ଆସିବ ଅମୁଲର ସିଙ୍ଗଡା ଓ ପେଟିସ

ଆସିବ ଅମୁଲର ସିଙ୍ଗଡା ଓ ପେଟିସ

Friday March 31, 2017,

1 min Read

image


ଅମୁଲ ହିମୀକୃତ ଜଳଖିଆ ପ୍ରସ୍ତୁତ କରିବ ବୋଲି ଶନିବାର ଦିନ କମ୍ପାନି ତରଫରୁ କୁହାଯାଇଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପନୀର ଏବଂ ଜିଚ୍‌ ପରଟା, ପେଟିସ୍‌ ଏବଂ ଶିଙ୍ଗଡ଼ା ସମତେ ପ୍ରାୟ ସାତ ଆଠ ପ୍ରକାରର ହିମିକୃତ ଜଳଖିଆ ବଜାରକୁ ଛଡ଼ାଯିବ। ପରେ ପରେ ଆଉ କେତେକ ଜଳଖିଆ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଗୁଜୁରାଟ କୋଅପେରାଟିଭ୍‌ ମିଲ୍‌କ୍‌ ମାର୍କେଟିଙ୍ଗ୍‌ ଫେଡେରେସନ୍‌ର ଏମ୍‌ଡି ଆର୍‌ଏସ୍‌ ଧୋନି।

କମ୍ପାନିର ପ୍ରଶସ୍ତିକରଣ ପାଇଁ ଅମୁଲ ଆଗାମୀ ଦୁଇ ବର୍ଷ ମଧ୍ୟରେ ୨୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛି। ସେଥିରେ ଅଛି କୋଲ୍‌କତା ଏବଂ ବାଶିରେ ଦୁଇଟି ଡାଏରି ପ୍ଲାଣ୍ଟ୍‌। ଏହା ବ୍ୟତିରେକେ ବାରାଣସୀରେ ଦୈନିକ ୨ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଏକ ବସା ଯିବାର ଯୋଜନା ରହିଛି।