କୋଚିର ଏଇ ମୂକ ଓ ବଧୀର ଯୁବତୀ ଆଜି ଜଣେ ଜଣାଶୁଣା ମଡ଼େଲ ଓ ଖେଳାଳୀ
Wednesday December 07, 2016,
2 min Read
୨୪ ବର୍ଷୀୟା ସୋଫିଆ ଏମ ଜୋ ଜନ୍ମରୁ ଭଲ ଭାବେ ଶୁଣି ପାରୁନଥିଲେ କି କଥା କହିପାରୁନଥିଲେ। କିନ୍ତୁ ତାଙ୍କର ଏହି ଶାରୀରିକ ଅକ୍ଷମତା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚିବାରେ ବାଧା ଦେଇପାରିଲା ନାହିଁ। ଆଜି ସୋଫିଆ ଜଣେ ଜଣାଶୁଣା ମଡ଼େଲ ଓ ଖେଳାଳୀ। ଶଟ ପୁଟ ଏବଂ ଡ଼ିସକସ ଫିଙ୍ଗିବାଏ ତିନି ଥର ଜାତୀୟ ଚାମ୍ପିଆନ ରହିଥିବା ସୋଫିଆ ନାନା ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ଏସବୁ ଛଡ଼ା ତାଙ୍କର ତୁଳୀ ସହ ମଧ୍ୟ ବେଶ ସୁନ୍ଦର ସମ୍ପର୍କ ଅଛି। ସେ ଜଣେ ଭଲ ଚିତ୍ରକର ଏବଂ ଗହଣା ମଧ୍ୟ ଡିଜାଇନ କରନ୍ତି।
Facebooka12bc34de56fgmedium"/>
କୋଚିର ଏହି ଝିଅଟି ପାଇଁ ତା’ର ପିଲା ବେଳ କିନ୍ତୁ ଆଦୌ ସହଜ ନଥିଲା, ସ୍କୁଲରେ ତାଙ୍କୁ ଆଡମିସନ ମିଳୁନଥିଲା। ତାଙ୍କର ଭାଇ ରିଚାର୍ଡ ମଧ୍ୟ ସମାନ ଧରଣର ଶାରୀରିକ ଅକ୍ଷମତାର ଶିକାର ଥିଲେ।
“ଏହା ମୋର ପିଲାମାନଙ୍କର ଭୁଲ ନୁହେଁ କି ମୋର ମଧ୍ୟ ନୁହେଁ। ସେମାନେ ଜନ୍ମରୁ ହିଁ ଏପରି ଥିଲେ ଓ ଆମେ ତାକୁ କୌଣସି ଭାବେ ବଦଳେଇ ପାରିବୁ ନାହିଁ। କିନ୍ତୁ ଲୋକେ ତାଙ୍କୁ ଥଟ୍ଟା କରନ୍ତି, ଉପହାସ କରନ୍ତି, ଛିଗୁଲେଇ ନାନା କଥା କହନ୍ତି। ସତେ ଯେମିତି ଆମେ ମାନେ କୌଣସି ପାପ କରିଛୁ, “
-ସୋଫିଆଙ୍କ ବାପା ଜୋ ଫ୍ରାନସିସ Ken Foliosକୁ କୁହନ୍ତି।
ଅନେକ କଷ୍ଟ ପରେ ଆଜି ସୋଫିଆ ସେଣ୍ଟ ଜାଭିୟର କଲେଜରୁ ଇଂଗ୍ଲିଶ ସାହିତ୍ୟରେ ବିଏ କରିପାରିଛନ୍ତି ଏବଂ ଦେଶର ଜଣେ ଜଣାଶୁଣା ଖେଳାଳୀ ଓ ମଡ଼େଲ।
ସୋଫିଆଙ୍କ ମାଁ ଗୋରିଆଟ୍ଟୀ India Todayକୁ ଏକ ସାକ୍ଷାତକାରରେ କୁହନ୍ତି,
“ସେ ଅନ୍ୟ ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ହିଁ ବଢିଛି। ଯଦିଓ କିଛି ବର୍ଷ ପାଇଁ ଆମେ ତାକୁ ଘରେ ପାଠ ପଢାଉଥିଲୁ, କିନ୍ତୁ ପରେ ଆମେ କେରଳର ଏକ ସାଧାରଣ ସ୍କୁଲରେ ତା’ର ନାମ ଲେଖାଇଦେଲୁ ଏବଂ ନିଜେ ହିଁ ତାକୁ ତା’ର ରୁଚି ଅନୁସାରେ ଅନ୍ଯାନ୍ଯ ବିଷୟରେ ଶିଖାଇବାକୁ ଲାଗିଲୁ। ତା’ର ଅଭିଳାଷା ପୂରଣ କରିବାରେ ଆମେ ସଦାସର୍ବଦା ତା’ ସାଥିରେ ଅଛୁ ଓ ଏହା ତା’ ମଧ୍ୟରେ ଆତ୍ମବିଶ୍ବାସ ଆଣିପାରିଥିଲା।“
୨୦୧୪ରେ ହେଇଥିବା ମିସ ଇଣ୍ଡିଆ ଡେଫ ଏଣ୍ଡ ଡମ୍ବରେ ସୋଫିଆ ପ୍ରଥମ ରନର ଅପ ହେଇଥିଲେ। ସେ ପରେ ଚେକ ରିପବ୍ଲିକର ପ୍ରାଗ ଠାରେ ଅନୁଷ୍ଠିତ ହେଇଥିବା ମିସ ୱର୍ଲ୍ଡ ଡେଫ ଏଣ୍ଡ ଡମ୍ବରେ ଭାରତର ପ୍ରତିନିଧିତ୍ଵ କରିଥିଲେ। ସେ Best Wishes ନାମକ ଏକ ଫିଲ୍ମରେ ଅଭିନୟ କରିଛନ୍ତି ଓ ବର୍ତ୍ତମାନ ନାଚ ମଧ୍ୟ ଶିଖୁଛନ୍ତି। ସୋଫିଆ ହେଉଛନ୍ତି କେରଳର ଶ୍ରବଣଗତ ଅକ୍ଷମତା ଥିବା ପ୍ରଥମ ମହିଳା ଯିଏ ଡ୍ରାଇଭିଂ ଲାଇସେନ୍ସ ପାଇପାରିଛନ୍ତି। କିନ୍ତୁ ଏହା ତାଙ୍କ ପାଇଁ ଆଦୌ ସହଜ ନଥିଲା। ଡ୍ରାଇଭିଂ ଲାଇସେନ୍ସ ପାଇଁ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ଦୁଆର ପର୍ଯ୍ୟନ୍ତ ଯିବାକୁ ପଡ଼ିଥିଲା। ଆଗକୁ ଯାଇ ସେ କାର ରେସିଙ୍ଗରେ ଭାଗ ନେବାର ଲକ୍ଷ୍ୟ ରଖିଛନ୍ତି।