ସ୍ଵାବଲମ୍ବୀ ହେବା ପାଇଁ ପ୍ରୟାସ

ସ୍ଵାବଲମ୍ବୀ ହେବା ପାଇଁ ପ୍ରୟାସ

Wednesday October 19, 2016,

2 min Read

ସ୍ନାତକ ଡିଗ୍ରୀ ହାସଲ ପରେ ରୋଜଗାର ଚିନ୍ତା ବଢିଲା । ଏଇ ସମୟରେ ଏକ କମ୍ପାନୀରେ ଚାକିରି ମିଳିଗଲା । ମାତ୍ର କିଛି ଦିନ ପରେ କମ୍ପାନୀ ଚାକିରି ଛାଡି ଗାଁକୁ ଫେରିଆସିଲେ । ନିଜେ ସ୍ଵାବଲମ୍ବୀ ହେବା ସହ ଆଉ କେତେଜଣଙ୍କ ଲାଗି ରୋଜଗାରର ବାଟ ଦେଖାଇବା ଲକ୍ଷ୍ୟରେ ଆରମ୍ଭ କଲେ ଚାଷ । ଚାଲିଲା ଉଦ୍ୟମ । ମାତ୍ର ବର୍ଷ କେଇଟାରେ ସେ ନିଜ ଲକ୍ଷ୍ୟ ପଥରେ ଆଗେଇବା ସହ ଜଣେ ସଫଳ ଚାଷା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ସେ ହେଲେ ସୁଶାନ୍ତ କୁମାର ରାଉତ । ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ମୂଳ ଗାଁ ପଞ୍ଚାୟତ ଅସାରଣା ଗ୍ରାମରେ ତାଙ୍କର ଘର । ପିତା ସୁରେନ୍ଦ୍ର ରାଉତ ଓ ମା'ଙ୍କ ନାମ ଶାନ୍ତିଲତା ରାଉତ ।

image


ନିଜେ ବଞ୍ଚିବା ଅନ୍ୟକୁ ବଞ୍ଚାଇବା

ଗ୍ରାଜୁଏଶନ ପାସ କରିବା ପରେ ଏକ କମ୍ପାନୀରେ କିଛିଦିନ କାମ କରିଥଲେ ସୁଶାନ୍ତା। ମାତ୍ର ପିଲାଟି ବେଳୁ ନିଜେ ବଞ୍ଚିବା ଅନ୍ୟକୁ ବଞ୍ଚାଇବା କଥା ଭାବୁଥଲେ । ତେଣୁ ଏକଥାକୁ ସାର୍ଥକ କରିବା ଲାଗି ଚାକିରି ଛାଡି ଚାଷ ପ୍ରତି ମନ ବଳାଇଲେ । ପ୍ରଥମେ ନିଜ ବାଡିରେ ୧୪ ଗୁଣ୍ଠ ଜାଗାରେ ଏକ ପୋଖରା ଖୋଳି ଆରମ୍ଭ କଲେ ମାଛ ଚାଷ । ଏଥିରେ ରୋହି, ମିରକାଳି, ଭକୁର ଓ ଚିଙ୍ଗୁଡି ଆଦି ଚାଷ କଲେ । ପ୍ରାରମ୍ଭିକ ସଫଳତା ତାଙ୍କ ଉତ୍ସାହ ବଢାଇଦେଲା । ଏବେ ଏଥରୁ ବାର୍ଷିକ ୬୦ ହଜାର ଟଙ୍କାରୁ ଉର୍ଦ୍ଧ ଲାଭ ମିଳୁଛି । ପୁଣି ପୋଖରୀରୁ ବ୍ରିଡର ମାଛକୁ ସ୍ଥାନୀୟ ନାରଦିଆ ସରକାରୀ ହାଚେରିକୁ ଯୋଗାଇଥାନ୍ତି । ପୁଣି ୨ ଗୁଣ୍ଠ ଜାଗାରେ ଦୁଇଟି ପୋଖରୀ ଖୋଳି ରୋହି, ଭାକୁର, ମିରକାଳି ଆଦି ମାଛ ଯାଆଁଳ ଛାଡିଛନ୍ତି । ଯାହାକୁ ସେ ଦୁଇ ମାସ ଭିତରେ ବିକ୍ରି କରି ପ୍ରାୟ ଦେଢ ଲକ୍ଷ ଟଙ୍କା ଲାଭ କରିବେ ... ବୋଲି ଆଶା ରଖୁଛନ୍ତି । ଏଥସହିତ ୧୨ ଗୁଣ୍ଠ ଜାଗାରେ ପନିପରିବା ଚାଷକରିଛନ୍ତି । | ଏଥରୁ ବର୍ଷକୁ ୫୦ ହଜାରରୁ ଉର୍ରାଟଙ୍କା ଲାଭ କରିଥାନ୍ତି । ପୁଣି ୪ ଏକର ଜମିରେ ଧାନ ଚାଷକରି ୧୦୦ କୁଇଣ୍ଟାଲ ଧାନ ବିକ୍ରି କରନ୍ତି । ଅଫ ସିଜନରେ ପୋଖରୀ ହୁଡାରେ ବାଇଗଣ ଫସଲ କରି ଭଲ । ରୋଜଗାର କରିଥାନ୍ତି । ଏସବୁ କାର୍ଯ୍ୟ ପାଇଁ ୫ରୁ ୭ଜଣ ଲୋକଙ୍କୁ ଦୈନିକ କର୍ମ ସଂସ୍ଥାନ ଯୋଗାଇବାରେ ସକ୍ଷମ ହୋଇଛନ୍ତି । ତେବେ ବାର୍ଷିକ ପ୍ରାୟ ୨ ଲକ୍ଷ ଟଙ୍କା ଲାଭ ମିଳିଥାଏ ବୋଲି କୁହନ୍ତି ସୁଶାନ୍ତା । ସୂଚନାଯୋଗ୍ୟ ୩ ବର୍ଷ ତଳେ ବାଲିକୁଦା କୃଷି କାର୍ଯ୍ୟାଳୟ ପକ୍ଷରୁ ମୂଳ ଗାଁ କୃଷକ ସାଥୀ ଭାବେ ତାଙ୍କୁ ମିଳିଛି ନିଯୁକ୍ତି । ପୁଣି ୨୦୧୬ ମସିହା ରାଜ୍ୟ କୃଷି ମହୋତ୍ସବରେ ତାଙ୍କୁ ସଫଳ ଚାକ୍ଷୀ ଭାବେ ସମ୍ମାନିତ କରାଯାଇଛି । ଏ ସମ୍ପର୍କରେ ସୁଶାନ୍ତ କୁହନ୍ତି- ସ୍ଵାବଲମ୍ବୀ ହେବା ଲାଗି ଚାକିରି ପଛରେ ଗୋଡାଇବାର ଆବଶ୍ୟକତା ନାହିଁ । ଚାଷ କାର୍ଯ୍ୟ କରି ନିଜେ ସ୍ଵାବଲମ୍ବୀ ହେବା ସହ ଆଉ କେତେଜଣଙ୍କ ପାଇଁ ରୋଜଗାରର ବ୍ୟବସ୍ଥା କରିହେବ । ଏହା ମୋର ଅଙ୍ଗେ ନିର୍ଭା କଥା । ଅବଶ୍ୟ ଏଥଲାଗି ନିଷ୍ଠା ଓ ପରିଶ୍ରମକୁ ଏକାଠି କରିବାକୁ ହେବ ବୋଲି କୁହନ୍ତି। ଏହି ସଫଳ ଚାଷୀ ।