ବର୍ଜ୍ୟବସ୍ତୁକୁ ସମ୍ବଳରେ ପରିଣତ କରି ଏକ ସ୍ୱଚ୍ଛ ଭାରତର ସ୍ୱପ୍ନ ଦେଖୁଛି ExtraCarbon
Saturday October 31, 2015,
4 min Read
ଭାରତର ରାଜ୍ୟଗୁଡିକରେ ବର୍ଜ୍ୟବସ୍ତୁ ନିୟନ୍ତ୍ରଣ ଏକ ବଡ ସମସ୍ୟା । ପ୍ରତିଦିନ ମୁଣ୍ଡପିଛା ୦.୨ ରୁ ୦.୬ କିଲୋ ବର୍ଜ୍ୟବସ୍ତୁ ବାହାରିଥାଏ । ସ୍ୱଚ୍ଛ ଭାରତ ମିଶନ ବର୍ଜ୍ୟବସ୍ତୁ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରୁଥିବା ବେଳେ NexusNovus ଦେଶରେ ବର୍ଜ୍ୟବସ୍ତୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ଉପାୟ ବାହାର କରୁଛି । କିନ୍ତୁ ଏହା ଆବଶ୍ୟକତା ପୂରଣ କରିପାରୁ ନାହିଁ ଏବଂ ସଂପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି। ଦେଶର ବର୍ଜ୍ୟବସ୍ତୁ ନିୟନ୍ତ୍ରଣରେ ଥିବା ଏପରି ଅବ୍ୟବସ୍ଥାକୁ ଲକ୍ଷ୍ୟ କରି ଗୌରବ ଯୋଶୀ ଓ ତାଙ୍କ ଦଳ ExtraCarbonର ଆରମ୍ଭ କରିଛନ୍ତି ।
ExtraCarbon ଏକ ବର୍ଜ୍ୟବସ୍ତୁ ନିୟନ୍ତ୍ରଣ କରୁଥିବା କଂପାନୀ, ଯାହାକି ବର୍ଜ୍ୟବସ୍ତୁର ପୁନବ୍ୟବହାର ପାଇଁ ବ୍ୟକ୍ତିଗତ ଶିକ୍ଷା ଦେବା, ଏଥିରୁ ପ୍ରସ୍ତୁତ ଜିନିଷ ବିକିବା, ପରିବେଶ ସହଯୋଗୀ ଜିନିଷ ବ୍ୟବହାର ଉପରେ କାର୍ଯ୍ୟ କରିଥାଏ । ସାଧାରଣତ ଭାରତରେ ବର୍ଜ୍ୟବସ୍ତୁ ନିୟନ୍ତ୍ରଣ କହିଲେ, ସହରର ବିଭିନ୍ନ ସ୍ଥାନର ମଇଳା ଓ ଆବର୍ଜ୍ଜନାକୁ ସଂଗ୍ରହ କରି ସହର ଉପକଣ୍ଠର ଏକ ଖାଲରେ ଭରିବାକୁ ବୁଝାଯାଏ । ଏବଂ ଖାଲଟି ପୂର୍ଣ୍ଣ ହୋଇଗଲେ ପୁଣି ଏକ ନୂଆ ଖାଲ ଖୋଳାଯାଏ । ଯାହା ଫଳରେ ଗୋଟିଏ ପରେ ଗୋଟିଏ ନୂଆ ଖାଲ ପୋତା ଚାଲିଛି ଓ ଏହି ପକ୍ରିୟା ଚାଲୁରହିଲେ ୨୦୪୭ ମସିହା ବେଳକୁ ୧୪୦୦ ବର୍ଗ କିଲୋ ମିଟର ଜାଗା ଆବଶ୍ୟକ ହେବ ବୋଲି ଏନର୍ଜ୍ଜି ରିସର୍ଚ୍ଚ ଏନଷ୍ଟିଚ୍ୟୁଟ ହିସାବ ଦେଇଛି ।
ଆନ୍ତର୍ଜାତୀୟ ସ୍ତରରେ ବର୍ଜ୍ୟବସ୍ତୁ ପୁନବ୍ୟବହାରକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି । ଏହା ଏଭଳି ଭାବରେ ବ୍ୟାପକ ଯେ କେବଳ ଛୋଟ ଛୋଟ ସାମାଜିକ ପ୍ରତିଷ୍ଠାନ ନୁହେଁ ବୃହତ ମିଳିତ ଉଦ୍ୟୋଗ ଗୁଡିକ ମଧ୍ୟ ଏଥିରେ ସାମିଲ ହେଉଛନ୍ତି । ସାରା ବିଶ୍ୱରେ ବ୍ୟବହୃତ ଅଦରକାରୀ ପ୍ଲାଷ୍ଟିକକୁ ପୁନବ୍ୟବହାରକରି ଶକ୍ତ ପ୍ଲାଷ୍ଟିକ ଖୁଣ୍ଟ ପ୍ରସ୍ତତ କରାଯାଇ ଜଙ୍ଗଲ କ୍ଷୟ ରକ୍ଷା କରାଯାଇପାରୁଛି । ନେଦରଲ୍ୟାଣ୍ଡ ଏହାର ୬୪ ପ୍ରତିଶତ ବର୍ଜ୍ୟବସ୍ତୁ ପୁନବ୍ୟବହାର କରୁଥିବା ବେଳେ ଥାଇଲ୍ୟାଣ୍ଡ ୨୨ ପ୍ରତିଶତ ବ୍ୟବହାର କରିବାକୁ ସକ୍ଷମ ହୋଇଛି । ନିଜ ଦେଶ ଓ ଅନ୍ୟ ବିକଶିତ ଦେଶ ମଧ୍ୟରେ ବର୍ଜ୍ୟବସ୍ତୁ ବ୍ୟବହାର ଓ ନିୟନ୍ତ୍ରଣକୁ ନେଇ ଥିବା ବିରାଟ ଫରକ ଗୌରବଙ୍କୁ ଖରାପ ଲାଗିଲା । ୟୁକେରେ ପଢ଼ୁଥିବା ବେଳେ ସେ ଲକ୍ଷ୍ୟ କଲେ ଯେ, ସେମାନେ ଏହାକୁ କେବଳ ନିୟନ୍ତ୍ରଣ କରୁନାହାଁନ୍ତି ବରଂ ଏହାକୁ ସମ୍ବଳ ନିୟନ୍ତ୍ରଣର ଏକ ଆସେଟ ରୂପେ ବ୍ୟବହାର କରୁଛନ୍ତି । ମୁଁ ୨୦୧୧ ମସିହାରେ ଭାରତକୁ ଫେରି ଏହା ଉପରେ କିଛି କରିବାକୁ ଚେଷ୍ଟା କଲି । ଏହା ଉପରେ କାର୍ଯ୍ୟ କରିବାକୁ ଅନେକ ଇଛୁକ ଥିଲେ ମଧ୍ୟ ମୁଁ ମୋର ବନ୍ଧୁ ଅନନ୍ତଙ୍କଠାରୁ ଶକ୍ତ ସହଯୋଗ ପାଇଲି । ମୋ ପରି ସେ ମଧ୍ୟ ଏକ ସ୍ୱଚ୍ଛ ଓ ସ୍ମାର୍ଟ ସହର ପୂର୍ଣ୍ଣ ଭାରତ ଦେଖିବା ପାଇଁ ନିଜର ଉଚ୍ଚ ବେତନ ପ୍ରାପ୍ତ ଚାକିରୀ ଛାଡିଦେଲା ବୋଲି ଗୌରବ କୁହନ୍ତି ।
ଭାରତରେ କୌଣସି ବର୍ଜ୍ୟବସ୍ତୁ ନିୟନ୍ତ୍ରଣ ଶିକ୍ଷାନୁଷ୍ଠାନ କିମ୍ବା ଅନୁଷ୍ଠାନ ନ ଥିବାରୁ ସେମାନେ ଏକ କଠିନ କାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଉଭୟ ଜାଣିଥିଲେ । ଗୌରବ କୁହନ୍ତି, ଏଥିପାଇଁ ଆମେ ଆମର ଦଳ ପାଇଁ ଅନ୍ୟ ସେକ୍ଟରରୁ ଲୋକ ପାଇଲୁ ଓ ଏହା ଏକ ଷ୍ଟାର୍ଟ ଅପ କଂପାନୀ ହୋଇ ବର୍ଜ୍ୟବସ୍ତୁ ନିୟନ୍ତ୍ରଣ ଭଳି ଏକ ନୂତନ କାର୍ଯ୍ୟ କରୁଥିବାରୁ ଅନେକ ଯୋଗଦେବା ପାଇଁ ନାରାଜ ଥିଲେ । ସେମାନେ ପ୍ରତି ସ୍ତରରେ ସଂଘର୍ଷର ସାମ୍ନା ହେଲେ । ଏପରିକି ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ଗୁଡିକ ମଧ୍ୟ ସେମାନଙ୍କୁ ଗ୍ରହଣ କରି ନ ଥିଲେ । ଏ ନେଇ ଗୌରବ କୁହନ୍ତି, ଅଧିକାଂଶ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ ଆମକୁ କବାଡି ବାଲା କିମ୍ବା ସଫାଇ କର୍ମଚାରୀ ବୋଲି ଭାବିଲେ । ସେମାନଙ୍କର ଏହି ଭ୍ରମ ଦୂର କରିବାକୁ ସମୟ ଲାଗିଲା । କିନ୍ତୁ ଯେତେବେଳେ ବ୍ୟବହାରକାରୀମାନେ ଅନଲାଇନରେ ଆଗୁଆ ସେବା ବୁକ କରିବା ପାଇଁ ଆମର ୱେବ ସାଇଟ ବ୍ୟବହାର କଲେ ସେମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଘଟିଲା ।
ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ପାଇଁ ନିବେଶକାରୀ ମିଳିବା କଷ୍ଟକର ହୋଇଥିଲେ ମଧ୍ୟ Valproର ସହଯୋଗ ମିଳିବା ପରେ ସେମାନେ ପ୍ରୋଜେକ୍ଟକୁ ଆଗକୁ ବଢ଼ାଇବାକୁ ସକ୍ଷମ ହୋଇଥିଲେ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଅସୁବିଧା ସତ୍ତ୍ୱେ, ExtraCarbon ସଫଳତା ପାଇଛି ଓ ଆଜିର ଦିନରେ ଏହାର ୧୬,୦୦୦ ବ୍ୟବହାରକାରୀ ଥିବା ବେଳେ ପ୍ରତିଦିନ ୧୦୦ ନୂଆ ବ୍ୟବହାରକାରୀ ଯୋଗ ଦେଉଛନ୍ତି । ବର୍ତ୍ତମାନ ସେମାନେ ଦିଲ୍ଲୀ, ଗାଜୀୟାବାଦ, ଗୁରଗାଁଓ, ନୋଏଡା ଏବଂ ଲୁଧିଆନାରେ କାର୍ଯ୍ୟ କରୁଛନ୍ତି । ଏହି ବର୍ଷ ଶେଷ ସୁଦ୍ଧା ସେମାନେ ୨୦ ଟି ସହରରେ କାର୍ଯ୍ୟକ୍ଷମ ହେବେ । ExtraCarbon ବ୍ୟବହୃତ ଜିନିଷ ବିକୁଥିଲେ ମଧ୍ୟ ଏହା ସେକେଣ୍ଡ ହ୍ୟାଣ୍ଡ ପଦାର୍ଥର ମାର୍କେଟ ପ୍ଲେସ ନୁହେଁ । ସେମାନେ ପ୍ରଥମେ ଏକ କୋଟ ଦେଇ ଜିନିଷ ଗୁଡିକ ଗ୍ରାହକମାନଙ୍କ ଠାରୁ କିଣନ୍ତି ଏବଂ ପରେ ଏହାକୁ ବିଭିନ୍ନ ସୃଜନାତ୍ମକ ଢ଼ଙ୍ଗରେ ସଜାଇ ନୂଆ ରୂପରେ ବିକନ୍ତି ।
ExtraCarbon ତା'ର ଗ୍ରୀନ ସୁପର ହୀରୋ କାର୍ଯ୍ୟଗ୍ରମ ଜରିଆରେ ସହରର କବାଡିବାଲାମାନଙ୍କୁ ଏକତ୍ରିତ କରିବା ଆରମ୍ଭ କରି ସେମାନଙ୍କୁ ବୃହତ ଅଂଚଳରେ ନିଯୁକ୍ତ କରିଛି । ଏବଂ ଇଲେକଟ୍ରେନିକ ଓଜନ କଣ୍ଟା ବ୍ୟବହାର କରି ବର୍ଜ୍ୟବସ୍ତୁ ସଂଗ୍ରହରେ ସ୍ୱଚ୍ଛତା ଆଣିବା ସହ ଅଳିଆ ଗୋଟାଳି ଓ ଉତ୍ପାଦକଙ୍କ ମଧ୍ୟରେ ଥିବା ମଧ୍ୟସ୍ଥି ପ୍ରଥା ଲୋପ କରି ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରୁଛି ।
ଆମେ କଲ ସେଣ୍ଟର ଆରମ୍ଭ କରି ଓ Whatsapp, ଏସ୍ଏମ୍ଏସ୍ ମେସେଜ, ଫୋନ କଲ, ଇ-ମେଲ ଏବଂ ୱେବସାଇଟ ମାଧ୍ୟମରେ ବ୍ୟବହାରକାରୀମାନେ ଅନୁରୋଧ ପଠାଇବାର ସୁବିଧା ପ୍ରଦାନ କରି ଅତି ସହଜ ଭାବରେ ଉତ୍ତମ ସେବା ପ୍ରଦାନ କରୁଛୁ ବୋଲି ଗୌରବ କୁହନ୍ତି । ନିକଟରେ ସେମାନେ ExtraCarbonର ସେବା ବିଷୟରେ ଏକ ସର୍ଭେ ମଧ୍ୟ କରିଥିଲେ ।
ବର୍ଜ୍ୟବସ୍ତୁ ବ୍ୟବହାରରେ ଶକ୍ତି ଉତ୍ପନ୍ନ କରିବା ଓ ବୃକ୍ଷରୋପଣ ହେଲା ଭଳି ସ୍ମାର୍ଟ ସିଟି ତିଆରି କରିବା ExtraCarbonର ଲକ୍ଷ୍ୟ । ଏଥି ସହିତ ସେମାନେ ସୋସାଇଟି, କର୍ପୋରେଟ ଓ ରିଟେଲ ମଲମାନଙ୍କରେ ଖତ ତିଆରିର ବ୍ୟବସ୍ଥା କରିବା ଓ ପୁନବ୍ୟବହାର କ୍ଷମ ବର୍ଜ୍ୟବସ୍ତୁ ମହଜୁଦ ରଖିବାକୁ ଗୋଦାମ ଘର କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଏହା ବ୍ୟତୀତ ସେମାନେ ନିର ସୁପର ହିରୋ ଯୋଜନାରେ ଘରକୁ ଘର ବୁଲି ପୁନବ୍ୟବହାର କ୍ଷମ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଓ ସେକଣ୍ଡ ହ୍ୟାଣ୍ଡ ଜିନିଷ ସଂଗ୍ରହ କରିବାର ବ୍ୟବସ୍ଥା କରିବାକୁ ସ୍ଥିର କରିଛନ୍ତି ।