ଅର୍ଦ୍ଧସାମରିକ ବଳର ମୁଖ୍ୟ ପ୍ରଥମ ମହିଳା ଅର୍ଚ୍ଚନା ରାମାସୁନ୍ଦରମଙ୍କ ସମ୍ପର୍କରେ 5ଟି ଅଜଣା କଥା

ଅର୍ଦ୍ଧସାମରିକ ବଳର  ମୁଖ୍ୟ ପ୍ରଥମ ମହିଳା ଅର୍ଚ୍ଚନା ରାମାସୁନ୍ଦରମଙ୍କ ସମ୍ପର୍କରେ 5ଟି ଅଜଣା କଥା

Saturday February 06, 2016,

2 min Read

ଭାରତରେ ପ୍ରଥମଥର ପାଇଁ ଜଣେ ମହିଳା ଆଇପିଏସ୍ ଅଫିସରଙ୍କୁ ଏକ ଅର୍ଦ୍ଧସାମରିକ ବଳର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ତାମିଲନାଡୁ କ୍ୟାଡେରର ଆଇପିଏସ୍ ଅଫିସର୍ ୫୮ ବର୍ଷୀୟ ଅର୍ଚ୍ଚନା ରାମାସୁନ୍ଦରମ୍ ସଶସ୍ତ୍ର ସୀମା ବଳ(ଏସ୍ଏସବି )ର ମୁଖ୍ୟ ଭାବେ ଦାୟିତ୍ଵ ନେଇଛନ୍ତି । ଜାନୁଆରୀ ୩୧ ତାରିଖରେ ଏସ୍ଏସବିର ପୂର୍ବତନ ମୁଖ୍ୟ ବି.ଡି ଶର୍ମା ଅବସର ଗ୍ରହଣ କରିଛନ୍ତି । ଅର୍ଚ୍ଚନା ନିଜର ସେବାନିବୃତ୍ତି(୩୦ ସେପ୍ଟେମ୍ବର, ୨୦୧୭) ପର୍ଯ୍ୟନ୍ତ ଏହି ବିଭାଗ ସମ୍ଭାଳିବେ । ତାଙ୍କ ସମ୍ପର୍କରେ ୫ଟି ତଥ୍ୟ ଜାଣିବା:

image


୧. ଅର୍ଚ୍ଚନା ରାମାସୁନ୍ଦରମ୍ ୧୯୮୦ ବ୍ୟାଚର ଆଇପିଏସ୍ । ଏସ୍ଏସବିରେ ଯୋଗ ଦେବା ପୂର୍ବରୁ ସେ ଜାତୀୟ ଅପରାଧ ଅଭିଲେଖାଗାର(ଏନସିଆରବି)ର ମୁଖ୍ୟ ଭାବେ କାର୍ଯ୍ୟରତା ଥିଲେ ।

୨. ଦେଶର ପ୍ରଥମ ମହିଳା ଭାବେ ସେ ସିବିଆଇର ଯୁଗ୍ମ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରିଥିଲେ । ୧୯୯୯ ମସିହାରୁ ୨୦୦୬ ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳି ସେ ଅର୍ଥନୈତିକ ଅପରାଧ ସହ ଜଡିତ ମାମଲା ସବୁର ଦାୟିତ୍ୱ ନେଇଥିଲେ ।

ପଢନ୍ତୁ - ଦାରିଦ୍ର୍ୟର ଅନ୍ଧକାରରୁ ଆସିଥିବା ଛାୟା ଆଜି ଅନ୍ୟମାନଙ୍କ ପାଇଁ ଅଶାର ଆଲୋକ

image


୩. ସିବିଆଇର ଯୁଗ୍ମ ସମ୍ପାଦକ ହେବା ପୂର୍ବରୁ ସେ ଏହାର ଡେପୁଟି ଇନସପେକ୍ଟର୍ ଜେନେରାଲ୍ ରହିଥିଲେ ।

୪. ଏହା ପୂର୍ବରୁ ସେ ତାମିଲନାଡୁ ସମବେଶ ସେବା ମୁକରିର ବୋର୍ଡ(ୟୁନିଫର୍ମଡ୍ ସର୍ଭିସେସ୍ ରିକ୍ରୁଟମେଣ୍ଟ ବୋର୍ଡ)ର ଡିଜିପି ଓ ଚେୟାର ରହିଥିଲେ ।

୫. ୨୦୧୪ରେ ତାଙ୍କୁ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ କରାଯିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ ।

ତାଙ୍କୁ ଏହି ପଦବୀ ମିଳିବା ପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହାପରେ ହିଁ ସେ ଏନସିଆରବିର ମୁଖ୍ୟ ହୋଇ ଦାୟିତ୍ୱ ଗ୍ରହଣ କରିଥିଲେ । ଫେବୃଆରୀ ୨୦୧୪ରେ କେନ୍ଦ୍ର ସରକାର, ଅର୍ଚ୍ଚନାଙ୍କର ଆବେଦନକୁ ମଞ୍ଜୁର କରିବା ସହ ଦାୟିତ୍ୱ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତିନି ମାସ ପରେ ବି ତାମିଲନାଡୁ ସରକାର ଅର୍ଚ୍ଚନାଙ୍କ ରିଲିଭ୍ ଅର୍ଡର୍ ଜାରି କରି ନଥିଲା । ୨୦୧୪, ମେ ୮ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଜଣାଇ ସେ ସିବିଆଇରେ ଯୋଗ ଦେଇଥିଲେ । ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ପଳାୟନପନ୍ଥୀ କହି ରାଜ୍ୟ ସରକାର ବରଖାସ୍ତ କରିଥିଲେ । ପରିଶେଷରେ ସେ ଏନସିଆରବିରେ ଯୋଗ ଦେଇଥିଲ । ତାଙ୍କ ସମ୍ପର୍କରେ ପୂର୍ବତନ ସିବିଆଇ ମୁଖ୍ୟ ଆର୍॰କେ ରାଘବନ୍ କୁହନ୍ତି, “ଅର୍ଚ୍ଚନା ଜଣେ ଅତ୍ୟନ୍ତ ନିଷ୍ଠା ବାନ ଓ କର୍ତ୍ତବ୍ୟନିଷ୍ଠ ଅଫିସର୍ । ସେ ଖୁବ୍ ପରିଶ୍ରମୀ । ସବୁବେଳେ ସେ ନିଜ ନିଷ୍ପତ୍ତିର ଦାୟିତ୍ୱ ନେଇଥାନ୍ତି ।”

image


ଭାରତରେ ୫ଟି ଅର୍ଦ୍ଧ ସାମରିକ ବଳ ରହିଛନ୍ତି । ସେମାନେ ହେଲେ, କେନ୍ଦ୍ରୀୟ ଅତିରିକ୍ତ ପୋଲିସ୍ ବାହିନୀ(ସିଆରପି ଏଫ୍), ସୀମା ସୁରକ୍ଷା ବଳ(ବିଏସ୍ଏଫ୍), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସ୍ଏଫ୍), ଇଣ୍ଡୋ-ତିବେତାନ୍ ସୀମା ପୋଲିସ୍(ଆଇଟିବିପି) ଏବଂ ସଶସ୍ତ୍ର ସୀମା ବଳ(ଏସ୍ଏସବି) । ନେପାଳ ଓ ଭୂଟାନ ସୀମାରେ ଏସ୍ଏସବି ସୈନିକମାନେ ମୁତୟନ ହୋଇ ଦେଶର ସୁରକ୍ଷା କରିଥାନ୍ତି ।

ଆଉ କିଛି ସମ୍ପର୍କିତ କାହାଣୀ ପଢନ୍ତୁ -

1। ନିରକ୍ଷତା ବିରୁଦ୍ଧରେ ଜୀବନବ୍ୟାପୀ ସଂଗ୍ରାମ ଚଳାଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା

2। ଦୃଢ଼ଆତ୍ମବିଶ୍ୱାସ ଓ କଠିନ ଅଧ୍ୟବସାୟ ଦ୍ୱାରା ନିଜ ସ୍ୱପ୍ନର ରେଷ୍ଟୁରାଣ୍ଟ ‘The Flour Works’ ବାସ୍ତବ ରୂପ ଦେଇପାରିଛନ୍ତି ମିତା ମଖିଚା

3। ଦସ୍ତକରି ହାଟ ସମିତି ଦ୍ୱାରା ଭାରତୀୟ ହସ୍ତକଳାକୁ ଏକ ନୂତନ ରାହା ଦେଖାଇଛନ୍ତି ଜୟା ଜେଟଲୀ