ADVERTISEMENT
ସୀମା ସୁରକ୍ଷା ବାହିନୀରେ ଯୋଗ ଦେଲେ ପ୍ରଥମ ମହିଳା ଫିଲ୍ଡ ଅଫିସର୍
ସୀମା ସୁରକ୍ଷା ବାହିନୀରେ ଶନିବାର ପ୍ରଥମ ଥର ପାଇଁ ଫିଲ୍ଡ ଅଫିସର୍ ଭାବେ ଯୋଗ ଦେଲେ ଜଣେ ମହିଳା। ମଧ୍ୟପ୍ରଦେଶର ଗୋଓ୍ଵଲିୟର୍ରେ ଆୟୋଜିତ ସୀମା ସୁରକ୍ଷା ବାହିନୀର ବାର୍ଷିକ ସମାରୋହରେ ଏହି ମହିଳା ଜଣକ ଅଫିସର୍ ଭାବେ ଯୋଗ ଦେଇଛନ୍ତି। ଆୟୋଜିତ ଏହି ସମାରୋହରେ ପ୍ରଥମ ମହିଳା ଫିଲଡ ଅଫିସର୍ ତନୁଶ୍ରୀ ପାରିକ୍ଙ୍କୁ ସମ୍ମାନିତ କରାଯାଇଛି। ତନୁଶ୍ରୀଙ୍କ ଘର ରାଜସ୍ତାନରେ।

ତନୁଶ୍ରୀଙ୍କୁ ସମ୍ମାନିତ କରାଯିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ‘ପ୍ରଥମ ଥର ପାଇଁ ସୀମା ସୁରକ୍ଷା ବାହିନୀରେ ଫିଲ୍ଡ ଅଫିସର୍ ଭାବେ ଜଣେ ମହିଳା ଯୋଗ ଦେଲେ। ସେଥିପାଇଁ ମୁଁ ବହୁତ ଖୁସି। ଆଶା କରୁଛି ଆଗକୁ ଆହୁରି ଅନେକ ମହିଳା ଏହି କାର୍ଯ୍ୟରେ ଯୋଗ ଦେବେ।’
ADVERTISEMENT
Advertise with usADVERTISEMENT
Advertise with usADVERTISEMENT
Advertise with usADVERTISEMENT
Advertise with us
