ଏବେ ଓଡ଼ିଆରେ ଅନଲାଇନ୍ ଟ୍ରେଡିଂ ସମ୍ଭବ ହେବ

ଏବେ ଓଡ଼ିଆରେ ଅନଲାଇନ୍ ଟ୍ରେଡିଂ ସମ୍ଭବ ହେବ

Tuesday February 09, 2016,

2 min Read

image


ନିଜର ମାତୃଭାଷାରେ ଟ୍ରେଡିଂ କରିବା ବିଷୟରେ କେବେ ଚିନ୍ତା କରିଛନ୍ତି କି? କିଛି ବର୍ଷ ପୂର୍ବେ ଏ ବିଷୟରେ ଚିନ୍ତା ବି କରାଯାଇପାରୁ ନ ଥିଲା। କିନ୍ତୁ ଜିରୋଧାର ଅଭିନବ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହେବାକୁ ଯାଉଛି। ଦେଶର ଏହି ଅଗ୍ରଣୀ ଅନଲାଇନ୍ ବ୍ରୋକରେଜ୍ ସଂସ୍ଥା ଘୋଷଣା କରିଛି ଯେ ତାହାର ୱେବ ଭିତ୍ତିକ ଟ୍ରେଡିଂ ପ୍ଲାଟଫର୍ମ କାଇଟ୍ ଓଡ଼ିଆ ଭାଷାରେ ଉପଲବ୍ଧ ହେବ। କାଇଟ୍ ଏଭଳି ଏକ ପ୍ଲାଟଫର୍ମ ଯାହାକୁ ମୋବାଇଲ୍ ଓ ଟାବଲେଟରେ ବ୍ୟବହାର କରାଯାଇପାରିବ। ଏହା ପାରମ୍ପରିକ ପ୍ଲାଟଫର୍ମରେ ମିଳୁଥିବା ସୁବିଧା ସହ ଆହୁରି ଅନେକ କିଛି ପ୍ରଦାନ କରିପାରିବ। ଏହି ବ୍ୟବସ୍ଥା ଏତେ ସହଜ ଯେ କେବଳ ମୌଳିକ ଜ୍ଞାନ ଥିବା ଲୋକ ବିନା ତାଲିମରେ ଲଗ୍ଇନ୍ କରି ଟ୍ରେଡିଂ ଆରମ୍ଭ କରିପାରିବେ। 

ପଢନ୍ତୁ - ଦୁଇ ଆମେରିକୀୟ- ଭାରତୀୟ ଫାଉଣ୍ଡେସନ ଛାତ୍ରଙ୍କ ଭାରତରେ ପରିବେଶ ପର୍ଯ୍ୟଟନ ସଂସ୍ଥା ସ୍ଥାପନ

ଏ ସଂପର୍କରେ ନୀତିନ କାମାତ, ପ୍ରତିଷ୍ଠାତା ଓ ସିଇଓ, ଜିରୋଧା କହିଛନ୍ତି ଯେ, କାଇଟ୍ ଓଡ଼ିଆରେ ଉପଲବ୍ଧ ହେବାକୁ ଯାଉଥିବାରୁ ଆମେ ଖୁସି ଯେ ଓଡ଼ିଶାର ଲୋକମାନଙ୍କ ପାଖରେ ଷ୍ଟକ ବଜାର ସହଜରେ ପହଞ୍ଚିପାରିବ। କାଇଟରେ ଆଡଭାନ୍ସଡ୍ ଆନାଲିଟିକ୍ସ ଓ ଭିଜୁଆଲାଇଜେସନ୍ ପ୍ଲାଟଫର୍ମ କ୍ବାଂଟ୍ ରହିଛି ଯାହା ଟ୍ରେଡରମାନଙ୍କୁ ସେମାନଙ୍କ ଟ୍ରେଡିଂ ବ୍ୟବହାର ଉପରେ ସୂଚନା ଦେବା ସହ ନିଷ୍ପତ୍ତି ନେବାରେ ସାହାଯ୍ୟ କରିପାରିବ। ବ୍ୟାପକ ଏକ୍ସଚେଞ୍ଜରେ କାଇଟ୍ 70 ହଜାରରୁ ଅଧିକ ଷ୍ଟକ ସର୍ଚ୍ଚ କରିପାରିବ। ଏ ବିଷୟରେ କୈଳାଶ ନାଧ, ମୁଖ୍ୟ ପ୍ରଯୁକ୍ତି ଅଧିକାରୀ, ଜିରୋଧା କହିଛନ୍ତି ଯେ, ପ୍ରଯୁକ୍ତିର ଆଞ୍ଚଳିକୀକରଣ ଯୋଗୁଁ ଏହା ଭାରତର ଜନସାଧାରଣ ନିକଟରେ ପହଂଚିପାରିବ। ଆମେ ଆଶା କରୁଛୁ ଯେ ଆମର ଟ୍ରେଡିଂ ପ୍ଲାଟଫର୍ମ କାଇଟ୍ ଅପହଞ୍ଚ ଅଂଚଳରେ ଷ୍ଟକ ବଜାରକୁ ପହଂବାଇବାରେ ବିଶେଷ ସହାୟକ ହେବ। କାଇଟରେ ମୂଲ୍ୟର ଲାଇଭ୍ ଷ୍ଟ୍ରିମିଂ ହେବ ଓ ଦୁଇଟି କ୍ଲିକରେ କିଣାବିକା ହୋଇପାରିବ କିମ୍ବା ସମ୍ପୂର୍ଣ୍ଣ କିବୋର୍ଡ ସର୍ଟକର୍ଟ ଜରିଆରେ କିଣାବିକା ହୋଇପାରିବ। ଏଥିରେ ସମସ୍ତ ଷ୍ଟକର 5 ବର୍ଷର ମାଗଣା ଇତିହାସ ତଥ୍ୟ ରହିବ। ଓଡ଼ିଆ ବ୍ୟତୀତ କାଇଟ୍ ଏବେ ହିନ୍ଦୀ, କନ୍ନଡ, ମାଲାୟାଲମ, ପାବୀ, ଗୁଜୁରାଟି ଭାଷାରେ ଉପଲବ୍ଧ ହେଉଛି। ଆଗାମୀ ମାସଗୁଡ଼ିକରେ ଏହା ଅନ୍ୟାନ୍ୟ ଭାଷାରେ ଉପଲବ୍ଧ ହେବ।

ଆଉ କିଛି ସମ୍ପର୍କିତ କାହାଣୀ -

1। ବାଟ ଦେଖାଉଛି ‘ଟୁର୍ ଭୁବନେଶ୍ୱର’

2। ଘର ଅଗଣା ରୁ ଆନ୍ତର୍ଜାତୀୟ ଇ-କମର୍ସ- Organic Shopର ସଫଳତା ପଛର କାହାଣୀ

3। CraftGully: ହସ୍ତଶିଳ୍ପ ଓ ହସ୍ତଶିଳ୍ପୀମାନଙ୍କ ପାଇଁ ନୂଆ ଲକ୍ଷ୍ୟସ୍ଥଳ