ଭାରତୀୟ ମହିଳା ଉଦ୍ୟୋଗୀଙ୍କ ପ୍ରେରଣା-କିରଣ ମଜୁମଦାର ଶ

ବିଶ୍ଵର ଏକ ଅଗ୍ରଣୀ ବାୟୋଟେକ କମ୍ପାନି ବାୟୋକନର ପ୍ରତିଷ୍ଠାତା କିରଣ ମଜୁମଦାର ହେଉଛନ୍ତି ଭାରତୀୟ ନାରୀ ଶକ୍ତିର ଏକ ଉଜ୍ଜଳ ଚେହେରା ଗୋଟିଏ ଗ୍ୟାରେଜରୁ ଆରମ୍ଭ ହୋଇ ଆଜିର ବିଶାଳ ବାୟକନ କମ୍ପାନି ଗଢିବାର ଯାତ୍ରା ଥିଲା ବେଶ ସଙ୍ଘର୍ଷମୟ, କିନ୍ତୁ ଏହି କାହଣୀ ଏବେ ସାରା ଭାରତର ଯୁବସମାଜ ପାଇଁ ପ୍ରେରଣାଦାୟୀ

ଭାରତୀୟ ମହିଳା ଉଦ୍ୟୋଗୀଙ୍କ ପ୍ରେରଣା-କିରଣ ମଜୁମଦାର ଶ

Sunday November 22, 2015,

3 min Read

କ୍ୟାନସର ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 2010ରେ ପ୍ରସିଦ୍ଧ ଟାଇମ୍ ମାଗାଜିନ କିରଣ ମଜୁମଦାର ଶଙ୍କୁ ବିଶ୍ଵର ସବୁଠାରୁ ପ୍ରଭାବଶାଳୀ ମହିଳା ତାଲିକାରେ ସ୍ଥାନ ଦେଇଥିଲା। ବାୟୋକନ ଓ ତାହାର ଶାଖା କମ୍ପାନୀମାନେ ମିଳିତଭାବେ ଭାରତର ବାୟୋଟେକ ବା ଜୈବପ୍ରଯୁକ୍ତି ବିପ୍ଲବର ଆଗଧାଡିରେ ରହିଆସିଛନ୍ତି। ଏହି ଗ୍ରୁପ ଔଷଧ ଆବିଷ୍କାରଠାରୁ ଆରମ୍ଭ କରି ଓରାଲ ଇନସୁଲିନ ଓ ଅନ୍ୟ କମ୍ପାନୀଙ୍କ ପାଇଁ ଠିକା ଗବେଷଣା ଆଦି ଅନେକ ଧରଣର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିରଣଙ୍କ ପିତା ବିଭିନ୍ନ ଆଲକୋହଲ ପ୍ରସ୍ତୁତିକାରୀ କମ୍ପାନୀରେ ଜଣେ ପେସାଦାର କର୍ମଚାରୀ ଥିଲେ। 

image


ପିଲାବେଳୁ କିରଣ ଡାକ୍ତର ହେବାର ସ୍ଵପ୍ନ ଦେଖୁଥିଲେ କିନ୍ତୁ ପ୍ରବେଶିକା ପରୀକ୍ଷାରେ ଆବଶ୍ୟକୀୟ ନମ୍ବର ରଖିବାରୁ ଅଳ୍ପକେ ବଞ୍ଚିତ ହେଲେ। ତଥାପି ସେ ଡାକ୍ତରୀ ପଢିପାରିଥାନ୍ତେ ଓ ଜଣେ ଡାକ୍ତର ହୋଇପାରିଥାନ୍ତେ ଯଦି ତାଙ୍କ ପିତା ଏକ ମେଡିକାଲ କଲେଜକୁ ମୋଟା ଆକାରର ଡୋନେସନ ଦେବାକୁ ରାଜି ହୋଇଥାନ୍ତେ। ଏପରି କରିବା ସେତେବେଳେ ଏକ ସାଧାରଣ କଥା ଥିଲା ଓ ଏବେ ମଧ୍ୟ ରହିଛି। କିନ୍ତୁ ତାଙ୍କ ପିତା ତାହା କରିବାକୁ ମନା କରିଦେଲେ। ପିତାଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ ଜଣାଇଲେ କିରଣ। ବିବାହ ପାଇଁ ଅର୍ଥ ସଞ୍ଚୟ ନକରି ମେଡିକାଲ କଲେଜକୁ ଡୋନେସନ ବା କ୍ୟାପିଟେସନ ଫି ଦେବାକୁ କିରଣ ଅନୁରୋଧ କଲେ। କିନ୍ତୁ ପିତାଥିଲେ ଅବିଚଳିତ,ସୁତରାଂ ନିଷ୍ପତ୍ତି ବଦଳିଲା ନାହିଁ। ହତାଶ ହେଲେ କିରଣ, କିନ୍ତୁ ଗୋଟିଏ ଗୁରୁତ୍ତ୍ଵପୂର୍ଣ୍ଣ ଶିକ୍ଷା ପାଇଲେ-ନିଜ ଉଦ୍ୟମରେ ନିଜର ଈପ୍ସିତ ସ୍ଥାନ ହାସଲ କରିବାକୁ ପଡିବ। 

image


ସେ ଜୈବବିଜ୍ଞାନରେ ନାମ ଲେଖାଇଲେ ଓ ୱାଇନ ବା ବିୟର ପ୍ରସ୍ତୁତିକାରୀ କ୍ଷେତ୍ରରେ ତାଲିମ ନେବାପାଇଁ ସେ ଅଷ୍ଟ୍ରେଲିଆ ଗଲେ। ସଫଳତାର ସହ ତାଲିମ ସାରି ସେ ଭାରତକୁ ଫେରିଲେ। ତେବେ ନିଜ ଦେଶରେ ଆଉ ଏକ ହତାଶା ତାଙ୍କ ପାଇଁ ଅପେକ୍ଷା କରିରହିଥିଲା। କେହି ତାଙ୍କୁ ନିଯୁକ୍ତି ଦେବାକୁ ରାଜି ହେଲେ ନାହିଁ-କାରଣ ସେ ପର୍ଯ୍ୟନ୍ତ ବ୍ରିିଙ୍ଗ ପେସାରେ କେବଳ ପୁରୁଷମାନେ ହିଁ ସକ୍ରିୟ ଥିଲେ। 

ଚାକିରି ସନ୍ଧାନରେ ଥିବାବେଳେ ତାଙ୍କର ଜଣେ ବନ୍ଧୁ ବାୟୋକନ ନାମକ ଏକ ଆଇରିସ କମ୍ପାନୀ ସହ ପରିଚିତ କରାଇଦେଲା, ଯାହାକି ଅମୃତଭଣ୍ଡାରୁ ଏନଜାଇମ ପ୍ରସ୍ତୁତ କରିବା ନିମନ୍ତେ ଏକ ଭାରତୀୟ ସହଯୋଗୀ ଖୋଜୁଥିଲା। ମାତ୍ର 10 ହଜାର ଟଙ୍କାରେ ଏକ ଗ୍ୟାରେଜରେ ସେ ନିଜର ଏହି ଉଦ୍ୟୋଗ ଆରମ୍ଭ କଲେ। ବ୍ୟବସାୟଟି ବଢିଚାଲିଲା। ଶୀଘ୍ର ସେ ଅନେକ ପ୍ରକାରର ଏନଜାଇମ ପ୍ରସ୍ତୁତ କରିବାରେ ଲାଗିଲେ। ଆମେ ଘରେ ଦହି ପ୍ରସ୍ତୁତି ପାଇଁ କିମ୍ବା ପାଉଁରୁଟି ପ୍ରସ୍ତୁତି ପାଇଁ ଯେଉଁ ଇଷ୍ଟ ନାମକ ଏନଜାଇମ ବ୍ୟବହାର କରୁ, ତା ସମ୍ପର୍କରେ ଟିକିଏ ଚିନ୍ତା କରନ୍ତୁ ତ। ସେହିପରି ଆଉ କିିଛି ସ୍ଵତନ୍ତ୍ର ଧରଣର ଏନଜାଇମ ବ୍ୟବହାର କରି ବିୟର ପ୍ରସ୍ତୁତିଠାରୁ ଆରମ୍ଭ କରି ସ୍ଵତନ୍ତ୍ର ଧରଣର ପୋଷାକ ପ୍ରସ୍ତୁତି ପର୍ଯ୍ୟନ୍ତ ଅନେକ କିଛି କରାଯାଇଥାଏ। ଏ କ୍ଷେତ୍ରରେ ସଫଳତା ହାସଲ ପରେ କିରଣ ଆହୁରି ବଡ଼ ବଡ଼ ସ୍ଵପ୍ନ ଦେଖିବା ଆରମ୍ଭ କଲେ। ଏନଜାଇମ କ୍ଷେତ୍ରରେ ସୀମିତ ନରହି ସେ ଔଷଧ ଅଣୁ ପ୍ରସ୍ତୁତି କରିବାକୁ ଚାହୁଁଥିଲେ । ମେହ ବା ଡାଇବେଟିସ ପରି ରୋଗ ଭାରତ ପରି ଏକ ଗରିବ ମାତ୍ର ଜନବହୁଳ ଦେଶରେ କିପରି ପ୍ରଭାବ ବିସ୍ତାର କରିରହିଛି ତାହାକୁ ନେଇ ସେ ଚିନ୍ତିତ ଥିଲେ। 

ଭାରତ ଆବଶ୍ୟକରେ ଶସ୍ତା ଓ ସହଜ ବ୍ୟବହାର ଯୋଗ୍ୟ ଔଷଧ ଅନେକ ଲୋକ ବିଶେଷକରି ତାଙ୍କର ଅନେକ ଗ୍ରାହକ ଓ ଜଣେ ମୁଖ୍ୟ ପୃଷ୍ଠପୋଷକ ତାଙ୍କୁ ଏଥିରୁ ନିବୃତ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ସେ ଥିଲେ ଦୃଢପ୍ରତିଜ୍ଞ। ବାୟୋକନ ଓରାଲ ଇନସୁଲିନ ଉପରେ କାମ କରିବା ଆରମ୍ଭ କଲା ଓ ସମୟକ୍ରମେ ନିଜର ଏନଜାଇମ ବ୍ୟବସାୟକୁ ସଂପୂର୍ଣ୍ଣଭାବେ ବିକି ଦେଇ ଔଷଧ ଆବିଷ୍କାର ଓ ଗବେଷଣା ଉପରେ ସଂପୂର୍ଣ୍ଣ ଗୁରୁତ୍ତ୍ଵ ଦେବା ଆରମ୍ଭ କଲା। ଏବେ ବାୟୋକନରେ ପ୍ରାୟ 4 ହଜାର ଉଚ୍ଚଶିକ୍ଷିତ ବୈଜ୍ଞାନିକ,ଗବେଷକ ଓ ଉତ୍ପାଦନ କର୍ମଚାରୀ କାମ କରୁଛନ୍ତି। ଏମାନେ ଅନେକ ପ୍ରକାରର ଔଷଧ ଓ ଡ୍ରଗ ଫର୍ମୁଲେସନ ପ୍ରସ୍ତୁତ କରୁଛନ୍ତି ଓ କମ୍ପାନୀ ଭାରତର ପ୍ରଥମ ବିଲିୟନ ଡଲାର ବାୟୋଟେକ୍ନୋଲୋଜୀ କମ୍ପାନୀ ହେବା ଦିଗରେ ଦ୍ରୁତ ଗତିରେ ଆଗେଇଚାଲିଛି।