ଭାରତୀୟ ସେନାବାହିନୀ ୧୦ ହଜାର ବେସାମରିକ ଲୋକ ପାଇବେ ନିଯୁକ୍ତି
Friday March 31, 2017,
1 min Read
ନିରାପଦ ଅଞ୍ଚଳରେ ନିଯୁକ୍ତ ଅଧିକାରୀ ଏବଂ ଜେସିଓମାନଙ୍କୁ ସହାୟତା ଯୋଗାଇଦେବାକୁ ସହାୟକ ଭାବେ ଭାରତୀୟ ସେନାବାହିନୀ ୧୦ ହଜାର ବେସାମରିକ ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ପରାର୍ମଶ କରି ସେନା ମୁଖ୍ୟାଳୟ ଏହି ପ୍ରସ୍ତାବ ଗ୍ରହଣ କରିଛନ୍ତି। ଫଳରେ ଅଧିକାରୀମାନଙ୍କ ସେବାରେ ନିଯୁକ୍ତ ସମ ସଂଖ୍ୟକ ଲଢୁଆ ସୈନିକ ମୁକ୍ତି ପାଇବେ।
ଲଢୁଆ ସୈନିକମାନେ ସେମାନଙ୍କ ଉଚ୍ଚ ଅଧିକାରୀଙ୍କ ସହାୟକ ଭାବେ କରୁଥିବା କାର୍ଯ୍ୟାବଳୀକୁ କେତେକ ଯବାନ ସାମାଜିକ ଗଣମାଧ୍ୟରେ ରାଷ୍ଟ୍ର କରାଇଦେବାରୁ ଏ ଭଳି ବିକଳ୍ପ ବିଚାରଧାରାର ଅଦ୍ଭୁଦୋୟ ହୋଇଛି।
ବିଭିନ୍ନ ୟୁନିଟ୍ ଏବଂ ରେଜିମେଣ୍ଟ୍ରେ ପ୍ରାୟ ୪୦ ହଜାର ଲଢୁଆ ସୈନିକ ସହାୟକ କାର୍ଯ୍ୟ କରୁଥିବା ସେନାବାହିନୀ ସୂତ୍ରରୁ ଜଣାପଡ଼ିଛି।
Share on