EDITIONS
Odia

ଗାଁରେ ସୌର ବିପ୍ଳବ ଆଣିଛନ୍ତି ହରିଶ୍

by Tapan Maharana

19th Oct 2015
Add to
Shares
4
Comments
Share This
Add to
Shares
4
Comments
Share

ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହାସଲ କରୁଥିବା ଆମ ଦେଶର ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ପାଖରେ ଏବେ ମଧ୍ୟ ବିଜୁଳି ଆଲୋକ ନ ପହଞ୍ଚିବା ଜାଣି ଆପଣମାନେ ଆଶ୍ଚର୍ଯ୍ଯ ହେଉଥିବେ ନିଶ୍ଚୟ କିନ୍ତୁ ଏହା ସତ। ଏହା ମଧ୍ୟ ଏକ ନିଷ୍ଠୁର ସତକଥା ଯେ ଯେଉଁମାନେ ଗରିବ ସେମାନଙ୍କ ଘରେ ବିଜୁଳି ଆଲୁଅ ନଥିବାର ସମ୍ଭାବନା ଅଧିକ। ଏହା କେବଳ ଆମଦେଶ ନୁହେଁ ସାରା ବିଶ୍ଵ ପାଇଁ ମଧ୍ୟ ସତ। ଆମେରିକାରେ ପଢୁଥିବା ବେଳେ ହିଁ ଏକଥା ଅନୁଭବ କଲେ ହରିଶ ହାଣ୍ଡେ। ସେହି ଦିନଠାରୁ ହିଁ ସେ ଗରିବଙ୍କ ଘରେ ସୌରବିଜୁଳି ଚାଳିତ ଆଲୋକ ପହଞ୍ଚାଇବା କାମରେ ଲାଗିଛନ୍ତି ।

image


ଥରେ ଡୋମିନିକାଲ ଗଣତନ୍ତ୍ର ଭ୍ରମଣରେ ଗଲାବେଳେ ସେ ପ୍ରଥମ ଥର ପାଇଁ ଦାରିଦ୍ର୍ୟ ଓ ଅନ୍ଧକାର ମଧ୍ୟରେ ଥିବା ଦାରୁଣ ସମ୍ପର୍କକୁ ଦେଖିପାରିଲେ। ଏହା ଦେଖି ତାଙ୍କ ହୃଦୟ ବିଦାରିତ ହୋଇଗଲା ଓ ଗରିବଙ୍କୁ ସୁଲଭ ମୂଲ୍ୟରେ ଆଲୋକ ଯୋଗାଇବା ଦିଗରେ ନିଜର ଜୀବନ ଉତ୍ସର୍ଗ କରିବାକୁ ସେ ପ୍ରତିଜ୍ଞା କଲେ। ଏହାପରେ ଗ୍ରାମାଞ୍ଚଳର ଆବଶ୍ୟକତା ଓ ସମସ୍ୟା ଗୁଡିକ ସମ୍ପର୍କରେ ଜାଣିବା ପାଇଁ ସେ ଶ୍ରୀଲଙ୍କାର ଏକ ଗ୍ରାମରେ କିଛିଦିନ କଟାଇଲେ, ଯେଉଁଠାରେ ପାଠ ଦି ଅକ୍ଷର ପଢିଥିବା ଲୋକଙ୍କ ସଂଖ୍ୟା ହାତ ଗଣତି ହିଁ ଥିଲା। ସେ ସହର ନୁହେଁ,ଗାଁର ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୌର ସମାଧାନ ବିକଶିତ କଲେ। ଉଦାହରଣ ସ୍ଵରୂପ, ଗାଁକୁ ପଶିଆସି ଫସଲ ଓ ଧନଜୀବନ ନଷ୍ଟ କରୁଥିବା ବଣୁଆ ହାତୀମାନଙ୍କୁ ଦୂରେଇ ରଖିବାକୁ ସେ ଏକ ସମାଧାନ ପ୍ରସ୍ତୁତ କଲେ। ଶ୍ରୀଲଙ୍କାର ଗାଁଗୁଡିକର ସ୍ଥାନୀୟ ଲୋକମାନେ ତାଙ୍କୁ କହିଲେ ଯେ, ସେମାନଙ୍କର ପ୍ରମୁଖ ଆବଶ୍ୟକତା ଆଲୋକ କିମ୍ବା ଉତ୍ତାପ ନୁହେଁ, ବରଂ ରାତିରେ ଦଳ ଦଳ ହୋଇ ଆସି ଫସଲ ଓ ଧନଜୀବନ ନଷ୍ଟ କରୁଥିବା ବଣୁଆହାତୀମାନଙ୍କୁ ଗାଁ ଠାରୁ ଦୂରେଇ ରଖିବ। ହାତୀଙ୍କ ଦାଉରୁ ଧନ-ଜୀବନକୁ ସୁରକ୍ଷା ଦେବାକୁ ହରିଶ ପ୍ରସ୍ତୁତ କଲେ ସୌରଶକ୍ତିରେ ଚାର୍ଜ ହେଉଥିବା ବୈଦୁତିକ ବାଡ।

image


ଶେଷରେ ସେ ଭାରତ ଫେରି ସେଲ୍କୋ ପ୍ରତିଷ୍ଠା କଲେ,ଯାହାକି ଏବେ ଏକ ୪ ନିୟୁତ ଡଲାର ସଂସ୍ଥାରେ ପରିଣତ ହୋଇଛି ଓ ନିରନ୍ତରଭାବେ ଗ୍ରାମୀଣ ଓ ସହରୀ ଗରିବଙ୍କ ଅବସ୍ଥାରେ ଉନ୍ନତି ଲାଗି ଅଭିନବ ଲାଇଟିଂ ଆପ୍ଲିକେସନ ଉପରେ ଗବେଷଣା କରୁଛି।

ଏକ ରାସ୍ତାକଡ ପରିବା ବିକୁଥିବା ଏକ ଗରିବ ବୁଢୀମାଉସୀ କଥା ଚିନ୍ତା କରାଯାଉ। ସନ୍ଧ୍ୟାରେ ଅଫିସରୁ ଘରକୁ ଫେରୁଥିବା ଲୋକମାନଙ୍କୁ ଆକୃଷ୍ଟ କରିବାକୁ ସେ ନିଜର ପରିବା ପସରା ମେଲାଇଦେଇଥାଏ। କିନ୍ତୁ ସୂର୍ଯ୍ୟ ଅସ୍ତ ଯିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଅନ୍ଧାର ହୋଇଯାଏ ଓ ଲୋକମାନେ ପରିବା କିଣିବା ପାଇଁ ତା ଷ୍ଟଲ ନିକଟରେ ଅଟକନ୍ତି ନାହିଁ ଫଳରେ ଅନେକ ସମୟରେ ତାଦର ବଳକା ପରିବା ପଚିଶଢିଯାଏ। ତା କ୍ଷତି କଥା ଟିକିଏ ଚିନ୍ତା କରନ୍ତୁ ତ !

ଏପରି ସମସ୍ୟା ଗୁଡିକୁ ଆଖି ଆଗରେ ରଖି ହରିଶ୍ ଙ୍କ ଟିମ ଏକ ସୋଲାର ବ୍ୟାଟେରୀ ଚାଜିର୍ଙ୍ଗ ବ୍ୟବସ୍ଥା ପ୍ରସ୍ତୁତ କଲେ ଯାହାକି ଅନେକ ଗରିବ ବେପାରୀମାନଙ୍କ ପାଇଁ ଏକାଧିକ ଆର୍ଥିକ ସୁଯୋଗ-ସମ୍ଭାବନା ସୃଷ୍ଟି କଲା। ଜଣେ ବ୍ୟକ୍ତି ସୌରଶକ୍ତିରେ ଚାର୍ଜ ହେଉଥିବା କାର ବ୍ୟାଟେରୀ ଭଡା ଦେବାର ବ୍ୟବସାୟ ଆରମ୍ଭ କଲା। ପ୍ରତି ସନ୍ଧ୍ୟାରେ ସେ ତାହାକୁ ଏକ ଅଟୋରିକ୍ସାରେ ରଖି ବଜାରକୁ ଆସିଥାଏ ଓ ପରିବା ବିକ୍ରେତାମାନଙ୍କୁ ସନ୍ଧ୍ୟା ପିଛା ୨୫ ଟଙ୍କାରେ ଭଡ଼ା ଦେଇଥାଏ। ସନ୍ଧ୍ୟାରେ ଯେତେବେଳେ ଅନ୍ଧାର ହୋଇଯାଏ,ସୌରଶକ୍ତି ଚାଳିତ ଲାଇଟ୍ ଜଳିଉଠେ,ଏହା ଯୋଗୁଁ ବିକ୍ରେତାମାନଙ୍କ ବ୍ୟବସାୟ ସମୟ ଆଉ ଦୁଇ ଘଣ୍ଟା ବଢିଯାଏ ଯାହାକି ସେମାନଙ୍କୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଲାଭ ପହଞ୍ଚାଏ। ପ୍ରତି ଲଘୁ ଉଦ୍ୟୋଗୀର ଜୀବିକା ସମ୍ପର୍କିତ ଆବଶ୍ୟକତା ସ୍ଵତନ୍ତ୍ର ଏକ ମୋଚିର ଆବଶ୍ୟକତା ଜଣେ କୃଷକର ଆବଶ୍ୟକତାଠାରୁ ଭିନ୍ନ। ପ୍ରତ୍ୟେକ ସ୍ଵତନ୍ତ୍ର ଆବଶ୍ୟକତା ପାଇଁ ସେଲକୋର ଆପ୍ଲିକେସନ ଓ ଆରଏଣ୍ଡଡି (ପ୍ରୟୋଗ ଏବଂ ଗବେଷଣା ଓ ବିକାଶ)ଟିମ୍ ସ୍ଵତନ୍ତ୍ର ଓ ପକେଟକୁ ସୁହାଇଲା ଭଳି ସମାଧାନ ପ୍ରସ୍ତୁତ କଲେ। ଉଦ୍ଦେଶ୍ୟ ଥିଲା ପ୍ରଥମରୁ ହିଁ ଯେପରି ଏହା ବ୍ୟବହାରକାରୀର ଆୟ କ୍ଷମତାକୁ ବଢାଇବାରେ ସାହାଯ୍ୟ କରିବ।

image


ଓଡ଼ିଶା ସହ ହରିଶଙ୍କ ସଂପର୍କ ପୁରୁଣା। ଓଡ଼ିଶାର ରାଉରକେଲାରେ ତାଙ୍କର ସ୍କୁଲ ବେଳ କଟିଛି। ଏଣୁ ଓଡ଼ିଶା ଲୋକଙ୍କ ଉନ୍ନତି ପାଇଁ ସେ ଆଗେଇ ଆସିଛନ୍ତି ସେଲକୋ ଏବେ ଓଡ଼ିଶାରେ ଏକ ଇନକୁବେସନ ସେଣ୍ଟର ଖୋଲି ଛୋଟ ଛୋଟ ଉଦ୍ୟୋଗୀ ତିଆରି କରିବା କାମରେ ଲାଗିଛି। ଏ ସଂପର୍କରେ ସେ କୁହନ୍ତି, ଦେଶର ଅନେକ ବଡ଼ ବଡ଼ ସହରକୁ ଦାଦନ ଖଟିବାକୁ ଓଡ଼ିଶାର ଅଦିବାସୀ ଓ ଅନ୍ୟ ଗରିବ ଲୋକମାନେ ଯାଉଛନ୍ତି। କିଏ ନିର୍ମାଣ ଶ୍ରମିକ ହେଉଛି ତ କିଏ ସିକ୍ଯୁରିଟି କର୍ମୀ। କିନ୍ତୁ ଏଭଳିଭାବେ ଓଡ଼ିଶାର ଗରିବ ଲୋକଙ୍କ କେବେ ମଧ୍ୟ ଆର୍ଥିକ ଉନ୍ନତି ହୋଇପାରିବ ନାହିଁ। ଏଥିପାଇଁ ଆମକୁ ସାମଗ୍ରୀକ ବିକାଶ କରିବାକୁ ହେବ ବିକାଶ ପାଇଁ ଲୋକଙ୍କ ମଧ୍ୟରେ ଥିବା ଉଦ୍ୟୋଗଶୀଳତାକୁ ପ୍ରେତ୍ସାହିତ କରିବାକୁ ହେବ।

ହରିଶ୍ ବିଶ୍ଵର ଯେକୌଣସି ସ୍ଥାନରେ ଏକ ବଡ଼ କମ୍ପାନୀରେ ମୋଟା ଦରମାରେ ଯୋଗଦେଇପାରିଥାନ୍ତେ ତଥାପି, ପ୍ରାରମ୍ଭିକ କଠିନ ପରସ୍ଥିତି ସତ୍ତ୍ବେ,ନିଜର ଦୃଢ ଏକାଗ୍ରତା ମାଧ୍ୟମରେ ଆର୍ଥିକ ପିରାମିଡର ତଳସ୍ତରରେ ଥିବା ଗରିବ ଲୋକମାନଙ୍କୁ ଅର୍ଥନୈତିକ ଉନ୍ନତି ପ୍ରଦାନ କରିବା ପାଇଁ ସେ ଏକ ସାମାଜିକ ଉଦ୍ୟୋଗ ଗଢିପାରିଲେ। ତାଙ୍କର କାର୍ଯ୍ୟ ଅନୁସାରେ ତାଙ୍କୁ ଅଧିକାଂଶ ସମୟ ଭାରତରେ ରହିବାକୁ ପଡୁଥିଲା। କେବଳ ସେତିକି ନୁହେଁ, ନିଜର ଏହି ମହାନ ଲକ୍ଷ୍ୟ ହାସଲ ପାଇଁ ସେ ବ୍ୟକ୍ତିଗତ ଜୀବନରେ ମଧ୍ୟ ଏକ ବଡ ତ୍ୟାଗର ପ୍ରଦର୍ଶନ କରିଛନ୍ତି। ତାହା ହେଉଛି ଆମେରିକାରେ ରହୁଥିବା ନିଜର ପତ୍ନୀ ଓ ଦୁଇ ସନ୍ତାନଙ୍କଠାରୁ ବହୁଦୂରରେ ଭାରତରେ ଥିବା ନିଜର କର୍ମସ୍ଥଳୀକୁ ହିଁ ନିଜର ବାସସ୍ଥଳୀ କରିନେଇଥିଲେ। ସେ ନିଜର ପରିବାର ସହ ବର୍ଷର ମାତ୍ର କେତେ ମାସ ହିଁ କଟାନ୍ତି, କିନ୍ତୁ ସେଲକୋର ଗରିବ ଗ୍ରାହକମାନେ ମଧ୍ୟ ତାଙ୍କର ପରିବାର ବୋଲି ସେ କୁହନ୍ତି। ସେ ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି,ସେଗୁଡିକ ମଧ୍ୟରେ ରହିଛି ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ତରଫରୁ ଦିଆଯାଇଥିବା ୨୦୦୭ବର୍ଷର ଶ୍ରେଷ୍ଠ ସାମାଜିକ ଉଦ୍ୟୋଗୀ ପୁଣି world ଇକନୋମିକ ଫୋରମ,ଡାଭୋସ ପରି ବିଭିନ୍ନ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ପ୍ରତିବର୍ଷ world ଇକନୋମିକ ଫୋରମରେ ନେତୃବୃନ୍ଦ ଏକାଠି ହୋଇ ନିଜ ନିଜର ଅଭିଜ୍ଞତା ଆଦାନପ୍ରଦାନ କରନ୍ତି ଓ ପରସ୍ପରଠାରୁ ଶିଖନ୍ତି। ୨୦୧୧ରେ ହରିଶ୍ ଙ୍କ ସମ୍ମାନଜନକ ରମଣ ମାଗାସେସ ପୁରସ୍କାର ପ୍ରଦାନ କରାଯାଇଥିଲା

Add to
Shares
4
Comments
Share This
Add to
Shares
4
Comments
Share
Report an issue
Authors

Related Tags