୧୨ ବର୍ଷରେ ହେଲା ଅପହରଣ, ୧୭ ବର୍ଷରେ ବେଶ୍ୟା – Quoraରେ ଜଣେ ଅଜ୍ଞାତ ଝିଅ ଲେଖିଛି ତା’ର କାହାଣୀ

23rd Feb 2017
  • +0
Share on
close
  • +0
Share on
close
Share on
close

କିଛିଙ୍କୁ ଉଦ୍ଧାର କରାଯାଏ। କିଛି ଆତ୍ମହତ୍ୟା କରିଦିଅନ୍ତି। କିଛି ସବୁ ଆଶା ଛାଡିଦିଅନ୍ତି। କିଛି ପଳାୟନ କରିବାକୁ ସକ୍ଷମ ହୁଅନ୍ତି। କିଛି ଆଜି ଯାଏଁ ନିଖୋଜ, କିଛି ଖବର ନାହିଁ। କିନ୍ତୁ ସେମାନେ ସମସ୍ତେ ଅତ୍ୟାଚାର, ଯୌନ ନିର୍ଯ୍ୟାତନାର ଶିକାର ହୁଅନ୍ତି। କେବେ କେବେ ତାଙ୍କୁ ଜୀବନରୁ ବି ମାରିଦିଆଯାଏ। ଆମ ଦେଶରେ ଯୁବତୀ ଚାଲାଣର ଦୃଶ୍ୟଟି ବହୁତ ଭୀତିପ୍ରଦ। ଦୁର୍ଭାଗ୍ୟର କଥା ଯେ ତାଙ୍କ ଭିତରୁ ଅନେକଙ୍କୁ ଆଜି ଯାଏଁ ପୋଲିସ ଖୋଜି ପାଇପାରୁନାହିଁ। ଚାଲାଣ ହୋଇ ଅନେକେ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ ହୁଅନ୍ତି। ସେମାନେ ପରେ ମାନସିକ ଅବସାଦ ଓ ଅନ୍ୟାନ୍ୟ ମାନସିକ ବିକାର ଦେଇ ଗତି କରନ୍ତି ଯାହା ତାଙ୍କର ବାକି ଜୀବନକୁ ମଧ୍ୟ କ୍ଷତାକ୍ତ କରିଦେଇଥାଏ।

Image source: <a href=

Image source:

Women’s Worldwide Weba12bc34de56fgmedium"/>

Quora ନାମକ ଏକ ସୋସିଆଲ ପ୍ରଶ୍ନୋତ୍ତର ସାଇଟରେ ଯେବେ ଜଣେ ଏକ ପ୍ରଶ୍ନ ପଚାରିଥିଲା ଯେ “ତୁମ ଜୀବନର ସବୁଠାରୁ ଦୁଃଖଦ ମୂହୁର୍ତ୍ତ କଣ ଏବଂ କାହିଁକି ?” ସେତେବେଳେ ଏକ ଅଜ୍ଞାତ ବ୍ୟକ୍ତି ଯେଉଁ ଉତ୍ତର ଦେଇଥିଲେ ତାହା ପଢିଲେ ଆତ୍ମା କମ୍ପିଉଠିବ। ତାଙ୍କ ଉତ୍ତରଟି ଆମ ଦେଶରେ ଚାଲିଥିବା ଯୁବତୀ ଚାଲାଣର ଭୟଙ୍କର ପରିସ୍ଥିତିର ଏକ ଛବି ଦେଖାଇଥିଲା। ସେ କଣ କହିଥିଲେ ଏଠାରେ ପଢନ୍ତୁ,

"ମୋର ଅପହରଣ ହେବା ସମୟରେ ମୋତେ ୧୨ ବର୍ଷ ହେଇଥିଲା ଏବଂ ୧୭ ବର୍ଷ ହେବା ବେଳକୁ ମୁଁ ହେଇସାରିଥିଲି ଏକ ବେଶ୍ୟା।"

ମୋର ୧୨ତମ ଜନ୍ମଦିନ ଦିନ ମୋ ଘର ପାଖରେ ଥିବା ଏକ ପାର୍କରୁ ମୋତେ ଅପହରଣ କରାଯାଇଥିଲା। ମୋର ଆଖିରେ ପଟି ବାନ୍ଧି ଦିଆଯାଇଥିଲା, ହାତ ଓ ଗୋଡ଼ ବନ୍ଧା ହେଇଥିଲା ଓ ପାଟିରେ ବିଣ୍ଡା। ମନେ ପଡ଼େ, ଗୋଟେ ଚଳନ୍ତା ଗାଡ଼ିର ଥଣ୍ଡା ଓ ଶକ୍ତ କାନ୍ଥରେ ମୋ ଦେହ ବାଜୁଥାଏ।

ଚେତା ଆସିବା ପରେ ଦେଖିଲି ମୁଁ ଗୋଟିଏ ଅପରିଚ୍ଛନ୍ନ କୋଠରୀ ଭିତରେ ଅଛି। କିଛି ସ୍ତ୍ରୀ ଲୋକ ଥାଆନ୍ତି ଯେଉଁମାନେ ମୋତେ ସଫାସୁତୁରା କରି କିଛି ଖାଇବାକୁ ଦେଲେ। ମୁଁ ଯେତେବେଳେ ବି ସାହାଯ୍ୟ ପାଇଁ ଚିତ୍କାର କରୁଥାଏ, ସେମାନେ ମୋ ମୁହଁକୁ ତକିଆରେ ଦବେଇ ଦେଉଥାନ୍ତି। ପରେ ଜାଣିଲି ଯେ ସେମାନେ ମୋତେ ମାଲିକର ମାଡ଼ରୁ ବଞ୍ଚାଇବାକୁ ଏପରି କରୁଥିଲେ।

ମୁଁ ବହୁତ ଛୋଟ ଥିଲି ତେଣୁ ମୋତେ ଏକ ‘ଡିଲକ୍ସ’ କୋଠରୀରେ ରଖାଯାଇଥିଲା।

ଖୁବ ବଡ଼ ଏକ ବଙ୍ଗଳାରେ ରହୁଥିବା ଜଣେ ଧନୀ ଶେଖ କୁ ମୋର କୁମାରୀତ୍ଵ ବିକ୍ରି କରାଯାଇଥିଲା। ଶେଖ ମୋତେ କିଛି ଦିନ...ବୋଧହୁଏ କିଛି ସପ୍ତାହ ଧରି ବଳାତ୍କାର କଲା। ତା’ପରେ ତାର ସମସ୍ତ ସାଥି ମାନେ ମଧ୍ୟ ଜଣ ପରେ ଜଣେ ବଳାତ୍କାର କଲେ।

ମୁଁ ମୋ ଡିଲକ୍ସ ରୁମରେ ସତେ ଯେମିତି ଅନନ୍ତ କାଳ ଯାଏଁ ସେମିତି ପଡ଼ିଥାଏ। ଲୋକ ଆସନ୍ତି ଓ ତାଙ୍କ ଯାହା ଇଛା କରି ଚାଲିଯାନ୍ତି। ଅନେକ ସମୟରେ ମୋର କ୍ରୋଧ, ରାଗ ପାଇଁ ମୁଁ ଶୋଇପାରେନା, ଆଉ ଅନେକ ସମୟରେ ଶରୀର ପୀଡ଼ା ପାଇଁ। ବେଳେବେଳେ ମୋ ଶରୀର ଭିତରେ ଗୋଟେ ପୁରୁଷକୁ ଅନୁଭବ କରି ଚେତା ଆସେ।

ମଝିରେ ମଝିରେ ଜଣେ ଡାକ୍ତର ଆସନ୍ତି ମୋର ହାଇମେନ ଠିକ କରିବାକୁ। ମୋର ଏହା ବିଶେଷ କରି ମନେ ଅଛି କରାନ ଡାକ୍ତର ଆସିବା ଅର୍ଥ ମୋତେ ପୁଣି ଆଉଥରେ କେଉଁ ଏକ ଶେଖର ବଙ୍ଗଳାକୁ ‘କୁମାରୀ କନ୍ୟା’ ଭାବେ ପଠାଯିବା।

ମୋ ଭିତରେ ଥିବା ମଣିଷଟି ବଞ୍ଚିରହିବାର ଏକମାତ୍ର କାରଣ ଥିଲେ ସେଇ ସ୍ତ୍ରୀ ଲୋକ ମାନେ ଯେଉଁମାନେ ମୋତେ ନିତି ଖୁଆଇବା ପାଇଁ ଓ ଗାଧୋଇବାରେ ସାହାଯ୍ୟ କରିବାକୁ ଆସୁଥିଲେ। ମୋତେ ଦେଖିଲେ ସେମାନଙ୍କ ଆଖିରେ ବେଳେବେଳେ ଲୁହ ଆସିଯାଏ। ସେମାନେ ମୋତେ ବୁଝାନ୍ତି ଯେ ମୋ ସହ ଯାହା ବି ହେଉଛି ତାହା ଠିକ ନୁହେଁ। ମୁଁ ଏକ ପଶୁ ନୁହେଁ ଓ ଯେଉଁ କଷ୍ଟ ଅନୁଭବ କରୁଛି ତାହା ସମ୍ପୂର୍ଣ ଭାବେ ସତ ଓ ସେମାନେ ମୋ କଷ୍ଟକୁ ଦେଖିପାରୁଛନ୍ତି।

ଦିନେ ମୁଁ ଉଠି ନିଜକୁ ଏକ ଅଲଗା କୋଠରୀରେ ପାଇଲି। ମୁଁ କିଛି ଘଣ୍ଟା ବା ଦିନ କିମ୍ବା କିଛି ସପ୍ତାହ ଧରି କାନ୍ଦିଲି। ମୁଁ ନିଜ କୋଠରୀ ସହ ଅଭ୍ୟସ୍ତ ହେଇସାରିଥିଲି। ମୁଁ ଏବେ ସେଇ ସ୍ତ୍ରୀଲୋକମାନଙ୍କର ମମତା ବୋଳା ହାତଛୁଆଁ ଠାରୁ ଦୂରରେ ଥିଲି।

ଏଇ ନୂଆ ଘରେ ଏକ ନୂଆ ମାଲିକ ସହ ମୋତେ ନାଚିବା, ବେଶଭୂଷା ହେବା ଓ ମେକଅପ ହେବା ଶିଖାଗଲା। ମୋତେ ଅନେକ ପ୍ରକାରର ସେବା ଦେବା ଶିଖାଗଲା। ମାଲିକ ନିଜେ ଶିଖାଇଲେ ଓ ତାଙ୍କ ଉପରେ ପ୍ରୟୋଗ କରିବାକୁ କହିଲେ। ଏଠି ଆଉ ଶେଖ ମାନେ ଆସୁନଥିଲେ। ଆସୁଥିଲେ ଇସ୍ତ୍ରୀ ଦିଆ ଶାର୍ଟ ପ୍ଯାଣ୍ଟ ପିନ୍ଧା ଲୋକମାନେ।

ମୁଁ ଧୀରେ ଧୀରେ ଏକ ରୋବଟ ଭଳି ହେଇଯାଇଥିଲି। କିଛି ଅନୁଭବ କରିବାକୁ ଅସମର୍ଥ। ବନ୍ଦ କର ବୋଲି କହିବାକୁ କି ବିଦ୍ରୋହ କରିବାକୁ ମୋ ମଧ୍ୟରେ ଆଉ ଇଛାଶକ୍ତି ମଧ୍ୟ ନଥିଲା। ମୁଁ କେବଳ ମାତ୍ର ନିର୍ଦ୍ଦେଶର ପାଳନ କରୁଥିଲି।

ଦିନେ ଜଣେ ଖାକୀ ଶାଢୀ ପିନ୍ଧିଥିବା ମହିଳା ମୋତେ ଚେତାକୁ ଆଣିଲେ। ମୋତେ ସେ ଜୋରରେ ହଲାଉଥାନ୍ତି ଓ ମୋର ନାଁ କଣ ବୋଲି ପଚାରୁଥାନ୍ତି। ମୁଁ ବୁଝିପାରୁନଥାଏ ଯେ କଣ ହଉଛି। ମୋତେ ସେଠାରେ କେଉଁ ନାଁରେ ଡାକୁଥିଲେ ମୋର ଆଉ ମନେ ପଡୁନଥାଏ। ମୁଁ କାନ୍ଦିବା ଆରମ୍ଭ କଲି ଓ ମୋର ଅପହରଣ ହେବା ଦିନଠାରୁ ପ୍ରଥମ ଥର ପାଇଁ ସୂତା ସାଲୁଆର କାମିଜ ପିନ୍ଧିଥିବା ଜଣେ ମହିଳା ଆଗେଇଆସି ମୋତେ କୁଣ୍ଢାଇ ପକାଇଥିଲେ। ସେ ମୋତେ କହିଲେ ସେମାନେ ମୋତେ ଉଦ୍ଧାର କରିବା ପାଇଁ ଆସିଛନ୍ତି।

ମୋତେ ଅନ୍ୟ ସ୍ତ୍ରୀ ଲୋକଙ୍କ ସହ ଏକ ଭ୍ୟାନରେ ବସାଇ ପୁଲିସ ଷ୍ଟେସନ ନିଆଗଲା। ମୁଁ ସେତେବେଳେ ଜାଣିପାରିଲି ଯେ ମୁଁ ମୁମ୍ବାଇ ଠାରେ ଅଛି। ପରେ ମୋତେ ଜାଣିବାକୁ ମିଳିଲା ଯେ ମୋତେ ପାଞ୍ଚବର୍ଷ ତଳେ ଅପହରଣ କରାଯାଇଥିଲା ଓ ପ୍ରଥମ କିଛି ବର୍ଷ ମୁଁ ହାଇଦ୍ରାବାଦରେ ଥିଲି।

ମୋତେ ଏକ ହୋମରେ ରଖାଗଲା। ସେଠାରେ ମୋତେ ମନସ୍ତତ୍ଵବିଦଙ୍କ ସହ କଥା ହେବାକୁ ପଡୁଥିଲା, କ୍ଳାସ ଯିବାକୁ ହାଉଥିଲା ଓ ପରେ ପରୀକ୍ଷା ମଧ୍ୟ ଦେବାକୁ ହେଲା। ଏହି ସମୟ ଭିତରେ ମୁଁ ମୋର ‘ଡିଲକ୍ସ’ ରୁମ ବାହାରେ ଶୋଇବା ଶିଖିଲି। ସେଇ ନର୍କ ଯେଉଁଟା ମୋର ଜୀବନ ହେଇଯାଇଥିଲା ତା’ ଠାରୁ ଦୂରରେ ଯେ ଗୋଟେ ଜୀବନ ଅଛି ତାହା ଜାଣିଲି। ଅନେକ ଦିନ ଧରି କେହି ଅପରିଚିତ ପୁରୁଷ ମୋ ଶରୀରରେ ଅବାଧ ପ୍ରବେଶ ନକରିଥିବାରୁ ମୋତେ ଅସହଜ ମଧ୍ୟ ଲାଗୁଥାଏ। ମୁଁ ମୋର ନୂଆଁ ଜୀବନ ଜୀଇଁବା ଶିଖିବାକୁ ଲାଗିଲି, ଏକ ଅସହଜ ‘ନର୍ମାଲ’ ଜୀବନ ଯେଉଁଥିରେ ସମ୍ମାନ ବୋଲି ଗୋଟେ ଅଚିହ୍ନା ଜିନିଷ ଥିଲା। ମୁଁ ଜାଣିବାକୁ ପାଇଲି ମୋର ଅନେକ ଥର ଅସୁରକ୍ଷିତ ଭାବେ ଗର୍ଭପାତ କରାଯାଇଛି ତେଣୁ ମୁଁ ଆଉ କେବେ ମା ହେଇପାରିବି ନାହିଁ। ଥରେ ଜଣେ ଗ୍ରାହକ ମୋର ମଣିବନ୍ଧକୁ ମୋଡ଼ି ଭାଙ୍ଗିଦେଇଥିଲା। ଯେହେତୁ ତାର କୌଣସି ଚିକିତ୍ସା କରାଯାଇନଥିଲା, ଏହା ଆଉ କେବେ ମଧ୍ୟ ଠିକ ହେବନାହିଁ ବୋଲି ଜାଣିବାକୁ ପାଇଲି।

ଡାକ୍ତରଙ୍କ ସାହାଯ୍ୟରେ ମୁଁ ମୋର ପିଲାବେଳର ଠିକଣା ମନେ ପକାଇ ପାରିଲି। ମୋର ଏନଜିଓର ଲୋକେ ଯେତେବେଳେ ମୋର ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ, ଜାଣିବାକୁ ପାଇଲେ ଯେ ଅନେକ ଦିନ ପୂର୍ବରୁ ଶରୀରର ନାନା ଅଙ୍ଗ ଖରାପ ହେଇଯିବା କାରଣରୁ ମୋ ମା’ ଆଉ ଏ ଦୁନିଆରେ ନାହାନ୍ତି। ମୋ ଯିବା ପରେ ଖାଇବା ପିଇବା ଛାଡିଦେଇଥିବାରୁ ତାଙ୍କର ଏ ଅବସ୍ଥା ହେଇଥିଲା। ମା’ଙ୍କ ପରେ ବାପା ଆଉ ସହିନପାରି ଆତ୍ମହତ୍ୟା କରିଦେଇଥିଲେ।

ମୋର ଏନଜିଓର ଲୋକେ ମୋ ପାଇଁ ଦିଲ୍ଲୀ ଠାରେ ଜଣେ ପୃଷ୍ଠପୋଷକ ଖୋଜିଥିଲେ। ମୁଁ ଦିଲ୍ଲୀ ଆସିଲି ଓ ଏଠାରେ କମ୍ପ୍ୟୁଟର ଓ ବିଦେଶୀ ଭାଷାର କୋର୍ସ କଲି। ସେବେଠୁ ମୁ ଦିଲ୍ଲୀରେ ରହୁଛି।

ବର୍ତ୍ତମାନ ମୁଁ ଏକ କମ୍ପ୍ୟୁଟର କେନ୍ଦ୍ରରେ ଶିକ୍ଷୟତ୍ରୀ ଭାବେ ଚାକିରୀ କରୁଛି। ଗୋଟିଏ ଭଡ଼ାର ଫ୍ଲାଟରେ ଆଉ ଦୁଇଜଣ ଝିଅଙ୍କ ସହ ମୁଁ ରହୁଛି।

ମୋର ଜଣେ ବୟଫ୍ରେଣ୍ଡ ଅଛନ୍ତି ଯିଏ ମୋତେ ବହୁତ ଭଲ ପାଆନ୍ତି ଓ ସମ୍ମାନ କରନ୍ତି। ସେ ମୋର ଅତୀତ ବିଷୟରେ ସବୁ ଜାଣନ୍ତି କିନ୍ତୁ ସେ ବିଷୟରେ କୌଣସି ଆଲୋଚନା କରିବାକୁ ପସନ୍ଦ କରନ୍ତିନାହିଁ। ମୁଁ ଏବେ ବି ବେଳେବେଳେ ଶୋଇପାରେ ନାହିଁ। ଅଧରାତିରେ ନିଦ ଭଙ୍ଗେ ଆଉ ଲାଗେ ମୁଁ ପୁଣି ଆଉଥରେ ସେଇ କୋଠରୀ ଭିତରେ ଅଛି। ମୁଁ ତାଙ୍କୁ ଅଧରାତିରେ ଫୋନ କରେ ଓ ସେ ମୋତେ ଶାନ୍ତ କରାନ୍ତି। ସେ ମୋତେ ସୁରକ୍ଷିତ ଅନୁଭବ କରାନ୍ତି। ମୋତେ ହସାନ୍ତି, ମୋ ପାଇଁ ଗୀତ ଗାଆନ୍ତି ଓ ମୋତେ ନିଜ ସାଙ୍ଗରେ ଜିମ ଯିବାଉ ବାଧ୍ୟ କରନ୍ତି। ସେ ଏକ ସାଧାରଣ ମଧ୍ୟବିତ୍ତ ପରିବାରର ପୁଅ ତେଣୁ ନିଜ ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ମୋର ଅତୀତ ବିଷୟରେ ଜଣାଇପାରିବେ ନାହିଁ। ମୁଁ ଏସବୁ ବୁଝେ କିନ୍ତୁ ମିଛ କହିବାକୁ ଆଦୌ ଭଲ ଲାଗେନି।

ଏବେ କିଛିଦିନ ତଳେ ପ୍ରମିସ ଡେ ରେ ସେ ମୋତେ ପ୍ରପୋଜ କଲେ। ମୁଁ ହଁ କଲିନାହିଁ। ମୁଁ ତାଙ୍କ ଭଳି ଜଣେ ପୁରୁଷ ପାଇଁ ଯୋଗ୍ୟ ନୁହେଁ। ସେ ଭଦ୍ର, ଶିକ୍ଷିତ ଆଉ ମୁଁ ପ୍ରଦୂଷିତ, ଭାଙ୍ଗିଯାଇଥିବା ମଣିଷ ଟିଏ। ତାଙ୍କ ପାଇଁ ଏକଦମ ଅଯୋଗ୍ୟ। ମୁଁ କାହାର ବି ସ୍ତ୍ରୀ ହେବା ଯୋଗ୍ୟ ନୁହେଁ। ସେ କହିଲେ ସେ ମୋ ପାଇଁ ଅପେକ୍ଷା କରିବେ ଓ ଆମେ ପରେ ପୋଷ୍ୟସନ୍ତାନ ଗ୍ରହଣ କରିପାରିବା। କିନ୍ତୁ ମୁଁ ମୋର ମାନସିକ ବୋଝ ତାଙ୍କ ଜୀବନ ଉପରେ ଲଦିଦେବାକୁ ଚାହୁଁନାହିଁ। ତାଙ୍କ ଜୀବନ ଓ ସ୍ଵପ୍ନକୁ ନଷ୍ଟ କରିଦେବାକୁ ଚାହୁଁନାହିଁ।

ଏହା ଥିଲା ମୋର ସବୁଠାରୁ ଗୂଢ ଓ ଦୁଃଖଦାୟକ ଜୀବନ ରହସ୍ୟ। ମୋର କାହାଣୀ ପଢିବାକୁ ସମୟ ବାହାର କରିଥିବାରୁ ଧନ୍ୟବାଦ। “

ଏକ ନର୍କରୁ ମୁକ୍ତି ପାଇବା ପରେ ଏଇ ଝିଅଟି ପାଖରେ ତା’ର ବାପା ମା’ ମଧ୍ୟ ନଥିଲେ। ଶାନ୍ତି ପାଇଁ, କୋଳରେ ମୁଣ୍ଡ ଗୁଞ୍ଜିବା ପାଇଁ କେହି ନଥିଲେ। ବର୍ତ୍ତମାନ କେବଳ ବଞ୍ଚିବା ପାଇଁ ହିଁ ସେ ବଞ୍ଚିଛି। ଅତୀତର ଦାଉରେ ଭବିଷ୍ୟତ ପାଇଁ ଆଉ କୌଣସି ଆଶା ନାହିଁ।

ଏହି କାହାଣୀକୁ ପଢିଲେ ଜଣାପଡ଼େ ଯେ ଭାରତରେ ଆଜି ମଧ୍ୟ ଝିଅ ମାନେ ଅସୁରକ୍ଷିତ ଏବଂ ସମୟ ଆସିଛି ଆମମାନଙ୍କୁ ଏ ନେଇ କିଛି କରି ଦେଖାଇବାର। 

Want to make your startup journey smooth? YS Education brings a comprehensive Funding and Startup Course. Learn from India's top investors and entrepreneurs. Click here to know more.

  • +0
Share on
close
  • +0
Share on
close
Share on
close

Our Partner Events

Hustle across India