ଡେରାବିଶ ବ୍ଲକ ଅନ୍ତର୍ଗତ ଛୋଟି ଗ୍ରାମର ଶିକ୍ଷକ ଦମ୍ପତ୍ତି ଦାମୋଦର ମହାନ୍ତି ଓ ମଂଜୁଲତା ନାୟକଙ୍କ ବଡ ପୁଅ ଦେବୀ ପ୍ରସାଦ ମହାନ୍ତି (୩୦) ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତାର ସହିତ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ୬୭୦ କୃତୀ ପ୍ରତିଯୋଗୀଙ୍କ ମଧ୍ୟରୁ ତାଙ୍କ ନାମ ୧୦୬ ସ୍ଥାନରେ ରହିଛି। ଶ୍ରୀ ମହାନ୍ତି ଛୋଟି ରାମଚଣ୍ଡି ଶିକ୍ଷା ନିକେତନରୁ ମାଟ୍ରିକରେ ଉତ୍ତୀର୍ଣ୍ଣ ହେବାପରେ ରେଭେନ୍ସା କଲେଜରେ ଯୁକ୍ତ ୨ ଏବଂ କେନ୍ଦ୍ରାପଡ଼ା କଲେଜରେ ଯୁକ୍ତ ୩ ଶ୍ରେଣୀରେ ନାମ ଲେଖାଇ ଉର୍ତ୍ତୀର୍ଣ୍ଣ ହୋଇଥିଲେ।
Share on