ସିଙ୍ଗାପୁର ଭଳି ଭୁବନେଶ୍ୱର ଏକାମ୍ର ହାଟରେ ଖୋଲିବ “ନାଇଟ୍ ମାର୍କେଟ୍’’

ସିଙ୍ଗାପୁର ଭଳି ଭୁବନେଶ୍ୱର ଏକାମ୍ର ହାଟରେ ଖୋଲିବ “ନାଇଟ୍ ମାର୍କେଟ୍’’

Monday March 28, 2016,

2 min Read

image


ଭୁବନେଶ୍ୱରର ଏକାମ୍ର ହାଟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ନାଇଟ୍ ମାର୍କେଟ୍ ବା ରାତ୍ରୀ ବଜାର । ଏହି ବଜାର ରାତି ସାରା ଖୋଲା ରହିବ । ଥାଇଲାଣ୍ଡ, ସିଙ୍ଗାପୁର, ଗୋଆର ନାଇଟ୍ ମାର୍କେଟ ଭଳି ଏହି ମାର୍କେଟ ହେବ । 

- ସଂଧ୍ୟାରୁ ଭୋର୍ ପର୍ଯ୍ୟନ୍ତ ଖୋଲା

- ରାତିସାରା କରିପାରିବେ ସପିଙ୍ଗ

- ବିଭିନ୍ନ ଖାଦ୍ୟର ସମ୍ଭାର ଠାରୁ ଆରମ୍ଭ କରି ହସ୍ତତନ୍ତ, କଳା ସାମଗ୍ରୀ, ମ୍ୟୁଜିକ କଲେକ୍ସନ

- ପ୍ରତି ୧୫/୨୦ଦିନରେ ବ୍ୟବସାୟୀଙ୍କର ଅଦଳବଦଳ, ହେବ ଆଗୁଆ ବୁକିଂ ଓ ଫି

ଏଠାରେ ବିଭିନ୍ନ ପ୍ରକାରର ଖାଦ୍ୟର ସମ୍ଭାର ଠାରୁ ଆରମ୍ଭ କରି ହସ୍ତତନ୍ତ, କଳା ସାମଗ୍ରୀ, ମ୍ୟୁଜିକ କଲେକ୍ସନ ଆଦି ରହିବ । ଏଠାରେ ଅଧିକ ଉଠା ଦୋକାନୀ, ଭେଣ୍ଡରଙ୍କୁ ସୁଯୋଗ ଦିଆଯିବ । ଏହା କେବଳ ନାଇଟ୍ ମାର୍କେଟ୍ ହେବ । ସଂଧ୍ୟାରୁ ଭୋର୍ ପର୍ଯ୍ୟନ୍ତ ଖୋଲା ରହିବ । ଯିଏ ଦିନବେଳା ସପିଙ୍ଗ କରିପାରିବେନି ସେମାନେ ରାତିରେ ଆରାମରେ ସପିଂ କରିବେ । ସୁରକ୍ଷା, ଭିତ୍ତିଭୂମି ଦୃଷ୍ଟିରୁ ଏକାମ୍ର ହାଟରେ ନାଇଟ୍ ମାର୍କେଟ କରିବାକୁ ସ୍ଥିର ହୋଇଛି । ଏବେ ଇଡକୋ ଅଧୀନରେ ଏକାମ୍ର ହାଟ ଥିବାରୁ ଏହାକୁ ବିଏମସି ଅଧୀନକୁ ଅଣାଯିବ । ଏହାପରେ ନାଇଟ୍ ମାର୍କେଟ୍ ପାଇଁ ହୋଇଥିବା ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଆବଶ୍ୟକ ପଡ଼ିଲେ ପ୍ରଦର୍ଶନୀ ପଡ଼ିଆର କିଛି ଅଂଶକୁ ଏହି ମାର୍କେଟ ସମ୍ପ୍ରସାରଣ କରାଯିବ । ଏଠାରେ ଅଧିକ ଉଠା ଦୋକାନୀଙ୍କୁ ବସାଇବାକୁ ଯୋଜନା ହୋଇଥିବାରୁ ପ୍ରଦର୍ଶନୀ ପଡ଼ିଆର ମୂଳ ଉଦ୍ଦେଶ୍ୟ ଉପରେ ଏହାର ପ୍ରଭାବ ପଡ଼ିବନି । ଯେତେବେଳେ ପ୍ରଦର୍ଶନୀ ପଡ଼ିଆରେ କୌଣସି ମେଳା ବା କାର୍ଯ୍ୟକ୍ରମ ହେଉଥିବା ସେହି ସମୟରେ ପଡ଼ିଆରେ ଦୋକାନ ପଡ଼ିବନି । ସେହିପରି ଅଧିକରୁ ଅଧିକ ବ୍ୟବସାୟୀଙ୍କୁ ଏକାମ୍ର ହାଟରେ ଥିବା ବିଭିନ୍ନ ଷ୍ଟଲରେ ବସାଯିବ । ଯେଉଁମାନେ ଜବର ଦଖଲ କରି ଅଧିକ ଜାଗା ମାଡ଼ି ବସିଛନ୍ତି ତାହାକୁ ଭଙ୍ଗାଯିବ। ଏହାସହିତ ପ୍ରତି ୧୫/୨୦ଦିନରେ ବ୍ୟବସାୟୀଙ୍କୁ ଅଦଳବଦଳ କରାଯିବ । କେହି ସ୍ଥାୟୀ ବ୍ୟବସାୟୀ ରହିବେନି । ଏଥିପାଇଁ ଆଗୁଆ ବୁକିଂ କରିବାକୁ ପଡ଼ିବ ଏବଂ ଫି ଦେବାକୁ ପଡ଼ିବ ବୋଲି ଆପାତତଃ ନିଷ୍ପତି ହୋଇଛି । ହେଲେ ଚୂଡ଼ାନ୍ତ ନିଷ୍ପତି ଆସନ୍ତା ସପ୍ତାହକ ମଧ୍ୟରେ ନିଆଯିବ ।

image


ଭୁବନେଶ୍ୱର ସ୍ମାର୍ଟ ସିଟି ହୋଇଥିବାରୁ ଏହା ସବୁ ଦୃଷ୍ଟିରୁ ସ୍ମାର୍ଟ କରାଯିବ । ସବୁ ପ୍ରକାରର ଲୋକଙ୍କ ପାଇଁ ଏଠାରେ ସୁବିଧା ସୁଯୋଗ ଉପଲବ୍ଧ ହେବ। ପର୍ଯ୍ୟଟନ ଦୃଷ୍ଟିରୁ ନାଇଟ୍ ମାର୍କେଟର ଚାହିଦା ଅଧିକ ଥିବାରୁ ଆମେ ନାଇଟ୍ ମାର୍କେଟ୍ କରିବାକୁ ଯୋଜନା ହୋଇଛି । ଖୁବ୍ ଶୀଘ୍ର ଓଟିଡିସି ଏବଂ ବିଭିନ୍ନ ଘରୋଇ ଟୁର୍ ଅପରେଟରଙ୍କ ପ୍ୟାକେଜରେ ନାଇଟ୍ ମାର୍କେଟ ସାମିଲ୍ କରିବାକୁ ଯୋଜନା କରାଯିବ ।

ସେହିପରି ଏହି ନାଇଟ୍ ମାର୍କେଟରେ ଯେପରି ଛୋଟ ଛୋଟ ସାଂସ୍କୃତିକ କାର୍ଯ୍ୟକ୍ରମ କରିହେବ, ଥାଇଲାଣ୍ଡ, ବ୍ୟାଙ୍ଗକକ୍ ଭଳି ଓପନ୍ ବାର୍ ଖୋଲିହେବ, ସି ଫୁଡ୍ ଠାରୁ ଆରମ୍ଭ କରି ବିଭିନ୍ନ ଦେଶର ଖାଦ୍ୟ, ସିକିମର ମୋମୋ, ମହାରାଷ୍ଟ୍ରର ବଡାପାଓ, ଓଡ଼ିଶାର ପାରମ୍ପାରିକ ଖାଦ୍ୟ ଆଦି ଉପଲବ୍ଧ ହେବ ସେନେ ଏଠାରେ ବ୍ୟବସ୍ଥା କରାଯିବ । ଏହି ନାଇଟ୍ ମାର୍କେଟକୁ ଦେଶର ସବୁଠୁ ନିଆରା ମାର୍କେଟ କରାଯିବ ।