ଔଷଧ ବ୍ୟବସାୟୀଙ୍କ ପୁଅ ଆଜି ଦେଶର ଦ୍ଵିତୀୟ ଧନାଢ୍ୟ ବ୍ୟକ୍ତି; ଦିଲୀପ ସାଙ୍ଘବୀଙ୍କର କାହାଣୀ

ଔଷଧ ବ୍ୟବସାୟୀଙ୍କ ପୁଅ ଆଜି ଦେଶର ଦ୍ଵିତୀୟ ଧନାଢ୍ୟ ବ୍ୟକ୍ତି; ଦିଲୀପ ସାଙ୍ଘବୀଙ୍କର କାହାଣୀ

Friday January 20, 2017,

3 min Read

ତାଙ୍କ ବାପା ଫାର୍ମାସ୍ୟୁଟିକାଲ ବ୍ୟବସାୟ କରୁଥିଲେ। ସେ ବାପାଙ୍କ ଠାରୁ ୧୦,୦୦୦ ଟଙ୍କା ଧାର ମାଗିଥିଲେ ନିଜେ ସ୍ଵତନ୍ତ୍ର ଭାବେ ନିଜର ବ୍ୟବସାୟ ଆରମ୍ଭ କରିବେ ବୋଲି। ଆଜି ସେଇ ୧୦,୦୦୦ ଟଙ୍କାରୁ ଆରମ୍ଭ ହେଇଥିବା ବ୍ୟବସାୟରୁ ସେ ଏକ ଫାର୍ମା କମ୍ପାନୀର ମାଲିକ ଏବଂ ଭାରତର ଦ୍ଵିତୀୟ ଧନୀ ବ୍ୟକ୍ତି ଭାବେ ଜଣା। ଏଇ କାହାଣୀ ହେଉଛି ପ୍ରସିଦ୍ଧ ଟାଇକୁନ ଦିଲୀପ ସାଙ୍ଘବୀଙ୍କର।

Source : <a href=

Source :

Bloomberga12bc34de56fgmedium"/>

ଦିଲୀପଙ୍କର ଜନ୍ମ ହେଇଥିଲା ମୁମ୍ବାଇ ଠାରେ। ପରେ ତାଙ୍କର ପରିବାର କୋଲକାତା ଚାଲିଆସିଥିଲେ। କୋଲକାତାରେ ଥିବା ତାଙ୍କ ବାପାଙ୍କର ଔଷଧ ବ୍ୟବସାୟରେ ସହାୟତା କରିବାରୁ ଆରମ୍ଭ ହେଇଥିଲା ଦିଲୀପଙ୍କର ଯାତ୍ରା। କୋଲକାତା ବିଶ୍ଵବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିସାରିବା ପରେ ସେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ମନ ବଳାଇଲେ। କେବଳ ଜଣେ କର୍ମଚାରୀ ସହ ଆରମ୍ଭ କରିଥିଲେ ନିଜର ଔଷଧ ବ୍ୟବସାୟ। ସେତେବେଳେ ସେ କେବଳ ମାନସିକ ରୋଗର ଚିକିତ୍ସା ପାଇଁ ଥିବା ଔଷଧର ମାର୍କେଟିଙ୍ଗ ଏବଂ ବିକ୍ରୀ କରୁଥିଲେ। ପରେ ସେ ମୁମ୍ବାଇ ଆସିଲେ ଏବଂ ଗୁଜରାଟର ବାପି ଠାରେ ନିଜର ପ୍ରଥମ ଫ୍ଯାକ୍ଟରି ସ୍ଥାପନ କଲେ।

ପିତାଙ୍କ ବ୍ୟବସାୟରେ ସାହାଯ୍ୟ କରିବା ଦିନଠାରୁ ହିଁ ନିଜର ଏକ ଔଷଧ କମ୍ପାନୀ ଗଢିବାର ସ୍ଵପ୍ନ ଦେଖିଥିଲେ ଦିଲୀପ। ସେ ଧୀରେ ଧୀରେ ନିଜର ବ୍ୟବସାୟ ଆରମ୍ଭ କରି ନାନା କମ୍ପାନୀର ଟ୍ରେଡିଙ୍ଗ କରିବା ବଦଳରେ କେବଳ ନିଜ ବ୍ରାଣ୍ଡର ଔଷଧ ଗୁଡ଼ିକୁ ହିଁ ବିକିବାର ନିଷ୍ପତ୍ତି ନେଲେ। ନିଜ ବାପାଙ୍କ ଠାରୁ ମୂଳ ପୁଞ୍ଜି ୧୦,୦୦୦ ଟଙ୍କା ଉଧାର ଆଣି ସେ ୧୯୮୨ରେ ସନ ଫାର୍ମାସ୍ୟୁଟିକାଲ (Sun Pharmaceutical) ନାମରେ ନିଜର କମ୍ପାନୀ ଆରମ୍ଭ କଲେ। ବାପି, ଗୁଜରାଟ ଠାରେ ନିଜର ଭିତ୍ତିଭୂମିର ସ୍ଥାପନା କଲେ। ସେଠାରେ ଥିବା ଜଣେ ବନ୍ଧୁଙ୍କ ଠାରୁ କିଛି ଜିନିଷ ଏବଂ ଉପକରଣ ଆଣିଥିଲେ। କିଛି ଅନ୍ୟ ବନ୍ଧୁଙ୍କ ଠାରୁ ସାହାଯ୍ୟ ନେଇ ସେ ମାନସିକ ରୋଗର ଚିକିତ୍ସା ପାଇଁ ପାଞ୍ଚଟି ଔଷଧ ତିଆରିରୁ ଆରମ୍ଭ କଲେ ତାଙ୍କର କମ୍ପାନୀ। ୧୯୯୪ରେ କମ୍ପାନୀ IPO (initial public offering) କଲା ଏବଂ ୧୯୯୬ ବେଳକୁ ୨୪ଟି ଦେଶରେ ନିଜର ବିକ୍ରେତା ନେଟୱର୍କ ବିସ୍ତାର କରିସାରିଥିଲା।

୨୦୧୧ରେ Ranbaxy ବିଶ୍ଵବଜାରରେ ୨ ବିଲିଅନ ଡଲାରର ଲାଭ ସହ ଏପରି କିଛି କରିଦେଖାଇବା ଭଳି ପ୍ରଥମ ଭାରତୀୟ ଫାର୍ମା କମ୍ପାନୀ ହେଲା। ୧୯୮୭ରେ Milmet Labsକୁ କିଣିବା ପରେ ସନ ଫାର୍ମା ଅପଥାଲମୋଲୋଜିରେ ପ୍ରଥମ କରି ପଦାର୍ପଣ କଲା। ସେଟବେଳେ ବିଶ୍ଵ ଫାର୍ମା ମାର୍କେଟରେ Milmet Labs ୧୦୮ ନମ୍ବରରେ ଥାଏ। ବର୍ତ୍ତମାନ ଏହାର ସ୍ଥାନ ଷଷ୍ଠ ଅଛି। ଦିଲୀପଙ୍କର କମାଲ ଏଥିରୁ ଜଣାପଡ଼େ। ସେ ଆମେରିକାରେ ଗତ ବର୍ଷ ଠାରୁ ବ୍ରାଣ୍ଡେଡ ଅପଥାଲମିକ ବ୍ୟବସାୟ ଆରମ୍ଭ କରିଛନ୍ତି।

ଦିଲୀପ ୟୁରୋପ ଏବଂ ଆମେରିକାର ବଜାରରେ ପ୍ରବେଶ ଏବଂ ବିସ୍ତାର କରିଛନ୍ତି। Ranbaxyର ଅଧିଗ୍ରହଣ ସହ ତାଙ୍କୁ ଫାର୍ମା କ୍ଷେତ୍ରରେ ଜରୁରୀ ଥିବା ପ୍ରତିଷ୍ଠା ମିଳିଥିଲା। ୨୦୧୨ରେ ସନ ଫାର୍ମା URL Pharma Inc. ଏବଂ DUSA Pharmaceuticals Inc. କୁ କିଣିଥିଲା। ତାଙ୍କ ବ୍ୟବସାୟ ପାଇଁ ଏହା ଏକ ଖୁବ ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ ଥିଲା। Live Mintରେ ପ୍ରକାଶ ପାଇଥିବା Bloomergର ତଥ୍ୟ ଅନୁସାରେ ଦିଲୀପଙ୍କର ସମ୍ପତ୍ତିର ଆକଳନ କଲେ ତାହା ୨୧.୭ ବିଲିଅନ ଡଲାର ହେଉଛି। ସେ Sun Pharmaରେ ୬୦.୮% ଶେୟାରର ମାଲିକାନା ରଖନ୍ତି। ବର୍ତ୍ତମାନ Sun Pharma ଭାରତର ଏକ ନମ୍ବର ଫାର୍ମା କମ୍ପାନୀ ଏବଂ ବିଶ୍ଵରେ ପଞ୍ଚମ ବୃହତ ଫାର୍ମା କମ୍ପାନୀ ଭାବେ ଗଣା।

Business Standardକୁ ଦେଇଥିବା ଏକ ସାକ୍ଷାତକାରରେ ଦିଲୀପ ଏକ ଉତ୍ତମ ଉଦ୍ଯୋଗୀ ହେବାର ଗୁଣ ବିଷୟରେ କୁହନ୍ତି,

ଏକ ଉତ୍ତମ ଉଦ୍ଯୋଗୀ ସେହିଠାରେ ସମ୍ଭାବନାକୁ ଠାବ କରିପାରେ ଯେଉଁଠାରେ ଅନ୍ୟମାନେ କିଛି ଦେଖିପାରନ୍ତି ନାହିଁ। ସେ ଆଜିର ଦୁନିଆରେ ଅସ୍ତିତ୍ଵ ନଥିବା ସୁଯୋଗ ଉପରେ ପୁଞ୍ଜି ବିନିଯୋଗ କରିପାରେ, ରିସ୍କ ନେଇପାରେ। ସେ ଏକ ଏପରି ଟୀମ ତିଆରି କରିପାରିବାର କ୍ଷମତା ରଖେ ଯିଏକି ତା’ର ସ୍ଵପ୍ନକୁ ଦେଖିପାରେ ଓ ତାକୁ ସାକାର କରିବାରେ ସାହାଯ୍ୟ କରେ। ସେ ସବୁ ସମୟରେ ଶିଖିବାର କ୍ଷମତା ଓ ଆଗ୍ରହ ରଖେ।

ଏକାଗ୍ରତା, କଠିନ ପରିଶ୍ରମ ଓ ସଠିକ ସମୟରେ ସଠିକ ନିଷ୍ପତ୍ତି ନେଇପାରିବାର କ୍ଷମତା ଆଜି ଦିଲୀପଙ୍କୁ ସେ ପହଞ୍ଚିଥିବା ସ୍ଥାନରେ ପହଞ୍ଚାଇଛି।