ଭୂଲକ୍ଷ୍ମୀ ସିଡ୍ସ୍ - ଧାନବିହନର ବ୍ୟବସାୟରୁ ଆୟ ଏବେ ୧୫ କୋଟି

28th Aug 2016
  • +0
Share on
close
  • +0
Share on
close
Share on
close

ବରଗଡ ଜିଲ୍ଲାର ପାଟ୍କୁଲୁଣ୍ଡା ପଞ୍ଚାଯତର ପଧାନପାଲି ଗ୍ରାମର ଶ୍ରୀ ଏମ. ଶ୍ରୀନିବାସ ରାଓ ପ୍ରଥମେ ୨୦୦୪ ମସିହାରେ ନିଜ ଜମିରେ ଧାନ ବିହନ ଉତ୍ପାଦନ ଆରମ୍ଭ କରିଥିଲେ । ସେତେବେଳେ ତାଙ୍କ ପାଖରେ ପୈତୃକ ସମ୍ବଳ ୪ ଲକ୍ଷ ଟଙ୍କା ଥିଲା । ସେହି ବର୍ଷ ବରଗଡ ବିହନ ପ୍ରକ୍ରିୟାକରଣ କେନ୍ଦ୍ରରୁ ପ୍ରକ୍ରିୟାକରଣ କରି ୪୪୦ କ୍ଵିଣ୍ଟାଲ ଧାନ ବିହନ, ଜାତୀୟ ବିହନ ନିଗମକୁ ବିକ୍ରି କରିଥିଲେ । ଓସୋପ୍କା ଓ ଜାତୀୟ ବିହନ ନିଗମ ପରାମର୍ଶରେ ୨୦୦୫ ମସିହାରେ ନିଜର ଅର୍ଥସମ୍ବଳ ଓ ଲୋନ ସହାୟତାରେ ମୋଟ ୪୦ ଲକ୍ଷ ଟଙ୍କା ଖର୍ଚ କରି ୨ ଟି.ପି.ଏଚ. ର ବିହନ ପ୍ରକ୍ରିୟାକରଣ କେନ୍ଦ୍ରଟିଏ ବସାଇଥିଲେ। ସେଥିରେ ୨୫% ସରକାରୀ ରିହାତି ପାଇ ନିଜର ‘ଭୁଲକ୍ଷ୍ମୀ ସିଡ୍ସ୍’ ନାମରେ ବିହନ କମ୍ପାନୀ ଆରମ୍ଭ କଲେ ।

ପରେ ୨୦୧୦ ମସିହାରେ ୨ୟ ବିହନ ପ୍ରକ୍ରିୟାକରଣ କେନ୍ଦ୍ର (୪ ଟି.ପି.ଏଚ.ର) ବସାଇଛନ୍ତି । ଚଳିତ ୨୦୧୪-୧୫ ଉଭୟ ଖରିଫ ଓ ରବି ରୃତୁରେ ଧାନ ବିହନ ଚାଷ ୧୩୫୨ ହେକ୍ଟର ଓ ଆଳୁ ବିହନ ଚାଷ ୧୨ ହେକ୍ଟର କରିଛନ୍ତି । ସ୍ଥାନୀୟ ୩ଟି ପଞ୍ଚାୟତର ୬୫୨ ଜଣ ଚାଷୀଙ୍କୁ ନେଇ ଏହି ବିହନ ଉତ୍ପାଦନ କାର୍ଯ୍ୟ କରୁଛନ୍ତି । ନିଜର ଆର୍ଥିକ ସମ୍ବଳ ବଢିବାରୁ ସେ ୨୦୧୪ ମସିହାରେ ୩ୟ ବିହନ ପ୍ରକ୍ରିୟାକରଣ କେନ୍ଦ୍ର (୫ଟି.ପି.ଏଚ.ର) ପାଟ୍କୁଲୁଣ୍ଡାଠାରେ ବସାଇଛନ୍ତି। ବର୍ତ୍ତମାନ ତାଙ୍କ ପରିବାରର ମୋଟ ଆୟ ୧୫ କୋଟି ଟଙ୍କାରେ ପହଞ୍ଛିଛି । ତାଙ୍କ ଉତ୍ପାଦିତ ଧାନ ବିହନ ରାଜ୍ୟର ଚାଷୀ ମାନଙ୍କୁ ଉପଲବ୍ଧ ହେବ ସହିତ ରାଜ୍ୟ ବାହାର ବିଶେଷ କରି ପଶ୍ଚିମବଙ୍ଗ, ଆସାମ, ବିହାର, ଛତିଶଗଡ ଓ ଆନ୍ଧ୍ରପ୍ରଦେଶକୁ ରପ୍ତାନୀ ହେଉଛି। ସେ ମଧ୍ୟ ଓଡିଶା ରାଜ୍ୟ ବିହନ ନିଗମ, ଜାତୀୟ ବିହନ ନିଗମ ଓ ଓଡିଶା କୃଷି ଶିଳ୍ପ ନିଗମରା ଏମ.ଓ.ୟୁ. ଉତ୍ପାଦନକାରୀ ଅଛନ୍ତି ।

ସେ କୁହନ୍ତି ଯେ ଏହି ବିହନ କାର୍ଯ୍ୟକର୍ମ ହାତକୁ ନେବା ଦ୍ଵାରା ତାଙ୍କ ସ୍ଥାନୀୟ ଅଞ୍ଚଳର ୭୦୦ରୁ ଊର୍ଦ୍ଧ ଲୋକ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ଭୁଲକ୍ଷ୍ମୀ ସିଡ୍ସ୍ ଦ୍ଵାରା ପ୍ରଭାବିତ ହୋଇ ଉଚିତ ଦରରେ ବିହନ ବିକ୍ରି କରି ଭଲ ଲାଭ ପାଉଛନ୍ତି । ଅନେକ ଲୋକ ତାଙ୍କ ସଂସ୍ଥାରେ କାର୍ଯ୍ୟ କରି ରୋଜଗାର ପାଉଛନ୍ତି । ଆଖପାଖ ଅଞ୍ଚଳରେ ଚାଷୀମାନେ ପ୍ରମାଣିତ ବିହନର ବ୍ୟବହାର ଓ ଉତ୍ପାଦନ ସମ୍ବନ୍ଧରେ ସଚେତନ ହେଲେଣି । ଭୁଲକ୍ଷ୍ମୀ ବିହନର ଗୁଣବତ୍ତା ଭଲ ଥିବାରୁ ବାହାର ରାଜ୍ୟରେ ତାହାର ଚାହିଦା ବଢିଛି, ଯାହାକି ରାଜ୍ୟ ପାଇଁ ଆନନ୍ଦର ବିଷୟ । ସୁତରାଂ, ବିହନ ବ୍ୟବସାୟ ଦ୍ଵାରା ନିଜର ଆର୍ଥିକ ସ୍ବଚ୍ଛଳତା ବଢିବା ସହ କୃଷି ପ୍ରଗତିରେ ଭଲ ଅଂଶଗ୍ରହଣ କରିବାର ଯଥେଷ୍ଟ ସୁଯୋଗ ରହିଛି ।

Want to make your startup journey smooth? YS Education brings a comprehensive Funding and Startup Course. Learn from India's top investors and entrepreneurs. Click here to know more.

  • +0
Share on
close
  • +0
Share on
close
Share on
close