ଓଡିଶାର ଦୃଷ୍ଟିହୀନ ସ୍କୁଲରେ ଶତପ୍ରତିଶତ ଫଳ

ଓଡିଶାର ଦୃଷ୍ଟିହୀନ ସ୍କୁଲରେ ଶତପ୍ରତିଶତ ଫଳ

Sunday April 30, 2017,

1 min Read

ବ୍ରହ୍ମପୁରରେ ଥିବା ଦୃଷ୍ଟିହୀନମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ରେଡ୍ କ୍ରସ ବିଦ୍ୟାଳୟରେ ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ପାସ୍ କରି ସୃଷ୍ଟି କରିଛନ୍ତି ରେକର୍ଡ ।

image


ତେବେ ଗତ ବୁଧବାର ଦିନ ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବା ପରେ ଏଭଳି ଆଶ୍ଟର୍ଯ୍ୟକର କଥା ସାମ୍ନାକୁ ଆସିଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ନବୀନ ଚନ୍ଦ୍ର ସତପଥୀଙ୍କ ସୂଚନା ଆନୁସାରେ, ଚଳିତ ବର୍ଷ ଏହି ବିଦ୍ୟାଳୟରୁ ପାଖାପାଖି ୧୧ ଜଣ ବିଦ୍ୟାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଯେଉଁଥିରେ ୪ ଜଣ ଛାତ୍ର ରହି ଥିବାବେଳ ୭ଜଣ ଛାତ୍ରୀ ରହିଛନ୍ତି । ଏବଂ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରି ସମସ୍ତଙ୍କ ଆଶାକୁ ସଫଳକରି ଦେଖାଇଛନ୍ତି ।

ସବୁଠାରୁ ବଡ କଥା ହେଲା, ମାଟ୍ରିକ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନେ ପରୀକ୍ଷା ବହୁତ ଭଲ ନମ୍ବର ରଖି ପାସ୍ କରିଛନ୍ତି । ଖାଲି ସେତିକି ନୁହେଁ ଆପଣ ଜାଣିଲେ ଚକିତ ହେବେ କି ସମସ୍ତ ଛାତ୍ରଛାତ୍ରୀମାନେ ଭଲ ଗ୍ରେଡ୍ ରଖି ମଧ୍ୟ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ଅର୍ଥାତ୍ ଏଥିରେ ଦୁଇ ଜଣଙ୍କର ଏଟୁ ଗ୍ରେଡ୍ ରହିଥିବାବେଳେ ୮ ଜଣଙ୍କ ରହିଛି ବିୱାନ୍ ଏବଂ ଜଣଙ୍କର ରହିଛି ବିଟୁ ।