ପ୍ଯାକେଟରେ ମିଳିବ ଭଙ୍ଗା ଚିପ୍ସ !!

ପ୍ଯାକେଟରେ ମିଳିବ ଭଙ୍ଗା ଚିପ୍ସ !!

Tuesday February 28, 2017,

1 min Read

ଆଳୁ ଚିପ୍ସ ପାଇଁ ପାଗଳ ଲୋକଙ୍କୁ ପଚାରନ୍ତୁ କେଉଁ ଚିପ୍ସ ପ୍ଯାକେଟ ଆଣି ଖାଇବା ବେଳେ କଣ ସବୁଠାରୁ ବେଶି ଭଲ ଲାଗିଥାଏ। ଅଧିକାଂଶ କହିବେ ଶେଷ ବେଳକୁ ପ୍ଯାକେଟ ତଳ ଆଡ଼କୁ ଭଙ୍ଗାଭଙ୍ଗି ଚିପ୍ସ ହେଉଛି ତାଙ୍କର ସବୁଠାରୁ ପସନ୍ଦ। ଭାବନ୍ତୁ ତ ଯଦି ଏହି ଭଙ୍ଗା ଚିପ୍ସ ଆପଣଙ୍କୁ ଛୋଟ ଛୋଟ ପ୍ଯାକେଟରେ କିଣିବାକୁ ମିଳିବ ତାହେଲେ କେମିତି ହେବ। ଏହାର ସବୁଠାରୁ ଭଲ ଜିନିଷ ହେଉଛି ଆପଣଙ୍କ ହାତ ଅସନା ହେବନାହିଁ। ସିଧା ପ୍ଯାକେଟ ଖୋଲନ୍ତୁ ଆଉ ପାଟିରେ ପକାନ୍ତୁ। 

image


ଆଳୁ ଚିପ୍‌ସକୁ ଅଭଙ୍ଗା ରଖିବା ପାଇଁ ବିଭିନ୍ନ ଚିପ୍‌ସ ନିର୍ମାତାମାନେ ସର୍ବଦା ଉଦ୍ୟମ କରୁଥିବା ବେଳେ, ଭଙ୍ଗା ଆଳୁ ଚିପ୍‌ସ ବଜାରରେ ଛାଡ଼ିଛି ଏକ ଉତ୍ପାଦକ ସଂସ୍ଥା। ‘ଫେଲ୍‌ ଚିପ୍‌ସ’ ନାମରେ ଏହାର ବିକ୍ରି ଆରମ୍ଭ ହୋଇଛି। ଉତ୍ପାଦକ ସଂସ୍ଥାର ଜନୈକ ବରିଷ୍ଠ ପଦାଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ବଜାର ଅଧ୍ୟୟନ ପରେ ଏ ଭଳି ଭଙ୍ଗା ଚିପ୍‌ସ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅନେକ ଉପଭୋକ୍ତା ପାକେଟ୍‌ର ତଳ ଭାଗରେ ରହିଯାଉଥିବା ଭଙ୍ଗା ଚିପ୍‌ସ ଅଧିକ ସ୍ୱାଦିଷ୍ଠ ବୋଲି ମତ ଦେଇଥିଲେ। ଭଙ୍ଗା ଚିପ୍‌ସର ଆଉ ଏକ ସୁବିଧା। ଛୋଟିଆ କଣା କରି, ସିଧା ପାଟିରେ ପକାଇହେବ। ହାତରେ ତେଲ ଲାଗିବାର ଆଶଙ୍କା ରହିବନାହିଁ କି ହାତ ଧୋଇବା ବା ପୋଛିବା ଦରକାର ପଡ଼ିବନାହିଁ।