Brands
Discover
Events
Newsletter
More

Follow Us

twitterfacebookinstagramyoutube
Odia

Brands

Resources

Stories

General

In-Depth

Announcement

Reports

News

Funding

Startup Sectors

Women in tech

Sportstech

Agritech

E-Commerce

Education

Lifestyle

Entertainment

Art & Culture

Travel & Leisure

Curtain Raiser

Wine and Food

YSTV

ଓଡ଼ିଶାରେ ଲାଗୁହେବ ଜାତୀୟ Rurban ମିଶନ

ଓଡ଼ିଶାରେ ଲାଗୁହେବ ଜାତୀୟ Rurban ମିଶନ

Wednesday February 10, 2016,

3 min Read

image


ଗ୍ରାମାଞ୍ଚଳରେ ସହର ଭଳି ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଶ୍ୟାମାପ୍ରସାଦ ମୁଖାର୍ଜି ରୁର୍ବାନ ମିଶନ (SPMRM) – National Rurban Mission ଖୁବ ଶୀଘ୍ର ଓଡ଼ିଶାରେ ଲାଗୁହେବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସହଭାଗୀତାରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯିବ । ଏ ନେଇ ଆଜି (୧୦ ଫେବୃଆରି ୨୦୧୬) ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଷ୍ଟେଟ୍ ଲେଭେଲ ଏମ୍ପାୱର୍ଡ କମିଟି (SLEC) ପ୍ରଥମ ବୈଠକରେ ନିଷ୍ପତ୍ତି ହୋଇଛି ।

ପଢନ୍ତୁ - ଗ୍ରାମାଞ୍ଚଳ ଲୋକଙ୍କୁ ସମ୍ମାନଜନକ ଜୀବନ ବଞ୍ଚିବାରେ ସହଯୋଗ କରୁଛି ‘ଗ୍ରାମ ବିକାଶ’

ପ୍ରଥମ ଦଫାରେ ଏହି ମିଶନ ମାଧ୍ୟମରେ ରାଜ୍ୟରେ ଗ୍ରାମାଞ୍ଚଳମାନଙ୍କରେ ରାସ୍ତା ନିର୍ମାଣ, ପାଇପ ମାଧ୍ୟମରେ ଜଳ ଯୋଗାଣ, ବିଦ୍ୟୁତ ସେବା, ରାସ୍ତା ଆଲୋକୀକରଣ, ପରିମଳ, ସ୍ଵାସ୍ଥ୍ୟ, ଗୃହନିର୍ମାଣ ଯୋଜନା ଓ କୃଷି ଉତ୍ପାଦ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପାଢ଼ୀ ବୈଠକରେ କହିଛନ୍ତି । ଏହି ଯୋଜନା ଅନ୍ତର୍ଗତ ଅଞ୍ଚଳଗୁଡ଼ିକୁ ସହରର ସମସ୍ତ ଉପାଦାନ ଓ ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

image


ଏ ଅବସରରେ ଆଗାମୀ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇ ପଞ୍ଚାୟତିରାଜ ସଚିବ ଦେଓରଂଜନ କୁମାର ସିଂହ କହିଛନ୍ତି,

ରାଜ୍ୟରେ ଆର୍ଥନୀତିକ ପ୍ରଗତି ତ୍ୱରାନ୍ୱୀତ କରିବା ସାଙ୍ଗକୁ ମୌଳିକ ସେବା ପ୍ରଦାନ କରି ଯୋଜନାବଦ୍ଧ ରୁର୍ବାନ ଅଞ୍ଚଳ ପ୍ରତିଷ୍ଠା ହେଉଛି ଏହି ରୁର୍ବାନ ମିଶନର ମୂଳ ଉଦ୍ଦେଶ୍ୟ । ଗାଁ ଓ ସହର ଭିତରେ ପ୍ରଭେଦ କମ କରିବା, ରୋଜଗାର ପନ୍ଥା ପ୍ରଦାନ ମାଧ୍ୟମରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହାର ହ୍ରାସ କରିବା, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ପ୍ରତିଷ୍ଠା କରିବ ଏବଂ ଗ୍ରାମରେକ ପୁଞ୍ଜିଲଗାଣର ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଏହି ମିଶନ ଆରମ୍ଭ କରିଛନ୍ତି ।

ଏହି ମିଶନ୍ ଓଡ଼ିଶାରେ କିଭଳି କାର୍ଯ୍ୟ କରିବ ସେ ନେଇ ବୈଠକରେ ଏକ ଆନୁଷ୍ଠାନିକ ଢାଞ୍ଚା ପ୍ରସ୍ତୁତ ହୋଇଛି । ଓଡ଼ିଶାରେ ଏହା ତ୍ରିସ୍ତରୀୟ ଢାଞ୍ଚାରେ କାର୍ଯ୍ୟ କରିବ । ସେଗୁଡ଼ିକ ହେଲା, କ୍ଲଷ୍ଟର ସ୍ତରରେ କ୍ଲଷ୍ଟର ଡେଭେଲପମେଣ୍ଟ ଆଣ୍ଡ ମ୍ୟାନେଜମେଣ୍ଟ ୟୁନିଟ(CDMU), ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ ମନିଟରିଂ ୟୁନିଟ(DPMU) ଏବଂ ରାଜ୍ୟ ସ୍ତରରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟେଟ୍ ପ୍ରୋଜେକ୍ଟ ମନିଟରିଂ ୟୁନିଟ (SPMU) ।

ଜାତୀୟ ସ୍ତରରେ ଜାତୀୟ ମିଶନ ନିର୍ଦ୍ଦେଶାଳୟର ଏମ୍ପାୱର୍ଡ କମିଟି ସମ୍ପୂର୍ଣ ମିଶନର କାର୍ଯ୍ୟକାରୀତା ଦେଖାରଖା କରିବେ । ଓଡ଼ିଶାରେ ପଞ୍ଚାୟତିରାଜ ବିଭାଗ ରାଜ୍ୟ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ । ଆଜିର ବୈଠକରେ ଏନଆରଏଲଏମ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥଙ୍କୁ ରୁର୍ବାନ ମିଶନ ପାଇଁ ଷ୍ଟେଟ୍ ମିଶନ୍ ଲିଡର ଘୋଷଣା କରାଯାଇଛି । ଏଥିପାଇଁ ଆଇଆଇଟି ଖଡ଼ଗପୁରକୁ ଷ୍ଟେଟ୍ ଟେକନିକାଲ ସପୋର୍ଟ ଏଜେନ୍ସି (STSA) ଭାବେ ଚୟନ କରାଯାଇଛି ।

ପଞ୍ଚାୟତି ରାଜ ସଚିବ ଶ୍ରୀ ସିଂହ ପୁଣି କହିଛନ୍ତି,

ରୁର୍ବାନ କ୍ଲଷ୍ଟରରେ ଗ୍ରାମ୍ୟ ସମାଜର ସମସ୍ତ ଚିହ୍ନ ରହିବା ସହ ସହରୀ ସୁବିଧାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ସମତଳ ଓ ଉପକୂଳ ଅଞ୍ଚଳରେ ୨୫,୦୦୦ରୁ ୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମସମୂହକୁ ନେଇ ଏକ କ୍ଲଷ୍ଟର ନିର୍ମାଣ କରାଯିବ । ଆଦିବାସୀ, ପାହାଡ଼ ଓ ମରୁଭୂମି ଅଞ୍ଚଳରେ ଏହି କ୍ଲଷ୍ଟରର ଜନସଂଖ୍ୟା ୫,୦୦୦ରୁ ୧୫,୦୦୦ ମଧ୍ୟରେ ସୀମିତ ରହିବ ।

ମିଶନ ନିର୍ଦ୍ଦେଶକ ଶ୍ରୀ ନାଥ କହିଛନ୍ତି,

ପ୍ରଥମ ଦଫାରେ ୭ଟି କ୍ଲଷ୍ଟର ଗଠନ ଲାଗି ନିଷ୍ପତ୍ତି ହୋଇଛି । ଏଥି ମଧ୍ୟରୁ ୨ଟି ଆଦିବାସୀ ଅଞ୍ଚଳରେ ରହିବ । ବିଭିନ୍ନ ଦଫାରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ଏହି ମିଶନରେ ସାମିଲ କରାଯିବ । ପ୍ରତି କ୍ଲଷ୍ଟର ପାଇଁ ଇଣ୍ଟିଗ୍ରେଟେଡ୍ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ଅର୍ଥ ବରାଦ ହେବ । ଅର୍ଥ ସମସ୍ୟା ରହିଲେ ତାହା ଜାତୀୟ ରୁର୍ବାନ ମିଶନ ଭରଣା କରିବ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚୀତ ଜାତି ଓ ଜନଜାତି ଆଦି ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

ଆଉ କିଛି ସମ୍ପର୍କିତ କାହାଣୀ ପଢନ୍ତୁ -

1। ଭିନ୍ନକ୍ଷମଙ୍କ ଦକ୍ଷତା ଚିହ୍ନଟ କାର୍ଯ୍ୟକ୍ରମ : ଉତ୍ସବ ୨୦୧୬

2। ବସ୍ତି ଶିଶୁଙ୍କୁ ଶିକ୍ଷାର ଆଲୋକ ଦେଖାଉଛନ୍ତି କଟକର ଚା’ ଦୋକାନୀ

3। ଆଦିବାସୀ ବାଳିକାଙ୍କ ଜୀବନ ବଦଳାଉଛି ‘ଉଡ଼ାଣ’

ଲେଖକ ଶୁଭ୍ରାଂଶୁ ପଣ୍ଡା ଜଣେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଜଣାଶୁଣା । ତାଙ୍କୁ +91 9338655845 କିମ୍ବା [email protected] ରେ ଯୋଗାଯୋଗ କରାଯାଇ ପାରିବ।