ପୋର୍ଟାଲରେ ବୁକିଂ କଲେ ହେବ ପେଟ୍ରୋଲ ହୋମ୍ ଡେଲିଭରି

ପୋର୍ଟାଲରେ ବୁକିଂ କଲେ ହେବ ପେଟ୍ରୋଲ ହୋମ୍ ଡେଲିଭରି

Sunday April 30, 2017,

1 min Read

image


ଆଉ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଦେବାକୁ ପଡିବ ନାହିଁ । ଏଣିକି କ୍ଷୀର ଓ ଖବରକାଗଜ ଭଳି ସକାଳେ ଘରେ ପହିଚିଂବେ ପେଟ୍ରୋଲ ୱାଲା । ପୋର୍ଟାଲରେ ବୁକିଂ କଲେ ମିଳିବ ତେଲ । ପୂର୍ବରୁ ବୁକିଂ କଲେ ଏହିି ସୁବିଧା ପାଇପାରିବେ ପେଟ୍ରୋଲିୟମ ପ୍ରଡକ୍ଟ ବ୍ୟବହାର କରୁଥିବା ଗ୍ରାହକ ।

ଖୁବଶୀଘ୍ର ଏପରି ଅଭିନବ ଯୋଜନା ସାକାର କରିବାକୁ ଯାଉଛି ପେଟ୍ରୋଲିୟମ ମନ୍ତ୍ରାଳୟ । ମନ୍ତ୍ରଳାୟ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୂଚନା ଅନୁଯାୟୀ ଦୈନିକ ୩୫କୋଟି ଲୋକ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଆସିଥାନ୍ତି ।

ଭାରତ ବିଶ୍ୱର ତୃତୀୟ ପେଟ୍ରୋଲିୟମ ବ୍ୟବହାରକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ପେଟ୍ରୋଲ ପମ୍ପଗୁଡିକରେ ଲମ୍ବା ଲାଇନକୁ ଏଡାଇବା ପାଇଁ ଅନଲାଇନ ପ୍ରି-ବୁକିଂ କରୁଥିବା ଗ୍ରାହକଙ୍କ ଘରେ ପେଟ୍ରୋଲ ଡିଜେଲ ଯୋଗାଇ ଦିଆଯିବା ଲାଗି ବିଚାର କରାଯାଉଛି ବୋଲି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।