ଟାଇମ୍ସ ମାଗାଜିନ୍‌ର ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟାଇମ୍ସ ମାଗାଜିନ୍‌ର ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Friday March 31, 2017,

1 min Read

image


ଟାଇମ୍ସ ମାଗାଜିନ୍‌ର ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ରହିଛି। ମାଗାଜିନ୍‌ର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଅଛି।

ଆସନ୍ତା ମାସରେ କିଏ କେଉଁ ସ୍ଥାନରେ ରହିଛନ୍ତି ସେ ବିଷୟରେ ମାଗାଜିନ୍‌ ପକ୍ଷରୁ ଘୋଷଣା କରାଯିବ।ଏହି ତାଲିକାରେ ନେତା,ବୈଜ୍ଞାନିକ,ଖେଳାଳୀ,କଳାକାରଙ୍କ ନାଁ ରହିଛି। ମାଗଜିନ୍‌ ପକ୍ଷରୁ ଏହାର ପାଠକମାନଙ୍କୁ ଏ ବିଷୟରେ ମତ ଦେବା ପାଇଁ କୁହାଯାଇଛି। ଗତବର୍ଷବି ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ନାଁ ଥିଲା।ଗତବର୍ଷ ଏହି ତାଲିକାରେ ଭାରତର ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ, ଟେନିସ୍‌ ଖେଳାଳୀ ସାମିଆ ମିର୍ଜା, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଗୁଗୁଲ୍‌ ମୁଖ୍ୟ ସୁନ୍ଦର ପିଚାଇ, ପ୍ଲିଫ୍ଲକାର୍ଟର ବିନି ବଂଶାଲ୍‌ଙ୍କ ନାଁ ଥିଲା।

ଚଳିତ ବର୍ଷ ଏଥିରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦାଲ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ଝିଅ ଇଭାଙ୍କ ଟ୍ରମ୍ପଙ୍କ ସହ ବିଭିନ୍ନ ବିଶ୍ୱସ୍ତରୀୟ ନେତାଙ୍କର ନାଁ ରହିଛି।