ଥାଲାସେମିଆରେ ପୀଡ଼ିତ ୮-ବର୍ଷୀୟ ବାଳକଙ୍କୁ ଭେଟନ୍ତୁ, ଯିଏ ଦିନକ ପାଇଁ ପୁଲିସ୍ କମିଶନର ହୋଇଥିଲେ

ଥାଲାସେମିଆରେ ପୀଡ଼ିତ ୮-ବର୍ଷୀୟ ବାଳକଙ୍କୁ ଭେଟନ୍ତୁ, ଯିଏ ଦିନକ ପାଇଁ ପୁଲିସ୍ କମିଶନର ହୋଇଥିଲେ

Friday January 15, 2016,

1 min Read

ମାଦିପଲ୍ଲୀ ରୂପ ଅରୁଣ, ହାଇଦ୍ରାବାଦର ଜଣେ ୮ ବର୍ଷର ବାଳକ। ସିଏ ଥାଲାସେମିଆରେ ପୀଡ଼ିତ। ତାଙ୍କର ଅବସ୍ଥା ଏମିତି ହୋଇଛି ଯେ ତାଙ୍କ ଶରୀର ଆଉ ରକ୍ତ ତିଆରି କରୁ ନାହିଁ। ତେଣୁ ପ୍ରତି ୨୦-୨୫ ଦିନରେ ତାଙ୍କର ରକ୍ତ ବଦଳା ଯାଉଛି। ରୂପଙ୍କୁ ମଧ୍ୟ ଜଟିଳ ଚିକିତ୍ସା ପ୍ରକ୍ରିୟା ସାମ୍ନା କରିବାକୁ ପଡ଼ିବ। କାରଣ ତାଙ୍କ ଶରୀରରେ ଲୌହସ୍ତର ବଢୁ ନାହିଁ, ଯାହାକି ତାଙ୍କର ମୂଲ୍ୟବାନ୍ ଅଙ୍ଗଗୁଡ଼ିକୁ ଦୁର୍ବଳ କରି ପକାଇବ। ଏଭଳି ଅସୁବିଧାରେ ଥାଇ ସୁଦ୍ଧା ହାଇଦ୍ରାବାର ପୁଲିସ କମିଶନର ରୂପେ ରୂପ ଦିନଟିଏ ଦାୟିତ୍ଵ ନେଇଛନ୍ତି।

image


ଖବର ସରବରାହ ସଂସ୍ଥା ଏଏନ୍ଆଇ ଅନୁସାରେ ରୂପର ଅଭିଳାଷ ପୂର୍ଣ ହୋଇଛି। ଏଥିପାଇଁ ମେକ୍-ଏ-ୱିଶ୍ ଫାଉଣ୍ଡେସନର ମୁଖ୍ୟ ଭୂମିକା ରହିଛି। ଏହି ସଂଗଠନ ମୁଖ୍ୟତଃ ଜୀବନମରଣ ସଂକଟରେ ଚିକିତ୍ସାଧୀନ ଶିଶୁମାନଙ୍କ ଅଭିଳାଷ ପୂର୍ଣ କରିବାରେ ସହଯୋଗ କରିଥାଏ। ସେହି ଶିଶୁମାନଙ୍କ ମଣିଷ ଭଳି ବଞ୍ଚିବାର ଆଶା ଓ ଭରସାକୁ ବଳିଷ୍ଠ କରିବାରେ ସାହାଯ୍ୟ କରେ। ରୂପ କହନ୍ତି ଯେ ବେକରୁ ଚେନ୍ ଲୁଟ୍ ଭଳି ଅପରାଧକୁ ବନ୍ଦ କରି ସେ ଆଇନ ଓ ସୁଶାସନ ଉପରେ ନିୟନ୍ତ୍ରଣ ରଖିବାକୁ ଚାହାନ୍ତି।

image


ପୁଲିସର ଖାକି ପୋଷାକ ପିନ୍ଧି ଏହି ବାଳକ ଯେତେବେଳେ କମିଶନରେଟ୍ ଆସିଲେ, ସେତେବେଳେ ଅନ୍ୟ ପୁଲିସ୍ ଅଧିକାରୀମାନେ ତାଙ୍କୁ ସାଲ୍ୟୁଟ୍ କରିଥିଲେ। ରୂପଙ୍କ ମାଆବାପା, ରଂଜିତା ଓ ବିକ୍ରମ ଏହି ମୁହୂର୍ତ୍ତ ପାଇଁ ବହୁତ ଗର୍ବ ଅନୁଭବ କରୁଛନ୍ତି।

image


ମୂଳ ଲେଖା - Think Change India

ଭାଷାନ୍ତର - ବିମଳ ପ୍ରସାଦ