ଗ୍ରାମାଞ୍ଚଳ ଲୋକଙ୍କୁ ସମ୍ମାନଜନକ ଜୀବନ ବଞ୍ଚିବାରେ ସହଯୋଗ କରୁଛି ‘ଗ୍ରାମ ବିକାଶ’
୧୯୭୧ରେ ଓଡ଼ିଶାର ବାତ୍ୟାବିପନ୍ନ ଲୋକଙ୍କୁ ସହାୟତା ଦେବା ଲକ୍ଷ୍ୟରେ କିଛି ଛାତ୍ରଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ଗ୍ରାମ ବିକାଶ । ଏଯାବତ ଏ ସଂସ୍ଥା ୪ ଲକ୍ଷ ଗ୍ରାମାଞ୍ଚଳ ବାସିନ୍ଦାଙ୍କୁ ଜଳ ଓ ପରିମଳ ଉନ୍ନୟନରେ ସହଯୋଗ କରିସାରିଛି । ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ଗ୍ରାମ ବିକାଶ ଗ୍ରାମାଞ୍ଚଳ ଲୋକଙ୍କ ଶଶକ୍ତିକରଣ କରିବା ସହ ସେମାନଙ୍କୁ ସମ୍ମାନଜନକ ଜୀବନ ବଞ୍ଚିବାରେ ସହାୟକ ହେଉଛି । ପିଲାମାନଙ୍କୁ ସୁରକ୍ଷିତ ଓ ସୁସ୍ଥ ପରିବେଶ ଯୋଗାଇବା ସହ ଶିକ୍ଷା ବିକାଶ କ୍ଷେତ୍ରରେ ମଧ୍ୟ ଏ ଅନୁଷ୍ଠାନ କାର୍ଯ୍ୟ କରୁଛି ।
ଗ୍ରାମବିକାଶର ବଡ଼ କାର୍ଯ୍ୟକ୍ରମ ମନ୍ତ୍ର(ମୁଭ୍ମେଣ୍ଟ୍ ଆଣ୍ଡ୍ ଆକ୍ସନ୍ ନେଟୱର୍କ ଫର ଟ୍ରାନ୍ସଫର୍ମେସନ୍ ଅଫ୍ ରୁରାଲ ଏରିଆଜ୍) ମାଧ୍ୟମରେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ମନସିକ ଦରିଦ୍ରପଣକୁ ବଦଳାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।
ନିକଟରେ ବଂଲାଦେଶ ଢାକାରେ ଅନୁଷ୍ଠିତ ବ୍ରାକ୍ ଫୁଗାଲ ଇନୋଭେସନ୍ ଫୋରମରେ ଆମେ ଗ୍ରାମ ବିକାଶର ଚିତ୍ରା ଚୌଧୁରୀଙ୍କୁ ଭେଟିଥିଲୁ । ୨୦୦୭ରୁ ଏ ଅନୁଷ୍ଠାନ ସହ ଜଡ଼ିତ ଚିତ୍ରା ଗ୍ରାମ ବିକାଶର ନାସନାଲ ରିସୋର୍ସେସ୍ ମ୍ୟାନେଜର ଭାବେ କାମ କରିବା ସହ ଅପରେସନ୍ ଓ ଡକୁମେଣ୍ଟେସନ୍ ଦାୟିତ୍ୱରେ ବି ଅଛନ୍ତି । ଏହି ସ୍ବତନ୍ତ୍ର ସାକ୍ଷାତକାରରେ ତାଙ୍କୁ କ’ଣ ପ୍ରଚୋଦିତ କରେ, ଗ୍ରାମ ବିକାଶ ଏଯାଏଁ କି ପରିବର୍ତନ ଆଣିଛି ଓ ଆଗକୁ କ’ଣ ଅନୁଷ୍ଠାନର ଲକ୍ଷ୍ୟ ରହିଛି ସେ ସମ୍ପର୍କରେ ବିଶଦ ବର୍ଣନା କରିଛନ୍ତି ଚିତ୍ରା । କେବଳ ଗ୍ରାମ୍ୟ ସମାଜର ଆବଶ୍ୟକତା ବାବଦରେ ନୁହେଁ ବରଂ ଗ୍ରାମ୍ୟ ସମାଜ ସହ ଜଡ଼ିତ ଅନୁଷ୍ଠାନର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସେ କହିଛନ୍ତି । ସେ ମନ୍ତ୍ର କାର୍ଯ୍ୟକ୍ରମ ବାବଦରେ କହିବା ସହ ଏହା କିଭଳି ଲୋକଙ୍କ ଜୀବନରେ ପ୍ରଭାବ ପକାଇଛି ସେ ସମ୍ପର୍କରେ ମଧ୍ୟ ତଥ୍ୟ ବାଢ଼ିଛନ୍ତି ଚିତ୍ରା ।
ଏବେ ଏହା ଚିତ୍ରାଙ୍କ ଠାରୁ ଶୁଣନ୍ତୁ-
ମୂଳ ଲେଖା - ଅଭୟ ତଟବର୍ତ୍ତୀ
ଭାଷାନ୍ତର - ଶୁଭ୍ରାଂଶୁ ପଣ୍ଡା