୫୭ ଘଣ୍ଟାରେ ଏକ ହଜାର ପ୍ରକାର ରୋଷେଇ କରି ଗିନିଜ୍ ବୁକରେ ସେଫ୍ ବିଷ୍ଣୁ ମନୋହର

୫୭ ଘଣ୍ଟାରେ ଏକ ହଜାର ପ୍ରକାର ରୋଷେଇ କରି ଗିନିଜ୍ ବୁକରେ ସେଫ୍ ବିଷ୍ଣୁ ମନୋହର

Sunday April 30, 2017,

1 min Read

image


ନାଗପୁର ସହରର ସେଫ୍ ବିଷ୍ଣୁ ମନୋହର ‘ଲଙ୍ଗେଷ୍ଟ କୁକିଂ ’ ମାରାଥନରେ ୫୭ ଘଣ୍ଟା ଧରି ରୋଷେଇ କରି ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି । ଏପ୍ରିଲ୍ ୨୩ ତାରିଖ ସନ୍ଧ୍ୟା ୫ଟା୩୦ ମିନିଟରେ ସେ ୫୭ ଘଣ୍ଟାର ରୋଷେଇ ଶେଷ କରିଥିଲେ । ଏହି ଅବସରରେ ବିଷ୍ଣୁ ୧ ହଜାର ପ୍ରକାରର ଖାଦ୍ୟ ସାମଗ୍ରି ତିଆରି କରିବା ସହ ଗିନିଜ୍ ବୁକରେ ସ୍ଥାନ ପାଇଛନ୍ତି ।

ପୂର୍ବରୁ ଆମେରିକାର ବେଂଜାମିନଙ୍କ ନାମରେ କ୍ରମାଗତ ଭାବେ ୪୦ଘଣ୍ଟା ରୋଷେଇ କରିବାର ରେକର୍ଡ ଥିଲା । ଏପ୍ରିଲ୍ ୨୧ତାରିଖ ସକାଳ ୮ଟାରୁ ଇନଷ୍ଟିଚ୍ୟୁସନ ଅଫ୍ ଇଂଜିନିୟରିଂ ସଭା ଗୃହରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଶତାଧିକ ଲୋକଙ୍କ ଉପସ୍ଥିତି ଏବଂ ୧୨ଟା କ୍ୟାମେରା ଆଗରେ ବିଷ୍ଣୁ ସକାଳୁ ରାତି ପର୍ଯ୍ୟନ୍ତ ରୋଷେଇ କରିଥିଲେ । ୫୭ଘଣ୍ଟାର ଅବଧି ମଧ୍ୟରେ ସେ ମାତ୍ର ୫ଘଣ୍ଟାର ବ୍ରେକ୍ ନେଇଥିଲେ ।