ଦୀର୍ଘ ୩୯ ବର୍ଷ ଧରି ପାହାଡ ଖୋଳି ତିଆରି କଲେ କେନାଲ

ଦୀର୍ଘ ୩୯ ବର୍ଷ ଧରି ପାହାଡ ଖୋଳି ତିଆରି କଲେ କେନାଲ

Sunday April 30, 2017,

2 min Read

କଠିନ ପରିଶ୍ରମ ଏବଂ ଦୃଢ ଇଚ୍ଛା ଶକ୍ତି କେବେ ହେଲେ ନିଷ୍ଫଳ ହୁଏ ନାହିଁ । ଯାହାକୁ ସଫଳ କରି ଦେଖାଇଛନ୍ତି ଚୀନର ଜଣେ ୮୨ ବର୍ଷୀୟ ବୃଦ୍ଧ । କୁହାଯାଏ ଯଦି କିଛି କରିବାର ଇଚ୍ଛା ଥାଏ ତେବେ ତାର ବାଟ ଆପଣା ଛାଏଁ ଖୋଲି ଯାଏଁ । ଯେଉଁଟାକି ଦେଖିବାକୁ ମିଳିଛି ଏହି ବୃଦ୍ଧଙ୍କଠାରେ ।

image


ଚୀନର ଗୁଇଜୋଉ ଅଂଚଳ ତଥା କାଓୱାଙ୍ଗବା ଗାଁରେ ବାସ କରନ୍ତି ହୁଆଙ୍ଗ ଡାଫା । ଦୀର୍ଘ ୩୯ ବର୍ଷ କାଳ ଅକ୍ଳାନ୍ତ ପରିଶ୍ରମ କରି ଏକାକୀ ପାଖାପାଖି ୧୦ କିଲୋମିଟର ଲମ୍ବ ବିଶିଷ୍ଟ ଏକ କେନାଲ ଖୋଳି ନିଜ ଗ୍ରାମବାସୀଙ୍କୁ ପାଣି ଯୋଗାଇ ସମସ୍ତଙ୍କ ପାଇଁ ପାଲିଟିଛନ୍ତି ଆଦର୍ଶ ।

ସୂଚନା ମୁତାବକ, ୧୯୫୯ରେ ଅଂଚଳରେ ସାଘାଂତିକ ମରୁଡି ପଡିବା ଦ୍ୱାରା ସମସ୍ତ ଜଳାଶୟ ସଂପୂର୍ଣ୍ଣ ରୂପେ ଶୁଖି ଯାଇଥିଲା । ଫଳରେ ଜଳ ଉତ୍କଟ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ଏହି ଗାଁରେ । ତେବେ ଏହି ସମୟରେ ଡାଫା ନିଜର ଅଦମ୍ୟ ସାହସ ଦେଖାଇ ଗାଁକୁ ଲାଗି ରହିଥିବା ଏକ ପାହାଡକୁ ଖୋଳିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ଡାଫାଙ୍କ ବୟସ ହୋଇଥିଲା ମାତ୍ର ୨୩ ବର୍ଷ ।

ଖାଲି ସେତିକି ନୁହେଁ ଆପଣ ଜାଣିଲେ ଚକିତ ହେବେ କେନାଲ ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ଏବଂ ଏଥିପାଇଁ ତାଙ୍କୁ ପାହାଡ ଉପରକୁ ମଧ୍ୟ ଚଢିବାକୁ ପଡିଥିଲା । ତେବେ ନିଜକୁ ଏକ ଗଛରେ ଦଉଡିରେ ବାନ୍ଧି ପାହାଡକୁ ଖୋଳିଥିଲେ । ସବୁଠାରୁ ବଡ କଥା ହେଲା ଏଥିପାଇଁ ସେ କାହାର ସାହାର୍ଯ୍ୟ ମଧ୍ୟ ଲୋଡି ନଥିଲେ । ଆଉ ତାଙ୍କୁ ସହାୟତା ହାତ ମଧ୍ୟ କେହି ବଢାଇ ନଥିଲେ । ଏହାର ମୁଖ୍ୟ କାରଣ ଥିଲା ଗାଁ ଲୋକଙ୍କର ଥିଲା ନିଜ ଜୀବନ ପ୍ରତି ଲୋଭ ।

ତେବେ ପ୍ରଥମ ଥର ଅସଫଳ ହେବା ପରେ ଡାଫା ଇଂଜିନିୟର ପାଠପଢିବାକୁ ଗାଁ ଛାଡି ଚାଲିଯାଇଥିଲେ । ପରବର୍ତ୍ତି କାଳରେ ତଥା ୧୯୯୦ରେ ଜୀବନର ଏହି ଗୋଟିଏ ମାତ୍ର ଲକ୍ଷ୍ୟକୁ ପୁରଣ କରିବାକୁ ଗାଁକୁ ଫେରିଥିଲେ ଓ ପୁନଃ ପ୍ରୟାସ କରିଥିଲେ ଏବଂ ଶେଷରେ ଡାଫା ୧୯୯୫ରେ କେନାଲ ଖୋଳି ଦେଖାଇଥିଲେ । ଆଉ ଏହି ସମୟରେ ତାଙ୍କ ବୟସ ହୋଇଥିଲା ୮୨ । ଆପଣ ଜାଣିଲେ ଚକିତ ହେବେ କି ଡାଫାଙ୍କ କଠିନ ପରିଶ୍ରମ କାରଣରୁ ବର୍ତ୍ତମାନ ଏହି ଗାଁକୁ ଉପଯୁକ୍ତ ପାନୀୟ ଜଳ ମିଳିବା ସହ ବିଜୁଳୀ ଏବଂ ପକ୍କା ସଡକ ଆଦି ସୁବିଧାମାନ ମିଳିପାରିଛି ।