girlsgottaknow : ଝିଅଙ୍କ ପାଇଁ ସୂଚନାର ଢାଲ

girlsgottaknow : ଝିଅଙ୍କ ପାଇଁ ସୂଚନାର ଢାଲ

Saturday December 10, 2016,

2 min Read

ସୂଚନାରେ ନିହିତ ରହିଛି ଶକ୍ତି। ବିକାଶ ପାଇଁ ସୂଚନା ଓ ତା’ର ପ୍ରସାରଣ ନିହାତି ଜରୁରୀ। ଆଜିର ଯୁଗ ହେଉଛି ନାରୀ ସଶକ୍ତିକରଣର ଯୁଗ। ଅନେକ ସାମାଜିକ କର୍ମକର୍ତ୍ତା ମାନେ ଏକମତ ହେବେ ଯେ ସଶକ୍ତିକରଣ ପାଇଁ ପ୍ରଥମ ସୋପାନଟି ହେଉଛି ନାରୀ ମାନଙ୍କୁ ତାଙ୍କର ନାନା ରକମର ଅଧିକାର ନେଇ ସୂଚନା ଦେବା, ତାଙ୍କୁ ସଚେତନ କରାଇବା। ଆଜିର ଡିଜିଟାଲ ଯୁଗରେ ଏହି ଆଭିମୁଖ୍ୟ ନେଇ ଆରମ୍ଭ ହେଇଛି ଏକ ୱେବସାଇଟ girlsgottaknow. ୱେବସାଇଟର ଲକ୍ଷ୍ୟ- ମହିଳା ମାନଙ୍କୁ ତାଙ୍କର ଆଇନଗତ ଅଧିକାର ନେଇ ସୂଚନା ଦେବା, ଜୀବନର ବିଭିନ୍ନ ମୋଡ଼ରେ କେଉଁ ଜିନିଷଟି ଗ୍ରହଣୀୟ ନୁହେଁ ଓ କଣ ଗ୍ରହଣୀୟ ତା’ ସମ୍ପର୍କରେ ଅବଗତ କରାଇବା।

Image : <a href=

Image :

girlsgottaknowa12bc34de56fgmedium"/>

ତାସମାନିଆର Women’s Legal Service ଭାରତରେ ଥିବା TRS Law ଅଫିସର ସହଯୋଗରେ ଏହି ୱେବସାଇଟକୁ ଲଞ୍ଚ କରିଛି।

ବ୍ୟକ୍ତିଗତ ସମ୍ପର୍କ, ନିଯୁକ୍ତି ଠାରୁ ଆରମ୍ଭ କରି ମଜାମସ୍ତି, ଏକଲା ଯୁବତୀ ପାଇଁ ଭଡ଼ାଘର, ନିଜର ଆୟ ଓ ସମ୍ପତ୍ତିକୁ କିପରି ଉଚିତ ଭାବେ ବିନିଯୋଗ କରିବେ ସେ ନେଇ ସୂଚନା ରହିଛି ୱେବସାଇଟରେ। ଲକ୍ଷ୍ୟ ହେଉଛି ନାରୀ ମାନେ ଏହି ସୂଚନାକୁ ବ୍ୟବହାର କରି ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ସେହି ସମୟରେ ସଠିକ ନିଷ୍ପତ୍ତି ନେଇପାରିବେ। ନିଜର ଅଧିକାରର ପ୍ରୟୋଗ କରିପାରିବେ।

ୱେବସାଇଟର ଡିଜାଇନ ନିହାତି ସରଳ ଓ ସୁଗମ।ବ୍ୟବହାରକାରୀ ମାନେ ସୁବିଧାରେ ସମସ୍ତ ବିଭାଗକୁ ଯାଇ ଦେଖିପାରିବେ। ସମସ୍ତ ବିଭାଗରେ ନାନା ପରିସ୍ଥିତିର ଏକ ସହଜ ବର୍ଣ୍ଣନା ରହିଛି ଯାହା ପରେ ସେ ନେଇ ବିସ୍ତୃତରେ ବିବରଣୀ ଦିଆଯାଇଛି। ଉଦାହରଣ ସ୍ୱରୂପ ବ୍ୟକ୍ତିଗତ ସମ୍ପର୍କ ବିଭାଗ ମଧ୍ୟରେ ଲିଭ-ଇନ ସମ୍ପର୍କ, ବଳାକ୍ତାର ଓ ଯୌନ ଶୋଷଣ, ପୋଷ୍ୟ ସନ୍ତାନ ଗ୍ରହଣ କରିବା, ସରୋଗେଟ ମାତୃତ୍ଵ ଇତ୍ୟାଦି ବିଷୟ ରହିଛି। ଏଥିରେ କ୍ଲିକ କଲେ ଏ ନେଇ ଅଧିକ ସୂଚନା ଓ ତା’ର ଆଇନଗତ ଦିଗ ସମ୍ପର୍କରେ ଜାଣିବାକୁ ମିଳିବ।

“Women’s Legal Service, ତାସମାନିଆ ଭାରତରେ TRS Law ଅଫିସ ସହ ହେଇଥିବା ଏହି ସହଭାଗୀତାକୁ ନେଇ ବେଶ୍ ଉତ୍ସାହିତ। ଏହା ତାସମାନିଆର ଏକ ପ୍ରୋଜେକ୍ଟକୁ ଭାରତୀୟ ମାଟିରେ କିପରି ପ୍ରତିକ୍ରିୟା ମିଳୁଛି ତାହା କେବଳ ଦେଖିବାର ସୁଯୋଗ ନୁହେଁ ବରଂ ଭାରତୀୟ ମହିଳାଙ୍କୁ ସୂଚନାର ଶକ୍ତିରେ ସଶକ୍ତ କରିବା ଭଳି ଏକ ବିଶାଳ କାର୍ଯ୍ୟକୁ ରୂପରେଖ ଦେବାରେ ସାମାନ୍ୟ ସାହାଯ୍ୟ ଯୋଗାଇଦେବା ଭାବେ ଦେଖୁଛି ତାସମାନିଆ, “ 

                       - ସୁଜାନ ଫାହେ, Women’s Legal Serviceର ସିଇଓ ପିଟିଆଇକୁ କୁହନ୍ତି।

ଏହି ପ୍ରୋଜେକ୍ଟଟି ଅଷ୍ଟ୍ରେଲିଆ ସରକାରର ସହାୟତାରେ ସଂପୂର୍ଣ୍ଣ ହେଇପାରିଛି। TRS ଆଇନ ଅଫିସର ଜଣେ ପାର୍ଟନର ତାଲିଶ ରାୟ କୁହନ୍ତି ଯେ ଭାରତରେ ମହିଳା ମାନେ ତାଙ୍କର ଆଇନଗତ ଅଧିକାର ନେଇ ବହୁତ କମ ଜାଣନ୍ତି। ଏହି ଅଜ୍ଞାନତା ତାଙ୍କ ପାଇଁ ଅନେକ କ୍ଷେତ୍ରରେ କ୍ଷତିକାରକ ପ୍ରମାଣିତ ହେଇଥାଏ।

ୱେବସାଇଟ କୁ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ।