ବସ୍ତିରୁ କ୍ରିକେଟ ପ୍ରତିଭା ସୃଷ୍ଟି କରିବାରେ ସ୍ଲମ୍ କ୍ରିକେଟ ଲିଗ ଏକ ଅନନ୍ୟ ପ୍ରୟାସ

ବସ୍ତିରୁ କ୍ରିକେଟ ପ୍ରତିଭା ସୃଷ୍ଟି କରିବାରେ ସ୍ଲମ୍ କ୍ରିକେଟ ଲିଗ ଏକ ଅନନ୍ୟ ପ୍ରୟାସ

Saturday December 05, 2015,

4 min Read

କ୍ରିକେଟକୁ ଭାରତର ଧର୍ମ ଭାବେ ବିଶ୍ୱାସ କରାଯାଏ । ବିଦ୍ୟାଳୟ, ଖେଳପଡିଆ, ଗଳି, ଏପରିକି ଏହାର ବିସ୍ତାରକୁ ବିଚାରକୁ ନେଇ ଏହାକୁ ସମସ୍ତ କ୍ଲାସ ଓ ମାସର ଗେମ କହିଲେ ଅତ୍ୟୁକ୍ତି ହେବନାହିଁ । ଆଜିର ଦିନରେ ଏହାର ଲୋକପ୍ରିୟତା ସହ ଖେଳ ସରଞ୍ଜାମର ସର୍ବତ୍ର ଉପଲବ୍ଧ । ଧନୀକ ଶ୍ରେଣୀରୁ ନେଇ ମଧ୍ୟବିତ୍ତ ଏହାର ସରଞ୍ଜାମ କିଣି ପାରୁଛନ୍ତି ଓ ଖେଳିପାରୁଛନ୍ତି । ଆମ ନଜରରେ ଅନେକ ଖେଳାଳୀ ଅଛନ୍ତି ଯେଉଁମାନେ ଛୋଟ ଖେଳ ପଡିଆରୁ କ୍ୟାରିୟର ଆରମ୍ଭ କରି ବଡ ଖେଳାଳୀ ହୋଇପାରିଛନ୍ତି । ଏହା ଆମର ପିଲାମାନଙ୍କୁ କ୍ରିକେଟ ଖେଳନେଇ ସ୍ୱପ୍ନ ଦେଖାଉଥିବାବେଳେ ଅନେକ ସମୟରେ ଅର୍ଥାଭାବରୁ କିଛି ପିଲା ଏହାକୁ କ୍ୟାରିୟର ଭାବେ ଗ୍ରହଣ କରିପାରୁନାହିଁନ୍ତି ।

image


ଖେଲ ସରଞ୍ଜାମ, ଟ୍ରେନିଂ ଗ୍ରାଉଣ୍ଡ, ପେଷାଦାର କୋଚ ଆଦି ପାଇଁ ଆବଶ୍ୟକ ଅର୍ଥାଭାବ ଆଜି ବି ଗାଁ, ଛୋଟ ସହର ଓ ବସ୍ତିରେ ବଢ଼ୁଥିବା ଅନେକ ପିଲାଙ୍କ ପାଇଁ କ୍ରିକେଟ ଖେଳିବାର ସ୍ୱପ୍ନରେ ବାଧକ ସାଜିଛି । ଆଜି ବି ସେମାନେ ଇଟାର ୱିକେଟ ଓ ପ୍ଲାଷ୍ଟିକ ବଲରେ ଖେଳି କେବଳ ନିଜର ଅଭିଳାଷ ମେଣ୍ଟାଉଛନ୍ତି । ସେମାନଙ୍କୁ ଯଦି ଉପଯୁକ୍ତ ସୁବିଧା ପ୍ରଦାନ କରାଯାଇ ପାରନ୍ତା ସେମାନେ ବି କିଛି କରି ପାରନ୍ତେ ବା ନିଜର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରନ୍ତେ ।

image


ଯାହାହେଉ ଦିଲ୍ଲୀରେ ଏ ସବୁରେ କିଛି ପରିବର୍ତ୍ତନ ଘଟୁଛି । ସ୍ଲମ୍ କ୍ରିକେଟ ଲିଗ ସେମାନଙ୍କୁ ପେଷାଦାର ଭାବେ ଖେଳିବାର ସୁଯୋଗ ଦେବା ସହିତ ତାଲିମ ଦେଇ ସେମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସାହାଯ୍ୟ କରୁଛି ।

ଦିଲ୍ଲୀର ଆରକେପୁରମରେ ବାସ କରୁଥିବା ସିଏଫ୍ସିଟି ଏନଜିଓର ସଭାପତି, ଯାହାକି ବସ୍ତିରେ ବିଦ୍ୟାଳୟ ଖୋଲିବା, କମ୍ପ୍ୟୁଟର ଶିକ୍ଷାଦେବା, କୁଷ୍ଠ ରୋଗୀଙ୍କୁ ସେବା କରିବା, ଅନାଥ ଓ ଗରୀବ ମାନଙ୍କୁ ସେବା କରିବା ପାଇଁ କାର୍ଯ୍ୟରତ, ସେ ବସ୍ତିରେ କାମ କରିବା ଭିତରେ ଅନେକ ସମୟରେ ବସ୍ତି ପିଲାମାନଙ୍କର ଖେଳ ପ୍ରତି ଥିବା ଅହେତୁକ ଆକର୍ଷଣକୁ ଅନୁଭବ କରିଛନ୍ତି ।

image


ଭଲ ବ୍ୟାଟ କିମ୍ବା ବଲ ନଥାଇ ମଧ୍ୟ ଏହି ପିଲାମାନଙ୍କ ମଧ୍ୟରୁ ଅନେକ ଭଲ କିକେଟ ଖେଳୁଥିଲେ ଓ ସେମାନଙ୍କ ସହ କଥାହୋଇ ସେମାନଙ୍କ ମନ ଭିତରେ କ୍ରିକେଟ ଖେଳ ପ୍ରତିଥିବା ଆନ୍ତରିକତା ଓ ଧନୀକ ପିଲାମାନଙ୍କ ପରି ସମସ୍ତ କ୍ରିକେଟ ସରଞ୍ଜାମ ସହ ଖେଳିବାର ଆଶାକୁ ଜାଣିବାକୁ ପାଇଲେ । ପୁନ୍ଦିର ସେମାନଙ୍କୁ ସାହାର୍ଯ୍ୟ କରିବାକୁ ସ୍ଥିରକଲେ ।

ଏ ନେଇ ସେ ନିଜର ପୁଅ ରାଜେଶ ପୁନ୍ଦିର ଏବଂ ଅନ୍ୟ ସହଯୋଗୀମାନଙ୍କ ସହ କଥାହେଲେ । ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ (ଡିଡିସିଏ)ର ଅମ୍ପ୍ୟାୟର ଏମ୍ପି ନାରଙ୍କ ମଧ୍ୟ ସାହାଯ୍ୟ କରିବାକୁ ଆଗଭର ହେଲେ । ସେମାନେ ପ୍ରଥମେ ମାଗଣା ଖେଳ ସରଞ୍ଜାମ ବିତରଣ କରିବାକୁ ସ୍ଥିର କଲେ । କିନ୍ତୁ ଏହା ଦୀର୍ଘ ସ୍ଥାୟୀ ସମାଧାନ ହେବନାହିଁ ବୋଲି ଅନୁଭବ କରି ସେମାନେ ଏହି ପିଲାମାନଙ୍କ ପାଇଁ ଏକ କ୍ରିକେଟ ଲିଗର ଆୟୋଜନ କରିବାକୁ ସ୍ଥିର କଲେ, ଯାହାକି ସେମାନଙ୍କୁ ଖେଳ ପ୍ରତି ଉତ୍ସାହିତକରିବା ସହ ପେଷାଦାର ଖେଳାଳୀ ହେବାକୁ ଦିଗଦର୍ଶନ ଦେବା ସହ ଆଗ୍ରହ ବଢ଼ାଇବ । ଏହି ଭାବନାକୁ ନେଇ ସ୍ଲମ କ୍ରିକେଟ ଲିଗର ଆରମ୍ଭ ହେଲା ବୋଲି ରାଜେଶ କୁହନ୍ତି ।

image


ଆମେ ପ୍ରଥମେ ଦକ୍ଷିଣ ଦିଲ୍ଲୀରେ ଆମର କାର୍ଯ୍ୟ ଆରମ୍ଭ ନେଇ ଏହି ପିଲାମାନଙ୍କର ପିତାମାତାଙ୍କ ସହ ଆଲୋଚନା କଲୁ । ସେମାନଙ୍କର ଉପସ୍ଥିତି ଭାରତର ସର୍ବାଧିକ ଳୋକପ୍ରିୟ ଖେଳ ସହ ଜଡିତ ହେଉଥିବାରୁ ସେମାନେ ଏ ନେଇ ଅତ୍ୟନ୍ତ ଆଗ୍ରହ ଦେଖାଇଲେ ଓ ନିଜର ପିଲାମାନଙ୍କୁ ପଠାଇବା ଆରମ୍ଭକଲେ । ଖୁବଶୀଘ୍ର ଆମ ପାଖରେ ଦକ୍ଷିଣ ଦିଲ୍ଲୀର ଦଶଟି ଭିନ୍ନଭିନ୍ନ ବସ୍ତିରୁ ୧୨୦ ପିଲା ଆସିଲେ । ଚଳିତ ବର୍ଷ ଅକ୍ଟୋବରରେ ଆମେ ପ୍ରଥମ ସ୍ଲମ୍ କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟ ଆରମ୍ଭ କଲୁ । ଏଥିରେ ଭାଗ ନେଇଥିବା ପିଲାମାନେ ପ୍ରଥମ କରି ଗ୍ଲୋବ, ହେଲମେଟ, ପ୍ୟାଡ ଆଦି ପିନ୍ଧି ଖେଳୁଥିବାରୁ ନିଜକୁ ଖୁବ ଗର୍ବିତ ଅନୁଭବ କରୁଥିଲେ ଓ ଆନନ୍ଦିତ ଥିଲେ ।

୧୪ ବର୍ଷରୁ କମ ବୟସର ପିଲାମାନେ ଏଥିରେ ସଂମ୍ପୂର୍ଣ୍ଣ ଆଗ୍ରହ ଓ ଉତ୍କଣ୍ଠାର ସହ ଭାଗନେଲେ ଓ ଏହା ଖୁବ ଶୀଘ୍ର ପାଖଆଖରେ ଏକ ଚହଳ ଖେଳାଇ ପାରିଲା । ମୋଗଲି ଉଲେଭେନ ମିକି ମାଉସ୍ ଇଲେଭେନକୁ ଫାଇନାଲରେ ପରାସ୍ତ କରିବା ପରେ ଏହି ପିଲାମାନଙ୍କୁ ଏକ ଟ୍ରଫି ସହିତ ମ୍ୟାନ ଅଫ ଦ ମ୍ୟାଚ, ମ୍ୟାନ ଅଫ ଦ ସିରିଜ, ବେଷ୍ଟ ବ୍ୟାଟ୍ସମ୍ୟାନ ବେଷ୍ଟ ବୋଲର ଆଦି ପୁରସ୍କାର ପ୍ରଦାନ କରାଗଲା । ଏମପି ନାରଙ୍ଗ ଯେ କି ଏହି ଟୁର୍ଣ୍ଣମେଣ୍ଟରେ ଏକଜ୍ୟୁକିଟିଭ୍ ଡିରେକ୍ଟର ( ସ୍ପୋର୍ଟ୍ସ ) ଭାବରେ ଦାୟିତ୍ୱ ତୁଲାଇ ଥିଲେ ଡିସେମ୍ବରରେ ଉତ୍ତର ଦିଲ୍ଲୀର ବସ୍ତିରେ ଏପରି ଏକ ଖେଳ ଆୟୋଜନ କରିବାକୁ ଯାଉଛନ୍ତି ଓ ଖୁବ ଶୀଘ୍ର ଏହାକୁ ରାଜ୍ୟର ଅନ୍ୟାନ୍ୟ ପ୍ରାନ୍ତରେ ପହଂଚାଇବା ସହ ଦିଲ୍ଲୀ ଏନସିଆରର ସମସ୍ତ ବସ୍ତିର ପିଲାଙ୍କୁ ନେଇ ଏକ ବଡ ମ୍ୟାଚ ଆୟୋଜନ କରାଯିବାକୁ ସ୍ଥିର କରାଯାଉଛି । ଏହା ବ୍ୟତୀତ ସ୍ପନସର ଓ ସହଯୋଗୀମାନଙ୍କ ସହୟତାନେଇ ବସ୍ତି ଟୁର୍ଣ୍ଣାମେଣ୍ଟକୁ ଇଣ୍ଟର ଷ୍ଟେଟ ଓ ଜାତୀୟ ସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜେଶ ବିଶ୍ୱାସ କରନ୍ତି ଯେ, ବସ୍ତି ପିଲାମାନଙ୍କୁ ଏଭଳି ଏକ ଉତ୍କଣ୍ଠା ଓ ଆଗ୍ରହରେ ବାନ୍ଧି ରଖିବା ଦ୍ୱାରା ସେମାନେ ପଥ ଭ୍ରଷ୍ଟ ହେଉନାହାଁନ୍ତି କିମ୍ବା ଅପରାଧ, ନିଶାସେବନ ମାନସିକତାକୁ ଯିବେ ନାହିଁ । ମନସ୍ତତ୍ଵ ବିଶେଶଜ୍ଞ ମାନଙ୍କ ମତରେ ସାମାଜିକ ଅସମାନତା ଓ ଆତ୍ମବିଶ୍ୱାସର ଅଭାବ ଯୋଗୁଁ ବସ୍ତିର ପିଲାମାନେ କମ ବୟସରୁ ସହଜରେ ନିଶାଗ୍ରସ୍ତ ହେବାସହ ଅସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ସେମାନେ ସହଜରେ ବାଳଶ୍ରମ ଓ ଶିଶୁ ଚାଲାଣର ମଧ୍ୟ ଶୀକାର ହୋଇଥାନ୍ତି । ସେମାନଙ୍କ ମଧ୍ୟରେ ଏକ ସ୍ୱପ୍ନ ଓ ଆତ୍ମବିଶ୍ୱାସ ଜନ୍ମାଇଲେ ସେମାନେ ସାମାଜିକ କ୍ଷେତରେ ନିୟୋଜିତ ହେବା ସହ ଏକ ଉଜ୍ୱଳ ଭବିଷ୍ୟ ଗଢ଼ିପାରିବେ ।

ସିଏଫସିଟି ଏକ ସ୍ଲମ କ୍ରିକେଟ ଏକାଡେମୀ ଚଳାଉଛି । ସ୍କମ କ୍ରିକେଟ ଲିଗରେ ଉତ୍ତମ ପ୍ରଦର୍ଶନ କରୁଥିବା ପିଲାମାନଙ୍କୁ ଏଥିରେ ମାଗଣାରେ ପେଷାଦାର ତାଲିମ ପ୍ରଦାନର ବ୍ୟସସ୍ଥା ରହିଛି । ଏହାସେମାନଙ୍କୁ କ୍ରିକେଟରେ ଏକ କ୍ୟାରିୟର ଗଢ଼ିବାରେ ସହାୟକ ହେବ । ପେଷାଦାର ତାଲିମ ପାଇଁ ସେମାନଙ୍କ ମଧ୍ୟରେ ଖେଳପ୍ରତି ଅହେତୁକ ଆଗ୍ରହ ଦେକାଯାଉଛି ଯାହାକି ଦିନେ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ଦେବ ।

ମୂଳ ଲେଖା - ସୌରଭ ରାୟ

ଭାଷାନ୍ତର - ସୌରଭ ପରିଡ଼ା

    Share on
    close