Brands
Discover
Events
Newsletter
More

Follow Us

twitterfacebookinstagramyoutube
Odia

Brands

Resources

Stories

General

In-Depth

Announcement

Reports

News

Funding

Startup Sectors

Women in tech

Sportstech

Agritech

E-Commerce

Education

Lifestyle

Entertainment

Art & Culture

Travel & Leisure

Curtain Raiser

Wine and Food

YSTV

୫୫ ବର୍ଷୀୟ ମହିଳା ଶାନ୍ତି ଦେବୀ, ପେସା ଟ୍ରକ ମେକାନିକ

୫୫ ବର୍ଷୀୟ ମହିଳା ଶାନ୍ତି ଦେବୀ, ପେସା ଟ୍ରକ ମେକାନିକ

Sunday August 28, 2016,

3 min Read

ବୟସ ଆସି ହେଲାଣି ୫୫। ହେଲେ ଯୁବତୀ ସମୟରେ ଯେମିତି କାମ କରୁଥିଲେ ଏବେ ବି ସେମିତି କାମ କରିଚାଲିଛନ୍ତି ଶାନ୍ତି ଦେବୀ । ପୁରୁଷଙ୍କ ଭଳି ସଜାଡୁଛନ୍ତି ଟ୍ରକ୍, ସାଜିଛନ୍ତି ଟ୍ରକ୍ ମେକାନିକ୍ । ଭାରତରେ ପ୍ରଥମ ମହିଳା ଟ୍ରକ୍ ମେକାନିକ୍ ଭାବେ ଶାନ୍ତି ଦେବୀ ଅନେକ ମହିଳାଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ନୂଆଦିଲ୍ଲୀ ସଞ୍ଜୟଗାନ୍ଧି ନଗରରେ ଅଛି ଶାନ୍ତି ଦେବୀ ଓ ତାଙ୍କ ସ୍ଵାମୀ ରାମ ବାହାଦୂରଙ୍କ ଟ୍ରକ୍ ଗ୍ୟାରେଜ୍ । ସେଇ ଗ୍ୟାରେଜ୍ ରେ ଶାନ୍ତି ଦେବୀ ପଙ୍କଚର ହୋଇଯାଇଥିବା ଟ୍ରକ୍ ଟାୟାର ମରାମତି କରନ୍ତି । ଟ୍ରକ୍ ର ଅନ୍ୟାନ୍ୟ ପାର୍ଟସ୍ ଖରାପ ହୋଇଥିଲେ ତାକୁ ବି କଠିନ ପରିଶ୍ରମ କରି ସଜାଡି ଦିଅନ୍ତି । ସେ ଟ୍ରକ୍ ସଜାଡୁଥିବା ଦେଖି ବାଟରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି। ମାତ୍ର ଶାନ୍ତି ଦେବୀ ନିଷ୍ଠାର ସହ କାମ କରିଚାଲନ୍ତି । ସେ କହନ୍ତି, ‘ମୁଁ ଟ୍ରକରୁ ଟାୟାର କାଢି ତାକୁ ସଜାଡୁଥିବାର ଦେଖି ଲୋକେ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି । କିନ୍ତୁ ମୋ ପାଖରେ କାମରେ ବାଛବିଚାର ନଥାଏ । ଏଇ କାମଟି କେବଳ ପୁରୁଷ ହିଁ କରିବେ, ନାରୀ କରିପାରିବେ ନାହିଁ – ଏ ଭାବନା ମୋର ନାହିଁ । ମୋ ହୃଦୟ ଯାହା ଚାହେଁ ମୁଁ ସେଇଆ ହିଁ କରିଥାଏ ।‘

ସ୍ଵାମୀ ରାମ ବାହାଦୂରଙ୍କ ସହ ମିଶି ଗ୍ୟାରେଜ ଚଳାନ୍ତି ଶାନ୍ତି ଦେବୀ । ତା’ ସହିତ କରନ୍ତି ଘରର ଯାବତୀୟ କାମ । ରୋଷେଇ କରିବା ସହ ସ୍ଵାମୀ, ଛୁଆ ପିଲାଙ୍କ ଯତ୍ନ ବି ନିଅନ୍ତି । ସେ କହନ୍ତି,

ଦିନ ସାରା ଅନେକ ଟ୍ରକ୍ ଟାୟାର ପଙ୍କଚର ମାରିବାକୁ ପଡେ । ଏଠାରେ ମୋତେ ପ୍ରବଳ ପରିଶ୍ରମ କରିବାକୁ ପଡେ । ଗ୍ୟାରେଜରୁ କାମ ସାରି ଯାଇ ମୁଁ ଘର ରନ୍ଧାବଢା କରି ସମସ୍ତଙ୍କୁ ଖାଇବାକୁ ଦିଏ । ଏଥିରେ ମୋତେ ଆଦୌ କଷ୍ଟ ଲାଗେ ନାହିଁ ।

୭୫ ଏକରର ସଞ୍ଜୟ ଗାନ୍ଧି ଟ୍ରାନ୍ସପୋର୍ଟ ନଗର ହେଉଛି ଏସିଆର ଏକ ବଡ ଟ୍ରକ୍ ହବ୍ । ଏହି ସ୍ଥାନରେ ପ୍ରତିଦିନ ଅତିକମ୍ ରେ ୭୦ ହଜାର ଟ୍ରକ୍ ପାର୍କ କରିଥାନ୍ତି । ଦୈନିକ ଏଠାରୁ ୨୦ ହଜାର ଟ୍ରକ୍ ଯିବା ଆସିବା କରୁଥାନ୍ତି । ଏଥିରୁ ଅନୁମାନ କରନ୍ତୁ ଶାନ୍ତି ଦେବୀ ତାଙ୍କ ଗ୍ୟାରେଜ୍ ରେ କିଭଳି କାମ କରୁଥିବେ ।

ପ୍ରଥମେ ଏହି ଅଞ୍ଚଳରେ ତା’ ଦୋକାନ ଆରମ୍ଭ କରିଥିବା ଶାନ୍ତି ଦେବୀ କାର୍ଯ୍ୟ କ୍ଷେତ୍ରରେ ଖୁବ୍ ନିଷ୍ଠାପର । ଭଲରେ ଚଳିବା ପାଇଁ ସେ ତାଙ୍କ ସ୍ଵାମୀଙ୍କ ସହ ମିଶି ଆରମ୍ଭ କଲେ ଟ୍ରକ୍ ଗ୍ୟାରେଜ୍ । ଗ୍ୟାରେଜ୍ ରେ ରାମ ବାହାଦୂରଙ୍କ ସହ ଶାନ୍ତି ଦେବୀ ଟ୍ରକ୍ ଟାୟାରର ପଙ୍କଚର ମାରିବା ଦେଖି ଅନେକ ଲୋକ ଅନେକ କଥା କହିଲେ । ମାତ୍ର ଏହି କଥା ଶୁଣି ସେ ତାଙ୍କ ମନୋବଳ ଭାଙ୍ଗି ଦେଇ ନଥିଲେ । ବରଂ ସେ ଗ୍ୟାରେଜ୍ ରେ ସ୍ଵାମୀଙ୍କଠାରୁ ଭଲ କାମ କରି ଖୁବ୍ କମ୍ ଦିନରେ ଟ୍ରକ୍ ଡ୍ରାଇଭରଙ୍କ ନିକଟରେ ପରିଚିତ ହୋଇଗଲେ ।

ଶାନ୍ତି ଦେବୀଙ୍କ ବାର୍ତ୍ତା ଶାନ୍ତି ଦେବୀ କହନ୍ତି,

ମୁଁ ଏ କାମ କରି ଲୋକଙ୍କ ପାରମ୍ପରିକ ଭାବଧାରାକୁ ଭାଙ୍ଗିବାକୁ ଚାହୁଁଛି । ଯେଉଁ କାମ ପୁରୁଷ ଲୋକ କରୁଛନ୍ତି ତାକୁ ମହିଳାମାନେ କରିପାରିବେ ନାହିଁ କାହିଁକି ? ଅନେକ ମହିଳା ସେମାନଙ୍କ ସ୍ଵାମୀଙ୍କ ସହ ମିଶି କେମିତି ବେପାର କରୁଛନ୍ତି ?

ଶାନ୍ତି ଦେବୀ କାହା ପାଖରୁ ପ୍ରଶିକ୍ଷଣ ନେଇ ନାହାନ୍ତି । ମାତ୍ର ସେ ଖୁବ୍ କମ୍ ସମୟରେ ଯେକୌଣସି ଅଟୋମୋବାଇଲ୍ ସଜାଡି ଦେଇପାରନ୍ତି । ସେ କହନ୍ତି, ‘ମୁଁ ରୋଷେଇ କରିବା, ଘର କାମ କରିବା ଛଡା ଆଉ କିଛି ଶିଖି ନଥିଲି । ଆମେ ଗ୍ୟାରେଜ କରିବା ପରେ ମୁଁ ସ୍ଵାମୀଙ୍କ ସହ କାମ ଆରମ୍ଭ କଲି । ମୋ ସ୍ଵାମୀଙ୍କ କେମିତି ଅଟୋମୋବାଇଲଗୁଡିକ ସଜାଡୁଛନ୍ତି ଲକ୍ଷ୍ୟ କଲି । ଧୀରେ ଧୀରେ ଏ କାମ ବି ଶିଖିଗଲି ।‘ ଏବେ କୌଣସି ଅଟୋମୋବାଇଲ ସଜଡା ହେଇ ନପାରିଲେ ଖୋଜା ପଡନ୍ତି ଶାନ୍ତି ଦେବୀ।

କଠିନ ପରିଶ୍ରମ କରି ଚର୍ଚ୍ଚିତ ଟ୍ରକ୍ ମେକାନିକ୍ ସାଜିଥିବା ଶାନ୍ତି ଦେବୀ କହନ୍ତି, 

ଜଣେ ମହିଳା ଯେକୌଣସି କାମ ସଫଳତାର ସହ କରିପାରିବେ ଯଦି ସେ ଏହାକୁ ଜୀବିକା ଭାବେ ଗ୍ରହଣ କରନ୍ତି । ଲୋକେ ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହୁଥିଲେ ବୋଲି ମୁଁ ଅଧିକ ଆଗ୍ରହର ସହ ଏ କାମ କରିବାରେ ସଫଳ ହେଲି। 

ମହିଳା ଚାହିଁଲେ ପୁରୁଷଙ୍କ ଭଳି ସବୁ କ୍ଷେତ୍ରରେ କାମ କରିପାରିବେ । ଘର ଚଳାଇବାରେ ମହତ୍ତ୍ଵପୂର୍ଣ୍ଣ ଯୋଗଦାନ କରିପାରିବେ । ଟ୍ରକ୍ ମେକାନିକ୍ ଶାନ୍ତି ଦେବୀ ହେଉଛନ୍ତି ଏହାର ଏକ ଉତ୍ତମ ଉଦାହରଣ ।