୁ ପ୍ରେରଣା ଦେଇଥାଏ । ଯାହା ଫେସବୁକ ବିଶ୍ୱର ୧ କୋଟି ଲୋକଙ୍କ ପାଇଁ କରିଛି, ମୁଁ ସେହିଭଳି ଗ୍ରାମୀଣ ଭାରତର ଲୋକଙ୍କ ପାଇଁ କରିବି । ଆମେ ରିହାତି ଗ୍ରାହକ ମଡେଲ୍ ଉପରେ କାମ କରୁନାହୁଁ ବରଂ ଆମ ଦେଶର ଅର୍ଥନୀତି ପାଇଁ ଉପ୍ତାଦନକାରୀ ମଡେଲ୍ ଉପରେ କାମକରୁଛୁ, ଏହା ଆମପାଇଁ କଷ୍ଟକର । ଏହିକଥା ଆମେ ଭଲଭାବେ ବୁଝିଛୁ ଏବଂ ଏଥିରେ ଥିବା ମୂଲ୍ୟବୋଧକୁ ମଧ୍ୟ ଅନୁଭବ କରୁଛୁ ।”

Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags