ଖୁବଶୀଘ୍ର ଏୟାରପୋର୍ଟରେ ଚେକ ଇନ ପାଇଁ ଆବଶ୍ୟକ ହେବ କେବଳ ଟିପଚିହ୍ନ

ଖୁବଶୀଘ୍ର ଏୟାରପୋର୍ଟରେ ଚେକ ଇନ ପାଇଁ ଆବଶ୍ୟକ ହେବ କେବଳ ଟିପଚିହ୍ନ

Friday December 23, 2016,

2 min Read

ଏୟାରପୋର୍ଟରେ ସବୁବେଳେ ନିଜର ବୋର୍ଡିଙ୍ଗ ପାସ ନେବା ପାଇଁ ଲମ୍ବା ଲାଇନରେ ଠିଆ ହେଉଥିବା ଯାତ୍ରୀ ମାନଙ୍କ ପାଇଁ ଆସିଛି ଏକ ଶୁଭ ଖବର। କେନ୍ଦ୍ରୀୟ ବିମାନ ଚଳାଚଳ ମନ୍ତ୍ରଣାଳୟ କିଛିଦିନ ମଧ୍ୟରେ ଏୟାରପୋର୍ଟ ମାନଙ୍କରେ ଏକ ବାୟୋମେଟ୍ରିକ ସ୍କ୍ରୀନିଙ୍ଗ ବ୍ୟବସ୍ଥା ଆରମ୍ଭ କରିବାର ଯୋଜନା କରୁଛି। ଏହା ଫଳରେ ଚେକଇନ କରିବା ପାଇଁ ଲାଗୁଥିବା ଲମ୍ବା ଲାଇନ କମିବ ଏବଂ ଯାତ୍ରୀ ମାନଙ୍କର ବହୁମୂଲ୍ୟ ସମୟ ବଞ୍ଚିବ।

Image : (L) – <a href=

Image : (L) –

Quartz; (R) – IndiaTimesa12bc34de56fgmedium"/>

ଏହି ବାୟୋମେଟ୍ରିକ ଚେକଇନ କାଉଣ୍ଟରରେ ଚେକଇନ କରିବା ପାଇଁ କେବଳ ମାତ୍ର ଆବଶ୍ୟକ ହେବ ଆପଣଙ୍କର ଟିପଚିହ୍ନ। ତେଣୁ ଯାତ୍ରୀ ମାନେ ଟିକେଟ ଏବଂ ନିଜର ପରିଚୟପତ୍ର ବଦଳରେ କେବଳ ତାଙ୍କର ଟିପଚିହ୍ନ ଦେଇ ଏୟାରପୋର୍ଟ ଭିତରକୁ ଆସି ଚେକଇନ କରିପାରିବେ। ଏହା ପଛରେ ଯାତ୍ରୀମାନେ ଟିକେଟ ବୂକ କରୁଥିବା ସମୟରେ ତାଙ୍କର ଆଧାର କାର୍ଡକୁ ଟିକେଟ ସହ ଡିଜିଟାଲ ଭାବେ ଯୋଡ଼ିଦେବାର ଆଇଡିଆ ରହିଛି। ଏପର୍ଯ୍ୟନ୍ତ ଦେଶରେ ୧୦୦କୋଟି ଆଧାର କାର୍ଡ ଦିଆ ସରିଲାଣି। ଆଧାର କାର୍ଡ ସହ ନାଗରିକ ମାନଙ୍କର ଟିପଚିହ୍ନ ଏବଂ ରେଟିନା ସ୍କାନ ମଧ୍ୟ ଜଡ଼ିତ ହେଇ ରହୁଛି। ସ୍କାନ ହେଇଥିବା ପରିଚୟ ବିବରଣୀ ଏକ ଜାତୀୟ ରେଜିଷ୍ଟ୍ରୀରେ ଏମ୍ବେଡ ହେଇ ରହୁଛି। ଏହା ଜରିଆରେ ଏୟାରପୋର୍ଟ ମାନଙ୍କରେ ଟିପଚିହ୍ନ ଦେଲେ ଯାତ୍ରୀଙ୍କର ପରିଚୟ ଆପେ ତନଖି ହେଇପାରିବ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ଏହି ପ୍ରୋଜେକ୍ଟକୁ ସଫଳ ଭାବେ ପରୀକ୍ଷଣ କରାଯାଇଛି ଏବଂ ଟର୍ମିନାଲରେ ପ୍ରବେଶ କରିବା ପାଇଁ ସଫଳତାର ସହ ଲାଗୁ ମଧ୍ୟ କରାଯାଇ ସାରିଛି।

ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରୀଷ୍ଠ ଅଧିକାରୀ IndiaTimesକୁ କୁହନ୍ତି, 

“ଆମେ ଟିକେଟ ବୁକିଂ ସମୟରେ ଯାତ୍ରୀ ମାନଙ୍କୁ ତାଙ୍କର ଆଧାର କାର୍ଡ ସମ୍ବନ୍ଧୀୟ ବିବରଣୀ ମାଗିହେବ କି ନାହିଁ, ତା’ର ବୈଷୟିକ ଦିଗ ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରୁଛୁ। ଏୟାରପୋର୍ଟରେ ସେମାନେ ବାୟୋମେଟ୍ରିକ ପରିଚୟ ତନଖି ପାଇଁ ନିଜର ଟିପଚିହ୍ନ ଦେଇପାରିବେ ଏବଂ ଟିପଚିହ୍ନ ଦେଇ ହିଁ ଟର୍ମିନାଲ ଓ ନିଜର ଫ୍ଲାଇଟ ବୋର୍ଡ କରିପାରିବେ। “

The Hinduର ଏକ ରିପୋର୍ଟ ଅନୁସାରେ GMR Hyderabad International Airport Limited (GHIAL)ର ସିଇଓ ଏସଜିକେ କିଶୋର କହନ୍ତି, 

“POC (ପ୍ରୁଫ ଅଫ କନସେପ୍ଟ)କୁ ସଫଳତାର ସହ ପରୀକ୍ଷଣ ଓ ଲାଗୁ କରିବା ପରେ ଆମେ UIDAI(Unique Identification Authority of India)କୁ ଅନୁରୋଧ କରିଛୁ ଯେ ଆମକୁ ଅନୁମୋଦିତ ବ୍ଯବହାରକାରୀ ସଂସ୍ଥାର ମାନ୍ୟତା ଦିଆଯାଉ।“

ବିମାନଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ। ଯେଉଁମାନେ ହାଇଦ୍ରାବାଦ, ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ଭଳି ବ୍ୟସ୍ତବହୁଳ ଏୟାରପୋର୍ଟରୁ ଯାତ୍ରା କରନ୍ତି ସେମାନଙ୍କ ପାଇଁ ଏହା ଏକ ଖୁସିର ଖବର ହେବ।