ମାସକୁ ଚାରି ଟଙ୍କା ଦରମାରୁ ଆଜି ଦେଶବିଦେଶରେ ୨୨ଟି ରେଷ୍ଟୁରାଣ୍ଟର ମାଲିକ; ସୁରେଶ ପୂଜାରୀଙ୍କ ସଫଳତାର କାହାଣୀ

ମାସକୁ ଚାରି ଟଙ୍କା ଦରମାରୁ ଆଜି ଦେଶବିଦେଶରେ ୨୨ଟି ରେଷ୍ଟୁରାଣ୍ଟର ମାଲିକ; ସୁରେଶ ପୂଜାରୀଙ୍କ ସଫଳତାର କାହାଣୀ

Friday December 23, 2016,

3 min Read

ପ୍ରାୟ ୧୯୫୦ ମସିହା ବେଳର କଥା। କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଥିବା ପାଦୁକୋଣ ନାମର ଛୋଟିଆ ଗାଁ ଖଣ୍ଡେରୁ ୧୦ ବର୍ଷର ପିଲାଟିଏ ଆସି ପହଞ୍ଚିଲା ବମ୍ବେ (ବର୍ତ୍ତମାନର ମୁମ୍ବାଇ)ରେ। ଆକାଶ ଛୁଇଁବାର ସ୍ଵପ୍ନ ନେଇ ଆସିଥାଏ ଛୋଟ ପିଲାଟି। ସାଉଥ ମୁମ୍ବାଇର ଗୋଟିଏ ମନ୍ଦିର ପାଖରେ ଥିବା ଛୋଟ ଖାଇବା ଦୋକାନରେ ହେଲପର ଭାବେ କାମ କରିବା ଆରମ୍ଭ କଲା ପିଲାଟି। ଦରମା ମାସକୁ ଚାରି ଟଙ୍କା ମାତ୍ର। ପରେ ବମ୍ବେ ଟ୍ରଷ୍ଟ କ୍ୟାଣ୍ଟିନରେ କାମ କଲା ଯେଉଁଠି ଦରମା ବଢି ହେଲା ମାସକୁ ୬ ଟଙ୍କା।

ଖୁବ କମ ଦିନ ଭିତରେ ସେ ନିଜର ଜଳଖିଆ ଦୋକାନ ଆରମ୍ଭ କରିଦେଲା। ବମ୍ବେ ପ୍ରସିଦ୍ଧ ଫଳରସ ସହ ପାଓଭାଜି ମିଳିଲା ସେଠାରେ। ଚୌପାଟ୍ଟୀ ଅଞ୍ଚଳରେ ଗୋଟେ ଛୋଟ ଠେଲାରୁ ଆରମ୍ଭ ହେଲା ତା’ର ଉଦ୍ଯୋଗର ଏକ ଅସାଧାରଣ ଯାତ୍ରା। ସେତେବେଳେ ଦୂରସମ୍ପର୍କୀୟ ଜଣେ କିଛି ଆର୍ଥିକ ସହାୟତା କରିଥିଲେ ପିଲାଟିର। ଦ୍ଵିତୀୟ ଫୁଡ ଜଏଣ୍ଟ ଆରମ୍ଭ କଲେ ଲାମିଙ୍ଗଟନ ରୋଡ଼ରେ। ବମ୍ବେ ରେ ଇଲେକ୍ଟ୍ରୋନିକ୍ସର ବଡ଼ ବଜାର ଲାମିଙ୍ଗଟନ ରୋଡ଼। ସେଠାରେ ଖୋଲିଥିବା ଦୋକାନରେ ସ୍ୟାଣ୍ଡୱିଚ, ଇଡଲି ଓ ଫ୍ରାୟେଡ ରାଇସ ବିକ୍ରି ହେଲା। ସ୍ନେହରେ ତା’ର ନାମ ରଖିଲେ ‘ସୁଖ ସାଗର’। ଧୀରେ ଧୀରେ ସୁଖ ସାଗରର ଲୋକପ୍ରିୟତା ବଢିବାକୁ ଲାଗିଲା। ଅନେକ ଦିନର ସଂଘର୍ଷ ଆଉ ସଫଳତା ପରେ ଆଜି ସୁଖ ସାଗର ର ୨୨ଟି ଶାଖା ଅଛି। ସେଥିମଧ୍ୟରୁ ମୁମ୍ବାଇରେ ୮ଟି, ବେଙ୍ଗାଲୁରୁରେ ୭ଟି, ଚେନ୍ନାଇ, ମହୀଶୂର ଓ ସାଉଦି ଆରବରେ ଗୋଟିଏ ଲେଖାଏଁ ଓ ଦୁବାଇ ଓ କାତାରରେ ଦୁଇଟି ଲେଖାଏ ରେଷ୍ଟୁରାଣ୍ଟ ରହିଛି। ଆଗକୁ ଆହୁରି ଅନେକ ଶାଖା ଖୋଲିବାର ଯୋଜନା ରହିଛି।

Image : <a href=

Image :

Youngisthana12bc34de56fgmedium"/>

ଏହି କାହାଣୀଟି ସୁରେଶ ପୂଜାରୀଙ୍କର। ୭୬ ବର୍ଷୀୟ ସୁରେଶ ଦିନେ ରାସ୍ତାରୁ ଆରମ୍ଭ କରିଥିଲେ । ଆଜି ସେ ଜଣେ ସଫଳ ଉଦ୍ଯୋଗୀଙ୍କ ମଧ୍ୟରେ ଗଣା।

ଗୋଟିଏ ଛୋଟ ଠେଲା ଗାଡ଼ିରୁ ଆରମ୍ବ କରି ଅମିତାଭ ବଚ୍ଚନଙ୍କ ସହ ହାତ ମିଳାଇବା ପର୍ଯ୍ୟନ୍ତ, ସୁରେଶ ତାଙ୍କ ଜୀବନରେ କଣ ନ ଦେଖିଛନ୍ତି। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ନାଣ୍ଡିଜ ମନ୍ତ୍ରୀ ହେବା ପୂର୍ବରୁ ସୁଖ ସାଗରର ନିୟମିତ ଗରାଖ ଥିଲେ। ଭାରତୀୟ ରାଜନୀତିରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ପହଞ୍ଚିବା ପରେ ମଧ୍ୟ ସେ ସୁଖ ସାଗରକୁ ଯାଇ ନିଜ ମନପସନ୍ଦ ଖାଦ୍ୟକୁ ଉପଭୋଗ କରିବା ଭୁଲି ନଥିଲେ।

Source : <a href=

Source :

Youngisthana12bc34de56fgmedium"/>

ଦିନ ଥିଲା ତାଙ୍କ ଠେଲାଗାଡ଼ିର ଖାଦ୍ୟ ଯାଇ ପଞ୍ଚତାରକା ହୋଟେଲରେ ମଧ୍ୟ ପରିବେଷଣ କରାଯାଉଥିଲା। Indo-Asian News Service (IANS)କୁ ତିନି ବର୍ଷ ତଳେ ଦେଇଥିବା ଏକ ସାକ୍ଷାତକାରରେ ସୁରେଶ କହିଥିଲେ, “ଠେଲାଗାଡ଼ିର ଦିନ ଗୁଡ଼ିକ ମୋ ପାଇଁ ସ୍କୁଲ ଭଳି ଥିଲା। ବିଭିନ୍ନ ପ୍ରକାରର ଲୋକଙ୍କୁ ଗ୍ରାହକ ଭାବେ ଚିହ୍ନିବା, ତାଙ୍କର ପସନ୍ଦ ଅପସନ୍ଦ ଓ କିଣିବାର ସାମର୍ଥ୍ୟ ସମ୍ବନ୍ଧରେ ବୁଝିଥିଲି। ମୁ ସବୁଦିନ ପ୍ରାୟ ୧୮ ଘଣ୍ଟା ଖଟିଲା ପରେ ରାତ୍ରୀ ସ୍କୁଲ ଯାଇ ନବମ ଶ୍ରେଣୀ ଯାଏଁ ପାଠ ପଢିଲି, କିନ୍ତୁ SSC ପୁରା କରିପାରିଲି ନାହିଁ। ମୋତେ ପଢିବାକୁ ବହୁତ ଭଲ ଲାଗୁଥିଲା। ଆଜି ଡିଗ୍ରୀର ଶୂନ୍ୟସ୍ଥାନ ମୋର ବହିପଢା ଅଭ୍ଯାସ ପୂରଣ କରୁଛି। ମୋ ପାଖରେ ଆଜି ୧୦୦୦ରୁ ଅଧିକ ବହିର ସଂଗ୍ରହ ଅଛି ଓ ମୁଁ ପ୍ରତି ଟି ବହି ପଢିସାରିଛି।“

ନିଜର କର୍ପୋରେଟ ସାମାଜିକ ଦାୟିତ୍ଵ ପ୍ରୋଗ୍ରାମ ଜରିଆରେ ସୁଖ ସାଗର ଅବହେଳିତ ପିଲାମାନଙ୍କୁ ଖାଦ୍ୟ ସହ ଶିକ୍ଷା ମଧ୍ୟ ଯୋଗାଉଛି। ନିଜର ୨୨ଟି ଫୁଡ ଜଏଣ୍ଟରେ ୧୦୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ସୁରେଶ। ଆଜି ୨୨ଟି ଫୁଡ ଜଏଣ୍ଟ ଛଡ଼ା ସୁରେଶ ଗୋଟିଏ ଶପିଙ୍ଗ ମଲ, ଗୋଟିଏ ଆଇସକ୍ରୀମ ଫ୍ୟାକ୍ଟରୀ ଏବଂ ବେଙ୍ଗାଲୁରୁରେ ଏକ ତିନି ତାରକା ହୋଟେଲର ମାଲିକ ଅଟନ୍ତି।

୧୯୭୬ରେ ସେ ସନ୍ତୋଷୀଙ୍କୁ ବିଭା ହେଇଥିଲେ। ତାଙ୍କର ତିନି ପୁତ୍ର ଆଜି ଦେଶ ଓ ବିଦେଶରେ ଥିବା ତାଙ୍କର ବ୍ୟବସାୟର ପରିଚାଳନା ଭାର ସମ୍ପାଦନା କରୁଛନ୍ତି। ଏତେ ପ୍ରାଚୁର୍ଯ୍ୟ ସତ୍ତ୍ୱେ ମଧ୍ୟ ସୁରେଶ ନିଜର ମୂଳଭିତ୍ତିକୁ ଭୁଲିନାହାନ୍ତି। ନିଜର ଗାଁ ପାଦୁକୋଣର ପିଲା ମାନଙ୍କୁ ଶିକ୍ଷାସୁବିଧା ଯୋଗାଇ ଦେଉଛନ୍ତି।

ନିଜେ ଏତେ ସଂଘର୍ଷ ଦେଇ ଯାଇଥିବା ହେତୁ ସେ ନିଜର କର୍ମଚାରୀଙ୍କର ସୁବିଧା ଅସୁବିଧା ବୁଝି ତାଙ୍କୁ ଋଣ ଦେବାର ପ୍ରାବଧାନ ରଖିଛନ୍ତି ଏବଂ ତାଙ୍କୁ ନିଜର ଉଦ୍ଯୋଗ ଆରମ୍ଭ କରିବାପାଇଁ ଉତ୍ସାହିତ ମଧ୍ୟ କରୁଛନ୍ତି।