Brands
Discover
Events
Newsletter
More

Follow Us

twitterfacebookinstagramyoutube
Odia

Brands

Resources

Stories

General

In-Depth

Announcement

Reports

News

Funding

Startup Sectors

Women in tech

Sportstech

Agritech

E-Commerce

Education

Lifestyle

Entertainment

Art & Culture

Travel & Leisure

Curtain Raiser

Wine and Food

YSTV

'ଗର୍ବର ସହିତ ଗାଈଟିଏର ମାଲିକ ହୁଅନ୍ତୁ' କୋରାପୁଟ ଡାଏରୀର ଅଭିନବ ପଦକ୍ଷେପ

'ଗର୍ବର ସହିତ ଗାଈଟିଏର ମାଲିକ ହୁଅନ୍ତୁ' କୋରାପୁଟ ଡାଏରୀର ଅଭିନବ ପଦକ୍ଷେପ

Tuesday January 19, 2016,

3 min Read

ଆଜିର ଏ ଭେଜାଲ ଯୁଗରେ ଆପଣ ଗାଈଟିଏ ରଖି ବିଶୁଦ୍ଧ ଦୁଧ ପାଇବାକୁ ଚାହୁଁଥାଇ ପାରନ୍ତି।

କିନ୍ତୁ ସହରରେ ଗୁହାଳଟିଏ କରିବେ କେଉଁଠି। ତା ଛଡ଼ା ଗାଈଟିଏ ପାଇଁ ସବୁଜ ଘାସ କେଉଁଠୁ ପାଇବେ। ପୁଣି ତା'ପାଇଁ ଦରକାର ପୁଷ୍ଟିକର ଗୋଖାଦ୍ୟ, ପ୍ରଚୁର ବିଶୁଦ୍ଧ ଜଳ ଓ ଡାକ୍ତରୀ ଯତ୍ନ। ତାକୁ କିଏ ଦୁହିଁବ, ପୁଣି ବଳକା ଦୁଧକୁ କେମିତି ବିକିବେ? ଇତ୍ୟାଦି ଅନେକ ଅସମାହିତ ପ୍ରଶ୍ନ। ଲାଗୁଛି ଏହା ଯେପରି ଅସମ୍ଭବ।

image


ଏ ପ୍ରଶ୍ନର ଉତ୍ତର ଦେବାକୁ ଆଗେଇ ଆସିଛି କୋରାପୁଟ ଡାଏରୀ

ଆପଣ ଗାଈଟିଏ କିଣି କୋରାପୁଟ ଡାଏରୀକୁ ଦେବେ। କୋରାପୁଟ ଡାଏରୀ ତାହାର ସଂପୂର୍ଣ୍ଣ ଦାୟିତ୍ଵ ନେବ ଏବଂ ଆପଣଙ୍କ ଘରକୁ ପହଞ୍ଚି ଯିବ ଶତ ପ୍ରତି ଶତ ବିଶୁଦ୍ଧ, ପୁଣି ଜୈବ ଦୁଧ! ଗାଈଟିଏ ନ କିଣି ମଧ୍ୟ ଆପଣ କେବଳ ନିଜକୁ ପଞ୍ଜୀକୃତ କରି ସେଇ ସୁବିଧା ପାଇ ପାରିବେ।

image


କୋରାପୁଟର ଜଳବାୟୁ ଉନ୍ନତ ଶଙ୍କର ଜାତୀୟ ଗୋପାଳନ ନିମନ୍ତେ ଅନୁକୂଳ ହୋଇଥିବାରୁ ୨୦୧୧ରେ କୋରାପୁଟଠାରୁ ୧୨କି.ମି. ଦୂର ମହାଦେଈପୁଟ ଗ୍ରାମପଞ୍ଚାଯତର ଡୋଲିଅମ୍ବା ଗ୍ରାମରେ ପ୍ରତିଷ୍ଠା କରାଯାଇଛି କୋରାପୁଟ ଡାଏରୀ। ବିଶ୍ଵବିଖ୍ୟାତ ଜର୍ମାନ କମ୍ପାନୀ GEAର ବୈଷୟିକ ଜ୍ଞାନକୌଶଳ ସାହଚର୍ଯ୍ୟରେ ବିକଶିତ ଏହି ଡାଏରୀ ଫାର୍ମ ଦୈନିକ ୨୫୦୦ ଲିଟର ଜୈବିକ ଦୁଧ ଉତ୍ପାଦନ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଦୈନିକ ୧୦୦୦ଲିଟର ଦୁଧ ଉତ୍ପାଦିତ ହେଉଛି। ଏହାର ବିଶେଷତ୍ଵ ହେଉଛି ଏହା ସଂଗୃହୀତ ଦୁଧ ପରିବର୍ତ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସ୍ୱାସ୍ଥ୍ୟରକ୍ଷା ନିୟମ ଅବଲମ୍ବନରେ ରେ ନିଜସ୍ଵ ଉତ୍ପାଦିତ ଶତପ୍ରତିଶତ ବିଶୁଦ୍ଧ ଦୁଧ ବିକ୍ରୀ କରିଥାଏ। 

image


ଏଠାରେ ରଖାଯାଇଥିବା ଅଧିକ ଉତ୍ପାଦନକ୍ଷମ ଶଙ୍କର ଫ୍ରେସିଆନ ହଲଷ୍ଟାଇନ ଗାଈମାନଙ୍କୁ ମୁଖ୍ୟତଃ ଡେଙ୍ଗା ଆଫ୍ରିକୀୟ ମକା ଘାସ, ସାନ୍ଦ୍ର ପୁଷ୍ଟିକର ଦାନା ଓ ବିଶୁଦ୍ଧ ଜଳ ଦିଆଯାଇଥାଏ। ୨୪ ଘଣ୍ଟା ଉଚ୍ଚମାନର ଭେଟେରୀନାରି ଡାକ୍ତରୀ ସୁବିଧା ମହଜୁଦ ସହ ସେମାନଙ୍କୁ ପରିଷ୍କାର ଓ ସ୍ଵାସ୍ଥ୍ୟକର ହାଇଟେକ୍ ଗୁହାଳରେ ରଖାଯାଏ।ବାଛୁରୀ ଓ ଛଡ଼ାମାନଙ୍କର ଯତ୍ନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ଅତ୍ୟାଧୁନିକ ଯାନ୍ତ୍ରିକ ପ୍ରକ୍ରିୟାରେ କ୍ଷୀର ଦୁହାଁଯିବା ସହିତ ଶୀତଳୀକରଣ ଓ ପ୍ୟାକେଜିଙ୍ଗ କରାଯାଇଥାଏ।


ନିକଟବର୍ତ୍ତୀ ସହର କୋରାପୁଟ,ସୁନାବେଡ଼ା,ଜଯପୁର,ଡାମନଯୋଡ଼ି ଓ ନବରଙ୍ଗପୁର ଇତ୍ୟାଦି ସହରରେ ଏହି ଦୁଗ୍ଧର ଖୁବ୍ ଚାହିଦା ରହିଛି। ମଣିଷ ହାତର ସ୍ପର୍ଶରୁ ଏହି କ୍ଷୀରକୁ ମୁକ୍ତ ରଖାଯାଇଥାଏ।

ଏହା ଏକ ସମନ୍ଵିତ ପ୍ରୋଜେକ୍ଟ ହୋଇଥିବାରୁ ଏଠାରେ କ୍ଷୀର ଉତ୍ପାଦନ ସହିତ ଜୈବିକ କମ୍ପୋଷ୍ଟ,ଜିଆ ଖତ, ଜୈବିକ ୟୁରିଆ,ସବୁଜ ଗୋଖାଦ୍ୟ ଉତ୍ପାଦନ ଏବଂ ଚାଷୀମାନଙ୍କୁ ଉନ୍ନତ ଜ୍ଞାନକୌଶଳରେ ଗୋପାଳନ ସମ୍ବନ୍ଧରେ ପ୍ରଶିକ୍ଷିତ କରାଯାଇଥାଏ।

ଗର୍ବର ସହିତ ଗାଈଟିଏର ମାଲିକ ହୁଅନ୍ତୁ

ଏହି ଯୋଜନାରେ ବ୍ୟକ୍ତିବିଶେଷ,ଦଳ,ସ୍ଵୟଂସହାୟକ ଗୋଷ୍ଠୀ, କିମ୍ବା ପରିବାର ଭାଗ ନେଇ ଗୋଟିଏ ବା ତତୋଧିକ ଗାଈର ମାଲିକ ହୋଇପାରିବେ। ଗୋଟିଏ ଗାଈର ମୂଲ୍ୟ ବାବଦକୁ ୯୦,୦୦୦ ଟଙ୍କା କୋରାପୁଟ ଡାଏରୀରେ ନିବେଶ କରିବାକୁ ହେବ। ୫ବର୍ଷ ପର୍ଯ୍ୟନ୍ତ ଆପଣ କ୍ଷୀର ଆକାରରେ କିମ୍ବା ପଇସା ଆକାରରେ ପ୍ରତିମାସ ୧୮୦୦ଟଙ୍କା ପାଇବେ। ୫ ବର୍ଷ ପରେ ଆପଣ ଜମା କରିଥିବା ୯୦,୦୦୦ ଟଙ୍କା ଫେରସ୍ତ ପାଇବେ।ଗାଈର ବୀମା ଖର୍ଚ୍ଚ ୫ ବର୍ଷ ପାଇଁ ୩୦,୦୦୦ ଟଙ୍କା କୋରାପୁଟ ଡାଏରୀ ବହନ କରିବ। ଏଥିପାଇଁ କମ୍ପାନୀ ଚୁକ୍ତି ପତ୍ର ଓ MOU ସମ୍ପାଦନ କରିବାକୁ ହେବ। ଆପଣଙ୍କୁ ଗାଈର ଆଇ ଡି ଫଟୋ,ନମ୍ବର,ବୀମା କାଗଜ, MOUର କପି ,ଜମା ରାଶିର ରସିଦ ମିଳିବ ଏବଂ ଆପଣ ଯେତେବେଳେ ଚାହିଁବେ ସେତେବେଳେ ଯାଇ ଫାର୍ମରେ ଦେଖିପାରିବେ। ଚୁକ୍ତି ଅବଧି ସମାପ୍ତ ହେଲାପରେ ଏବଂ ଜମାରାଶି ଫେରସ୍ତ ପରେ ଗାଈ ଓ ତା'ର ବାଛୁରୀ ଉପରେ ଆପଣଙ୍କର ଦାବୀ ରହିବନାହିଁ। ଏତଦ୍ ବ୍ୟତୀତ ଆପଣ ଚାହିଁଲେ ମଧ୍ୟ ପାଞ୍ଚ ବର୍ଷ ପୂର୍ବରୁ ଓହରିଆସିପାରିବେ ଏବଂ ଆପଣଙ୍କୁ ଜମାରାଶି ଫେରସ୍ତ ମିଳିପାରିବ।

ବର୍ତ୍ତମାନ କୋରାପୁଟ ଡାଏରୀ ର ଦୁଧ ଲିଟର ପ୍ରତି ୪୪ ଟଙ୍କାରେ ବିକ୍ରୀ ହେଉଛି। କମ୍ପାନୀ ଦର କମାଇ ଏହାର ଗୁଣବତ୍ତା ସହିତ ସାଲିସ ନ କରିବା ପାଇଁ ପ୍ରତିବଦ୍ଧ।

NABARDର ଆକଳନ ଅନୁଯାୟୀ ୨୦୨୦ ବେଳକୁ ଭାରତର ଦୁଗ୍ଧ ଆବଶ୍ୟକତା ୧୮ କୋଟି ମେଟ୍ରିକ ଟନ୍ ହେବ କିନ୍ତୁ ସମ୍ପ୍ରତି ଉତ୍ପାଦନ ହେଉଛି ୧୪.୫ କୋଟି ମେଟ୍ରିକ ଟନ୍। ଏହି ପରିପ୍ରେକ୍ଷୀରେ ସବୁ ଦୃଷ୍ଟିରୁ କୋରାପୁଟ ଡାଏରୀର ଭବିଷ୍ୟତ ଉଜ୍ଜ୍ଵଳ ଜଣାପଡ଼ୁଛି।

ଅଧିକ ଜାଣିବା ପାଇଁ Facebook ପେଜ ଦେଖନ୍ତୁ।

ୱେବସାଇଟ