୫୦୦ରୁ କମ୍ ଟଙ୍କାରେ ମିଳିବ ସ୍ମାର୍ଟଫୋନ୍

୫୦୦ରୁ କମ୍ ଟଙ୍କାରେ ମିଳିବ ସ୍ମାର୍ଟଫୋନ୍

Tuesday February 16, 2016,

1 min Read

image


ଆଜିର ସ୍ମାର୍ଟ ଯୁଗରେ ସ୍ମାର୍ଟଫୋନର ଆବଶ୍ୟକତା ବେଶ ବଢ଼ିଯାଇଛି । ବିଶେଷ କରି ଯୁବବର୍ଗଙ୍କ ପାଖରେ ସ୍ମାର୍ଟଫୋନ୍ ହିଁ ଦେଖିବାକୁ ମିଳୁଛି । ଦେଶର ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ପହଂଚାଇବା ଲକ୍ଷ୍ୟ ନେଇ ନୋଏଡାର ଏକ କଂପାନି ରିଙ୍ଗିଙ୍ଗ୍ ବେଲ୍ ୫୦୦ରୁ କମ୍ ଟଙ୍କାରେ ସ୍ମାର୍ଟଫୋନ୍ ବଜାରରେ ବିକ୍ରି କରିବ ବୋଲି ଘୋଷଣା କରିଛି । ଫ୍ରିଡମ୍ ୨୫୧ ନାମକ ଏହି ଫୋନକୁ ଚଳିତ ମାସ ୧୭ରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଉନ୍ମୋଚନ କରିବେ । କଂପାନି ପକ୍ଷରୁ ବିଭିନ୍ନ ଗଣମାଧ୍ୟମକୁ ପଠାଯାଇଥିବା ପତ୍ରରେ ଲେଖାଯାଇଛି ଯେ ସବୁ ଲୋକଙ୍କୁ ସଶକ୍ତ କରି ଭାରତର ଛବି ବଦଳାଇବାକୁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାର ପରିମାଣ ସ୍ୱରୂପ ଏହି ଫୋନକୁ ବିକଶିତ କରାଯାଇଛି ।

ଏବେ ବଜାରରେ ବିକ୍ରି ହେଉଥିବା ସବୁଠୁ ଶସ୍ତା ସ୍ମାର୍ଟଫୋନ୍ ୧୫୦୦ ଟଙ୍କାରେ ମିଳୁଛି । ଗତବର୍ଷ ଡାଟାୱିଣ୍ଡ୍ ନାମକ କଂପାନି ଅନିଲ ଅମ୍ବାନିଙ୍କ ରିଲାଏନ୍ସ କମୁ୍ୟନିକେସନ୍ ସହ ମିଶି ୯୯୯ ଟଙ୍କାରେ ସ୍ମାର୍ଟଫୋନ୍ ବଜାରକୁ ଛାଡ଼ିବ ବୋଲି ଘୋଷଣା କରିଥିଲା । କିନ୍ତୁ ତାହା କେବଳ ଘୋଷଣାରେ ରହିଯାଇଛି । ରିଙ୍ଗିଙ୍ଗ୍ ବେଲ୍ ଗତବର୍ଷ ପ୍ରତିଷ୍ଠା ହୋଇଥିଲା । ନିକଟରେ କଂପାନି ୨,୯୯୯ ଟଙ୍କାରେ ୪ଜି ହ୍ୟାଣ୍ଡସେଟ ବଜାରକୁ ଛାଡ଼ିଥିଲା ।

ଭାରତର ସ୍ମାର୍ଟଫୋନ୍ ବଜାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । କିଛି ବର୍ଷ ମଧ୍ୟରେ ଏହା ଆମେରିକାକୁ ଦ୍ୱିତୀୟ ସ୍ଥାନରୁ ଗାଦିଚ୍ୟୁତ କରିବ ବୋଲି ଅନୁମାନ କରାଯାଉଛି । ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ମାର୍ଟଫୋନ୍ ବଜାରକୁ ଦେଖି ବିଶ୍ୱ ସ୍ତରୀୟ କଂପାନି ଜିଓମି, ମୋଟୋରୋଲା ଓ ଜିଓନି ଭଳି କଂପାନି ସେମାନଙ୍କ ହ୍ୟାଣ୍ଡସେଟ୍ ଭାରତରେ ଆସେମ୍ବଲ୍ କରିବା ଆରମ୍ଭ କରିଛନ୍ତି ।