ନିଜର ଷ୍ଟାର୍ଟଅପ ସ୍ଵପ୍ନରେ ଡେଣା ଲଗାଇବା ପାଇଁ ୧୦ଟି ବହି

ନିଜର ଷ୍ଟାର୍ଟଅପ ସ୍ଵପ୍ନରେ ଡେଣା ଲଗାଇବା ପାଇଁ ୧୦ଟି ବହି

Saturday December 17, 2016,

5 min Read

image


ନିଜର ଷ୍ଟାର୍ଟଅପ ଆରମ୍ଭ କରିବା ଅର୍ଥ କେବଳ ମୁଣ୍ଡକୁ ଜୁଟିଥିବା ଗୋଟିଏ ବ୍ୟବସାୟ ବିଚାର ବା ଆଇଡିଆ ନୁହେଁ, ବରଂ ଗୋଟିଏ ବିଚାର ଉପରେ ଭଲଭାବେ ଚିନ୍ତା କରି ଅନେକ ଗୁଡ଼ିଏ ନିଷ୍ପତ୍ତି ନେବା ପରେ ଯାଇ ସେ ଷ୍ଟାର୍ଟଅପର ଭବିଷ୍ୟତ ନିରୂପଣ ହେବ। ଏମିତି କଲେ କେମିତି ହେବ, ସେମିତି କଲେ କେମିତି ହୁଅନ୍ତା – ଏମିତି ପ୍ରଶ୍ନବାଚୀ ସବୁ ସମୟରେ ମୁଣ୍ଡ ଭିତରେ ଘୁରି ବୁଲୁଥିବ। ଏମିତି କିଛି ପ୍ରଶ୍ନର ଉତ୍ତର ଅଛି କିଛି ବହିରେ। ଚାଲନ୍ତୁ ନଜର ପକାଇବା ଏମିତି ୧୦ଟି ବହି ଉପରେ ଯାହାକୁ ପଢିଲେ ଆପଣଙ୍କ ଭିତରର ସିଇଓର ଦମ୍ଭ ବଢିବ।

image


୧। Go Kiss the World

ଲେଖକ – ସୁବ୍ରତ ବାଗଚି

ସୁବ୍ରତ ବାଗଚିଙ୍କ ପାଇଁ ତାଙ୍କ ମା’ଙ୍କର ଶେଷ ଶବ୍ଦ ଥିଲା – Go, Kiss the World। ଏହି ଶବ୍ଦ ଗୁଡ଼ିକ ଏକ ଗଭୀର ଛାପ ଛାଡିଦେଇଥିଲା ସୁବ୍ରତଙ୍କ ମନରେ। ନିଜର ଉଦ୍ଯୋଗଯାତ୍ରା, ବ୍ୟକ୍ତିଗତ ଜୀବନର କିଛି କାହାଣୀ, ଏପରି କିଛି ବ୍ୟକ୍ତି, ଅଭିଜ୍ଞତା ଓ ନିଷ୍ପତ୍ତି ଯାହା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା – ଏସବୁ ସେ ଏହି ବହିରେ ବର୍ଣ୍ଣନା କରିଛନ୍ତି। ତା’ ଛଡା ନିଜର ପିଲାବେଳ, କ୍ଯାରିଅର ଏବଂ MindTree ଭଳି ଏକ ସ୍ଵନାମଧନ୍ୟ ସଫ୍ଟୱେର କମ୍ପାନୀ ଗଢିବା ସମ୍ବନ୍ଧିତ ସମସ୍ତ କାହାଣୀ ବିଷୟରେ ଏଥିରେ ସେ ବିସ୍ତାରରେ ଲେଖିଛନ୍ତି। ବହିଟିର ଶେଷ ଅଧ୍ୟାୟରେ ନିଜର ଅନୁଭୂତି ଏବଂ ସେଥିରୁ ପାଇଥିବା ଶିକ୍ଷା ବିଷୟରେ ଲେଖିଛନ୍ତି ବାଗଚି, ଯାହାକୁ ପଢି ପାଠକ ମାନେ ମଧ୍ୟ କିଛି ଶିଖିପାରିବେ ଏବଂ ସେଥିରୁ କିଛି ଶିକ୍ଷା ନିଜ ଜୀବନରେ ଉପଯୋଗ କରିପାରିବେ।

image


୨। MBA at 16: A Teenager’s Guide to Business

ଲେଖକ – ସୁବ୍ରତ ବାଗଚି

ସୁବ୍ରତଙ୍କ ଦ୍ଵାରା ଲିଖିତ ଆଉ ଏକ ବହି ଯେଉଁଥିରେ ସେ ବ୍ୟବସାୟକୁ ନେଇ ଉପଦେଶ ଦେବା ଛଡା ଏବର ଯୁବାପିଢିଙ୍କ ବିଷୟରେ ବିଶଦ ବର୍ଣ୍ଣନା କରିଛନ୍ତି। ଯୁବ ମନରେ ଥାଏ ଅନେକ ପ୍ରଶ୍ନ – ଏଇଟା କେମିତି ହେଲା, ସେଇଟା କେମିତି ହେବ, ସେ କଅଣ ଇତ୍ୟାଦି ଇତ୍ୟାଦି। ସୁବ୍ରତ ତାଙ୍କର ଏହି ବହିରେ ଏମିତି ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏଥିରେ ବ୍ୟବସାୟର କଅଣ, କେମିତି, କାହିଁକିର ଉତ୍ତର ରହିଛି। ମନଲୋଭା କାହାଣୀର ଏକ ସଂକଳନ ସହ ସୁବ୍ରତ ବାଗଚି ତାଙ୍କ ମନରେ ଯୁବପିଢି ପ୍ରତି ଥିବା ଅଟଳ ବିଶ୍ଵାସକୁ ଦର୍ଶାଇଛନ୍ତି।

image


୩। How I Braved Anu Aunty and Co-Founded A Million Dollar Company

ଲେଖକ – ବରୁଣ ଅଗ୍ରୱାଲ, Alma Materର ସହ ପ୍ରତିଷ୍ଠାତା

ସତ୍ୟ ଘଟଣା ଉପରେ ଆଧାରିତ ଏହି ବହିଟି ଗୋଟିଏ ଯୁବକ ଯିଏ ଗମ୍ଭୀର ବିଚାର ବିମର୍ଷ ପରେ ନିଜ ସ୍କୁଲ ସାଙ୍ଗ ସହ ମିଶି ନିଜର ଷ୍ଟାର୍ଟଅପ କରିବାର ନିଷ୍ପତ୍ତି ନେଉଛି, ତା’ର କାହାଣୀ କୁହେ। ଲେଖକ ବରୁଣଙ୍କର ନିଜର କାହାଣୀ ଇଏ। ସେ କିପରି ନିଜର ଷ୍ଟାର୍ଟଅପ ଆରମ୍ଭ କରିଥିଲେ ଏବଂ ଆରମ୍ଭର ଦିନ ମାନଙ୍କରେ କିପରି ଭାବେ ନାନା ଅସୁବିଧାର ସାମନା କରି ନିଜ କମ୍ପାନୀକୁ ସଫଳତାର ଟୋପି ପିନ୍ଧାଇଥିଲେ, ତା’ର କାହାଣୀ କୁହେ ଏହି ବହି। ଦୁଇ ସାଙ୍ଗ ମିଶି ଭାରତର ଅନେକ ସ୍କୁଲ ଓ କଲେଜର ପୂର୍ବତନ ବିଦ୍ୟାର୍ଥୀଙ୍କ ପାଇଁ ଟି-ଶାର୍ଟ, ଅନ୍ୟାନ୍ୟ ପୋଷାକ ତଥା ଆନୁଷଙ୍ଗିକ ଜିନିଷକୁ କଷ୍ଟମାଇଜ କରିବାକୁ ଲାଗିଲେ। ପୁସ୍ତକଟି ବେଶ ମଜାଳିଆଢଙ୍ଗରେ ଲେଖାଯାଇଛି। ଏହାର ପ୍ରଧାନ ଚରିତ୍ର ହେଲେ ଅନୁ ଆଣ୍ଟି ଯିଏ କି ବରୁଣଙ୍କର ମା’ଙ୍କର ଜଣେ ଘନିଷ୍ଠ ବାନ୍ଧବୀ। ଅନୁ ଆଣ୍ଟି ବରୁଣଙ୍କର ସମସ୍ତ ପ୍ରୟାସକୁ ହୀନଭାବେ ଦେଖୁଥିଲେ ଏବଂ ସମାଲୋଚନା କରୁଥିଲେ। ଷ୍ଟାର୍ଟଅପ ଗୁଡ଼ିକ ପାଇଁ ଏହି ବହିକୁ ପଢିବା ଏକ ମଜାଳିଆ ଅନୁଭୂତି ଦେବା ସହ ତାଙ୍କୁ ପ୍ରେରଣା ମଧ୍ୟ ଯୋଗାଇଦେବ।

image


୪। Take Me Home

ଲେଖକ – ରଶ୍ମୀ ବଂଶଲ, ସହ-ପ୍ରତିଷ୍ଠାତ୍ରୀ Jam ମାଗାଜିନ

ଭାରତର ଛୋଟ ସହର ମାନଙ୍କରେ ଲୁଚି ରହିଥାଏ ଆକାଶକୁ ଛୁଇଁବାର ସ୍ଵପ୍ନ ଓ ସେ ସ୍ଵପ୍ନକୁ ସାକାର କରିବା ପାଇଁ କିଛି ବି କରି ଦେଖାଇବାର ଉତ୍ସାହ। ରଶ୍ମୀ ଏପରି କିଛି କାହାଣୀକୁ ଖୁବ ଏକ ଆକର୍ଷଣୀୟ ଓ ପ୍ରେରଣାଦାୟୀ ଢଙ୍ଗରେ କହିଛନ୍ତି ତାଙ୍କର ଏଇ ବହିରେ ଯାହାକୁ ପଢିସାରିବା ପରେ ଆପଣଙ୍କ ସ୍ଵପଙ୍କୁ ସତ କରିବା ପାଇଁ ଆପଣ ପୁରା ଜୋର ଲଗାଇଦେବେ। ଭାରତର କିଛି ଛୋଟିଆ ସହରରୁ ଆସିଥିବା ଆଇଡିଆରୁ ଜନ୍ମ ନେଇଥିବା ଅନେକ କମ୍ପାନୀ ଆଜି ବିଶ୍ଵପ୍ରସିଦ୍ଧ। ଏଇ ବହିରେ ଆପଣ ସେମାନଙ୍କର ଅଙ୍ଗେନିଭା କଥା ଜାଣିବାକୁ ପାଇବେ। ନିଜକୁ ଏକ ସଫଳ ଉଦ୍ଯୋଗୀ ଭାବେ ଠିଆ ହେଇଥିବାର ସ୍ଵପ୍ନ ଦେଖୁଥିବା ପାଇଁ ଏହି ବହିଟି ନିହାତି ଭାବେ ପଢିବା ଦରକାର।

image


୫। Start-up Sutra: What the Angels Won’t Tell You About Business and Life

ଲେଖକ – ରୋହିତ ପ୍ରସାଦ, Management Development Institute,ଗୁରୁଗ୍ରାମର ପ୍ରଫେସର

ସବୁ ଷ୍ଟାର୍ଟଅପ ପଛରେ ଥାଏ ଏକ କାହାଣୀ। ଆଉ ତାକୁ ଜାଣିବାକୁ କାହାର ବା ମନ ନ ହୁଏ। ଷ୍ଟାର୍ଟଅପର ଅ ଠାରୁ କ୍ଷ ଯାଏଁ ସମସ୍ତେ ଜାଣିବାକୁ ଚାହାନ୍ତି। ଏହି ବହିରେ ରୋହିତ ଠିକ ତାହା କରିବାକୁ ଚେଷ୍ଟା କରିଛନ୍ତି। ଏହି ବହିରେ ଅନେକ ଉଦ୍ଯୋଗୀଙ୍କର ଷ୍ଟାର୍ଟଅପ ଦୁନିଆର ବ୍ୟକ୍ତିଗତ ଅନୁଭୂତି ବିଷୟରେ ବର୍ଣ୍ଣନା ରହିଛି। ଉଦ୍ଯୋଗ କିଭଳି ଭାବେ ଏକ ଉଦ୍ଯୋଗୀର ଜୀବନକୁ ପ୍ରଭାବିତ କରିଥାଏ (ଉଭୟ ଭଲ ଓ ଖରାପ) ତା’ ବିଷୟରେ ଜଣାଏ ଏହି ବହି।

image


୬। Young Turks

ଲେଖକ – ଶିରୀନ ଭାନ, ମ୍ୟାନେଜିଙ୍ଗ ଏଡିଟର CNBC-ଟିଭି18 ଓ ସାଇନା ଦେନୁଗରା, ଫିଚର ଏଡିଟର, CNBC-TV18

ଶିରୀନ ପ୍ରତି ରବିବାର Young Turks ନାମରେ ଏକ ଟିଭି ସୋ ନେଇ ଆସୁଥିଲେ ଯେଉଁଥିରେ ସେ ଜଣେ ଉଦ୍ଯୋଗୀଙ୍କର ସଫଳତାର କାହାଣୀ ତାଙ୍କ ନିଜ ମୁହଁରୁ ଆମକୁ ଶୁଣାଉଥିଲେ। ଏହି ବହିରେ ସେ ଏମିତି କିଛି ସଫଳ ଟେକ ଷ୍ଟାର୍ଟଅପଙ୍କର କାହାଣୀ ଲେଖିଛନ୍ତି ଯାହା ଏକ ଛୋଟ ଆଇଡିଆରୁ ଆରମ୍ଭ ହେଇଥିଲା ଏବଂ ପରେ ଏକ ସଫଳ ଉଦ୍ଯୋଗର ରୂପ ନେଇଥିଲା। ଏଥିରେ ଉଲ୍ଲେଖ ହେଇଥିବା ଉପାଖ୍ୟାନ ଗୁଡିକ ପଢିବାକୁ ବେଶ ମଜାଦାର ଓ ପ୍ରେରଣାଦାୟୀ।

image


୭। Bhaag! Inspiring Stories of Student Entrepreneurs in India

ଲେଖକ – ଗଣେଶ ଭି, ଉଦ୍ଯୋଗୀ ଓ ମାର୍କେଟିଙ୍ଗ କନ୍ସଲଟାଣ୍ଟ

ଯୁବପିଢି ସବୁବେଳେ ରିସ୍କ ନେବାକୁ ଆଗୁଆ। ଗୋଟିଏ ବ୍ୟବସାୟର ଆଇଡିଆକୁ ରୂପରେଖା ଦେବା ପାଇଁ ସେମାନେ ଅନେକ ଜୋଖିମ ଉଠାଇପାରନ୍ତି। ଗଣେଶ ନିଜେ ଜଣେ ଉଦ୍ଯୋଗୀ। ନିଜ ବ୍ୟତୀତ ଅନ୍ୟ ଉଦ୍ଯୋଗୀଙ୍କର ଏପରି କିଛି ରିସ୍କ ବିଷୟରେ ସେ ଖୁବ ଚିତ୍ତାକର୍ଷକ ଭାବରେ ଲେଖିଛନ୍ତି। ବହିର ତତ୍ତ୍ଵ ଏହା ଯେ କୌଣସି ଆଇଡିଆ ଛୋଟ ନୁହେଁ। ବାସ ଦରକାର ସଠିକ ରାସ୍ତା, ପଦକ୍ଷେପ ଓ ମନରେ ବିଶ୍ଵାସ ରଖି ଆଖିବୁଜା ଡିଆଁ ମାରିବାର।

image


୮। The Golden Tap: The Inside Story of Hyper Funded Indian Startups

ଲେଖକ – କାଶ୍ଯପ ଦେଓରା, ଚଲୋ, ଚୌପାଟ୍ଟୀ ବଜାର ଓ Righthalf.comର ସହ-ପ୍ରତିଷ୍ଠାତା

ବର୍ତ୍ତମାନର ଉଦ୍ଯୋଗୀ ଏବଂ ଉଦ୍ଯୋଗୀ ହେବାର ସ୍ଵପ୍ନ ଦେଖୁଥିବା ଲୋକଙ୍କ ପାଇଁ ଏହି ବହିଟି ପଢିବା ନିହାତି ଦରକାର। ଗତ ୨୦ ବର୍ଷ ମଧ୍ୟରେ ଭାରତରେ ହେଇଥିବା ଷ୍ଟାର୍ଟଅପ ବୁମ ବିଷୟରେ ଖୁବ ଭଲ ଭାବେ ବିଶ୍ଳେଷଣ କରିଛନ୍ତି କାଶ୍ଯପ। ଷ୍ଟାର୍ଟଅପ ଯୁଗର ଆରମ୍ଭ, କିଛି ବ୍ୟବସାୟର ପତନ ଓ ପୁନର୍ବାର ଉତଥାନର କାହାଣୀ ଏହି ବହିର ବିଶେଷତ୍ଵ। ନିଜେ ଜଣେ ଉଦ୍ଯୋଗୀ, କାଶ୍ଯପ ଷ୍ଟାର୍ଟଅପ ଓ ବ୍ୟବସାୟର ପ୍ରତ୍ଯେକ ପ୍ରଶ୍ନ ଓ ବ୍ୟବସ୍ଥା ସମ୍ପର୍କରେ ଏଥିରେ ଲେଖିଛନ୍ତି ଓ ଏପରି ଶୈଳୀରେ ଲେଖିଛନ୍ତି ଯେ ଆପଣ ଠାରେ ଆରମ୍ଭ କଲେ ଶେଷ ନକରିବା ଯାଏ ବହିଟିକୁ ତଳେ ରଖିବେ ନାହିଁ।

image


୯। Connect the Dots

ଲେଖକ – ରଶ୍ମୀ ବଂଶଲ, ସହ-ପ୍ରତିଷ୍ଠାତ୍ରୀ Jam ମାଗାଜିନ

ରଶ୍ମୀଙ୍କ ଦ୍ଵାରା ଲିଖିତ ଆଉ ଏକ ବହି ଯାହା ଏମିତି ସଫଳ ଉଦ୍ଯୋଗୀଙ୍କ କାହାଣୀ କୁହେ ଯେଉଁମାନଙ୍କ ପାଖରେ କୌଣସି ବିଜନେସ ଡିଗ୍ରୀ ନଥିଲା। ପାରମ୍ପରିକ ଶିକ୍ଷାଗତ ଯୋଗ୍ୟତା ନଥିବା ସତ୍ତ୍ୱେ ସେମାନେ ସଫଳତାର ସିଡ଼ି ଚଢିପାରିଥିଲେ। ଏହି ବହିକୁ ପଢିଲେ ଆପଣ ଜାଣିପାରିବେ ଯେ ଯଦି ଆପଣଙ୍କ ପାଖରେ କଳ୍ପନା ଶକ୍ତି, ବିଚାର ବୁଦ୍ଧି ସହ ତାକୁ ଆଗକୁ ନେଇଯିବା ପାଇଁ ଏକ ଯୋଜନା ଅଛି ତେବେ ଆପଣଙ୍କୁ କୌଣସି ଡିଗ୍ରୀ ଦରକାର ନାହିଁ। ବାସ ସବୁ ଡଟକୁ କନେକ୍ଟ କରନ୍ତୁ ଓ ସନିଜ ସ୍ଵପ୍ନକୁ ସତ କରିବାର ରାସ୍ତାରେ ଆଗେଇ ଚାଲନ୍ତୁ।

image


୧୦। Dream With Your Eyes Open: An Entrepreneurial Journey

ଲେଖକ – ରୋନି ସ୍କୃୱାଲା, UTV ଗୃପର ପ୍ରତିଷ୍ଠାତା

ରୋନି ଏହି ବହି ଜରିଆରେ ନିଜର ଔଦ୍ଯୋଗିକ ଯାତ୍ରାର ଅନୁଭୂତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏତେ ବର୍ଷର ଯାତ୍ରାରେ ସେ ଅନୁଭବ କରିଥିବା ପ୍ରତିଟି ପତନ ଓ ଉତଥାନର କାହାଣୀ ରହିଛି ତାଙ୍କର ଏହି ବହିରେ। ନିଜର ବ୍ୟବସାୟ ପ୍ରତିଷ୍ଠା କରିବାର ସ୍ଵପ୍ନ ଦେଖୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏହି ବହିଟି ତାଙ୍କ ସ୍ଵପ୍ନରେ ଆଉ ଟିକେ ଜାଳେଣୀ ଯୋଗାଇଦେବ। ସେ ନିଯେ ତାଙ୍କର କମ୍ପାନୀକୁ ଗଢିବାରେ କେତେ ବାଧାବିଘ୍ନ ଦେଇ ଗତି କରିଥିଲେ ସେ ସମ୍ପର୍କରେ ଲେଖିଛନ୍ତି। ବହିଟିରେ ଷ୍ଟାର୍ଟଅପକୁ ନେଇ ଅନେକ ଶିକ୍ଷା ଥିବା ଛଡ଼ା କାହାଣୀଗୁଡ଼ିକ ମଧ୍ୟ ପଢିବା ଲାଗି ବହୁତ ମଜାଦାର ଲାଗିବ।