କଙ୍ଗନା ରଣାୱତ : ଦିନେ ଥିଲେ ବଲିଉଡର 'Underdog', ଆଜି ଭାରତୀୟ ନାରୀତ୍ଵର ନୂଆ ରୋଲ ମଡେଲ

କଙ୍ଗନା ରଣାୱତ : ଦିନେ ଥିଲେ ବଲିଉଡର 'Underdog', ଆଜି ଭାରତୀୟ ନାରୀତ୍ଵର ନୂଆ ରୋଲ ମଡେଲ

Thursday May 05, 2016,

5 min Read

ବଲିଉଡର ଅଭିନେତ୍ରୀ ମାନଙ୍କୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ। ପ୍ରଥମ - ଯେଉଁମାନେ ଇଣ୍ଡଷ୍ଟ୍ରୀର ତଥାକଥିତ ନିୟମ ମାନି ଚାଲନ୍ତି, ରାଜନୈତିକ ଭାବେ ସଠିକ ସାକ୍ଷାତକାର ଦିଅନ୍ତି ଏବଂ ସୁପରଷ୍ଟାର ପୁରୁଷ ଅଭିନେତା ଓ ନିର୍ଦ୍ଦେଶକଙ୍କ ମେଳରେ ଜାଗା ପାଇଥିବାରୁ ନିଜକୁ ଧନ୍ୟ ମନେ କରନ୍ତି। ଏବେ ଦ୍ଵିତୀୟ ଶ୍ରେଣୀକୁ ଆସିବା। ଦ୍ଵିତୀୟଟି ହେଲେ ନୂଆଁ କରି ଆସିଥିବା ଓ ସାମାନ୍ୟ ଧରଣର ଅଭିନେତ୍ରୀ ଯେଉଁମାନେ କି ହେଡଲାଇନରେ ରହିବା ପାଇଁ କିଛି ବି କରନ୍ତି କିନ୍ତୁ ତାଙ୍କୁ ବିଶେଷ ଗୁରୁତ୍ଵ ମିଳେନାହିଁ। 

image


କିନ୍ତୁ ଏମିତି ଏକ ଅଭିନେତ୍ରୀ ଅଛନ୍ତି ଯିଏ କି ଏଇ ଦୁଇଟି ଭିତରୁ କୌଣସି ଶ୍ରେଣୀରେ ଅନ୍ତର୍ଭୁକ୍ତ ନୁହେଁ। ସେ ହେଲେ କଙ୍ଗନା ରଣାୱତ। ଏକ ଛୋଟ ସହରର ଝିଅ, ବଲିଉଡରେ କୌଣସି ଗଡଫାଦର ବିନା ଆଜି କେବଳ ନିଜର ପ୍ରତିଭା ବଳରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପରଦା ଉପରେ ଜଟିଳ, ଅବସାଦଗ୍ରସ୍ତ ଓ ବିକ୍ଷୁବ୍ଧ ଚରିତ୍ରଗୁଡିକୁ ଅକୃତ୍ରିମ ଭାବେ ଚିତ୍ରଣ କରିବାରେ କଙ୍ଗନାଙ୍କର ସମକକ୍ଷ କେହି ହୋଇପାରିବେ ନାହିଁ। ବ୍ୟବସାୟୀକ ଦୃଷ୍ଟିକୋଣରୁ ବେଶ ସଫଳ ହେଇଥିବା ଅନେକ ଫିଲ୍ମ କରିଛନ୍ତି ସେ। ଖାନ କିମ୍ବା କପୁର ନାମ ଯୋଡିଲେ ହିଁ କ୍ୟାସ ରେଜିଷ୍ଟର ଝଣଝଣ ହେଇ ବାଜି ଉଠିବ, ଏଭଳି ଏକ ଲୋକପ୍ରିୟ ଧାରଣାର ସେ ହେଲେ ବ୍ୟତିକ୍ରମ। କଙ୍ଗନା ସମ୍ପ୍ରତି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତାଙ୍କର ତୃତୀୟ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ଏବଂ ଆଜି ବଲିଉଡର ସର୍ବାଧିକ ରୋଜଗାର କରୁଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣା। 

କଙ୍ଗନା ଆଜି ସଫଳତାର ଶୀର୍ଷରେ, କିନ୍ତୁ ସେ ଜୀବନରେ ଅନେକ ସଂଘର୍ଷଭରା ମୂହୁର୍ତ୍ତ ମଧ୍ୟ ଦେଖିଛନ୍ତି। ରୁକ୍ଷ ଭାବେ ପୂର୍ଣ୍ଣଛେଦ ପଡିଥିବା ପ୍ରଣୟ ସମ୍ପର୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ହ୍ରିତିକ ରୋଶନଙ୍କ ସହ ଚାଲିଥିବା ତାଙ୍କର ଆଇନଗତ ଲଢେଇ ଯେଉଁଥିରେ ଦୁହେଁ ପରସ୍ପର ପ୍ରତି ବେଶ ଗୁରୁତର ଆକ୍ଷେପ କରିଚାଲିଛନ୍ତି। ବେନାମୀ ଅନ୍ଧକାର ମଧ୍ୟରୁ ଏକ ପୁରୁଣା ପ୍ରେମିକ ବାହାରି ଆସି ତାଙ୍କ ଉପରେ ପାଗଳାମି ଓ କଙ୍ଗନା କାଳେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଆରୋପ ଲଗାଇଛନ୍ତି। କିଛି ଦିନ ତଳେ ଟୁଇଟର ରେ ମଧ୍ୟ #CharacterLessKangana ହ୍ୟାସଟ୍ୟାଗ ଟ୍ରେଣ୍ଡ କରୁଥିଲା। 

image


ଦିନାକେତେ ତଳେ NDTVର ବରଖା ଦତ୍ତ ଙ୍କ ସହ ଏକ ଟେଲିଭିଜନ ସାକ୍ଷାତକାରରେ କଙ୍ଗନା ତାଙ୍କ ମନକଥା ଖୋଲାଖୋଲି ଭାବେ କହିଛନ୍ତି। ତାଙ୍କ ଉପରେ ଲାଗିଥିବା ଆରୋପ ଗୁଡିକରେ ସତ୍ୟାସତ୍ୟ ଅଛି କି ନାହିଁ ତା' ଜଣା ନାହିଁ, କିନ୍ତୁ କଙ୍ଗନା ତାଙ୍କ ସାକ୍ଷାତକାରରେ ଏକ ସୁସ୍ଥ, ବୁଦ୍ଧିମତୀ, ଏବଂ ଅକୃତ୍ରିମ ବ୍ୟକ୍ତିତ୍ଵ ଭାବେ ଉଭା ହେଇଛନ୍ତି। 

ମୁଁ ଏଠାରେ କଙ୍ଗନା ତାଙ୍କ ସାକ୍ଷାତକାରରେ ଦେଇଥିବା ୬ଟି ମନ୍ତବ୍ୟ ଉଲ୍ଲେଖ କରିବାକୁ ଚାହିଁବି ଯାହା କି ଆପଣଙ୍କୁ ଘଡିଏ ଅଟକି ନିଜର ମାନସ ମନ୍ଥନ କରିବାକୁ ବାଧ୍ୟ କରିବ। 

ସଫଳତା ଓ କଟାକ୍ଷ ସର୍ବୋତ୍ତମ ପ୍ରତିଶୋଧ (Success and sarcasm are the best revenge)

ଜୀବନରେ ଉନ୍ନତି ଓ ସଫଳତାର ପାହାଚ ଚଢିବା ସହ ଅନ୍ୟମାନଙ୍କର ଈର୍ଷା ଓ କେତେକ କ୍ଷେତ୍ରରେ ଘୃଣା ମଧ୍ୟ ଉପହାରରେ ପାଇବା ସ୍ଵାଭାବିକ। କଙ୍ଗନା କୁହନ୍ତି,

ଈର୍ଷାପରାୟଣ ଓ ନକାରାତ୍ମକ ବ୍ୟକ୍ତିଙ୍କ ପାଇଁ ସର୍ବୋତ୍ତମ ପ୍ରତିଶୋଧ ହେଲା ଆହୁରି ସଫଳ ହେବାକୁ ଚେଷ୍ଟା କରିବା। ହଁ, ସାଥିରେ କଟାକ୍ଷ ବା ବ୍ୟଙ୍ଗର ସାଇଡ ଡିଶ ଥିଲେ ପ୍ରତିଶୋଧ ଆହୁରି ଅଧିକ ସୁଆଦିଆ ହେବ। 

ଦୁନିଆରେ ଦୁଇ ପ୍ରକାରର ଲୋକ ଥାଆନ୍ତି, ଲୋକଙ୍କୁ ଖୁସି କରିବା ଲୋକ ଓ ନିଜକୁ ଖୁସି କରିବା ଲୋକ

କଙ୍ଗନା ନିଜକୁ ଖୁସି କରିବା ଲୋକଙ୍କ ଭିତରେ ନିଜକୁ ଗଣନ୍ତି। ସାଧାରଣତଃ ଲୋକେ 'ନିଜକୁ ଖୁସି କରିବା' ବ୍ୟକ୍ତିଙ୍କୁ ସ୍ଵାର୍ଥପର ବ୍ୟକ୍ତି ଭାବେ ଗଣିଥାନ୍ତି। ମୁଁ କଙ୍ଗନାଙ୍କ ସହ ଏକମତ। 

image


ମୋ ହିସାବରେ ନିଜକୁ ଖୁସି କରିବାକୁ ଚାହୁଁଥିବା ବ୍ୟକ୍ତିଟି ଏକ ସାଧାରଣ ମଣିଷ ଯିଏ କି ନିଜ ମନ ଓ ବିବେକର ଶୁଣେ ଓ ନିଜର ଲକ୍ଷ୍ମଣ ରେଖା ନିଜେ ଟାଣେ। ସମାଜ ତା'ଠାରୁ କିପରି ବ୍ୟବହାର ଆଶା କରେ, ତା'ଠାରୁ ସେ କୋଶେ ଦୂରରେ ଆଉ ନା ହିଁ ଏହା ତା' ଉପରେ କୌଣସି ଫରକ ପକାଏ। 

ସ୍ପଷ୍ଟ ଓ ଖୋଲା କଥା - ଆମେ ଏକ ନିହାତି 'sexist' ସମାଜରେ ବସବାସ କରୁ  

କଙ୍ଗନାଙ୍କ କହିବା ଅନୁସାରେ ଆମର ସମାଜ ଏକ ପିତୃକୈନ୍ଦ୍ରିକ ସମାଜ ଯହିଁରେ ସ୍ତ୍ରୀ ଜାତି ପ୍ରତି ପକ୍ଷପାତ ଓ ବିଦ୍ଵେଷ ଏହାର ମୂଳ ଯାଏଁ ବ୍ୟାପିଛି। ବୋଧହୁଏ ବଲିଉଡରେ ଲିଙ୍ଗଗତ ବୈଷମ୍ୟ ଆହୁରି ତୀବ୍ର। ହିରୋଇନ ବା ଅଭିନେତ୍ରୀ ମାନଙ୍କୁ 'ଗ୍ଲାମ-ଡଲ' ନଚେତ ମାତ୍ର ଏକ ଅଳଙ୍କାର ଓ ଆଭୂଷଣ ଭାବେ ବ୍ୟବହାର କରାଯାଏ। କଙ୍ଗନା କୁହନ୍ତି ପରିବର୍ତ୍ତନ ସେତେବେଳେ ହିଁ ଆସିବ ଯେବେ ଅଭିନେତ୍ରୀ ମାନେ ସମାଜର ଆଶାନୁଯାୟୀ ଚଳିବା ବନ୍ଦ କରି ନିଜ ମନର ଶୁଣିବେ, ନିନ୍ଦା ପାଇଲେ ଆତ୍ମରକ୍ଷାମୂଳକ ବ୍ୟବହାର ବନ୍ଦ କରିବେ ଓ ନିର୍ଭୀକ ଭାବେ ନିଜର ଜୀବନ ବଞ୍ଚିବେ। 

image


କଙ୍ଗନା ମାତ୍ର କିଛି ଅଭିନେତ୍ରୀ ମାନଙ୍କ ଭିତରେ ଗଣା ଯେଉଁମାନେ ବଲିଉଡରେ ହେଉଥିବା ଲିଙ୍ଗଗତ ଭିତ୍ତିରେ ପାରିଶ୍ରମିକରେ ପାର୍ଥକ୍ୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ। କଙ୍ଗନା ମଧ୍ୟ ଏକ ଫେୟାରନେସ କ୍ରିମର ବ୍ରାଣ୍ଡ ଆମ୍ବାସଡର ହେବା ପାଇଁ ପାଇଥିବା ଏକ ବେଶ ଲୋଭନୀୟ ଡିଲ ପ୍ରତ୍ୟାଖାନ କରିଥିଲେ। କାହିଁକି ନା ଗୋରାପଣ ପାଇଁ କ୍ରିମ ବ୍ୟବହାରର ପ୍ରଚାର କରିବା ଅର୍ଥ ନିଜର ଶରୀର ଓ ରଙ୍ଗକୁ ନେଇ ଲଜ୍ଜିତ ଅନୁଭବ କରିବା, ଯାହାକି ତାଙ୍କ ମତରେ ଏକଦମ ଉଚିତ ନୁହେଁ। 

ମାନସିକ ରୋଗୀ (psychopath), witch(ଡାହାଣୀ) or ବେଶ୍ୟା (whore) ମୋତେ ଗାଳି ଭଳି ଲାଗେନାହିଁ ବା କୌଣସି ଭାବେ ଅପମାନିତ କରେନାହିଁ

image


ତୁମେ ସେତେବେଳେ ହିଁ ଅପମାନିତ ହେଇପାରିବ ଯେତେବେଳେ ତୁମେ ନିଜକୁ ଅପମାନିତ ହେବା ପାଇଁ ଅନୁମତି ଦେବ। କଙ୍ଗନାଙ୍କ ଉପରେ ସମ୍ପ୍ରତି ଏକ ଅଜବ ଆରୋପ ଲାଗିଥିଲା ଯେ ସେ କାଳେ ଡାହାଣୀ ଓ ନିଜର ପିରିଅଡ ରକ୍ତ ବ୍ୟବହାର କରି ଏକ ପୂର୍ବତନ ପ୍ରେମିକଙ୍କ ଉପରେ କଳାଯାଦୁ କରୁଥିଲେ। ଏ ବିଷୟରେ କଙ୍ଗନା କହନ୍ତି ଯେ 

ମୁଁ ମୋର ପିରିଅଡ ରକ୍ତକୁ ନେଇ ଆଦୌ ଲଜ୍ଜିତ ମନେ କରେନି। ଏହା ମୋର ସନ୍ତାନ ଧାରଣ କରିପାରିବାର ଶକ୍ତିର ପ୍ରତୀକ। ମୋତେ ବା ଏହାକୁ ନେଇ ଲାଜ କାହିଁକି ଲାଗିବ?

ସମାନ ଭାବରେ ସେ ତାଙ୍କ କ୍ୟାରିଅର ଭିତରେ ମାନସିକ ରୋଗୀ ଓ ବେଶ୍ୟାର ଚରିତ୍ର ଅଭିନୟ କରିଛନ୍ତି ଓ ଏପରି ଚରିତ୍ର ମାନଙ୍କୁ ଖୁବ ପାଖରୁ ଦେଖିଛନ୍ତି ଓ ଅନୁଭବ କରିଛନ୍ତି। ମାନସିକ ରୋଗୀ ବା ବେଶ୍ୟା ଶବ୍ଦରେ କିଛି ମଧ୍ୟ ହୀନ ମନେକଲା ଭଳି ନାହିଁ। ନିନ୍ଦାରେ କୌଣସି ପ୍ରକାରେ ପ୍ରଭାବିତ ନହେବା ହେଉଛି ନିନ୍ଦୁକ ମାନଙ୍କ ଠାରୁ ନିନ୍ଦା କରିବାର ଶକ୍ତି ଛଡେଇ ନେବା। 

ନିଜେ ନିଜର ଭାବନା ପ୍ରତି ସଂବେଦନଶୀଳ ନହେଲେ ଆମେ ଅନ୍ୟମାନଙ୍କ ଭାବନା ପ୍ରତି ସଂବେଦନଶୀଳ କିପରି ହେଇପାରିବା?

ପ୍ରତ୍ଯେକଟି ମଣିଷର ମନଟି ବେଶ ସୂକ୍ଷ୍ମ ଓ କୋମଳ ହେଇଥାଏ। ହଁ, ବେଳେବେଳେ ଆମେ ଯେ ଖୁବ ସହଜରେ ଆଘାତ ପାଇଯାଉ ତାକୁ ଲୁଚେଇ ଆମର ଶକ୍ତି ଦେଖାଉ। କିନ୍ତୁ କଙ୍ଗନା ଏହା ସ୍ଵୀକାର କରନ୍ତି ଯେ ତାଙ୍କୁ କଷ୍ଟ ହୁଏ ଓ ଏତେ ସବୁ ନକାରାତ୍ମକ ଚିନ୍ତାଧାରା ଓ ବ୍ୟକ୍ତିଙ୍କ ମଧ୍ୟରେ ନିଜକୁ ଖୋଜି ପାଇବାଟା ବେଳେବେଳେ କଷ୍ଟ ହେଇଥାଏ। ଜୀବନର ପାରାଡକ୍ସ ମଧ୍ୟରୁ ଏଇଟା ଗୋଟେ ଯେ ପ୍ରକୃତରେ ନିଜର ଦୁର୍ବଳତାକୁ ସ୍ଵୀକାର କଲେ ହିଁ ନିଜର ଶକ୍ତି ଓ ସାମର୍ଥ୍ୟ ବାହାରକୁ ଆସିଥାଏ। 

କଙ୍ଗନା ଯେ ନିଜର ଦୁର୍ବଳତାକୁ ସ୍ଵୀକାର କରନ୍ତି, ଏହାହିଁ ତାଙ୍କୁ ଏକ ବଳିଷ୍ଠ ବ୍ୟକ୍ତିତ୍ଵ ଭାବେ ଗଢି ତୋଳୁଛି। 

ଜୀବନର ଅନ୍ୟାନ୍ୟ ଅନ୍ଧକାରପୂର୍ଣ୍ଣ ସମୟ ପାଇଁ 'କପ କେକ' ତ ଅଛି ! :)

image


ନିଜର ଏକ କଉତୁକିଆ ଦିଗ ଦେଖାଇ କଙ୍ଗନା କୁହନ୍ତି ସେ ହେଲେ ଜଣେ 'serial offender' ବା ଏମିତି ଏକ ବ୍ୟକ୍ତି ଯିଏ ଚେଷ୍ଟା କଲେ ମଧ୍ୟ ଲୋକଙ୍କୁ କୌଣସି ପ୍ରକାରେ ସନ୍ତୁଷ୍ଟ କରିପାରେ ନାହିଁ। କଙ୍ଗନା ଦେଖେଇ ଦେଇଛନ୍ତି ଜୀବନରେ ଗୋଲାପ ଥିଲେ କଣ୍ଟା ବି ଥାଏ ଓ ବେଳେବେଳେ ନକାରାତ୍ମକତା କୁ ହସି ଉଡେଇଦେବା ଉଚିତ। ପ୍ରତ୍ୟେକଟି ଅନ୍ଧାର ସୁଡଙ୍ଗର ଶେଷର ଆଲୋକ ଥାଏ। ଆଉ ବାକି ସମୟ ପାଇଁ କପ କେକ ତ ଅଛି!