ଡଃ ରମାକାନ୍ତ ପଣ୍ଡା : ଦେଶର ଶ୍ରେଷ୍ଠ ହୃଦୟ ଚିକିତ୍ସକ

ଡଃ ରମାକାନ୍ତ ପଣ୍ଡା : ଦେଶର ଶ୍ରେଷ୍ଠ ହୃଦୟ ଚିକିତ୍ସକ

Wednesday February 03, 2016,

2 min Read

image


ଓଡ଼ିଶାରେ ଜନ୍ମ ହୋଇ କେବଳ ଆମ ଦେଶ ନୁହେଁ ସାରା ବିଶ୍ଵରେ ନାଁ କମେଇଥିବା ଓଡ଼ିଆ ମାନଙ୍କ ଯଦି ଏକ ତାଲିକା କରାଯାଏ, ତା' ମଧ୍ୟରେ ସ୍ଥାନ ପାଇବେ ଡଃ ରମାକାନ୍ତ ପଣ୍ଡା। ଓଡ଼ିଶାର ଯାଜପୁର ଜିଲ୍ଲା ଦାମୋଦରପୁରଠାରୁ ଜନ୍ମ ଗ୍ରହଣ କରିଥିବା ଡଃ ପଣ୍ଡା ଏପର୍ଯ୍ୟନ୍ତ ପ୍ରାୟ 18 ହଜାର ବାଇପାସ ସର୍ଜରୀ ଓ 3000 ରୁ ଅଧିକ ଅତି ଜଟିଳ ହାର୍ଟସର୍ଜରୀ କରିଛନ୍ତି। ଏପରିକି ତାଙ୍କର ହାତର ଯାଦୁକାରୀ ସ୍ପର୍ଶ ଦ୍ଵାରା ଆରୋଗ୍ୟ ଲାଭ କରିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ, ଆସାମର ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ କମ୍ୟୁନିଷ୍ଟ ନେତା ଡି.ରାଜା। ଜାନୁୟାରୀ 2009ରେ ତତ୍କାଳୀନ ପ୍ରଧାମନ୍ତ୍ରୀ ଡଃ ମନମୋହନ ସିଂଙ୍କ ହୃଦୟରେ ଏକ ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା। ଉକ୍ତ ଅପରେସନ କରିଥିବା ଡାକ୍ତରୀ ଦଳର ମୁଖ୍ୟ ଥିଲେ ଡଃ ପଣ୍ଡା। ଡଃ ପଣ୍ଡା କିଛି ବର୍ଷ ପୂର୍ବେ ମୁମ୍ବାଇଠାରେ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ ନାମକ ହୃଦୟ ଚିକିତ୍ସାଳୟ ସ୍ଥାପନ କରିଥିଲେ। ଏବେ ତାହା ଭାରତର ଏକ ଶ୍ରେଷ୍ଠ ହୃଦୟ ଚିକିତ୍ସାଳୟରେ ଗଣାଯାଉଛି। ଡଃ ପଣ୍ଡା ଏହାର ଉପାଧ୍ୟକ୍ଷ ସହ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ଏବେ ପ୍ରାୟ ଦୁଇ ଲକ୍ଷ ରୋଗୀଙ୍କୁ ଆରୋଗ୍ୟ କରିବାର ବିରଳ ସଫଳତା ସେ ପାଇଛନ୍ତି।

ତେବେ ଜୀବନର ଏହି ସଫଳତାର ଶ୍ରେୟ ସେ ନିଜର ମାଆ ଓ ମାମୁଁଙ୍କୁ ଦିଅନ୍ତି ପିଲାଦିନେ ଭଲ ପାଠପଢୁଥିଲେ ମଧ୍ୟ ପାଠପଢାରେ ମନ ନଦେଇ ଦିନର ଅନେକ ସମୟ ସାଙ୍ଗମାନଙ୍କ ସହ ଖେଳିବାରେ ଯାଉଥିଲା। ମାମୁଁ ଡାକ୍ତର ଥିବାରୁ ବଡ଼ ହେଲେ ଜଣେ ଡାକ୍ତର ହେବା ଲାଗି ପ୍ରେରଣା ମିଳିଥିଲା। କିନ୍ତୁ ମାଁ'ଙ୍କ ଆକଟ ହିଁ ତାଙ୍କ ଜୀବନର ଗତିପଥକୁ ସଳଖ କରିଥିଲା

ପିଲାଦିନର ସ୍ମୃତି ସମ୍ପର୍କରେ ସେ କହନ୍ତି ଯେ ଗାଁ ସାଙ୍ଗ ମେଳରେ ସେ ନିୟମିତ ଗୁଲିଦଣ୍ଡା ଖେଳୁଥିଲେ। ଥରେ ତାଙ୍କ ମା ବିରକ୍ତ ହୋଇ ଗୋଟିଏ କୋଠରୀରେ ପ୍ରାୟ 8 ଘଣ୍ଟା ବନ୍ଦ କରି ରଖିଥିଲେ। ଏହାପରଠାରୁ ହିଁ ତାଙ୍କର ଜୀବନର ଗତିପଥ ବଦଳିଗଲା ସେହପରି ପ୍ରଧାନଶିକ୍ଷକଙ୍କ ଦଣ୍ଡବିଧାନ ମଧ୍ୟ ତାଙ୍କୁ ଚଗଲାମି ଛାଡି ନିଜ ପାଠପଢା ପ୍ରତି ନିଜର ଦେବା ଲାଗି ବାଧ୍ୟ କରିଥିଲା। ପରିଶ୍ରମ କରି ମେଟ୍ରିକ ପରୀକ୍ଷାରେ ସଫଳକାମ ହେଲେ। କଲେଜରେ ପଢିଲାବେଳେ ରାତି ଦୁଇଟା ବେଳେ ନାଇଟ ଶୋ ଫିଲ୍ମ ଦେଖି ଫେରୁଥିଲେ। ପରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସାଇନ୍ସରେ ପିଏଚଡି କଲେ। ଏହାପରେ ଡାକ୍ତରୀ ପଢିବା ପାଇଁ ଅଖିଳ ଭାରତ ଆୟୁବିର୍ଜ୍ଞାନ ସଂସ୍ଥାନରେ ପଢିଲା ପରଠାରୁ ସେ ସଫଳତାର ସିଡି ଚଢିଚାଲିଲେ। ପରେ ସେ ଆମେରିକାର କ୍ଲେଭେଲାଣ୍ଡ କ୍ଲିନିକରୁ ଫେଲୋସିପ୍ ଟ୍ରେନିଂ ସଂପୂର୍ଣ୍ଣ କରିଥିଲେ। ତେବେ ପରେ ସେ ବ୍ରିଟେନରେ ରହି ବିଶ୍ଵର ଖ୍ୟାତନାମା କାଡିର୍ଆକ ସର୍ଜନ ମାଗଡି ୟାକୋବଙ୍କୁଠାରୁ ତାଲିମ ନେବାର ସୌଭାଗ୍ୟ ଅର୍ଜନ କରିଥିଲେ।

ଏହା ସହ ପଢନ୍ତୁ ଅଭିନବ ଉଦ୍ଭାବନର ଉଦ୍ଗାତା, ମିହିର କୁମାର ପଣ୍ଡା

image


ଡଃ ପଣ୍ଡାଙ୍କୁ ଏବେ ଭାରତର ଶ୍ରେଷ୍ଠ କାଡିର୍ଆକ ସର୍ଜନ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ସେ ପ୍ରାୟ 18 ହଜାର କାଡିର୍ଆକ ସର୍ଜରୀ କରିସାରିଛନ୍ତି। ଏହା ମଧ୍ୟରୁ ପ୍ରାୟ 3000 ଟି ଅତିଜଟିଳ ଅପରେସନ ଥିଲା ତାଙ୍କ ନେତୃତ୍ଵରେ ମୁମ୍ବାଇଠାରେ ସ୍ଥାପିତ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ ଭାରତର ଏକ ଶ୍ରେଷ୍ଠ ହାର୍ଟ ହସପିଟାଲର ମାନ୍ୟତା ପାଇଛି।

ତାଙ୍କରି ଯାଦୁକାରୀ ହାତର ସ୍ପର୍ଶରେ ଆରୋଗ୍ୟ ଲାଭ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ନିଜର କୃତଜ୍ଞତା ଜ୍ଞାପନ କରି ଲେଖିଥିଲେ ଯେ ଡଃ ପଣ୍ଡାଙ୍କ ଦ୍ଵାରା ଚିକିତ୍ସିତ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଆଶାକରୁଛି ଅନ୍ୟ ରୋଗୀମାନେ ଆପଣଙ୍କ ଦ୍ଵାରା ଉପକୃତ ହୋଇପାରିବେ।

ପଢନ୍ତୁ ଆଉ କିଛି ସମ୍ପର୍କିତ କାହାଣୀ

1। ଅଟୋ ଚଳାଇ ଉଦାହରଣ ସାଜିଲେ ଓଡ଼ିଶାର ଝାନ୍ସୀ

2। ଚର୍ଚ୍ଚାରେ ଚା’ ଦୋକାନୀ ଶିବଶଙ୍କର: ଭିନ୍ନକ୍ଷମଙ୍କୁ ବାଣ୍ଟିଲେ ସାଇକେଲ, ଟଙ୍କା

3। ଫ୍ୟାସନ ଜଗତରେ ଭାରତର ବିଜୟ ଟ୍ରଫି: ଡିଜାଇନର ସୁକେତ ଧୀର