EDITIONS
Odia

ପୂର୍ବତନ ରେଲୱେ କିରାଣୀ ହେଇଛନ୍ତି ଷ୍ଟେସନରେ ଭିକ ମାଗୁଥିବା ଶିଶୁଙ୍କର 'ପିତା'

Team Odia
4th Jan 2017
Add to
Shares
1
Comments
Share This
Add to
Shares
1
Comments
Share

ପିତା ହେବା ପାଇଁ ରକ୍ତ ସମ୍ପର୍କ ଜରୁରୀ ନୁହେଁ। ବେଳେବେଳେ ଶିଶୁଙ୍କୁ ସୁରକ୍ଷା ଦେବା, ତାଙ୍କୁ ସ୍ନେହ ଦେବା ଓ ତାଙ୍କର ପାଳନପୋଷଣ କରିବାର ଏକ ଅନ୍ତର୍ନିହିତ ପ୍ରବୃତ୍ତି ହିଁ ପିତା ସୁଲଭ କରି ଗଢି ତୋଳିଥାଏ। ଠିକ୍ ଏମିତି ଏକ ବ୍ୟକ୍ତି ହେଉଛନ୍ତି ନେଲୋରର ସାରଥ ବାବୁ। ଭାରତୀୟ ରେଳ ବିଭାଗରେ କିରାଣୀ ଭାବେ ଚାକିରି କରିବା ସମୟରେ ତାଙ୍କର କିଛି ଅଭିଜ୍ଞତା ତାଙ୍କୁ ତାଙ୍କ ଜୀବନର ଅସଲ ଲକ୍ଷ୍ୟ ଦେଇଥିଲା। ଆଜି ସେ ୧୨୦ଟି ଅଲୋଡା ଶିଶୁଙ୍କର ‘ପିତା’। ଏହି ଶିଶୁ ମାନଙ୍କୁ ସେ ଟ୍ରେନ ପ୍ଲାଟଫର୍ମରେ ଭିକ ମାଗୁଥିବାର କିମ୍ବା ଖାଇବାକୁ ନପାଇ ପକେଟମାର କରୁଥିବା ଅବସ୍ଥାରେ ସେ ପାଇଥିଲେ।

Image : <a href=

Image :

shuterstocka12bc34de56fgmedium"/>

ସାରଥ ବାବୁ ଦେଖିଥିଲେ ଅତ୍ୟଧିକ ଦାରିଦ୍ର୍ୟ ଏବଂ ଦୁଃଖକଷ୍ଟ ଯୋଗୁଁ ହିଁ ଏହି ପିଲା ମାନେ ଏପରି ବୃତ୍ତି ଆପଣେଇବାକୁ ବାଧ୍ୟ ହେଇଥିଲେ। ଏହି ପିଲା ମାନଙ୍କୁ ମଧ୍ୟରୁ ଅଧିକାଂଶ ଦୁଇ ସଂଖ୍ୟା ବିଶିଷ୍ଟ ବୟସ ମଧ୍ୟ ଛୁଇଁନଥିଲେ। ଯଦିଓ ଏକ କିରାଣୀ ଚାକିରିରେ ଥାଇ ସେ ବିଶେଷ କିଛି କରିପାରୁନଥିଲେ କିନ୍ତୁ ନିଜର ଶକ୍ତି ଅନୁସାରେ କିଛି ଖାଦ୍ୟ ଯୋଗାଇବା ଆରମ୍ଭ କଲେ। ଭବିଷ୍ୟତ କଥା ଚିନ୍ତା କରି ସେ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଥିବା ଗୋଲ୍ଲାପାଲ୍ଲେମ ଗାଁର ବଡ଼ବଡ଼ିଆ ମାନଙ୍କ ସହ କଥା ହେଲେ ଓ ସେଠାରେ ଅନାବାଦୀ ପଡ଼ିଥିବା କିଛି ଜମି ମାଗିଲେ ଯାହା ସାହାଯ୍ୟରେ ସେ ଏହି ପିଲାଗୁଡ଼ିକୁ ଥଇଥାନ କରିବାର ବ୍ୟବସ୍ଥା କରିପାରିବେ। ସେ ଅଳ୍ପକିଛି ଦିନ ପାଇଁ କିଛି ଜମି ଠିକ କରି ନିଜର ଯୋଜନାକୁ ଆଗକୁ ବଢାଇଲେ। ସର୍ବପ୍ରଥମେ ସେ ଏକ ଅସ୍ଥାୟୀ ଆଶ୍ରମ ତିଆରି କଲେ। ଧାର କରି ଆଣିଥିବା କିଛି ଜିନିଷରେ ସେ ୩୦x୧୫ର ଏକ କୁଡିଆ ତିଆରି କରିଥିଲେ।

ଦ୍ଵିତୀୟ ସୋପାନଟି ଥିଲା ସବୁଠାରୁ କଷ୍ଟକର। ଏହି ପିଲା ମାନଙ୍କୁ ଆଣି ତାଙ୍କର ଥଇଥାନ ବ୍ୟବସ୍ଥା କରିବା। ଯେହେତୁ ଅଧିକାଂଶ ପିଲା ବୟସ୍କ ଲୋକଙ୍କ ଦ୍ଵାରା ହେଇଥିବା ଉତ୍ପୀଡନର ଶିକାର ହେଇଥିଲେ, ସେମାନେ ହଠାତ ସାରଥ ବାବୁଙ୍କୁ ବିଶ୍ଵାସ କରିପାରୁନଥିଲେ। କିଛି ନିଜର ଅଭ୍ଯାସ ବଶତଃ ଖୋଦ ସାରଥ ବାବୁଙ୍କର ପକେଟମାର ମଧ୍ୟ କଲେ ଏବଂ କିଛି ପିଲା ସାରଥଙ୍କୁ ତାଙ୍କ ଖଟିଆରେ ବାନ୍ଧିଦେଇ ସେ ଜାଗା ଛାଡ଼ି ପଳାଇଲେ।

କିନ୍ତୁ ସାରଥଙ୍କର ଧୈର୍ଯ୍ୟ ଅଟଳ ରହିଲା। ସାଇ ବାବାଙ୍କର ଭକ୍ତ ସାରଥ ଏପରି ଘଟଣା ଦ୍ଵାରା ନିଜକୁ ପ୍ରଭାବିତ ହେବାକୁ ଦେଲେନାହିଁ। ସେ ଏହି ପିଲା ମାନଙ୍କ ଉପରେ ବିଶ୍ଵାସ ଏବଂ ଧୈର୍ଯ୍ୟକୁ ହାରିବାକୁ ଦେଲେ ନାହିଁ। ତାଙ୍କର ନିଷ୍ଠା ଦ୍ଵାରା ସେ ଧୀରେ ଧୀରେ ପିଲା ମାନଙ୍କର ହୃଦୟ ଜିତିଲେ ଏବଂ ସେମାନେ ତାଙ୍କ କଥା ମାନିବାକୁ ଲାଗିଲେ। ଏ ମଧ୍ୟରେ ଗାଁର ଲୋକେ ମଧ୍ୟ ସାରଥଙ୍କର ପ୍ରୟାସ ଦେଖୁଥିଲେ – କିପରି ସେ ଏହି ପିଲାମାନଙ୍କୁ ଏକ ଭଲ ଭବିଷ୍ୟତ ଦେବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ତେଣୁ ଗାଁର ଲୋକେ ତାଙ୍କୁ ସେଠାରେ ସାଢେ ଚାରି ଏକର ଜମି ଦାନ ଦେଲେ ଯାହା ସାହାଯ୍ୟରେ ସେ ଏମାନଙ୍କ ପାଇଁ ଏକ ଆଶ୍ରମ ଓ ସ୍କୁଲ କରିପାରିବେ। ଏବେ ଏହା ‘ଚାଇଲ୍ଡ ଆଶ୍ରମ’ ନାମରେ ଜଣାଯାଉଛି।

Image : <a href=

Image :

Better Indiaa12bc34de56fgmedium"/>

ଆଜି ଏହି ଆଶ୍ରମରେ ୧୨୦ ଅବହେଳିତ ଓ ସୁବିଧାରୁ ବଞ୍ଚିତ ଶିଶୁ ମାନେ ରହୁଛନ୍ତି। ଏହି ଜାଗାକୁ ନିଜର ଘର ଏବଂ ସାରଥଙ୍କୁ ନିଜର ପିତା ବୋଲି ମାନିନେଇଛନ୍ତି ଏହି ଶିଶୁମାନେ କୌଣସି ଅନାଥାଶ୍ରମ ନୁହେଁ। ସାରଥ ମଧ୍ୟ ଏହି ସ୍ଥାନକୁ ଏପରି ଶିଶୁ ମାନଙ୍କ ପାଇଁ ଏକ ଆଶା ଓ ବିକାଶର ସ୍ଥାନ ଏବଂ ନିଜକୁ କେବଳ ଜଣେ କର୍ମୀ ଭାବେ ଦେଖନ୍ତି। ଏଠାରେ ପାରମ୍ପରିକ ସ୍କୁଲ ନଥିଲେ ମଧ୍ୟ ସବୁ ଛୁଆ ମାନଙ୍କୁ ନିଜର ଦକ୍ଷତା ଅନୁସାରେ ସ୍ଵୟଂସଂପୂର୍ଣ୍ଣ ହେବାର ସର୍ବୋଚ୍ଚ ମାତ୍ରା ଯାଏଁ ପହଞ୍ଚିବା ପାଇଁ ପ୍ରୋତ୍ସାହନ ମିଳେ।

ପ୍ରତ୍ଯେକ ଛୁଆକୁ ଆଶ୍ରମର ନାନା କାମ ପାଇଁ ହେଇଥିବା ବିଭିନ୍ନ ଦଳ ମାନଙ୍କରେ ସାମିଲ କରାଯାଏ। ଯେପରିକି ଗୋଟିଏ ଦଳ ଆଶ୍ରମକୁ ପରିଷ୍କାର ରଖିବାର କାମ କଲେ ଆଉ କିଛି ପିଲା ବଜାରରୁ ସଉଦା କରନ୍ତି ଓ ଆଉ କିଛି ରୋଷେଇର ଦାୟିତ୍ଵ ନିଅନ୍ତି। ଏହି ପିଲାମାନଙ୍କର ଶିକ୍ଷା ହେଉଛି ସାରଥ ବାବୁଙ୍କ ନିମନ୍ତେ ସବୁଠାରୁ ମହତ୍ଵପୂର୍ଣ୍ଣ । ତାଙ୍କର କିଛି ପିଲା ଶିକ୍ଷାଲାଭ କରି ଆଜି ଡାକ୍ତର। ଇଞ୍ଜିନିୟର ଏବଂ ବୈଜ୍ଞାନିକ ମଧ୍ୟ ହେଇପାରିଛନ୍ତି।

ତାଙ୍କର ଏପରି ଏକ ଛୁଆ ନିଜର ବାପା ଆତ୍ମହତ୍ୟା କରିବା ପରେ ଓ ମା’ ମାନସିକ ରୋଗୀ ହେଇଯିବା ପରେ ଆଉ କୌଣସି ପନ୍ଥା ନ ପାଇ ଟ୍ରେନ ଷ୍ଟେସନରେ ଛୋଟମୋଟ ଚୋରୀ କରି ନିଜର ଭୋକ ମେଣ୍ଟାଉଥିଲା, ଆଜି ଅର୍ଗାନିକ କେମିଷ୍ଟ୍ରିରେ ଏମଏସସି ପାସ କରିଛି। ଏବଂ ବର୍ତ୍ତମାନ National Institute of Technology, ସୁରାତ୍କାଳ, ମାଙ୍ଗାଲୋର ଠାରେ କନିଷ୍ଠ ବୈଜ୍ଞାନିକ ଭାବେ କାମ କରୁଛି। ଏହିପରି ତାଙ୍କର ଅନ୍ୟ କିଛି ପିଲା ପଞ୍ଚାୟତିରାଜ ବିଭାଗରେ ଅଧିକ୍ଷକ ଭାବେ ଓ ଜଣେ ଆନ୍ଧ୍ରପ୍ରଦେଶ ପୋଲିସରେ ସବ ଇନ୍ସପେକ୍ଟର ଭାବେ ମଧ୍ୟ କାମ କରୁଛନ୍ତି।

ସାରଥଙ୍କର ଆଶା ଯେ ଏହି ପିଲା ମାନେ ତାଙ୍କ ପରି ପିଲା ମାନଙ୍କୁ ଏକ ଭଲ ଜୀବନ ଦେବା ପାଇଁ ସାହାଯ୍ୟ କରିବେ ତାଙ୍କ ଦୁନିଆକୁ ବଦଳାଇ ଦେଇପାରିବେ। 

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags