EDITIONS
Odia

ମହାରାଷ୍ଟ୍ରର ମହୁମାଛି ମଣିଷ

ଆଜିକାଲି ପରିବେଶରେ ପ୍ରଜାପତିର ସ୍ଥାନ ନେଇଛି ମହୁମାଛି। ଯେତେବେଳେ ମହୁମାଛି ମାଛିମାନଙ୍କୁ କୃଷି କ୍ଷେତ୍ରର ଚାରିପାଖରେ ଛଡ଼ା ଯାଇଥାଏ ସେତେବେଳେ କୃଷିର ଉତ୍ପାଦନ କ୍ଷମତା 200ଗୁଣ ଅଧିକ ବଢ଼ିଯାଏ ଓ  ମହୁ ବି ମିଳିଥାଏ - କୁହନ୍ତି ଦି ଚେଞ୍ଜର ପ୍ରତିଷ୍ଠାତା ଶ୍ରୀକାନ୍ତ ଗଜଭିୟେ ।

Team Odia
13th Oct 2015
Add to
Shares
1
Comments
Share This
Add to
Shares
1
Comments
Share

ଆଜିକାଲି ପରିବେଶରେ ପ୍ରଜାପତିର ସ୍ଥାନ ନେଇଛି ମହୁମାଛି। ଗୁଣୁଗୁଣୁ ଶବ୍ଦ କରି ଉଡୁଥିବା କଳା ଏବଂ ହଳଦୀ ରଙ୍ଗର ମହୁମାଛି 70 ପ୍ରତିଶତ ଶସ୍ୟକୁ ସଂଗମ ମାଧ୍ୟମରେ ଉତ୍ପାଦନ କ୍ଷମ କରିଥାନ୍ତି ଯାହାର 90 ପ୍ରତିଶତ ମାନବସମାଜର ଖାହ୍ୟ ଭାବରେ ଗ୍ରହଣ ହୋଇଥାଏ। ମାତ୍ର ଏମାନଙ୍କ ଦ୍ଵାରା ପ୍ରସ୍ତୁତ ଏହି ଲମ୍ବା ଏବଂ ପ୍ରାକୃତିକ ପ୍ରକ୍ରିୟାକୁ ଏବେ ଅନ୍ୟ ଉପାୟରେ ସଂପାଦନ କରାଯାଉଛି। ବିଶ୍ଵବ୍ୟାପୀ ମହୁମାଛିଙ୍କ ସଂଖ୍ୟାରେ ଦୃତ ହ୍ରାସ ବିଶ୍ଵ ପରିବେଶକୁ ଅସନ୍ତୁଳନ କରିବା ସହ ଉଦବେଗର କାରଣ ପାଲଟିଛି।

ମହୁମାଛି ପାଳନ ଏବଂ ଏମାନଙ୍କ ସୁରକ୍ଷା ପାଇଁ ମହାରାଷ୍ଟ୍ରରେ ବି ଦି ଚେଞ୍ଜର ପ୍ରତିଷ୍ଠାତା ଶ୍ରୀକାନ୍ତ ଗଜଭିୟେ ପ୍ରଶିକ୍ଷକ ଦେଇଥାନ୍ତି। ଯେତେବେଳେ ମହୁମାଛି ମାଛିମାନଙ୍କୁ କୃଷି କ୍ଷେତ୍ରର ଚାରିପାଖରେ ଛଡ଼ା ଯାଇଥାଏ ସେତେବେଳେ କୃଷିର ଉତ୍ପାଦନ କ୍ଷମତା 200ଗୁଣ ଅଧିକ ବଢ଼ିଯାଏ ଏବଂ ମହୁ ମଧ୍ୟ ସଂଗ୍ରହ କରାଯାଇଥାଏ ବୋଲି ସେ ଯୁକ୍ତି ବାଢ଼ନ୍ତି।

image


ଲଣ୍ଡନରେ ହେଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏମାନଙ୍କ ଗତିବିଧି ଦ୍ବାରା 200ମିଲିୟନ ୟୁରୋର ଲାଭ ହୋଇଥାଏ ଏବଂ ଏକ ବିଲିୟନ ୟୁରୋର ପରାଗସଂଗମ କରାଇବାରେ ସହାୟକ ହୋଇଥାନ୍ତି। ସମାନ ପ୍ରକାରର ଗବେଷଣାଗତ ତଥ୍ୟ ଅନ୍ୟ ଦେଶମାନଙ୍କରୁ ମଧ୍ୟ ମିଳିଛି। ତେବେ ଖାଦ୍ୟ ପ୍ରକିୟାରେ ଏମାନଙ୍କ କାର୍ଯ୍ୟକଳାପ ସବୁଠି ସମାନ ଦେଖିବାକୁ ମିଳିଛି। ଆମେରିକାରେ କିଛି ନିର୍ଦ୍ଦିଷ୍ଟ ପ୍ରଜାତିର ମହୁମାଛି ମାନେ ଲୋପ ପାଇବାର ଦେଖାଯାଇଛି। ପରିବେଶରେ ଏମାନଙ୍କ ତିଷ୍ଠିବାକୁ ନେଇ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ସମାନ ମତ ପ୍ରକାଶ ପାଇଛି। ଭାରତରେ ମଧ୍ୟ ମସାନ ସମସ୍ୟା ଦେଖାଯାଉଛି। ଗବେଷଣା ଅନୁଯାୟୀ ମୋବାଇଲ ଫୋନ୍ ଏବଂ ଟାୱାରଗୁଡ଼ିକର ବିକିରଣ ଏମାନଙ୍କ ଲୋପ ପାଇବାର ମୁଖ୍ୟ କାରଣ। ମହୁମାଛିଙ୍କ ସଂଖ୍ୟା ହ୍ରାସ ସାରା ବିଶ୍ବ ପାଇଁ ଏକ ସତର୍କ ଘଣ୍ଟି।

ମହୁମାଛି ପାଳନରୁ ଯେ ସମାଜର ବୃହତ ସ୍ବାର୍ଥ ସାଧନ ହେବ ତାହାର କଳ୍ପନା ନୁହେଁ, ବରଂ ବି ଇଫେକ୍ଟ ପ୍ରକୃତିର ସମାନତା ରକ୍ଷା ସହ ମହୁ ଚାଷ ପାଇଁ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଏ। ଶ୍ରୀକାନ୍ତଙ୍କ ସଂସ୍ଥା କେବଳ ମହୁ ଚାଷ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ପରିବେଶ ସଚେତନତା ପାଇଁ ଉତ୍ସର୍ଗୀକୃତ।

ଦୁଇବର୍ଷ ପୂର୍ବେ ଆଇଆଇଏମ୍ କୋଝିକୋଡରୁ ପାସ୍ କରିବା ପରେ ପୁନେର ଲଏକ ସରକାରୀ ସଂସ୍ଥାରୁ ମହୁମାଛି ପାଳନ ଏବଂ ମହୁଚାଷ ସଂପର୍କିତ କର୍ମଶାଳାରେ ଯୋଗ ଦେଇଥିଲେ। ଏହା ତାଙ୍କୁ ବହୁତ ଆନନ୍ଦ ଦେବା ସହ ମହୁମାଛି ପାଳନ ଏବଂ ଚାଷ ପାଇଁ ଉତ୍ସାହିତ କରିଥିଲା। ଏହି କର୍ମଶାଳାରୁ ପରିବେଶ ପ୍ରତି ମହୁମାଛିମାନଙ୍କ ଅବଦାନ ସଂପର୍କରେ କିଛି ମଜାଦାର ତଥ୍ୟ ପାଇବା ଏବଂ ଶସ୍ୟ ଉତ୍ପାଦନରେ ଏମାନଙ୍କ ଭୂମିକା ସଂପର୍କରେ ଜାଣିବାକୁ ପାଇଲି ବୋଲି ଶ୍ରୀକାନ୍ତ କୁହନ୍ତି। ଏହା ତାଙ୍କୁ ବି ଦି ଚେଞ୍ଜ ଗଢ଼ିବାରେ ପ୍ରେରଣା ଯୋଗାଇଥିଲା।

image


ଗତ କିଛି ମାସ ମଧ୍ୟରେ 500ରୁ ଅଧିକ କୃଷକ ଏବଂ ଜଙ୍ଗଲ କର୍ମୀଙ୍କୁ ପ୍ରଶିକ୍ଷଣ ଦେଇଛି ତାଙ୍କ ସଂସ୍ଥା। ବର୍ତ୍ତମାନ ସଂସ୍ଥା 50ଜଣ ସ୍ବେଚ୍ଛାସେବୀଙ୍କୁ ନେଇ କାମ କରୁଛି। ନିଜ ସଂସ୍ଥାର କାର୍ଯ୍ୟ ଅନୁସାରେ ସେମାନେ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ଭେଟି ସେମାନଙ୍କୁ ମହୁମାଛି ବାକ୍ସ ଦେବା ସହ ତାଲିମ୍ ଦେଇଥାନ୍ତି। ସେମାନେ ମହୁମାଛି ପାଳନରେ ସକ୍ଷମ ହୋଇ ମହୁ ସଂଗ୍ରହ କରିବା ପରେ ଆମେ ତାକୁ ନିର୍ଦ୍ଧାରିତ ଦରରେ କିଣିଥାଉ। ଆମେ ଲାଭ ପାଇଁ ଲକ୍ଷ୍ୟ ରଖୁନାହୁଁ। ଆମ ବ୍ରାଣ୍ଡରେ ବ୍ୟବସାୟୀମାନଙ୍କୁ ମହୁ ବିକି ଆମେ ରୋଜଗାର କରିଥାଉ ବୋଲି ଶ୍ରୀକାନ୍ତ କୁହନ୍ତି।

ଚାଷୀମାନଙ୍କ ପାଇଁ ମହୁ ଏବଂ ଏଥିରୁ ବାହାରୁ ଥିବା ମହମକୁ ବିକ୍ରୀ କରିବା ଏକ ଲାଭଦାୟକ ବ୍ୟବସାୟ। ମହୁମାଛିରେ ପୁଞ୍ଜି ବିନିଯୋଗ ବହୁ ଲାଭ ପ୍ରଦାନ କରିଥାଏ ଏବଂ ଚାଷର ଉତ୍ପାଦ ବୃଦ୍ଧି ସହ ଏହାର ମାନ ମଧ୍ୟ ବୃଦ୍ଧି ପାଇଥାଏ। ମହୁମାଛି ପାଳନରେ କୀଟନାଶକ ଆଦୌ ବ୍ୟବହାର କରିବା ଉଚିତ ନୁହେଁ। କୀଟନାଶକର ରାସାୟନିକ ପଦାର୍ଥ ଦ୍ବାରା ଏମାନେ ମୃତ୍ୟୁବରଣ କରିଥାନ୍ତି। ତେଣୁ ମହୁମାଛି ପାଳନ ବେଳେ ଚାଷୀମାନଙ୍କୁ କୀଟନାଶକ ବ୍ୟବହାର କରିବାକୁ ବାରଣ କରାଯାଇଥାଏ ଶ୍ରୀକାନ୍ତ କୁହନ୍ତି। ଏହା ଦ୍ବାରା ରାସାୟନିକ ସାର ଏବଂ କୀଟନାଶକର ବ୍ୟବହାର ଆପେ ଆମେ କମିଯାଏ। ବି ଦି ଚେଞ୍ଜର 25ଜଣ ସଦସ୍ୟ ମିଳିତ ଭାବରେ କାମ କରି ଏହା ଜୈବିକ କୃଷିର ମାନ୍ୟତା ପାଇବା ପାଇଁ କାର୍ଯ୍ୟରତ ଅଛନ୍ତି।

image


ଏଥିରେ ଅର୍ଥ ବିନିଯୋଗ କରିବାକୁ ପଡୁଥିବାରୁ ଏହାକୁ ଆପଣେଇବା ପାଇଁ କୃଷକମାନଙ୍କୁ ପ୍ରସ୍ତୁତ କରିବା ପାଇଁ ବହୁ କଷ୍ଟ କରିବାକୁ ପଡିଥାଏ। ପ୍ରତି ମହୁମାଛି ବାକ୍ସର ମୂଲ୍ୟ ପାଞ୍ଚହଜାର ଟଙ୍କା ଏବଂ ମହୁ ଉତ୍ପାଦନ କିଛିମାସ ପରେ ଆରମ୍ଭ ହୋଇଥାଏ। କାମ କରିନଥିବା ଜାଗାରେ ପ୍ରତି ଦଶଜଣରେ ମାତ୍ର ଜଣେ ମହୁ ଚାଷ କରିବା ପାଇଁ ରାଜି ହୋଇଥାନ୍ତି। ହେଲେ ଥରେ ଏଥିରୁ ଲାଭ ହେଉଥିବା ଦେଖିବା ପରେ ଅନ୍ୟମାନେ ଏହାକୁ କରିବା ପାଇଁ ଆଗେଇ ଆସିଥାନ୍ତି। ପ୍ରତି ମହୁମାଛି ଦଳ ବର୍ଷକ ପରେ ଆଉ ଦୁଇଟି ମହୁମାଛି ଦଳ ପ୍ରଦାଲ କରିବା ସହ ଅଧିକ କିଛି ରୋଜଗାର ଦେଇଥାଏ ବୋଲି ଶ୍ରୀକାନ୍ତ କୁହନ୍ତି ।

ଶ୍ରୀକାନ୍ତଙ୍କ ସଂସ୍ଥା ଜଙ୍ଗଲ ମଧ୍ୟରେ ରହୁଥିବା ଜନଜାତିମାନଙ୍କୁ ଭିନ୍ନ ଢଙ୍ଗରେ ପ୍ରଶିକ୍ଷଣ ଦେଇଥାଏ। ମହୁମାଛିମନଙ୍କର କୌଣସି କ୍ଷତି ନକରି ପ୍ରାକୃତିକ ଉପାୟରେ ମହୁ ସଂଗ୍ରହ ପାଇଁ ସେମାନଙ୍କୁ ତାଲିମ୍ ଦିଆଯାଏ। ଏହା ଦ୍ବାରା ସେମାନେ ଅଧିକ ଲାଭବାନ ହେବା ସହ ମହୁମାଛିମାନେ ସୁରକ୍ଷିତ ରହିଥାନ୍ତି।

image


ଏହି ମାଧ୍ୟମରେ କାମକରୁଥିବା ବହୁତ କମ୍ ସଂସ୍ଥା ରହିଛନ୍ତି ଯେଉଁମାନେ କେବଳ କୃଷକମାନଙ୍କ ସହ ଜଡ଼ିତ ରହିଛନ୍ତି। ମାତ୍ର ଶ୍ରୀକାନ୍ତଙ୍କ ସଂସ୍ଥା ଜଙ୍ଗଲରେ ରହୁଥିବା ଲୋକଙ୍କ ସହ ବି କାମକରୁଛି। ଅନ୍ୟମାନେ ତାଙ୍କ ଉତ୍ପାଦକୁ ବଜାର ଦରରେ ବିକ୍ରୀ କରୁଥିବା ବେଳେ ଆମେ ସାଧାରଣ ଦରରେ ବିକିଥାଉ ବୋଲି ସେ କୁହନ୍ତି।

ମହାରାଷ୍ଟ୍ରରେ ମହୁମାଛି ପାଳନରେ ତାଲିମର ଅଭାବ, ମହୁମାଛି ଦଳର ଅଭାବ, ତାଲିମ୍ ଦେବାପାଇଁ ପ୍ରକ୍ରିୟାରେ ଅସୁବିଧା, ମହୁମାଛିଙ୍କ ଉପରେ ନକାରାତ୍ମକ ଧାରଣା, ଭାଷାଗତ ସମସ୍ୟାଏବଂ ଅର୍ଥର ଅଭାବ ଭଳି ପ୍ରତିବନ୍ଧକକୁ ସାମନା କରିବାକୁ ପଡ଼େ ବି ଦି ଚେଞ୍ଜକୁ। ତେବେ ପ୍ରଥମେ ନିଜକୁ ନିଜେ ପ୍ରଶିକ୍ଷିତ କରି ଆମେ ଏହି ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରୁ। ଆମକୁ ସାହାଯ୍ୟ ଏହଂ ସହାୟତା କରିବା ପାଇଁ ଆମେ ଦକ୍ଷ ପ୍ରଶିକ୍ଷକଙ୍କ ସହାୟତା ଲୋଡ଼ିଥାଉ। ବାହାରୁ ମହୁମାଛି ଦଳକୁ ଆମେ ଆମଦାନୀ କରିଥାଉ। ସଚେତନତା ସୃଷ୍ଟିକରିବା ଏବଂ ସମାଜର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଫଳ କାହାଣୀକୁ ଦେଖାଇବା ନିହାତି ଆବଶ୍ୟକ ବୋଲି ସେ ବିଶ୍ବାସ କରନ୍ତି।

ପ୍ରକୃତିରେ ଏବେ ବହୁ କମସଂଖ୍ୟକ ମହୁମାଛି ରହିଛି। ଏଥିପାଇଁ ମହୁମାଛି ଦଳ ସୃଷ୍ଟି କରିବା ଏବଂ ତାକୁ ଚାଷ ଉପଯୋଗୀ କରିବା ପାଇଁ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼େ। ଆମେ ପ୍ରକୃତିରେ ମହୁମାଛି ଦଳର ସଂଖ୍ୟା ବଢ଼ାଇବା ପାଇଁ, ସେମାନଙ୍କୁ ପ୍ରଜନନ କ୍ଷମ କରାଇଥାଉ ଏବଂ ଆମ ସଂସ୍ଥାମାଧ୍ୟମରେ ଏହାକୁ ସାଧାରଣ ଚାଷୀମାନଙ୍କୁ କମ୍ ମୁଲ୍ୟରେ ଯୋଗାଇବାର ବ୍ୟବସ୍ଥା କରିଥାଉ। ପରେ ସେମାନଙ୍କୁ ଏଥିରୁ ଅନ୍ୟ ଭିନ୍ନ ଉପାୟରେ ଅର୍ଥ ଉପାର୍ଜନ ପାଇଁ ଆମେ ମହିଳାମାନଙ୍କୁ ଗୋଷ୍ଠୀ ଭିତ୍ତିରେ ମହୁ ଏବଂ ଏଥିରୁ ପ୍ରସ୍ତୁକ କରାଯାଇପାରୁଥିବା ପ୍ରସାଧନ ସାମଗ୍ରୀ ପ୍ରସ୍ତୁତି ଉପରେ ତାଲିମ ଦେଇଥାଉ ବୋଲି ଶ୍ରୀକାନ୍ତ କୁହନ୍ତି। ନିଶ୍ଚିତଭାବରେ ବି ଦି ଚେଞ୍ଚ ଏକ ମହତ କାମ କରୁଛି ବୋଲି ସେ କୁହନ୍ତି।

ସଂସାଧନ ଯେଉଁଠି ସୀମିତ, ହେଲେ ଆକାଂକ୍ଷା ଯେଉଁଠି ଅସୀମିତ ସେଠି ପରିବର୍ତ୍ତନ ଅବଶ୍ୟମ୍ଭାବୀ।

Check more about Bee The Change here.

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags