EDITIONS
Odia

ଟିଚ ଫର ଇଣ୍ଡିଆର ପ୍ରାକ୍ତନ ଛାତ୍ର ଡାଏରୀ : ଅନୁପ ପାରିକଙ୍କ କାହାଣୀ

Team Odia
21st Nov 2015
Add to
Shares
1
Comments
Share This
Add to
Shares
1
Comments
Share

ଅନୁପ ପାରିକ ୨୦୧୦ରେ ଟିଚ୍ ଫର ଇଣ୍ଡିଆରେ ଫେଲୋଶିପ ସଂପୂର୍ଣ୍ଣ କରିବା ପରେ ସେଠାରେ ରହିଯିବାକୁ ନିଷ୍ପତ୍ତି ନେଲେ। ବର୍ତ୍ତମାନ ସେ ମୁମ୍ବାଇର ଗୋବନ୍ଦୀ ଠାରେ ସ୍ଥିତ ଗୀତାବିକାଶ ନାମକ ସ୍କୁଲରେ ପିଲା ମାନଙ୍କୁ ପାଠ ପଢାଉଛନ୍ତି। ଆଜି ଆମେ ତାଙ୍କ ସହ ଏକ ଆଲୋଚନା କରି ତାଙ୍କ ଅନୁଭୂତି ଓ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିବା।

image


ଆପଣ ଟିଚ୍ ଫର ଇଣ୍ଡିଆ ରେ କିପରି ଯୋଗଦେଲେ?

ଆମେରିକାର ଓହାଇଓ ର ଉଷ୍ଟର କଲେଜରେ ମୁଁ ଶିକ୍ଷାଗତ କାଉନସେଲର୍ ଭାବେ କାମ କରୁଥିଲି। ସେଠାରେ ମୋର କେତେକ ସାଙ୍ଗ ଟିଚ୍ ଫର ଆମେରିକା ଓ ଟିଚ୍ ଫର ଇଣ୍ଡିଆରେ କାମ କରୁଥିଲେ। ସେମାନେ ମୋତେ ଏହି କାର୍ଯ୍ୟରେ ଯୋଗଦେବା ପାଇଁ ଉତ୍ସାହିତ କଲେ ଓ ମୁଁ ଏହି ଫେଲୋଶିପ୍ ଗ୍ରହଣ କଲି। ଯେହେତୁ ମୁଁ ଭାରତରେ ଜନ୍ମ ଓ ଏଠାରେ ହିଁ ପାଠ ପଢିଥିଲି, ମୁଁ ମୋ ନିଜ ଦେଶକୁ ବାଛିଲି।

ଏଠାକାର ଶିକ୍ଷା ବ୍ୟବସ୍ଥାକୁ ନେଇ ଆପଣଙ୍କର ଧାରଣ କ'ଣ ଥିଲା ଓ ଆସିବା ପରେ ଆପଣ କଣ ଫରକ ଦେଖିଲେ?

ମୁଁ ଜାଣିନଥିଲି ଏଠାରେ କଣ ବ୍ୟବସ୍ଥା ଥିବ କିମ୍ବା ମୋର ଏହା ପୁର୍ବରୁ କେବେ ଶିକ୍ଷକତାର ଅନୁଭବ ନଥିଲା। କିନ୍ତୁ ମୁଁ ଆସି ଅନୁଭବ କଲି ଯେ ଏଠାରେ ସ୍କୁଲ ଗୁଡିକର ପରିସ୍ଥିତି ଏତେବି ଖରାପ ନୁହେଁ, ଯେତେ ମୁଁ ଭାବିଥିଲି। କିନ୍ତୁ ଅନେକ ପରିଚାଳନାଗତ ତୃଟି ବିଚ୍ୟୁତି ଥିଲା।

ଆପଣଙ୍କ ସାଙ୍ଗମାନେ ଲୋଭନୀୟ ଦରମାରେ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କରେ ଅମୋଦ ପ୍ରମୋଦର ଜୀବନ ବିତାଉଥିବାବେଳେ ଆପଣ ଏଠାରେ ପିଲାମାନଙ୍କୁ ପାଠ ପଢାଇବାକୁ ନିଷ୍ପତ୍ତି ନେଲେ। ଏହାଦ୍ଵାରା ଆପଣ କିଛି ଛାଡିଦେଲେ ବୋଲି ଅନୁଭବ କରିଛନ୍ତି କି?

ଲୋଭନୀୟ ଓ ଅମୋଦପ୍ରମୋଦ ଆଦି ଶବ୍ଦ ଗୁଡିକ ଆମମାନଙ୍କ କଳ୍ପନା ପ୍ରସୂତ ଓ ଏହା ଆଦୌ ଏକ ଆବଶ୍ୟକତା ନୁହେଁ। ମୁଁ ଏଠାରେ ଅତି ଆନନ୍ଦ ଓ ଶାନ୍ତିରେ ରହୁଛି ଓ ସେ ତଥାକଥିତ ବିଳାସବ୍ୟସନର ଜୀବନ ଠାରୁ ଦୂରରେ ଏକ ଆନନ୍ଦମୟ ଓ ପ୍ରକୃତ ଜଗତରେ ରହୁଛି। ସାଧାରଣତଃ ଶିକ୍ଷକ ହେବାଟା ଅନେକ ଆମ ସମାଜରେ ଭଲରେ ଗ୍ରହଣ କରିନାହାନ୍ତି।

image


ଆପଣଙ୍କ ଟିଚ୍ ଫର ଇଣ୍ଡିଆର ପିଲା ମାନଙ୍କ ବିଷୟରେ କିଛି କୁହନ୍ତୁ।

ଏହି ପିଲାମାନେ ବହୁତ ଦକ୍ଷ ଓ ସେମାନେ ବହୁତ ଭଲ ପାଠ ପଢୁଛନ୍ତି। କିନ୍ତୁ ସେମାନେ ଯେଉଁଭଳି ପରିବାରରୁ ବା ଜାଗାରୁ ଆସିଛନ୍ତି ତାହା ଅନେକ ସମୟରେ ସେମାନଙ୍କ ପ୍ରତିଭାର ବିକାଶରେ ଅନ୍ତରାୟ ସାଜିଥାଏ। ସେମାନଙ୍କ ଜୀବନ ଏକ ସଂଘର୍ଷ। ସେମାନେ ପ୍ରତିଦିନ ବଞ୍ଚିବା ପାଇଁ ଲଢ଼ନ୍ତି। ଏହିସବୁ କେତେକ କାରଣରୁ ସେମାନେ ବେଳେ ବେଳେ ବେଆଇନ ଧନ୍ଦାରେ ଅଜାଣତରେ ପଶିଯାନ୍ତି।

ଏହି ଶିକ୍ଷା ବ୍ୟବସ୍ଥାରେ ଆପଣ କ'ଣ ସବୁ ଅସୁବିଧା ଅଛି ବୋଲି ଲକ୍ଷ୍ୟ କରୁଛନ୍ତି?

ଆମର ସବୁଠାରୁ ବଡ ଅସୁବିଧା ହେଲା ଆମ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା। ଏଥି ଭଲ ନୀତିଗୁଡିକ ବ୍ୟବହାର ଉପଯୋଗୀ ନୁହେଁ ଓ ବ୍ୟବହାର ଉପଯୋଗୀ ନିୟମ ଗୁଡିକ ପାଳନ କରାଯାଇପାରେ ନାହିଁ ସରକାରୀ ଉଦାସୀନତା କାରଣରୁ। ଆମ ଦେଶରେ ଆଜି ଶିକ୍ଷକତା ସବୁଠାରୁ କମ ଦରମା ପାଉଥିବା ଜୀବିକା ଓ ଶିକ୍ଷକ ସମାଜରେ ସମ୍ମାନ ପାଏ ନାହିଁ।

ଟିଚ୍ ଫର ଇଣ୍ଡିଆରୁ ଆପଣ କଣ ଶିଖିଛନ୍ତି?

ଧୈର୍ଯ୍ୟ। ମୁଁ ଏଠାରେ ପଢୁଥିବା ଛୋଟ ଛୋଟ ପିଲା ମାନଙ୍କ ଠାରୁ ଏହା ଶିଖିଛି। ସେମାନେ ଏକ ଅଧୈର୍ଯ୍ୟ ଲୋକକୁ ଧୀରେ ଧୀରେ ଧୈର୍ଯ୍ୟବାନ କରିଦେବେ। ସେମାନଙ୍କ ସହ କାମ କଲେ ଜଣେ ଏହା ଆପେ ଆପେ ବୁଝିପାରିବ।

ଆପଣଙ୍କ ଭବିଷ୍ୟତର ଯୋଜନା କଣ?

ମୁଁ ଏବେ ଜଣେ ଶିକ୍ଷକ ହେବାକୁ ଚାହୁଁଛି। ମୋ ବାକି ଜୀବନ ଶିକ୍ଷକତା କରିବି ବୋଲି ମୁଁ ନିଶ୍ଚିତ କରିଛି। ଏହି ପିଲାମାନଙ୍କ ସହ ରହି ମୁଁ ଧୀରେ ଧୀରେ ଅଭିଜ୍ଞ ହେଉଛି ଓ ଆଗକୁ ମୁଁ ଏହି ପିଲା ମାନଙ୍କ ସହ ସାରା ଜୀବନ କଟାଇବାକୁ ନିଷ୍ପତ୍ତି ଗ୍ରହଣ କରିଛି।

ଆପଣ କଣ ସ୍ଵପ୍ନ ଦେଖିଛନ୍ତି ନିଜକୁ ନେଇ?

ମୋର ସ୍ଵପ୍ନ ହେଲା ଆମ ଦେଶରେ ହେଉଥିବା ଭୁଲ୍ କାମ ଗୁଡିକୁ ସୁଧାରିବା। ଆମେ ଯେଉଁ କାମକୁ ପ୍ରାଥମିକଟା ଦେବ କଥା ତାହା ଦେଉ ନାହୁଁ। ଫଳରେ ଅମେ ଶିକ୍ଷା,ସ୍ୱାସ୍ଥ୍ୟ, ପରିବେଶ ଆଦି ଗୁରୁତ୍ତ୍ଵପୁର୍ଣ୍ଣ କ୍ଷେତ୍ରରେ ପଛରେ ପଡିଛୁ। ମୁଁ ଏଗୁଡିକୁ ପରିବର୍ତ୍ତନ କରିବାକୁ ଚାହେଁ।

ଟିଚ ଫର ଇଣ୍ଡିଆର କେବଳ ଏକ ହିଁ ସ୍ଵପ୍ନ - ଦିନେ ସବୁ ଛୁଆ ମାନେ ସର୍ବୋତ୍ତମ ଶିକ୍ଷା ପାଇବେ। "ଏହା ବାସ୍ତବ ହେଇପାରିବ। ଏକସଙ୍ଗେ ଆମେ ଏହି ସ୍ଵପ୍ନକୁ ବାସ୍ତବତାରେ ପରିଣତ କରିପାରିବା" ଅନୁପ କୁହନ୍ତି। ସବୁ ଛୁଆମାନେ ଯେବେ ପୂର୍ଣ୍ଣ ସ୍ଵାଧୀନତା ସହ ଦାୟିତ୍ଵବାନ ମାର୍ଗ ବାଛିପାରିବେ ସେଇ ହେବ ସବୁଠାରୁ ବଡ ସଫଳତା। ସେ ଆଜିର ଶିଶୁଙ୍କୁ କାଲିର ଆଦର୍ଶ ନାଗରିକ ଭାବେ ଦେଖିବାକୁ ଚାହାଁନ୍ତି। ଅନୁପଙ୍କର କେବଳ ଗୋଟିଏ ଇଚ୍ଛା - ଯେତେ ହେଇପାରିବ ସେତେ ଜୀବନରେ ପ୍ରେରଣା, ଶିକ୍ଷା ଓ ପ୍ରୋତ୍ସାହନ ବାଣ୍ଟି ଚାଲିବା।

Add to
Shares
1
Comments
Share This
Add to
Shares
1
Comments
Share
Report an issue
Authors

Related Tags