EDITIONS
Odia

Demonetisationର ପ୍ରଭାବ କିପରି ଭାବେ ପଡିଛି ଭାରତର ପ୍ରଥମ 'ଡିଜିଟାଲ ଗାଁ' ଉପରେ

15th Nov 2016
Add to
Shares
16
Comments
Share This
Add to
Shares
16
Comments
Share

ଏଟିଏମ କାଉଣ୍ଟର ଓ ବ୍ଯାଙ୍କ ଆଗରେ ମେଳା ଲାଗିଲା ଭଳି ଭିଡ଼। ମଙ୍ଗଳବାର ରାତି ଠାରୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହେବା ପରେ ବ୍ଯାଙ୍କ ଓ ଏଟିଏମ ଆଗରେ ଲାଗୁଛି ଲମ୍ବା ଧାଡ଼ି। କିନ୍ତୁ ଗୁଜୁରାଟର ଏକ ଛୋଟ ଗାଁ ଟିରେ ଦୃଶ୍ୟ କିଛି ଅଲଗା। ନିତିଦିନିଆ କାରବାର ମଙ୍ଗଳବାରର ଏଇ ଘୋଷଣା ପୂର୍ବରୁ ଯେମିତି ଚଳୁଥିଲା, ଏବେ ମଧ୍ୟ ଠିକ ସେମିତି ଚାଲିଛି।

Image : <a href=

Image :

Hindustan Timesa12bc34de56fgmedium"/>

ଆକୋଦରା, ଭାରତର ପ୍ରଥମ ‘ଡିଜିଟାଲ ଗାଁ’ ଗୁଜୁରାଟ ର ସବରକନ୍ଥା ଜିଲ୍ଲାରେ ଅବସ୍ଥିତ। ଅହମଦାବାଦ ଠାରୁ ୯୦ କିଲୋମିଟର ଦୂରରେ ଥିବା ଏହି ଗାଁରେ ଦେଶରେ ଚହଳ ସୃଷ୍ଟି କରିଥିବା ୫୦୦ ଓ ୧୦୦୦ ଟଙ୍କାର ନୋଟ ବ୍ୟାନ କୌଣସି ପ୍ରଭାବ ପକାଇ ପାରିନାହିଁ। କାରଣ ହେଲା ଏଠାରେ ରହୁଥିବା ଲୋକେ ନୋଟରେ କୌଣସି କାରବାର କରନ୍ତି ନାହିଁ।

ଆକୋଦରାର ବାସିନ୍ଦା ମାନେ ସମସ୍ତ କାରବାର ପାଇଁ ଇ-ବ୍ୟାଙ୍କିଙ୍ଗ ବ୍ୟବହାର କରୁଛନ୍ତି। କ୍ଷୀର, ପନିପରିବା ଠାରୁ ଆରମ୍ଭ କରି ବିଲ ପଇଠ କରିବା ଓ ଦରମା ପାଇବା, ସବୁକିଛି ସେମାନେ ନିଜର ମୋବାଇଲ ଫୋନ ଜରିଆରେ କରିଥାନ୍ତି। 

“ଆମେମାନେ ଏବେ ଇ-ବ୍ୟାଙ୍କିଙ୍ଗରେ ଏତେ ଅଭ୍ୟସ୍ତ ହେଇଗଲୁଣି ଯେ ଆମେ ନୋଟ ଆକାରରେ ଟଙ୍କା ଖୁବ କମ ବ୍ୟବହାର କରୁଛୁ। ତେଣୁ ନୋଟ ଅଚଳ ହେଇଯିବାର ଆମ ଉପରେ ବିଶେଷ କିଛି ପ୍ରଭାବ ପଡ଼ୁନାହିଁ, “ 

- ପଙ୍କିଳ ପଟେଲ ନାମକ ଆକୋଦରାରେ ରହୁଥିବା ଜଣେ ତେଜରାତି ବ୍ୟବସାୟୀ Hindustan Timesକୁ କୁହନ୍ତି।

୧୨୦୦ ଜନସଂଖ୍ୟା ଥିବା ଏହି ଗାଁ ଟିକୁ ICICI ବ୍ଯାଙ୍କ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଥିଲା। ଲକ୍ଷ୍ୟ ଥିଲା ଡିଜିଟାଲ ଜ୍ଞାନକୌଶଳ ସମାଜର ଉନ୍ନତିରେ କିଭଳି ଭାବେ ପ୍ରଭାବ ପକାଇପାରେ ଓ ବିକାଶ ପାଇଁ କେତେ ସହାୟକ ହେଇପାରେ। ସ୍ଥାନୀୟ ପ୍ରଶାସନର ସାହାଯ୍ୟ ନେଇ ICICI ବ୍ଯାଙ୍କ ପ୍ରତ୍ଯେକ ଗ୍ରାମବାସୀଙ୍କୁ ଆଧୁନିକ ବ୍ୟାଙ୍କିଙ୍ଗ ସୁବିଧାର ବ୍ୟବହାର କରିବା ଶିଖାଇବା ସହ ଯୋଗାଇଦେଇଛି।

ଡିଜିଟାଲ ହେବା ସହ କେବଳ ବ୍ୟାଙ୍କିଙ୍ଗ ନୁହେଁ ବରଂ ଗାଁରେ ଉନ୍ନତ ମାନର ଶିକ୍ଷାଗତ ସୁବିଧା ମଧ୍ୟ ମିଳିପାରୁଛି। ପ୍ରଣବ ଉପାଧ୍ୟାୟ, ଗାଁର ଜଣେ ହାଇସ୍କୁଲ ଶିକ୍ଷକ The Hinduକୁ କୁହନ୍ତି , “ ଆଗରୁ ଶିକ୍ଷାଦାନ କେବଳ ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସୀମିତ ଥିଲା। ମାତ୍ର ଡିଜିଟାଲ ସୁବିଧା ଯୋଗୁଁ ଏବେ ଆମେ ଶିକ୍ଷାଦାନରେ ନାନା ଡିଜିଟାଲ ଏଡ ବ୍ୟବହାର କରିପାରୁଛୁ ଯାହା ଫଳରେ ଶିକ୍ଷାଦାନର ମାନ ବୃଦ୍ଧି ପାଇବା ସହ ଅଭିଜ୍ଞତା ଖୁବ ମଉଜିଆ ହେଇପାରୁଛି। “

Add to
Shares
16
Comments
Share This
Add to
Shares
16
Comments
Share
Report an issue
Authors

Related Tags