ଟ୍ରାନ୍ସଜେଣ୍ଡର ମଡେଲ ଅଞ୍ଜଳି ଅମୀର ହେବେ ମାମୁଟ୍ଟୀଙ୍କର ହିରୋଇନ

ଟ୍ରାନ୍ସଜେଣ୍ଡର ମଡେଲ ଅଞ୍ଜଳି ଅମୀର ହେବେ ମାମୁଟ୍ଟୀଙ୍କର ହିରୋଇନ

Saturday January 21, 2017,

2 min Read

ଆମେ ଏକ ଏପରି ସମାଜରେ ବସବାସ କରୁଛୁ ଯେଉଁଠାରେ ଟ୍ରାନ୍ସଜେଣ୍ଡର ବା କିନ୍ନରଙ୍କୁ ସମାନ ଅଧିକାର ମିଳିବା ଦୂର ଦିଗବଳୟର ସ୍ଵପ୍ନ। କିନ୍ତୁ ମଲିଉଡ଼ ବା ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ଉଦାହରଣ ସୃଷ୍ଟି କରିଛି। ମାଲୟାଲମ ସୁପରଷ୍ଟାର ମାମୁଟ୍ଟୀ ନିଜର ଆସନ୍ତା ଫିଲ୍ମରେ କିନ୍ନର ମଡ଼େଲ ଅଞ୍ଜଳି ଅମୀରଙ୍କୁ ନିଜର ହିରୋଇନ ଭାବେ ନେଉଛନ୍ତି।

Anjali Ameer. Source: <a href=

Anjali Ameer. Source:

Southlivea12bc34de56fgmedium"/>

୨୧ ବର୍ଷୀୟା ଅଞ୍ଜଳି କୋଏମ୍ବାଟୁରର ବାସିନ୍ଦା। ଦୁଇବର୍ଷ ତଳେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ଦେଇ ଯାଇଥିଲେ। Deccan Chronicleର ଏକ ରିପୋର୍ଟ ଅନୁସାରେ ସେ ‘ପେରଣବୁ’ ନାମକ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ମାମୁଟ୍ଟୀ ଏ ବିଷୟରେ ତାଙ୍କର ଫେସବୁକ ପ୍ରୁଷ୍ଠାରେ ମଧ୍ୟ ଲେଖିଛନ୍ତି।

ରାମଙ୍କର ‘ପେରଣବୁ’ରେ ମୋର ସହ ଅଭିନେତ୍ରୀ

ଦୁଇବର୍ଷ ତଳେ ଅଞ୍ଜଳି ନିଜର ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଅସ୍ତ୍ରୋପଚାର କରାଇଥିଲେ। ସର୍ଜରୀ ସଫଳ ହେଇଥିଲା। ଆମେ ରହୁଥିବା ଦୁନିଆ ଯେଉଁଠାରେ LBGTଙ୍କ ପାଇଁ ଉପଯୁକ୍ତ ସ୍ଥାନ ନାହିଁ, ସେଇ ଦୁନିଆରେ ମାତ୍ର ୧୯ ବର୍ଷ ବୟସରେ ସେ ବେଙ୍ଗାଲୁରୁକୁ ନିଜର ଗ୍ରାଜୁଏସନ କରିବାକୁ ଆସିଥିବା ସମୟରେ ଅସ୍ତ୍ରୋପଚାର କରାଇବାର ନିଷ୍ପତ୍ତି ନେଇଥିଲେ। ସେତେବେଳେ ସେ ଲିଙ୍ଗଗତ ପରିଚୟକୁ ନେଇ ଅନେକ ସମସ୍ଯା ମଧ୍ୟ ଦେଇ ଗତି କରୁଥିଲେ।

ଏକ ସଫଳ ମଡେଲିଙ୍ଗ କ୍ଯାରିଅର ଗଢିବା ପରେ ତା’ ଉପରେ ଭରା ଦେଇ ନିଜର ଅଭିନେତ୍ରୀ ହେବାର ସ୍ଵପ୍ନକୁ ସାକାର କରିବାକୁ ପ୍ରୟାସ କରୁଛନ୍ତି ଅଞ୍ଜଳି। ସେ ପ୍ରଥମ କିନ୍ନର ଅଭିନେତ୍ରୀ ଯିଏ ମୁଖ୍ୟସ୍ରୋତ ମାଲୟାଲମ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ନିଜର ସହ ଅଭିନେତା ମାମୁଟ୍ଟୀଙ୍କ ବିଷୟରେ ଅଞ୍ଜଳି Hindusthan Timesକୁ କୁହନ୍ତି,

ମାମୁଟ୍ଟୀ ମୋତେ ବହୁତ ସାହାଯ୍ୟ କରିଥିଲେ।

ନିର୍ଦ୍ଦେଶକ ସୀନୁ ରାମସ୍ଵାମୀଙ୍କର ଫିଲ୍ମ ‘ପେରଣବୁ’ ଚଳିତ ବର୍ଷ ରିଲିଜ ହେବାକୁ ଯାଉଛି । ମାମୁଟ୍ଟୀଙ୍କର ଫ୍ୟାନ ମାନେ ତାଙ୍କର ଏଇ ପଦକ୍ଷେପକୁ ବହୁତ ପ୍ରଶଂସା କରିଛନ୍ତି ଓ ଖୁବ ଆଗ୍ରହର ସହ ଏଇ ଫିଲ୍ମର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି।

ଏହା ପୂର୍ବରୁ ଅଞ୍ଜଳି ଲାମା ବୋଲି ଆଉ ଏକ କିନ୍ନର କଳାକାର ପ୍ରଥମ ଥର ପାଇଁ Lakme Fashion Weekରେ ରାମ୍ପ ୱାକ କରି ସମସ୍ତ ପ୍ରଥାକୁ ଭାଙ୍ଗିଥିଲେ। ଯେଉଁ ସମାଜରେ ଟ୍ରାନ୍ସଜେଣ୍ଡର ମାନେ ଏବେ ମଧ୍ୟ ନିଜର ଲିଙ୍ଗଗତ ପରିଚୟକୁ ନେଇ ଅନେକ ସମସ୍ଯା ଦେଇ ଗତି କରୁଛନ୍ତି, ସେଠାରେ ପରି କାହାଣୀ ନିଶ୍ଚେ ଅଶାର ଏକ ଆଲୋକ ଦେଖାଏ।