Brands
Discover
Events
Newsletter
More

Follow Us

twitterfacebookinstagramyoutube
Odia

Brands

Resources

Stories

General

In-Depth

Announcement

Reports

News

Funding

Startup Sectors

Women in tech

Sportstech

Agritech

E-Commerce

Education

Lifestyle

Entertainment

Art & Culture

Travel & Leisure

Curtain Raiser

Wine and Food

YSTV

ପକେଟ ଖର୍ଚ୍ଚରୁ ଆରମ୍ଭ ହେଲା ସମାଜସେବା - Starz Foundation

ପକେଟ ଖର୍ଚ୍ଚରୁ ଆରମ୍ଭ ହେଲା ସମାଜସେବା - Starz Foundation

Wednesday April 20, 2016,

4 min Read

ଆଜିକାଲିର କଲେଜ ପଢୁଆ ଛୁଆ ପକେଟ ଖର୍ଚ୍ଚ ପାଇଲେ ପ୍ରଥମେ ନୂଆ ରିଲିଜ ହେଇଥିବା ସୁପରହିଟ ଫିଲ୍ମର ମାଟିନୀ ଶୋ ଟିକେଟ କାଟିବେ ଅଥବା ରାଜଧାନୀରେ ନୂଆ କରି ଖୋଲିଥିବା ଅନ୍ତରାଷ୍ଟ୍ରୀୟ ଫାଷ୍ଟଫୁଡ ଦୋକାନ ସାମନାରେ ଧାଡି ଲଗାଇବେ। ଶତକଡା ଶହେ ଭାଗରୁ ଅଶି ଭାଗ ନିଶ୍ଚେ ଉପରୋକ୍ତ କାର୍ଯ୍ୟରେ ସେ ଅର୍ଥକୁ ବିନିଯୋଗ କରିବେ। କିନ୍ତୁ ବଳକା କୋଡିଏ ଭାଗ ବା ତା'ଠାରୁ କମ ପିଲା ଏହି ଟଙ୍କାରୁ କିଛି ସଞ୍ଚୟ କରି ସେଥିରେ କିଛି ମହତ ଉଦ୍ଦେଶ୍ୟ ସାଧିବାକୁ ଇଚ୍ଛା କରିବେ। ହେଇପାରେ ସେତିକି ସମୁଦ୍ରକୁ ଶଙ୍ଖେ, ହେଲେ ବିଶ୍ଵାସ ଯେ ଏମିତି ଶଙ୍ଖେ ଶଙ୍ଖେରେ ସମୁଦ୍ରରେ ଦିନେ ନା ଦିନେ ଜୁଆର ଉଛୁଳିବ। 

ଏହି କୋଡିଏ ଭାଗରୁ ଜଣେ ହେଲେ ଅଭିଜିତ। ନିଜ ପକେଟ ଖର୍ଚ୍ଚ ଟଙ୍କାରେ ଭୋକିଲା ପେଟକୁ ଦାନାଟିଏ, ଫୁଟପାଥରେ ଶୋଇ ଶୀତରେ ଥରୁଥିବା ଗରିବକୁ କମ୍ବଳଟିଏ ଦେବାର ଅଭିପ୍ରାୟ ରଖନ୍ତି। ନିଜେ ଓ କିଛି ସାଙ୍ଗଙ୍କୁ ଏହି ମହତ ଭାବନାରେ ଅନୁପ୍ରାଣିତ କରି ଆରମ୍ଭ କରିଛନ୍ତି Starz Foundation. ଏକ ଫେସବୁକ ଗ୍ରୁପରୁ ଆରମ୍ଭ ହେଇ Starz Foundation ଏବେ ଏକ ପଞ୍ଜୀକୃତ ଅଣସରକାରୀ ସଂସ୍ଥା। ଏହାର ମୁଖ୍ୟ ଲକ୍ଷ୍ୟ ଶିଶୁ ଶ୍ରମିକ, ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ନିରକ୍ଷରତା ବିରୁଦ୍ଧରେ ଲଢିବା। ନିମ୍ନରେ ଅଭିଜିତ ସାହୁ, ପ୍ରତିଷ୍ଠାତା, Starz Foundation ତାଙ୍କର କାହାଣୀ ୟୌରଷ୍ଟୋରିକୁ କହିଛନ୍ତି। 

ଅଭିଜିତଙ୍କ କାହାଣୀ:

image


ମୁଁ ଅଭିଜିତ ସାହୁ , ଘର ବାଲେଶ୍ଵର । ବର୍ତ୍ତମାନ ମୁଁ ରେଭେନ୍ସା ୟୁନିଭର୍ସିଟି, କଟକରେ ଅଧ୍ୟୟନରତ । ମୁଁ ସାଧାରଣତଃ ଟ୍ରେନରେ ବାଲେଶ୍ଵରରୁ କଟକ ଯିବା ଆସିବା କରେ । ଟ୍ରେନରେ ମୁଁ ଅନେକ ଶାରୀରିକ ବିକଳାଙ୍ଗ, ଅନାଥ ଏବଂ ଗରିବ ପିଲା ନିଜ କ୍ଷୁଧାର ଜ୍ଵାଳାକୁ ଶାନ୍ତ କରିବା ପାଇଁ ଭିକ ମାଗୁଥିବାର ନିତି ଦେଖେ । ଅନେକ ଲୋକ ଏହି ନୁଖୁରା, ଅପରିଷ୍କାର ଛୁଆ ଓ ବ୍ୟକ୍ତିଙ୍କୁ ଦେଖି ଘୃଣାରେ ମୁହଁ ଫେରାଇନେବା ଦେଖେ। ଯେବେ ବି ମୁଁ ଏହି ଦୃଶ୍ୟ ଦେଖେ , ମୋ ମନରେ ଏକ ପ୍ରଶ୍ନ ଉଙ୍କି ମାରେ, 

"ମୁଁ ସେମାନଙ୍କ ପାଇଁ କିଛି କରିପାରିବି କି ? ମୁଁ ସେମାନଙ୍କ ଶିକ୍ଷା ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ କିଛି କରିପାରିବି କି? ଯଦି ହଁ, ତେବେ କିପରି ?" 

ଏହି ପ୍ରଶ୍ନ ମୋ ମନରେ ସବୁବେଳେ ଘାଣ୍ଟି ହେଉଥାଏ । ଦିନେ ମୁଁ ଘରେ ଥିବା ସମୟରେ ହଠାତ ମୋ ମନରେ ଗୋଟେ ଉପାୟ ଆସିଲା । ମୋ ମନରେ ଦବି ରହିଥିବା ସେହି ଇଛା କୁ ପୂରଣ କରିବାର, ସେହି ଗରିବ, ବିକଳାଙ୍ଗ, ଅନାଥ ପିଲା ମାନଙ୍କୁ ସାହାଯ୍ୟ କରିବାର ସେହି ଇଛାକୁ ସାକାର କରିବା ପାଇଁ ଏକ ଦିଗ ମିଳିଗଲା । ଉପାୟ କିଛି ଏହିପରି ଥିଲା - ଆମେ ଯୁବ ଗୋଷ୍ଠୀ ଯଦି ଆମ ପକେଟ ଖର୍ଚ୍ଚରୁ ପ୍ରତ୍ୟେକ ମାସ କିଛି କିଛି ସଞ୍ଚୟ କରି ରଖିବା ଓ କିଛି ମାସ ପରେ ଯାହା ବି ସଞ୍ଚୟ ହୋଇଥିବ ଆମେ ସେମାନଙ୍କ ଉନ୍ନତି ନିମନ୍ତେ ଖର୍ଚ୍ଚ କରିବା । ମୁଁ ଯେତେବେଳେ ଏହି ବିଚାରକୁ ମୋ ସାନ ଭଉଣୀ ଅଭିଜିତା ସହ ଆଲୋଚନା କଲି, ସେ ଅତ୍ୟନ୍ତ ଖୁସି ହେଇଗଲା ଏବଂ କହିଲା "ଭାଇ, ତୁ ଆରମ୍ଭ କର ମୁଁ ସବୁବେଳେ ତୋ ସାଥିରେ ଅଛି ।" ତାର ସେହି କଥା ପଦକ ମୋତେ ଇଛାକୁ ତ୍ୱରାନ୍ୱିତ କରିଦେଲା ଏବଂ ସଙ୍ଗେ ସଙ୍ଗେ ମୁଁ ଫେସବୁକ ରେ "ଷ୍ଟାର ଚାରିଟୀ" ନାମରେ ଗୋଟିଏ ଗୃପ୍ ବନେଇଲି ଏବଂ ମୋର ୫ ଜଣ ଘନିଷ୍ଠ ବନ୍ଧୁ ମିଲାପ ଟାକ, ସାନି ଜୋସେଫ, ଅନିନ୍ଦିତା କୁଣ୍ଡୁ, ସମସାଦ ଖାନ, ଅଭିକ ନାୟକ ଙ୍କୁ ମିଶାଇଲି। ତାଙ୍କୁ ମୋର ବିଚାର ଓ ଯୋଜନା ସମ୍ପର୍କରେ ଜଣାଇଲି । ସେମାନେ ମଧ୍ୟ ଆନନ୍ଦର ସହିତ ମୋ ସହ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କଲେ । ଏହି ପରି ଭାବେ ଆମେ ୭ ଜଣ ମିଶି ଆରମ୍ଭ କଲୁ ଏକ ସଂଗଠନ, ଯାହାର ନାମ ଥିଲା "ଷ୍ଟାର ଚାରିଟୀ" । 

image


ସେହି ଦିନ ଠାରୁ ଆମେ ପ୍ରତି ମାସ ୫୦-୧୫୦ ଟଙ୍କା ହିସାବରେ ସଞ୍ଚୟ କଲୁ । ଧୀରେ ଧୀରେ ଆମେ ଏହି ବିଚାରକୁ ଆମର ଅନ୍ୟ ବନ୍ଧୁ ମାନଙ୍କ ସହ ମଧ୍ୟ ଆଲୋଚନା କଲୁ, ଫଳରେ ସଦସ୍ୟ ସଂଖ୍ୟା ସହ ପାଣ୍ଠି ମଧ୍ୟ ବଢିବାରେ ଲାଗିଲା । ସେହି ପାଣ୍ଠି ରେ ଆମେ କିଛି ଖାଦ୍ୟ କିଣିଲୁ ଏବଂ ଲୋକ ମାନଙ୍କ ପାଖରୁ ତାଙ୍କର ଦରକାର ହେଉନଥିବା କିଛି ଶୀତ ବସ୍ତ୍ର ସଂଗ୍ରହ କଲୁ । ୨୦୧୫ ମସିହା ଜାନୁୟାରୀ ୧ ତାରିଖ ଦିନ "ଷ୍ଟାର ଚାରିଟୀ" ଫାଇଲିନ କ୍ଷତିଗ୍ରସ୍ତ ଅଞ୍ଚଳରେ ନିଜର ପ୍ରଥମ ସେବା କାର୍ଯ୍ୟ ସମ୍ପାଦନ କଲା । ମୁଁ ଏବଂ ମୋର ବନ୍ଧୁ ମାନେ ସେହି ଖାଦ୍ୟ ଏବଂ ଲୁଗାପଟାକୁ ଗରିବଙ୍କ ମଧ୍ୟରେ ବଣ୍ଟନ କଲୁ । ସେହି ସମୟରେ ଗୋଟେ ଛୋଟ ପିଲା ଆଖିରେ ଖୁସି ଦେଖି ମୋ ଆଖିରେ ଲୁହ ଆସିଗଲା । ସେ ବସ୍ତ୍ର ଏବଂ ଖାଦ୍ୟ ପାଇବା ପରେ ଖୁସିରେ ଡେଇଁବାକୁ ଲାଗିଥିଲା । ଯଦି ଆପଣ ମୋତେ ପଚାରିବେ ଯେ ମୁଁ କେବେ ଭଗବାନଙ୍କ ଦର୍ଶନ ପାଇଛି କି ନାହି ? ତେବେ ମୋର ଉତ୍ତର ହେବ ହଁ । ମୁଁ ଭଗବାନଙ୍କୁ ସେହି ପିଲାଟି ଦ୍ଵାରା ଦେଖିଛି । ସେ ପିଲାଟି ର ହସ ଦେଖି ମୋତେ ଲାଗିଲା ଯେପରି ଭଗବାନ ମୋତେ ଦେଖି ସନ୍ତୋଷରେ ହସୁଛନ୍ତି । 

image


ବର୍ତ୍ତମାନ ଆମେ ୬୦ ଜଣ ଶିଶୁଙ୍କୁ ଶିକ୍ଷା ଯୋଗାଇବା ସହିତ ସେମାନଙ୍କ ଶିକ୍ଷାର ସମସ୍ତ ଦାୟିତ୍ଵ ଏବଂ ଆବଶ୍ୟକତାକୁ ପୂରଣ କରୁଛୁ । ମଫସଲରେ ଥିବା ଅନେକ ସରକାରୀ ସ୍କୁଲ ମାନଙ୍କରେ ଆମେ ମାଗଣା କମ୍ପୁଟର ଶିକ୍ଷା ପ୍ରଦାନ କରୁଛୁ । ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ହିଁ ଆମର ମୁଖ୍ୟ ଉଦ୍ଦେଶ୍ୟ । ଆଜି ସେହି "ଷ୍ଟାର ଚାରିଟୀ" ର ନାମ ବଦଳି ହୋଇଛି "Starz Foundation" ଏବଂ ୬୮ ଜଣ ସଦସ୍ୟଙ୍କୁ ନେଇ ସେ ତାର ସ୍ଵାର୍ଥହୀନ ସେବାମୟ ଯାତ୍ରାରେ ଆଗେଇ ଚାଲିଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଯେଉଁ ମାନେ ମୋ ଉପରେ ବିଶ୍ଵାସ ରଖି ଏହି ସଂଗଠନ ରେ ଯୋଗ ଦେଇଛନ୍ତି ଏବଂ ଯେଉଁ ମାନେ ଆମ ଫେସବୁକ ପେଜ କୁ ଲାଇକ କରି ଆମକୁ ପ୍ରୋତ୍ସାହନା ଦେଇଛନ୍ତି। ଧନ୍ୟବାଦ ।

image