ଭୁବନେଶ୍ୱରରେ ଆରମ୍ଭ ହେଲା uber AUTO

ଭୁବନେଶ୍ୱରରେ ଆରମ୍ଭ ହେଲା uber AUTO

Sunday April 03, 2016,

2 min Read

image


ସ୍ମାର୍ଟ ସହରରେ ଏଣିକି ଚାଲିବ ସ୍ମାର୍ଟ ଅଟୋ । ଭୁବନେଶ୍ୱରରେ ଯାତ୍ରୀ ପରିବହନ କ୍ଷେତ୍ରରେ ଏବେ ବି ଅଟୋ ରିକ୍ସା ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରେ । ଏହାକୁ ଦୃଷ୍ଟିରେ ରଖି ପୁର୍ବରୁ ଭୁବନେଶ୍ୱର ସହରରେ କ୍ୟାବ୍ ସେବା ଯୋଗାଇ ଆସୁଥିବା ଉବର ଉତ୍କଳ ଦିବସରୁ ଆରମ୍ଭ କରିଛି ଅଟୋ ସେବା । ମାତ୍ର ୧୫ ଟଙ୍କା ରହିଛି ଉବର ଅଟୋର ଅନ୍ୟୁନ ମୂଲ୍ୟ । ଏହା ବାଦ କିଲୋମିଟର ପିଛା ଯାତ୍ରୀଙ୍କୁ ୩ ଟଙ୍କା ଦେବାକୁ ପଡ଼ିବ । ଯାତ୍ରୀଙ୍କୁ ଅଟୋଟିଏ ବୁଝିବା ପାଇଁ ଆଉ ଅଟୋ ଷ୍ଟାଣ୍ଡ୍ ଯାଏଁ ଯିବାକୁ ପଡ଼ିବ ନାହିଁ । ସ୍ମାର୍ଟ ଫୋନରେ ଉବର ଆପ୍ସ ମାଧ୍ୟମରେ ଘରେ ବସି ଅଟୋ ମଗାଇପାରିବେ ଯାତ୍ରୀ ।

image


ଏପ୍ରିଲ ୧ ତାରିଖରେ ଭୁବନେଶ୍ୱରରେ ଏହି ସେବାକୁ ମେୟର ଅନନ୍ତ ନାରାୟଣ ଜେନା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତ କିଶନ୍ କୁମାର ଓ ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ଥିଲେ ।

ଭୁବନେଶ୍ୱର ସ୍ମାର୍ଟ ସିଟି ଘୋଷିତ ହେବା ପରେ ଏଭଳି ସ୍ମାର୍ଟ ସେବାକୁ ଏବେ ପ୍ରାଥମିକତା ଦିଆଯାଉଛି ବୋଲି ମେୟର ଶ୍ରୀ ଜେନା କହିଥିଲେ । ଉବରର ଅଟୋ ସେବା ସ୍ୱାଗତଯୋଗ୍ୟ ଏବଂ ଏହା ସହରବାସୀଙ୍କୁ କମ ଖର୍ଚ୍ଚରେ ସୁରକ୍ଷିତ ଯାତ୍ରା ଯୋଗାଇପାରିବ ବୋଲି ସେ କହିଥିଲେ ।

ଉବର ପୂର୍ବାଞ୍ଚଳ ମହାପ୍ରବନ୍ଧକ ଅଶ୍ୱିନୀ ଦାସ କହିଥିଲେ, ଦେଶର ଏକନମ୍ବର ସ୍ମାର୍ଟ ସହରରେ ଉବର ଅଟୋ ସେବା ଆରମ୍ଭ କରି ଅତ୍ୟନ୍ତ ଉତ୍ସାହିତ । ଅଟୋ ରିକ୍ସା ସହରର ପ୍ରମୁଖ ପରିବହନ ବ୍ୟବସ୍ଥା ପାଲଟିଛି । ଆମ ସେବା ମାଧ୍ୟମରେ ଲୋକେ ସହଜରେ ସେବା ପାଇବା ସାଙ୍ଗକୁ ଅଟୋଚାଳକମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ ଏବଂ ସେମାନଙ୍କର ରୋଜଗାର ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ ।

image


ଉବର ଅଟୋରେ ଶୈଳଶ୍ରୀ ବିହାରରୁ ରେଳ ଷ୍ଟେସନ୍ ମାତ୍ର ୮୦ ଟଙ୍କା ପଡ଼ୁଥିବା ବେଳେ ନୟାପଲ୍ଲୀରୁ ଆଇନକ୍ସ ୫୦ ଟଙ୍କା ପଡ଼ୁଛି । ଉବର ଆପ୍ସରେ ଅଟୋ ସୁବିଧା ଚୟନ କରି ଗ୍ରାହକମାନେ ଦୁଆର ମୁହଁରେ ଉବର ଅଟୋ ପାଇପାରିବେ ।

ଭୁବନେଶ୍ୱରରେ ବର୍ତ୍ତମାନ ଉବର ଏବଂ ଓଲା କ୍ୟାବ୍ ସେବା ଯୋଗାଉଥିବା ବେଳେ ଉବର ପ୍ରଥମ ଥର ପାଇଁ ଅଟୋ ସେବା ଆରମ୍ଭ କରିଛି ।

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।