ଦୁଇ ଆମେରିକୀୟ- ଭାରତୀୟ ଫାଉଣ୍ଡେସନ ଛାତ୍ରଙ୍କ ଭାରତରେ ପରିବେଶ ପର୍ଯ୍ୟଟନ ସଂସ୍ଥା ସ୍ଥାପନ

ଦୁଇ ଆମେରିକୀୟ- ଭାରତୀୟ ଫାଉଣ୍ଡେସନ ଛାତ୍ରଙ୍କ ଭାରତରେ ପରିବେଶ ପର୍ଯ୍ୟଟନ ସଂସ୍ଥା ସ୍ଥାପନ

Monday November 09, 2015,

5 min Read

ଭାରତର ବିଭିନ୍ନ ପ୍ରାନ୍ତରେ ଯେତେବେଳେ ତାପମାତ୍ରା ବଢିବା ଆରମ୍ଭ ହୁଏ, ଆଖି ଓ ହୃଦୟ ଯେତେବେଳେ ଟିକେ ପାହାଡ଼ ପାଦଦେଶର ଶୀତଳତା ପାଇଁ ଆତୁର ହେଉଥାଏ ଏବଂ ମନ ଟିକେ ନିର୍ଜନତା ଖୋଜୁଥାଏ ସେତେବେଳେ Voygr ପ୍ରକଳ୍ପ ମନେ ପକାଇଦିଅନ୍ତି : ପରିବେଶକୁ ସମ୍ମାନ ଦେଇ ଟ୍ରେକିଂ କର, ପ୍ରକୃତିର ସୌନ୍ଦର୍ଯ୍ୟ ଭରପୁର ଭାବେ ଉପଭୋଗ କର ଓ ନିଜ ଯାତ୍ରାର କିଛି ଚିହ୍ନ ଛଡା ନାହିଁ।

Voygr with happy customers

Voygr with happy customers


ବେହଜାଦ ଲାରି ଏବଂ ଏଲିଜାହ ମୋନରୋଏଙ୍କ ମିଳିତ ସହଭାଗିତାରେ 2014ରେ ପ୍ରତିଷ୍ଠିତ Voygr । ଦୁଃସାହସିକ କାର୍ଯ୍ୟକୁ ନୂଆ ଦିଗଦର୍ଶନକୁ ଦୃଢ ଭାବରେ ସମର୍ଥନ କରେ ଉଭୟଙ୍କ କଥାବାର୍ତ୍ତା ଯେଉଁଠି ପ୍ରତିଷ୍ଠାନ ପରିବେଶ ସମ୍ପର୍କିୟ ଧାରାକୁ ବଜାୟ ରଖିଥାଏ। ଏହା ଗାଇଡଏବଂ ପାହାଡ଼ିଆ ସଂପ୍ରଦାୟର ଲୋକମାନଙ୍କୁ ନ୍ୟାୟସମଗତ ଜନଜୀବନ ଧାରା ଦେଇଥା। ଏହା ଟ୍ରେକିଂ କରୁଥିବା ଲୋକମାନଙ୍କୁ ମଧ୍ୟ ଏକ ସୁତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇଥାଏ। ଇଣ୍ତିଆନ୍ ଡେଭେଲପମେଣ୍ଟ ସ୍ପେସରେ କାମ କରିବାର ଅନୁଭୂତି ନେଇ ଅତିଶୟ ଆଗ୍ରହୀ ପର୍ବତ ପ୍ରେମୀ ବେହଜାଦ ଏବଂ ଏଲିଜାହ 2012ରେ ସିକିମରେ ଟ୍ରେକିଂ କରୁଥିବା ସମୟରେ ଗାଇଡ ସହ ଆଲୋଚନାରୁ Voygr ଆରମ୍ଭ ହେବାର ପରିକଳ୍ପନା ଆସେ। Voygrର ସିଇଓ ଭାବରେ ବେହଜାଦ କୁହନ୍ତି, ପୂର୍ବରୁ ଉତ୍ତର ଦେଇ ସାରିଥିବା ପ୍ରଶ୍ନକୁ ତାଙ୍କୁ ବାରମ୍ବାର ପ୍ରଶ୍ନ କରାଯାଉଥାଏ, “ତୁମେ କେତେ ଟଙ୍କା ଦେଇଛ?” ସେ ଖୁବ ଶୀଘ୍ର ଜାଣିବାକୁ ପାଇଥିଲେ ସେ ଟ୍ରେକିଂର ସବୁ ବିଭାଗ ପାଇଁ ସେ ବିନିଯୋଗ କରୁଥିବା ପରିମାଣର 60 ପ୍ରତିଶତ ଦଲାଲ ପାଖକୁ ଚାଲିଯାଏ ଏବଂ ବାକି ମାତ୍ର 40 ପ୍ରତିଶତ ଗାଇଡ ହାତକୁ ଯାଇଥାଏ।

image


“ବର୍ଜ୍ୟବସ୍ତୁ ପରିଚାଳନା ଶୃଙ୍ଖଳାକୁ ଦଲାଲମାନଙ୍କ ଠାରୁ ମୁକ୍ତ ରଖି ବ୍ୟବସ୍ଥାକୁ ସ୍ଵଚ୍ଛ ରଖିବା ପାଇଁ ମୁଁ ପୂର୍ବରୁ ଏହା ଉପରେ କାମ କରିଛି। ତେଣୁ ଅତ୍ୟଧିକ କମିଶନ କାରବାରକୁ ଶୁଣି ମୁଁ ଦୁଃସାହସିକ ଯାତ୍ରାକୁ କମିଶନ ବ୍ୟବସ୍ଥାରୁ ସ୍ଵଚ୍ଛ କରିବା ପାଇଁ ଚିନ୍ତାଆସିଥିଲା। ଏହି ଦିଗ ଉପରେ ମୁଁ ଏକବର୍ଷରୁ ଅଧିକ ଦିନ ଧରି ଗବେଷଣା କରିଥିଲି। ଏବଂ 2013ରେ ଆମେରିକାରେ କ୍ଲିଣ୍ଟନ ଫେଲୋସିପରୁ ମୁଁ ମୋ ଚାକିରୀ ଛାଡ଼ି ଭାରତ ଚାଲିଆସିଲି” ବୋଲି ବେହଜାଦ କୁହନ୍ତି।

ଏହା ପରେ ଏଲି ଏଥିରେ ଯୋଗଦାନ କଲେ ଏବଂ 2014ରେ Voygr ନିଜର ରୁପ ନେଲା। ଏହା ଦୁଇ ଭାଗରେ ଗଠିତ ହୋଇଛି: Voygr.com ଯାହା ବିଭିନ୍ନ ପ୍ରକାର ଯେପରିକି ଟ୍ରେକିଂ, ରାଫ୍ଟିଙ୍ଗ, ପାହାଡ଼ ଚଢ଼ା ଯାତ୍ରା ପାଇଁ ସାମଗ୍ରୀ, ଫୋଟୋଗ୍ରାଫି କର୍ମଶାଳାଏବଂ ମୋଟରସାଇକେଲ ଟ୍ରିପସ ଆଦିରୁ ଲାଭ ପାଇଁ ଗଠନ କରାଯାଇଛି ଏବଂ Voygr.org ଏକ ଅଣଲାଭଦାୟକ ସଂସ୍ଥା। Voygr ଲିଭ୍ ନୋ ଟ୍ରେସର ଏକ ଅଫିସିଆଲ ପାର୍ଟନର ଏବଂ ଇଣ୍ଟରନ୍ୟାସନାଲ ଇକୋଟୁରିଜିମ ସୋସାଇଟିର ଏକ ସଦସ୍ୟ। ଏହି ସବୁ ଟ୍ରିପଗୁଡ଼ିକ Voygr.com ମାଧ୍ୟମରେ ବିକ୍ରୀ ହୋଇଥାଏ।

image


ପର୍ବତାରୋହଣ ପର୍ଯ୍ୟଟନ ଏବଂ ନିଜର ବିଶ୍ଵସନୀୟତା ବଜାୟ ରଖିବା ପାଇଁ ୱାନ ଷ୍ଟେପ ସପ୍ ଭାବରେ କାମକରୁଛି Voygr.com । ପ୍ରତ୍ୟେକ Voygr ଯାତ୍ରାରେ ଯାତ୍ରା ସମ୍ବନ୍ଧୀୟ ଉପକରଣ ଯୋଗାଉଥିବା ସ୍ଥାନୀୟ ବ୍ୟକ୍ତିଙ୍କ ସହ ସହଭାଗିତା ହୋଇଥାଏ ଏବଂ ଯାତ୍ରାରେ ସହାୟତା ପାଇଁ ସ୍ଥାନୀୟ ଗାଇଡମାନଙ୍କ ଦ୍ଵାରା ପରିଚାଳିତ ହୋଇଥାଏ। ସୁରକ୍ଷା ବ୍ୟବସ୍ଥାକୁ Voygr ଟିମ୍ ଦ୍ଵାରା ତନ୍ନତନ୍ନ ଭାବେ ପରୀକ୍ଷା କରାଯାଇଥାଏ । ଏହା ସହ ପର୍ଯ୍ୟାବରଣର ସ୍ଥାୟିତ୍ତ୍ଵ ଏବଂ ସୁରକ୍ଷାର ଦାୟିତ୍ତ୍ଵ ବି ଟିମ୍ ଗ୍ରହଣ କରିଥାଏ। ଥରେ ସ୍ଥାନୀୟ ଅଞ୍ଚଳରେ କିଛି ବିଶ୍ଵସ୍ତ ଉପକରଣ ଯୋଗାଣକାରୀ ସ୍ଥାୟୀ ଭାବରେ ବସବାସ କରିବା ପରେ ବେହଜାଦ ଏବଂ ଏଲି ସେମାନଙ୍କ ଗାଇଡମାନଙ୍କୁ ନେଇ ସେହି ଅଞ୍ଚଳରେ ଟ୍ରେକିଂ ପାଇଁ ଦର ସ୍ଥିର କରିଥାନ୍ତି ଯେଉଁଥିରେ ସେମାନଙ୍କର ଉଚ୍ଚମାନର ସ୍ଵୀକୃତି, ପରିବେଶ ଉପଯୋଗୀ ଆବଶ୍ୟକ ସରଞ୍ଜାମର ବୋଝେଇ ଖର୍ଚ୍ଚ ଏବଂ ସେଥିରେ ସଂପୃକ୍ତ ସମସ୍ତଙ୍କ ଜୀବନଧାରଣର ମୁଲ୍ୟ ରହିଥାଏ। ସବୁ ଟ୍ରେକିଂରେ ଲିଭ୍ ନୋ ଟ୍ରେସ ଏବଂ ଇଣ୍ଟରନ୍ୟାସନାଲ ଇକୋ ଟୁରିଜିମର ନିୟମାବଳୀକୁ କଠୋର ଭାବରେ ପାଳନ କରିଥାଏ।

image


Voygr.org ଇକୋଟୁରିଜିମର ବିକାଶ ଉପରେ ଗୁରୁତ୍ତ୍ୱାରୋପ କରିଥାଏ କାରଣ ଗ୍ରାମୀଣ ଜୀବନ ବହୁ ସାଧାରଣ ଏବଂ ପରିବେଶ ଉପଯୋଗୀ ହେଇଥାଏ। ପର୍ଯ୍ୟାବରଣର ସ୍ଥିରତାକୁ ବଜାୟ ରଖିବା ପାଇଁ Voygr.com ନିଜ ଲାଭାଶଂର ଏକ ବୃହତ ଅଂଶ ପରିବେଶର ସୁରକ୍ଷା ପାଇଁ ବିନିଯୋଗ କରିଥାଏ। ବର୍ତ୍ତମାନ ଏହାକୁ ସେମାନେ ପାଣିର ବିଶୁଦ୍ଧୀକରଣରେ ମଧ୍ୟ ଉପଯୋଗ କରୁଛନ୍ତି କାରଣ ଟ୍ରେକିଂ ସମୟରେ ବିଶୁଦ୍ଧ ପାଣି ପାଇଁ ବହୁ ପରିମାଣର କାଠ ଜାଳି ପାଣିକୁ ଫୁଟାଇବାକୁ ପଡିଥାଏ। ଜାଳେଣୀ ଗ୍ୟାସର ଦର ଅଧିକ ରହୁଥିବାରୁ ଏବଂ ଗ୍ରାମାଞ୍ଚଳକୁ ଏହାର ପରିବହନ ପାଇଂ ଅଧିକ ଖର୍ଚ୍ଚ ଲାଗୁଥିବାରୁ ବହୁ ସ୍ଥାନୀୟ ବାସିନ୍ଦା ଜାଳେଣୀ କାଠ ପାଇଁ ପାରମ୍ପରିକ ଭାବରେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ପର୍ଯ୍ୟଟନ ଋତୁର ବହୁଳତା ସମୟରେ ପର୍ଯ୍ୟଟକଙ୍କ ରହିବା ଏବଂ ଆନୁଷଙ୍ଗିକ ଭାବରେ ଶହେ କିଲୋରୁ ଅଧିକ କାଠ ବ୍ୟବହୃତ ହୋଇଥାଏ। ଏହି ପରିମାଣର କାଠର ବ୍ୟବହାର ଏକ ଚିନ୍ତାଜନକ ବ୍ୟାପାର ଏବଂ ଜଙ୍ଗଲ କ୍ଷୟର ଏକ ଦୃତ କାରଣ ବୋଲି କୁହାଯାଇପାରେ।

Voygrର ଟ୍ରେକିଂ ଦର ସେମାନଙ୍କର ପର୍ଯ୍ୟାବରଣ ପାଇଁ ଦାୟିତ୍ଵ ଏବଂ ଯାତ୍ରା ଖର୍ଚ୍ଚ ମଧ୍ୟରେ ରହଣି, ଟ୍ରେକିଂର ସହାୟତ ଏବଂ ଗାଇଡମାନଙ୍କ ଖର୍ଚ୍ଚ ଅନ୍ତର୍ଭୁକ୍ତ ହୋଇଥାଏ।

Voygr ଟିମ୍ ଏହା ସହ ଖୁବ୍ ସହଜ। ଯାତ୍ରା ସମୟରେ ବିଶେଷକରି ଖର୍ଚ୍ଚ ବାବଦରେ ଗ୍ରାହକମାନଙ୍କୁ ସେମାନଙ୍କ ଯାତ୍ରା ମଡେଲ ଯାତ୍ରା ସଂପର୍କରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ। କମ ଖର୍ଚ୍ଚରେ ଟ୍ରେକିଂ ପାଇଁ ସୁଯୋଗ ଦେଉଥିବା ସଂସ୍ଥା ତାର ଗାଇଡମାନଙ୍କ ଉପରେ ଏପରି ବଳ ପ୍ରଯୋଗ କରିଥାଏ ଯେ ଟ୍ରେକିଂ ସହ ଗାଇଡ ଉପରେ ତାର ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବେହଜାଦ କୁହନ୍ତି। ଟ୍ରେକିଂ ସହିତ ଏହାର ଆନୁସଙ୍ଗିକ ସରଞ୍ଜାମ ଦେଇ କମ ଖର୍ଚ୍ଚରେ ଗ୍ରାହକଙ୍କୁ ସେବା ଯୋଗାଇବା ଏବଂ ପ୍ରକୃତିକୁ ସମସ୍ତେ ଭଲ ପାଇବା Voygrର ଲକ୍ଷ୍ୟ।

Voygr ମଡେଲର ମୂଳ ସମସ୍ୟା ଗ୍ରାମାଞ୍ଚଳରେ ଯାତ୍ରା କରିବା। ସ୍ଥାନୀୟ ବାସିନ୍ଦାମାନେ ପର୍ଯ୍ୟଟକଙ୍କ ଉପରେ ନିର୍ଭର କରି ଗୁଜୁରାଣ ମେଣ୍ଟାଇଥାନ୍ତି, ହେଲେ ପର୍ଯ୍ୟଟକମାନେ ଅପରପକ୍ଷରେ ପରିବେଶ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଏବଂ ସଂସାଧନ ଉପରେ ଗୁରୁତ୍ତ୍ଵ ଦେଇଥାନ୍ତି। “ବିନା ପ୍ରତିବନ୍ଧକରେ କୌଣସି ପର୍ଯ୍ୟଟନ ହେବା ସମ୍ଭବ ନୁହେଁ। ପରିବେଶ ସଚେତିତ ଏବଂ ବାସ୍ତବରେ ସଠିକ ହେଲେ ମଧ୍ୟ କେଉଁଠି ନା କେଉଁଠି ଆମ ଅଜାଣତରେ ଆମ ଉପସ୍ଥିତି ପରିବେଶ ଉପରେ ଖରାପ ପ୍ରଭାବ ପକାଇଥାଏ” ବୋଲି ବେହଜାଦ କୁହନ୍ତି। ସେଥିପାଇଁ ପର୍ଯ୍ୟାବରଣର ସମାନତା ରକ୍ଷା ପାଇଁ ସବୁ ଜାଗାରେ ପାଦ ରଖିବା ଠିକ ନୁହେଁ। ବେହଜାଦ କୁହନ୍ତି, “ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ନିଜ ସୀମା ଏବଂ ପରିବେଶର ସୁରକ୍ଷା ଚିନ୍ତା କରିବା ଉପରେ ପ୍ରାଧାନ୍ୟ ଦେବା ଜରୁରୀ।”

ବେହଜାଦ ଏବଂ ଏଲି ନିଜ କାମର କ୍ରମିକ ପରିବର୍ତ୍ତନରେ ବହୁତ ଅଭିଜ୍ଞତା ଲାଭ କରିପାରିଛନ୍ତି। ମୁଖ୍ୟତଃ Voygrର ମୂଳ ଉଦ୍ଦେଶ୍ୟ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଗାଇଡମାନଙ୍କ ସହ ମିଶି କାମ କରିବା ଯାହା ଫଳରେ ପର୍ଯ୍ୟଟନ ଉପରେ ନିର୍ଭର କରି ପରିବାରର ଭରଣପୋଷଣ ହେବା ସହ ପର୍ଯ୍ୟଟନର ବିକାଶ ହେବ। ତେବେ ବହୁ ସମୟରେ ଯୋଗାଯୋଗର ଅସୁବିଧା ଏ କ୍ଷେତ୍ରରେ ପ୍ରତିବନ୍ଧକ ଭାବେ ଦେଖା ଦେଇଥାଏ। ଫଳସ୍ଵରୁପ Voygr ନିଜ ମଡେଲରେ ପରିବର୍ତ୍ତନ କରି ପ୍ରତିଷ୍ଟିତ ଗାଇଡମାନଙ୍କୁ ନେଇ ଯୋଗାଯୋଗ ପାଇଁ ଭଲ ସଂସାଧନ ଥିବା କ୍ଷେତ୍ରରେ କାମ କରିଥାଏ ଯାହା ଫଳରେ ସେ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହେବା ସହ ନୂଆ ଗାଇଡମାନେ ରୋଜଗାରର ମାଧ୍ୟମ ପାଇପାରିବେ।

ଦୀର୍ଘମିଆଦିରେ Voygr ନିଜକୁ ପର୍ଯ୍ୟଟନରେ ଏକ ଆଗଧାଡ଼ିର ସଂସ୍ଥା ଭାବରେ ଦେଖିବାର ଲକ୍ଷ୍ୟ ରଖିଛି। ଏକ ମହତ ଉଦ୍ଦେଶ୍ୟ ନେଇ ଇକୋ ଟୁରିଜିମ୍ ମାଧ୍ୟମରେ ପରିବେଶର ସଂରକ୍ଷଣ, ସନ୍ତୁଳନ ଏବଂ ଏହା ମାଧ୍ୟମରେ ଲୋକଙ୍କୁ ଜୀବନଧାରଣର ସଂସାଧନ ଯୋଗାଇବାର ଲକ୍ଷ୍ୟ ନେଇ ଚାଲିରହିଛି। Voygr ଏକ ମଖ୍ୟ କଥାକୁ ମନେ ପକାଇ ଦିଏ, “ ଆମେ ବିଶ୍ଵ ପର୍ଯ୍ୟଟନ ଶିଳ୍ପକୁ ଅଟକାଇପାରିବା ନାହିଁ। ତେଣୁ ଏହାକୁ ଆହୁରି ଭଲ କରି ଗଢ଼ି ତୋଳିବା”

To book a trek with Voygr, and learn more about their work, please visit their website at Voygr.com. To learn more about eco-tourism, sustainability and the impact of travel on the environment, please check out the following resources:

https://lnt.org/ and http://www.ecotourism.org/

image credits: Behzad Larry