୧୧ ଦିନରେ ୧,୨୨,୯୩୭ ଭୋକିଲା ଲୋକଙ୍କୁ ପେଟପୁରା ଖାଦ୍ୟ ଦେଇଥିବା ‘Feed Your Neighbour’ କାର୍ଯ୍ୟକ୍ରମ
ଏକ ମଧ୍ୟରାତ୍ରି ଭୋକର ଜ୍ୱାଳା- ଏକ ଅନୁଭବ-ଏକ ଭାବନା, ଶେଷରେ ଏହା ଏକ ସଂଗ୍ରାମକୁ ରୂପାନ୍ତର । ଏହା ହେଉଛି ମହିତା ଫର୍ଣ୍ଣାଡିଜଙ୍କ ‘Feed Your Neighbour’ ର ପୃଷ୍ଠଭୂମି । ସେ କିପରି ଫେସବୁକ ସାହାଯ୍ୟରେ ଏକ କମ୍ୟୁନିଟିକୁ ଉତ୍ସାହିତ କରି ସେମାନଙ୍କ ସହିତ ମିଶି ଗରୀବ, ଅସହାୟ ଓ ଭୋକିଲା ଲୋକଙ୍କୁ ଦୁର୍ଗାପୂଜାଯାଏ ୧,୨୨,୯୩୭ ମିଲ ଖୋଇ ପାରିଲେ ତାହା ଏଠାରେ ବର୍ଣ୍ଣୀତ ।
ମହିତା ଜଣେ ଉଦ୍ୟୋଗୀ ଯେ କି ବେଙ୍ଗାଲୁରରେ ବିଗତ ପାଂଚ ବର୍ଷ ହେଲା ଏକ ଶିଶୁ ମାନଙ୍କ ଆକ୍ଟିବିଟି କେନ୍ଦ୍ର ଚଳାଇ ଆସୁଛନ୍ତି । ତାଙ୍କର ଏକ ସାତ ବର୍ଷର ପୁଅ ଅଛି ଓ ନିଜ ମାତୃତ୍ୱକୁ ନେଇ ସେ ଖୁବ ଖୁସି ଅଛନ୍ତି । ପୂର୍ବରୁ ସେ ବୃତ୍ତିରେ ଜଣେ କର୍ପୋରେଟ କମ୍ୟୁନିକେସନ ପ୍ରଫେସନାଲ ଥିିଲେ ଓ Infosys, CavinKare, and Henkel India ପରି କଂପାନୀରେ କାର୍ଯ୍ୟ କରିଛନ୍ତିା
ଘଟଣାର ଆରମ୍ଭ ବର୍ଣ୍ଣନା କରିବାକୁ ଯାଇ ସେ କୁହନ୍ତି, ସେପ୍ଟେମ୍ବର ମାସର ଶେଷ ପର୍ଯ୍ୟାୟର ଏକ ରାତି ମୁଁ କ୍ଷୁଧା ହେତୁ ନିଦ୍ରା ଯାଇପାରୁ ନଥାଏ । ମୁଁ ନିଜ ଉପରେ ଟିକେ ବିରକ୍ତ ହେଲି ଓ ଅଭିଯୋଗ କଲି ଏବଂ ସେତେବେଳେ ଅନୁଭବ କଲି ଯେ ମୁଁ କେତେ କୃତଘ୍ନ ଏବଂ ସ୍ୱାର୍ଥପର । ମୁଁ ଏଠାରେ ଏକ ଛାତଘରେ ଉଷ୍ମ ଶେଯରେ ଶୋଇଛି ଏବଂ ବାହାରେ ଅସଂଖ୍ୟ ଲୋକ ଦୈନିକ ଉପାସରେ ରାତି ବିତାଉଛନ୍ତି ।
ଠିକ ସେହି ମୂହୁର୍ତ୍ତରେ ସେ ସେମାନଙ୍କ ପାଇଁ କିଛି କରିବାକୁ ସ୍ଥିରକଲେ । ମୁଁ ପ୍ରାୟ ଅଧଘଣ୍ଟା ଯାଏ ଏ ବିଷୟରେ ଚିନ୍ତାକଲି ଓ ସକାଳେ ଏହାକୁ ଫେସବୁକରେ ପ୍ରଚାର କଲି ବୋଲି ସେ ମନେପକାନ୍ତି ।
ଏହାର ପରବର୍ତ୍ତୀ କାମଥିଲା କମ୍ୟୁନିଟିକୁ Feed Your Neighbour କାର୍ଯ୍ୟକ୍ରମରେ ଅଂଶୀଦାର ହେବାପାଇଁ ଅନୁପ୍ରାଣିତ କରିବା । ଏହାପରେ ମୁଁ ଯାହାକିଛି କଲି ତାହା କେବଳ ସୋସିଆଲ ମିଡିଆର ବ୍ୟବହାର । ମୁଁ ଭାବୁଛି ମୋର ଲକ୍ଷ୍ୟଥିଲା କିଛି କରିବାକୁ ଜଣଙ୍କ ପାଇଁ କୌଣସ ବି କାର୍ଯ୍ୟ କଠିନ ନୁହେଁ । କେବଳ ଏକାଧିକ ଲୋକଙ୍କୁ ଏଥିରେ ସାମିଲ କରି ସମସ୍ତେ କିଛି କିଛି କରି ପାରିଲେ ଏହା ସାମୁହିକ ଭାବରେ ଏକ ବଡ ସମ୍ପ୍ରଦାୟକୁ ଲାଭ ଦେଇଥାଏ । ଏଥିପାଇଁ ମୋତେ ସେମିତି କିଛି ପରିଶ୍ରମ କରିବାକୁ ପଡିନାହିଁ । ଲୋକମାନେ ସେମାନଙ୍କ ତରଫରୁ ଏଥିରେ ଯୋଗଦାନ କରିବାକୁ ଆଗେଇ ଆସିଥିଲେ।
ମୁଁ ଭାବୁଛି ଏକ ଛୋଟ ଉଦ୍ୟମ କିପରି କିଛି ବଡ କରିପାରିବ ସେ ନେଇ ଲୋକମାନେ ଅତ୍ୟନ୍ତ ଆଗ୍ରହୀ ଥିଲେ ତେଣୁ କିଛି ଲୋକ FYN ବିଷୟରେ ଜାଣିବାକୁ ପାଇବାରୁ ସେମାନେ ଧିରେ ଧିରେ ନିଜ ପରିବାର ଓ ବନ୍ଧୁବାନ୍ଧବମାନଙ୍କୁ ଏଥିରେ ସାମିଲ ହେବାକୁ ପ୍ରବର୍ତ୍ତାଇଲେ । ଏହାପରେ ବି ଜଣେ ଏକା ପାଂଚ ଜଣଙ୍କ ପାଇଁ ରୋଷେଇ କଲେ ଏହା ଏକ ବଡ କାମଭଳି ଲାଗୁନାହିଁ, କିନ୍ତୁ ଯେତେବେଳେ ୧୯୯୯ ଜଣ ଅନ୍ୟଲୋକ ସମାନ ସମୟରେ ସମାନ କାମ କରୁଛନ୍ତି ସେମାନେ ନିହାତି ଭାବରେ କିଛି ଅତି ବଡକାମ କରିପାରିବେ ।
ଲୋକମାନଙ୍କୁ ଆକୃଷ୍ଟ କରିଥିବା ଏହାର ଅନ୍ୟ ଏକ ଦିଗ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଦାନ ସେମାନଙ୍କ ନିକଟତମ ଅଂଚଳରେ ଏକ ସ୍ଥାନକୁ ଯିବ ଓ ସେଠାକାର ସ୍ଥାନୀୟ ଲୋକଙ୍କୁ ଦିଆଯିବ ଯାହାକି ସମସ୍ତେ ଅଙ୍ଗେ ନିଭାଇ ପାରିବେ ଯେ ସେମାନଙ୍କ ଦାନ ପ୍ରକୃତରେ କିଛି କାର୍ଯ୍ୟରେ ଲାଗୁଛି ।
ଲୋକମାନଙ୍କୁ ଅନୁପ୍ରାଣିତ କରିବା ଯଦିଓ କିଛିମାତ୍ରାରେ ସହଜ ଥିଲା, ପରିବହନ ସମ୍ଭାଳିବା ବହିତ କଠିନ ଥିଲା । ଯଦିଓ ଆମେ ଏହାକୁ ଏକ ସ୍ଥାନୀୟ କାର୍ଯ୍ୟକ୍ରମ ଭାବରେ କରିବାକୁ ଚାହିଁଲୁ ତଥାପି ଏହା କଠିନ ଥିଲା । ପ୍ରଥମେ ଦେଖିବାର ଥିଲା କେଉଁ ଅଂଚଳରୁ ଲୋକମାନେଖାଦ୍ୟ ପଠାଉଛନ୍ତି ଓ ଏହାର ନିକଟସ୍ଥ ବିତରଣ କେନ୍ଦ୍ର କେଉଁଠାରେ କଲେ ଭଲହେବ ଓ ଲୋକମାନେ ସହଜରେ ସେମାନଙ୍କ ରନ୍ଧାଖାଦ୍ୟ ଆଣି ବିତରଣ କେନ୍ଦ୍ରରେ ଦେଇଯାଇ ପାରିବେ ।
ପ୍ରଥମ ଦିନରେ ୪,୪୫୪ ମିଲ୍ସ ଲୋକମାନେ ଦେଇଥିଲେ ଓ କ୍ରମାଗତ ଭାବେ ଏହା ବୃଦ୍ଧିପାଇ ଶେଷ ଦିନର ପୂର୍ବଦିନ ୧୯,୪୪୦ ସବୁଠୁ ଅଧିକ ମିଲ୍ସ ମିଳିଥିଲା । ୧୧ ଦିନରେ ୠଣଘ ୧,୨୨,୯୩୭ ଭୋକିଲା ପେଟକୁ ଶାନ୍ତ କରିପାରିବାରେ ସକ୍ଷମ ହୋଇପାରିଥିଲା ।
ସେ ଏସେବୁର ଶ୍ରେୟ ଏଥିରେ ସାମିଲ ହୋଇଥିବା ସ୍ୱେଛାସେବକମାନଙ୍କୁ ଓ ଦାନକରିଥିବା ଲୋକମାନଙ୍କୁ ଦିଅନ୍ତି। ନିଜକୁ ସେ କେବଳ ଯୋଗାଯୋଗର ମାଧ୍ୟମ ବୋଲି କୁହନ୍ତି ।
ଲୋକମାନେ ସେମାନଙ୍କ ଦାନର ଦ୍ୱାର ଖୋଲିଦେଲେ । ସ୍ୱେଛାସେବୀମାନେ କଷ୍ଟ କରି ବିଭିନ୍ନ ଆଶ୍ରୟସ୍ଥଳୀ, ବସ୍ତି ଖୋଜି ଖାଦ୍ୟ ଆବଶ୍ୟକ କରୁଥିବା ଲୋକମାନଙ୍କୁ ଚିହ୍ନଟ କରି ଖାଦ୍ୟ ପହଂଚାଇଲେ ଓ କିଛି ସ୍ୱେଛାସେବୀ ଅତ୍ୟନ୍ତ ଗରୀବ ଓ ଭୋକରେ ରହୁଥିବା ଲୋକମାନଙ୍କୁ ଖୋଜି ଖୋଜି ସେମାନଙ୍କ ନିକଟରେ ଖାଦ୍ୟ ପହଂଚାଇଲେ । ଲୋକମାନେ ସେମାନଙ୍କ ଦ୍ୱାରା ସଂଭବ ସମସ୍ତ କ୍ଷେତ୍ରରେ ସହଯୋଗ ପ୍ରଦାନ କଲେ ଓ ସହରର ହଜାର ହଜାର ଲୋକଙ୍କ ସାମୁହିକ ସହଯୋଗରେ ଏହା ହୋଇପାରିଲା ବୋଲି ସେ ମତ ରଖନ୍ତି । କିଛି ଲୋକ ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରିଥିଲେ ଯହା କି ପରିବହନ ପରି ଅନେକ ଆବଶ୍ୟକୀୟ କ୍ଷେତ୍ରରେ ସହଯୋଗ କରିଥିଲା । ୠଣଘ ନିର୍ଦ୍ଧିଷ୍ଟ ଭାବରେ କୌଣସି ଅନୁଷ୍ଠାନକୁ ସହଯୋଗ ପ୍ରାର୍ଥନା କରିନଥିଲେ ମଧ୍ୟ ଅନେକ ହୋଟେଲ, ମହିଳା ସମିତି, କ୍ଲବ ସେମାନଙ୍କ ତରଫରୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।
ଆମେ ସମସ୍ତେ ଦେଶରେ ଅନେକ ଲୋକ ଭୋକରେ ବା ଖାଦ୍ୟାଭାବରେ ରହୁଥିବାର ଜାଣୁଥିଲେ ବି ଇଛା ଥାଇ କିଛି କରିପାରୁ ନଥିଲେ । ଏହି ସୁନ୍ଦର କାର୍ଯ୍ୟକ୍ରମ ଆମକୁ ଏକ ନୂତନ ରାସ୍ତା ଦେଖାଇଲା । ଆଗକୁ ଆମେ କିପରି ଏହାକୁ ଆଗକୁ ନେଇ ପାରିବା ଓ ଦୀର୍ଘସ୍ଥାୟୀ କରିପାରିବା ବାକି ରହିଲା । ମହିତା ଏହି କାର୍ଯ୍ୟକ୍ରମ ଆଗକୁ ଚାଲିବାର ନେଇ ଦୃଢ଼ ନିଶ୍ଚିତ ଅଛନ୍ତି ଓ ଏହା ଆଗକୁ କଣ ମୋଡ ନେଉଛି ଓ ସମାଜରେ କି ପ୍ରକାରର ପରିବର୍ତ୍ତନ ଆଣିବାରେ ସକ୍ଷମ ହେଉଛି ଦେଖିବାକୁ ବାକି ରହିଲା ବୋଲି ସେ ମତ ରଖନ୍ତି ।
ସବୁଠୁ ବଡ କଥା ହେଲା ଗ୍ରହିତାମାନେ ଖାଦ୍ୟରେ କଣ ଆସୁଛି ବା ବଣ୍ଟାଯାଉଛି ତାହା ଉପରେ ଗୁରୁତ୍ୱ ନ ଦେଇ ଏପରି ଏକ ଉଦ୍ୟମ ପାଇଁ ଲୋକମାନଙ୍କୁ ସାଧୁବାଦ ଜଣାଇବା ସହ ପ୍ରଶଂସାରେ ପୋତି ପକାଉଥିଲେ ।
ମୂଳ ଲେଖା - ସ୍ନିଗ୍ଧା ସିହ୍ନା
ଭାଷାନ୍ତର - ସୌରଭ ପରିଡ଼ା