ନାଲ୍‍କୋ ପକ୍ଷରୁ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଆବେଦନପତ୍ର ଆହ୍ୱାନ

ନାଲ୍‍କୋ ପକ୍ଷରୁ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଆବେଦନପତ୍ର ଆହ୍ୱାନ

Wednesday December 16, 2015,

1 min Read

ନବରତ୍ନ କମ୍ପାନୀ ନାଲ୍‍କୋ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତି ତଥା ଶିଶୁମାନଙ୍କ ଥଇଥାନ ଓ ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ‘ନାଲ୍‍କୋ ସ୍ମାଇଲ୍‍ସ ପୁରସ୍କାର’ ପ୍ରଦାନ କରାଯିବ । ଏହି ପୁରସ୍କାର ବିଜେତାଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହି ପରି, ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କମ୍ପାନୀ ପକ୍ଷରୁ ଜଣେ ଓଡ଼ିଶୀ ନୃତ୍ୟ ଗୁରୁ ଏବଂ ଉଲ୍ଲେଖନୀୟ ସଫଳତା ପାଇଁ ନୃତ୍ୟ ଶିଳ୍ପୀଙ୍କୁ ପ୍ରତି ବର୍ଷ ‘ନାଲ୍‍କୋ ଖାରବେଳ ପୁରସ୍କାର’ ପ୍ରଦାନ କରାଯିବ । ଏହି ପୁରସ୍କାର କ୍ରମରେ, ନୃତ୍ୟ ଗୁରୁ ବର୍ଗରେ ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଏବଂ ନୃତ୍ୟ ଶିଳ୍ପୀ ବର୍ଗରେ ବିଜେତାଙ୍କୁ ୫୦,୦୦୦ ଟଙ୍କା ଦିଆଯିବ । ଆସନ୍ତା ଜାନୁୟାରୀ ୭ ତାରିଖରେ ନାଲ୍‍କୋର ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାରଗୁଡ଼ିକ ପ୍ରଦାନ କରାଯିବାର ଯୋଜନା ରହିଛି । ଏଥି ପାଇଁ, କମ୍ପାନୀ ପକ୍ଷରୁ ଆବେଦନପତ୍ର ଆହ୍ୱାନ କରାଯାଉଛି । ଡିସେମ୍ବର ୨୮ ମଧ୍ୟରେ ପ୍ରାର୍ଥୀମାନେ ଉଭୟ ପୁରସ୍କାର ପାଇଁ ଆବେଦନ କରିପାରିବେ । ଏଥି ସମ୍ବନ୍ଧୀୟ ବିସ୍ତୃତ ବିବରଣୀ, କମ୍ପାନୀର ୱେବ୍‍ସାଇଟ୍‍, http://www.nalcoindia.comରେ ଉପଲବ୍ଧ ।

image