EDITIONS
Odia

କୋଟିଏ ଟଙ୍କାର ଚାକିରି ଛାଡି ଉଦ୍ୟୋଗପତି ହେଲେ Hello Curryର ରାଜୁ ଭୂପତି

ARVIND YADAV
15th May 2016
Add to
Shares
0
Comments
Share This
Add to
Shares
0
Comments
Share

କୋଟି କୋଟି ଟଙ୍କାର ଚାକିରି ଛାଡି ଉଦ୍ୟୋଗୀ ହେଲେ ରାଜୁ ଭୂପତି...

ପ୍ରଥମ ଚାକିରୀର ଦରମା ଥିଲା ମାତ୍ର ହଜାରେ ଟଙ୍କା....

କୋଟି କୋଟି ଟଙ୍କାର ବାର୍ଷିକ ଦରମା ଛାଡି ଆରମ୍ଭ କଲେ Hello Curry

“Hello Curry”କୁ କରିବାକୁ ଚାହାଁନ୍ତି McDonalds ପରି ଗ୍ଲୋବାଲ

ଜୀବନରେ ଉତ୍ଥାନ ପତନ ଅନେକ ଦେଖିଛନ୍ତି ରାଜୁ। ଅନେକ କିଛି ଅଙ୍ଗେ ନିଭେଇଲା ପରେ ବୁଝିଛନ୍ତି ଯେ କୌଣସି ଉଦ୍ୟମ ଫେଲ ମାରିବା ମାନେ ଅସଫଳତା ନୁହେଁ, ବରଂ ସଫଳତା ପାଇବାରୁ ଟିକିଏ ରେ ରହିଯିବା। ଅସଫଳତା ଅନେକ ଥର ତାଙ୍କ ଦରଜା ଖଟଖଟ କରିଛି ମାତ୍ର ହାର ନ ମାନିବାର ଭାବନା କିଛି ଏପରି ପ୍ରକାରରେ ତାଙ୍କ ମନରେ ଭର୍ତ୍ତି ଥିଲା ଯେ ସେ ତାଙ୍କର ଉଦ୍ୟମ ଜାରି ରଖିଲେ। ନିରନ୍ତର ପ୍ରଚେଷ୍ଟା ଫଳରେ ଅସଫଳତା ମଧ୍ୟ ଥକି ଗଲା ଓ ତାଙ୍କ ଦୁଆରୁ ଫେରିଗଲା।

ରାଜୁ ଭୂପତି ମୂଳରୁ ଡାକ୍ତର ହେବାକୁ ଚାହୁଁଥିଲେ। କିନ୍ତୁ ସେ ଯଦି ଡାକ୍ତର ହେଇଥାନ୍ତେ ତାହେଲେ ଖାଦ୍ୟ ଇଣ୍ଡଷ୍ଟ୍ରିକୁ ଏପରି ଏକ ଉଦ୍ୟୋଗୀ କେବେ ମିଳିନଥାନ୍ତା। ଆପ୍ପଲ୍ୟାବ ଭଳି ବଡ କର୍ପୋରେଟର ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେନ୍ଟ ଓ ସିଏସସିର ଆଇଟିଏସ ଡେଲିଭରି ସର୍ଭିସର ମୁଖ୍ୟ ଭାବରେ କାମ କରୁଥିବା ରାଜୁ ନିଜ ଜୀବନର ପ୍ରଥମ ଚାକିରୀ ମାତ୍ର ହଜାରେ ଟଙ୍କା ଦରମାରେ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ଜଣା ନଥିଲା ଯେ ସେ ତାଙ୍କ ଜୀବନରେ କେବେ ବାର୍ଷିକ ତିନି କୋଟି ଟଙ୍କା ରୋଜଗାର କରିପାରିବେ। ଲ୍ୟାବ ଆସିଷ୍ଟାଣ୍ଟ ଠାରୁ ଆରମ୍ଭ କରି ଏକ ବଡ ପଦବୀରେ କାମ କରିବା ପର୍ଯ୍ୟନ୍ତ ରାଜୁଙ୍କ ଜୀବନରେ ଅନେକ କିଛି ବିତିଛି। କିନ୍ତୁ ଉଦ୍ୟୋଗୀ ହେବାର ଇଚ୍ଛା ଆଗରେ ସବୁ ଛୋଟ ଥିଲା। ୧୫ ବର୍ଷ ଚାକିରୀ କଲାପରେ ତାଙ୍କର ମନ ଛାଡିଗଲା ଓ ସେ ନିଜର ଉଦ୍ୟୋଗ ସ୍ଥାପନା କଲେ। ଆଜି ସେ ଦେଶବିଦେଶରେ “Hello Curry”ର ସଂସ୍ଥାପକ ଭାବେ ଜଣା।

image


ରାଜୁଙ୍କ ଜୀବନ ବିଲକୁଲ ସହଜ ନଥିଲା। ଅନେକ କଷ୍ଟ ଓ ସଂଘର୍ଷ ଦେଇ ଯାଇଛି ତାଙ୍କ ଜୀବନ। ଆନ୍ଧ୍ରପ୍ରଦେଶର ଅମଲାପୁରମରେ ଜନ୍ମ। ତାଙ୍କ ବାପା ନରସିଂହ ରାଜୁ ଥିଲେ ଏକ ହୋମିଓପାଥି ଡାକ୍ତର। ସମାଜସେବାର ମନ ନେଇ ସେ ରୋଗୀଙ୍କର ମାଗଣାରେ ଚିକିତ୍ସା କରୁଥିଲେ। ନିଜ ବାପାଙ୍କୁ ଦେଖି ରାଜୁ ମଧ୍ୟ ଡାକ୍ତର ହେବାକୁ ମନ ବଳାଇଥିଲେ।

ପ୍ରକୃତରେ ରାଜୁଙ୍କ ବାପା ମଧ୍ୟ ତାଙ୍କୁ ଡାକ୍ତର କରିବାକୁ ଚାହୁଁଥିଲେ। କିନ୍ତୁ ଏମବିବିଏସର ପ୍ରବେଶିକା ପରୀକ୍ଷାରେ ସେ ରାଙ୍କ ନରଖିପାରିବାରୁ ଆଡମିସନ ପାଇଲେ ନାହିଁ। ରାଜୁ ଏହାକୁ ନିଜର ପ୍ରଥମ ଅସଫଳତା ବୋଲି ଧରନ୍ତି। ଏମବିବିଏସ ରେ ସିଟ ନ ପାଇବାରୁ ଘର ଲୋକେ ତାଙ୍କୁ ବାପାଙ୍କ ପରି ହୋମିଓପାଥି ପଢିବାକୁ କହିଲେ। ବହୁତ ଖୋଜିଲା ପରେ କର୍ଣ୍ଣାଟକର ହୁବଲି କଲେଜରେ ତାଙ୍କର ସିଟ ପକ୍କା ହେଇଗଲା।

ରାଜୁ ଆଡମିସନ କରିବା ପାଇଁ ତାଙ୍କ କକାଙ୍କ ସହ ହୁବଲି ଗଲେ। ଫିସ ଜମା କରିବା ପାଇଁ ଲମ୍ବା ଲାଇନ ଲାଗିଥାଏ। ରାଜୁଙ୍କୁ ଲାଇନରେ ଠିଆ କରି ତାଙ୍କ କକା ବାହାରକୁ ଗଲେ। ରାଜୁ ସେ ମଧ୍ୟରେ କ୍ୟାମ୍ପସ ଦେଖି ନିଜ ଜୀବନର ଆଗାମୀ ପାଞ୍ଚ ବର୍ଷ କିପରି କଟିବ ତାର କଳ୍ପନା ଜଳ୍ପନା କରିବା ଆରମ୍ଭ କରିଦେଇଥିଲେ। ମାତ୍ର ସେତିକି ବେଳେ ତାଙ୍କ କକା ଆସି କହିଲେ ଫେରିଯିବା। ଲୋକାଲ କଲେଜରେ ଆଡମିସନ ମିଳିଯିବ। ତାଙ୍କ ବାପା ବିକଳ୍ପ କିଛି ଖୋଜିଛନ୍ତି । ରାଜୁଙ୍କର କଳ୍ପନା ସବୁ ପବନରେ ଉଡିଗଲା। ରାଜୁଙ୍କର ସ୍ଵପ୍ନ ସବୁ ଗୋଟେ ପରେ ଗୋଟେ ଭାଙ୍ଗୁଥାଏ। ଲୋକାଲ ଏକ ମେଡିକାଲ କଲେଜରେ ଏନସିସି କୋଟାରେ ତାଙ୍କୁ ସିଟ ମିଳିଥାନ୍ତା ମାତ୍ର ଆଡମିସନ ଦିନ ଏନସିସିର କୋଟା କମ କରିଦିଆଗଲା। ଏମବିବିଏସ ପରୀକ୍ଷା ପାଇଁ ଆଉ ଥରେ ଚେଷ୍ଟା କଲେ ମାତ୍ର ପୁଣି ବିଫଳ ରହିଲେ। ଶେଷରେ ଆନ୍ଧ୍ରପ୍ରଦେଶର କାକୀନାଡାର ଏକ ଡିଗ୍ରୀ କଲେଜରେ ଆଡମିସନ ନେଲେ।

ରାଜୁ କୁହନ୍ତି,

“ଯଦି ମୁଁ ଡାକ୍ତର ହେଇଥାନ୍ତି ତାହେଲେ ଏକ ନିହାତି ଖରାପ ଡାକ୍ତର ହେଇଥାନ୍ତି। ମୋର ପ୍ରକୃତି ଓ ପ୍ରବୃତ୍ତି ସବୁବେଳେ ଅଲଗା ଅଲଗା ଥିଲେ। ବୋଧହୁଏ ମୋ ମନରେ ସବୁବେଳେ ଏକ ଉଦ୍ୟୋଗୀ ଲୁଚି ବସିଥିଲା ଆଉ ମୁଁ ଜାଣିପାରୁନଥିଲି।“
ଏମଏସସି ପରେ ବଡଭାଇଙ୍କ ଉପଦେଶ ରେ ସେ ଏକ ମାସର ଆଇଟି ଟ୍ରେନିଂ ନେଲି। ଯଦିଓ ସେ ବିଷୟ ମୋ ବଶରେ ନଥିଲା, କିନ୍ତୁ ମୁଁ ପ୍ରୋଗ୍ରାମିଂ ଶିଖିଗଲି। ସେତେବେଳେ ଆମେରିକାରୁ ଫେରିଥିବା ମୋର ଜଣେ ପଡୋଶୀ ଏକ କମ୍ପାନୀ ଆରମ୍ଭ କରିଥିଲେ। ସେ ମୋତେ ତାଙ୍କ କମ୍ପାନୀରେ କାମ କରିବାକୁ ଡାକିଲେ। ଏପରି ଭାବେ ମୁଁ ମୋର ପ୍ରଥମ ଚାକିରି କରିଥିଲି।

ସେ ଭାବିଲେ ଚାକିରି କରି ପଇସା ରୋଜଗାର କଲେ ବୋଧହୁଏ ଖୁସି ଫେରିଆସିବ। ଘର ଲୋକେ ଖୁସି ହେବେ। ମାତ୍ର କମ୍ପାନୀର ମାଲିକ ମୋତେ ମୋର ଦରମା ମାତ୍ର ହଜାରେ ଟଙ୍କା ହେବ ବୋଲି କହିଲେ। ଆଉ ଏକ ସ୍ଵପ୍ନ ଭାଙ୍ଗିଲା। କିନ୍ତୁ ଅନ୍ୟ କୌଣସି ବିକଳ୍ପର ଅଭାବରୁ ମୁଁ ସେଇ ଚାକିରି କରିବାକୁ ରାଜି ହେଲି।

୨୦୦୧ରେ ରାଜୁ ଆପଲ୍ୟାବ ଭଳି କମ୍ପାନୀରେ ନିଯୁକ୍ତ ହେଲେ। ନିଜର ଯୋଗ୍ୟତା ଓ ପରିଶ୍ରମ ବଳରେ ସେ ଧୀରେ ଧୀରେ ସଫଳତାର ସିଡି ଚଢିବାକୁ ଲାଗିଲେ। ଦଶ ବର୍ଷ ମଧ୍ୟରେ ମ୍ୟାନେଜର ରୁ ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟର ଯାତ୍ରା ପୂରଣ କଲେ। ତାପରେ ଦିନେ ଆପଲ୍ୟାବର ସିଏମସି କମ୍ପାନୀରେ ସେ ଭାଇସ ପ୍ରେସିଡେଣ୍ଟ ହେଲେ। ଏହି ଯାତ୍ରାର ପ୍ରତି ଟି ମୂହୁର୍ତ୍ତ ତାଙ୍କ ପାଇଁ ମହତ୍ଵପୂର୍ଣ୍ଣ ଥିଲା। କିନ୍ତୁ ଦୁଇଟି ଘଟଣା ସେ ମାନେ ପକାନ୍ତି। ଥରେ ସେ ଆମେରିକାରେ ରହିବାକୁ ଚାହୁଁନଥିଲେ ବୋଲି ଫେରି ଆସିଥିଲେ, ଓ ଆଉ ଗୋଟେ ସମୟରେ ସେ ଆମେରିକାରେ ରହିବାକୁ ଚାହୁଁଥିଲେ ମଧ୍ୟ ପରିସ୍ଥିତିର ଚାପରେ ପଡି ଭାରତ ଫେରିଆସିବାକୁ ବାଧ୍ୟ ହେଇଥିଲେ।

ରାଜୁ କହନ୍ତି,

ଛ’ ସାତ ବର୍ଷ କାମ କଲା ପରେ ସେ କମ୍ପାନୀ ତରଫରୁ ଆମେରିକା ଗଲି। ସେଠି ପହଞ୍ଚିବା ପରେ ମୋତେ ସେଠି ଆଦୌ ଭଲ ଲାଗିଲା ନାହିଁ। କିନ୍ତୁ ଫେରିବାର ଉପାୟ ନଥିଲା। ମୋ ପାଖରେ ବିଶେଷ ପଇସା ନଥାଏ। ପତ୍ନୀ ଗର୍ଭବତୀ ଥାଆନ୍ତି। କିନ୍ତୁ ମୁଁ ଠାଣି ନେଇଥିଲି ଯେ ମୋତେ ନିଜ ଦେଶ ଫେରିଯିବାର ଅଛି। କମ୍ପାନୀରେ ଜଣେଇବାରୁ ସିଇଓ ମୋତେ ବୁଝାଇଲେ ଓ ଆଉ ଦୁଇ ମାସ ରହିଯିବାପାଇଁ କହିଲେ। ମୁଁ ରହିଲି। ପାଞ୍ଚ ବର୍ଷ ପରେ ଆଉ ଥରେ ଆମେରିକା ଯିବାକୁ ପଡିଲା। ଏଥର ଭାବିଲି ଆମେରିକାରେ ହିଁ ସେଟଲ ହେଇଯିବି। ସବୁ କିଛି ଠିକ କରି ରହିବା ବେଳେ ସିଇଓ ଙ୍କର ଫୋନ ଆସିଲା। କହିଲେ ଭାରତ ଫେରିଆସ।

ତାଙ୍କୁ ଏକ ଗ୍ଲୋବାଲ ପଦବୀ ଅଫର କରାଗଲା ଯାହାକୁ କି ରାଜୁ ମନା କରିପାରିଲେ ନାହିଁ। ମାତ୍ର ପନ୍ଦର ଦିନରେ ଫେରିଆସିଲେ। ଆସିଲା ପରେ ତାଙ୍କ ମନରେ ଏଇ ଚିନ୍ତା ଖେଳିଲା ଯେ ଏହା ପରେ କଣ। ଆଇଟି କ୍ଷେତ୍ରରେ ଯେତିକି କାମ କରିବାର ଥିଲା ସେ ସବୁ କରିସାରିଥିଲେ। ଆଉ ଅଧିକ କିଛି ସେ କରିବାକୁ ଚାହୁଁନଥିଲେ। ତେଣୁ ଚାକିରି ଛାଡିଲେ।

ପନ୍ଦର ବର୍ଷ ଧରି ମୁଁ ବହୁତ ପରିଶ୍ରମ କରିଛି ଓ ଭଲ କାମ କରିଛି କିନ୍ତୁ ନିଜକୁ ତା’ ଭିତରେ ଖୋଜି ପାଇନି। ଏତେ ବଡ ଚାକିରି ଛାଡିବା ସହଜ ନଥିଲା। କିନ୍ତୁ ମୋତେ ଏଥର କେହି ଅଟକାଇ ପାରିଲେ ନାହିଁ। ମୁଁ ମୋ ବାପାଙ୍କ ଉପରେ ଦୁଇ ମାସ ଧରି ଏକ ବହି ଲେଖିଲି। ମୋର ସଙ୍ଗୀତରେ ସଉକ ଥିଲା। ଏକ ମ୍ୟୁଜିକ ଆଲବମ ବାହାର କଲି। ନିଜର ପରିଚୟ ଖୋଜି ପାଇବା ପାଇଁ ଅନେକ କିଛି କଲି।
image


ଏହା ପରେ ରାଜୁଙ୍କର କୌଣସି କମ୍ପାନୀରେ ଚାକିରି କରିବାର ଇଚ୍ଛା ନଥିଲା। ନିଜର ଏକ ଘନିଷ୍ଠ ବନ୍ଧୁ ସନ୍ଦିପଙ୍କ ସହ ମିଶି ସେ ଫୁଡ ବିଜନେସରେ ପାଦ ରଖିଲେ। ପ୍ରଥମେ ପ୍ରଥମେ ଏଇ ବ୍ୟବସାୟ ବେଶ ସହଜ ଲାଗିଲା। ଗୋଟେ ଇଡଲି ୫ ଟଙ୍କା ଖର୍ଚ୍ଚରେ ତିଆରି ହୁଏ ଆଉ ୫୦ ଟଙ୍କାରେ ବିକ୍ରି ହୁଏ। ମାନେ ସିଧାସଳଖ ୫୦ଟଙ୍କାର ଲାଭ। ଏହି ପରି ଲାଭ ଅର୍ଜନ କରିବା ପାଇଁ ଆମେ ଫୁଡ ବିଜନେସରେ ପାଦ ଦେଇଥିଲୁ।

ଏହି କ୍ଷେତ୍ରରେ କିଛି ନୂଆ କରିବାର ଲକ୍ଷ୍ୟ ନେଇ ଆମେ ଟେକଏୱେ ଚେନ ଆରମ୍ଭ କଲୁ। ତାପରେ ହୋମ ଡେଲିଭରି ଆରମ୍ଭ କଲୁ। ସେ ଦାବୀ କରନ୍ତି ଯେ ଏହା ହେଉଛି ଦୁନିଆର ପ୍ରଥମ ଇଣ୍ଡିଆନ ଫାଷ୍ଟଫୁଡ ହୋମ ଡେଲିଭରି ଚେନ। ମାତ୍ର କିଛି ମାସ ମଧ୍ୟରେ ପୁଞ୍ଜି ମିଳିଲା ଓ ବ୍ୟବସାୟ ଆଗକୁ ବଢିବାକୁ ଲାଗିଲା।

image


ରାଜୁ କୁହନ୍ତି,

ଭାରତୀୟ ଖାଦ୍ୟ ଓ ବ୍ରାଣ୍ଡକୁ ଗ୍ଲୋବାଲ କରିବାର ଲକ୍ଷ୍ୟ ନେଇ ଆମେ ଏଇ କମ୍ପାନୀ ଆରମ୍ଭ କରିଥିଲୁ। ଅନେକ ସମୟ ଲାଗିଛି। ସମାନ ଖାଦ୍ୟ ଖାଇ କିଏ ଖୁସି ହେବ ଆଉ କିଏ ଗାଳି ଦେବ। ଗ୍ରାହକଙ୍କ ମାନସିକତା ବୁଝିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଫୁଡ ବିଜନେସରେ ପାହାଡ ଥିଲେ ଉପତ୍ୟକା ବି ଅଛି।

ରାଜୁଙ୍କ ହିସାବରେ ଚାକିରି କରିବା ସବୁଠାରୁ ସହଜ କାମ। କମ୍ପାନୀ ବିଷୟରେ ଅନ୍ୟ କେହି ଚିନ୍ତା କରେ। କର୍ମଚାରୀ ପାଇଁ ସବୁ ଯୋଜନାବଦ୍ଧ ଥାଏ, କାମ କରିବାର ସମୟ, ଛୁଟି, ଦରମା ସବୁକିଛି। ଦୃଷ୍ଟିଭଙ୍ଗୀରେ ଫରକ ଥାଏ। କେହି କେହିଙ୍କୁ ଚାକିରିରେ ସୁଖ ମିଳେ ଆଉ କାହାକୁ ନିଜର ଉଦ୍ୟୋଗରେ।

ନିଜର ଲକ୍ଷ୍ୟ ଓ ଭବିଷ୍ୟତର ଚ୍ୟାଲେଞ୍ଜ ବିଷୟରେ ପଚରାଯିବାରୁ ରାଜୁ କୁହନ୍ତି,

Hello Curryକୁ ଦେଶର ସୀମା ବାହାରକୁ ନେଇଯିବା ମୋର ସ୍ଵପ୍ନ। କିଛି ବର୍ଷ ମଧ୍ୟରେ ଅଳ୍ପ କିଛି ବିଫଳତା ମଧ୍ୟ ଦେଖିଛି। ବାଙ୍ଗାଲୋରରେ ବହୁତ ଆଶାର ସହ ୬ଟି ଆଉଟଲେଟ ଆରମ୍ଭ କରିଥିଲୁ ମାତ୍ର ନ ଚାଳିବାରୁ ସେଥିରୁ ୪ ଟିକୁ ବନ୍ଦ କରିବାକୁ ପଡିଲା। ଅନେକ ଉତ୍ଥାନ ପତନ ଦେଖିଛୁ। ସଫଳତାର ଏକ ମାତ୍ର ମନ୍ତ୍ର ହେଉଛି ଫୋକସ। ଦୁଇ କିଲୋମିଟର ଚାଲି ଥକିଗଲେ ହେବ ନାହିଁ। ମାରାଥନ ଦୌଡିବାକୁ ଅଛି। ଅନେକ ଧୈର୍ଯ୍ୟ ଦରକାର।

ଯୁବା ଉଦ୍ୟୋଗୀଙ୍କୁ ସେ କହନ୍ତି,

ସମୟ ବ୍ୟର୍ଥ କରନାହିଁ। ୩୫ ହେବା ପୂର୍ବରୁ ରିସ୍କ ନିଅ, ଯାହା କରିବାକୁ ଇଚ୍ଛା କର। କେବଳ ପଇସା ରୋଜଗାର କରିବାର ଲକ୍ଷ୍ୟ ନ ରଖି କିଛି ଗୋଟେ କରି ଦେଖାଇବାର ଭାବନା ରହିବା ଉଚିତ।
Add to
Shares
0
Comments
Share This
Add to
Shares
0
Comments
Share
Report an issue
Authors

Related Tags

Latest Stories

Sign up for our Daily Newsletter